Trending News: ଓଡ଼ିଶାରେ ଅନ୍ଧବିଶ୍ବାସ! ପୁଅ ଓ ଝିଅକୁ କୁକୁର ସାଙ୍ଗରେ ବାହାଘର କଲେ ପରିବାର ଲୋକେ
Advertisement
Article Detail0/zeeodisha/odisha1653095

Trending News: ଓଡ଼ିଶାରେ ଅନ୍ଧବିଶ୍ବାସ! ପୁଅ ଓ ଝିଅକୁ କୁକୁର ସାଙ୍ଗରେ ବାହାଘର କଲେ ପରିବାର ଲୋକେ

Trending News: ଓଡ଼ିଶାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ସହଜରେ ବିଶ୍ବାସ କରିପାରିବେ ନାହିଁ । ଏଠାରେ ଗୋଟିଏ ପରିବାର ନିଜ ପୁଅର ବାହାଘର ମହିଳା କୁକୁର ସହ କରିଥିବା ବେଳେ ପୁରୁଷ କୁକୁର ସହ ନିଜ ଝିଅକୁ ବାହା ଦେଇଛନ୍ତି ।

ସୌ(ସୋସିଆଲ ମିଡିଆ)

Trending News: ଦୁନିଆରେ ଭିନ୍ନ ଭିନ୍ନ ପରମ୍ପରାର ବିହାଘର ବିଷୟରେ ତ ଆପଣ ଶୁଣିଥିବେ ନିଶ୍ଚୟ । କିଏ ନିଜକୁ ବିବାହ କରୁଛି ତ ଆଉ କେଉଁଠି ମୃତଦେହ ସହ ମୃତଦେହର ବିବାହ ହୋଇଥାଏ ସେହିପରି ଆଉ କେତେକ ସ୍ଥାନରେ ମଣିଷ ସହ ଗଛର ବିବାହ କଥା ତ ଆପଣ ସମସ୍ତେ ଶୁଣିଥିବେ ନିଶ୍ଚୟ । କିନ୍ତୁ ନିକଟରେ ଓଡ଼ିଶାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ସହଜରେ ବିଶ୍ବାସ କରିପାରିବେ ନାହିଁ । ଏଠାରେ ଗୋଟିଏ ପରିବାର ନିଜ ପୁଅର ବାହାଘର ମହିଳା କୁକୁର ସହ କରିଥିବା ବେଳେ ପୁରୁଷ କୁକୁର ସହ ନିଜ ଝିଅକୁ ବାହା ଦେଇଛନ୍ତି । ତେବେ ମଣିଷ ଓ କୁକୁରଙ୍କ ମଧ୍ୟରେ ହୋଇଥିବା ଏହି ବିବାହ କୌଣସି ଫିଲ୍ମରେ ନୁହେଁ ବରଂ ବାସ୍ତବ ଜୀବନରେ ହୋଇଛି । କାନକୁ ଅଜବ ଲାଗୁଥିବା ଏହି ଘଟଣାଟି କିନ୍ତୁ ସତ ଅଟେ ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ବାଲେଶ୍ବର ଜିଲ୍ଲାର ଏକ ଆଦିବାସୀ ଗାଁରେ ଏପରି ଗୋଟିଏ ନୁହେଁ ଦୁଇ ଦୁଇଟି ବିବାହ ହୋଇଛି । ଏହା ପଛରେ ରହିଛି ଅନ୍ଧବିଶ୍ୱାସ ଚେର । ସୋରୋ ବ୍ଲକ ବାନ୍ଦଶାହୀ ଗାଁର ମାଚୁଆ ସିଂ ଓ ମାନସ ସିଂ ‘ହୋ’ ଜନଜାତିର ଅଟନ୍ତି । ମଚୁଆ ସିଂ ତାଙ୍କ ୧୧ ବର୍ଷ ପୁଅ ତପନ ସିଂ ଲାଗି କନ୍ୟା ଭାବରେ ଏକ କୁକୁର ଠିକ୍ କରିଥିଲେ । ସେହିପରି ମାନସ ସିଂ ତାଙ୍କ ୭ ବର୍ଷର ଝିଅ ଲାଗି ବର ଭାବରେ ଏକ କୁକୁର ଠିକ୍ କରିଥିଲେ । ପ୍ରକାଶଥାଉ କି, ଉଭୟ ପିଲାଙ୍କର ପ୍ରଥମ ଦାନ୍ତ ଉଠିବା ପରେ ତାହା ଫୁଲିଥିଲା । ଦାନ୍ତ ଫୁଲିବାକୁ ଏହି ଆଦିବାସୀ ସମ୍ପ୍ରଦାୟର ଲୋକେ ଅଶୁଭ ବୋଲି ମାନିଥାଆନ୍ତି । ଏହାଦ୍ବାରା ପିଲାଙ୍କ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ ବୋଲି ସେ ଭାବନ୍ତି। ଏହି କାରଣରୁ ପ୍ରତିକାର ସୂରୁପ ସେମାନେ ନିଜ ପିଲାଙ୍କ ଲାଗି କୁକୁର ଖୋଜିବା ଆରମ୍ଭ କରିଥିଲେ । ପରେ ସେମାନେ ନିଜ ନିଜ ପିଲାଙ୍କ ପାଇଁ ଖୋଜା ଯାଇଥିବା ଦୁଇ ମାଈ ଓ ଅଣ୍ତିରା କୁକୁରଙ୍କ ସହ ନିଜ ପୁଅ ଓ ଝିଅର ବିବାହ କରିଥିଲେ । ତେବେ ଏନେଇ ସାଗର ସିଂ କହିଛନ୍ତି ଯେ, ଉଭୟ ବିବାହ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ବିବାହ ଲାଗି ଏକ ବଡ଼ ଭୋଜିର ମଧ୍ଯ ଆୟୋଜନ କରାଯାଇଥିଲା । ସେ ଆଉ ମଧ୍ଯ କହିଛନ୍ତି, ହୋ ସମ୍ପ୍ରଦାୟର ଲୋକେ ବିଶ୍ବାସ କରନ୍ତି ଯେ, ବିବାହ ପରେ ମନ୍ଦ ଆତ୍ମା କୁକୁରମାନଙ୍କ ଶରୀରରେ ପ୍ରବେଶ କରିଥାଏ । ଏଥିରେ କୌଣସି ବୌଜ୍ଞାନିକ ସତ୍ୟତା ନାହିଁ । କିନ୍ତୁ ଏହି ସମ୍ପ୍ରଦାୟର ଲୋକେ ପିଢି ପରେ ପିଢି ଏହି ଅନ୍ଧବିଶ୍ୱାସ ପରମ୍ପରାର ପାଳନ କରିଆସୁଛନ୍ତି।

ଗତ ମାସରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଗୋଟିଏ ପରିବାରରେ ଦୁଇଟି କୁକୁରଙ୍କର ଏକ ଆଡ଼ମ୍ବରପୂର୍ଣ୍ଣ ବିବାହର ଆୟୋଜନ କରାଯାଇଥିଲା। ସୋସିଆଲ ମିଡିଆରେ ଏହି ଭିଡିଓଟି ବେଶ ଭାଇରାଲ ହୋଇଥିଲା। ଭିଡିଓରେ ଅତିଥିମାନେ ବିବାହ ଉପଭୋଗ କରୁଥିବା ନଜର ଆସିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଲା, ବିବାହର ସାଜସଜ୍ଜା ପୁରା ମଣିଷ ମାନଙ୍କ ବାହାଘର ଭଳି ଥିଲା । ମହିଳା କୁକୁରକୁ ନାଲି ରଙ୍ଗର ଓଢଣୀରେ ସଜାଯାଇଥିଲା। ଆଉ ବର କୁକୁର ଏକ ବୈଦ୍ୟୁତିକ କାରରେ ବରଯାତ୍ରୀ ନେଇ ବିବାହକୁ ଆସିଥିଲା। ବିବାହ ପରେ ମହିଳା କୁକୁରକୁ ପାରମ୍ପାରିକ ଢଙ୍ଗରେ ଡୋଲିରେ ବିଦାୟ ଦିଆଯାଇଥିଲା ।

ଏହା ବି ପଢନ୍ତୁ- Weird News: ଏଠାରେ ଗୋରା ଶିଶୁଙ୍କୁ କରାଯାଇଥାଏ ହତ୍ୟା! ପରମ୍ପରା ପଛରେ ରହିଛି ଏହି କାରଣ