Jagatsinghpur News: ଦିନେ ଖାକି ବର୍ଦ୍ଦିରେ ଦେଉଥିଲେ ସୁରକ୍ଷା, ଆଜି ପୁଅ ବୋହୂ ଦେଉଛନ୍ତି ଅକଥନୀୟ ନିର୍ଯାତନା
Advertisement
Article Detail0/zeeodisha/odisha1664916

Jagatsinghpur News: ଦିନେ ଖାକି ବର୍ଦ୍ଦିରେ ଦେଉଥିଲେ ସୁରକ୍ଷା, ଆଜି ପୁଅ ବୋହୂ ଦେଉଛନ୍ତି ଅକଥନୀୟ ନିର୍ଯାତନା

Jagatsinghpur News In Odia: ଦିନେ ଖାକି ବର୍ଦ୍ଦିରେ ଲୋକଙ୍କୁ ଦେଉଥିଲେ ସୁରକ୍ଷା । ହେଲେ ଆଜି ନିଜର ସୁରକ୍ଷା ପାଇଁ ଥାନାର ଦ୍ବାରସ୍ତ ହୋଇଛନ୍ତି ପୂର୍ବତନ ହୋମଗାର୍ଡ ସଞ୍ଜୁ ମଲ୍ଲିକ୍ (Ex Home Guard sanju mallick) । ନ୍ୟାୟ ଟିକେ ପାଇବା ପାଇଁ ଥାନା ଦୁଆରେ ବୃଦ୍ଧା ସଞ୍ଜୁ ମଲ୍ଲିକ୍ । ଏ ହେଉଛନ୍ତି ଜଗତସିଂହପୁର (Jagatsinghpur) ଜିଲ୍ଲା ପାରାଦୀପ ଆଦର୍ଶ ଥାନାର(Paradip Model Police Station) ପୂର୍ବତନ ହୋମଗାର୍ଡ ସଞ୍ଜୁ ମଲ୍ଲିକ୍ (Ex Home Guard sanju mallick)।

ସୌଜନ୍ୟ- ସୋସିଆଲ ମିଡ଼ିଆ

Jagatsinghpur News In Odia: ଦିନେ ଖାକି ବର୍ଦ୍ଦିରେ ଲୋକଙ୍କୁ ଦେଉଥିଲେ ସୁରକ୍ଷା । ହେଲେ ଆଜି ନିଜର ସୁରକ୍ଷା ପାଇଁ ଥାନାର ଦ୍ବାରସ୍ତ ହୋଇଛନ୍ତି  ପୂର୍ବତନ ହୋମଗାର୍ଡ  ସଞ୍ଜୁ ମଲ୍ଲିକ୍ (Ex Home Guard sanju mallick) । ନ୍ୟାୟ ଟିକେ ପାଇବା ପାଇଁ ଥାନା ଦୁଆରେ ବୃଦ୍ଧା ସଞ୍ଜୁ ମଲ୍ଲିକ୍ । ଏ ହେଉଛନ୍ତି ଜଗତସିଂହପୁର (Jagatsinghpur) ଜିଲ୍ଲା ପାରାଦୀପ ଆଦର୍ଶ ଥାନାର(Paradip Model Police Station) ପୂର୍ବତନ ହୋମଗାର୍ଡ ସଞ୍ଜୁ ମଲ୍ଲିକ୍ (Ex Home Guard sanju mallick)। ଦିନ ଥିଲା ସେ ଏହି ପାରାଦୀପ ଥାନାରେ ଚାକିରି କରିଥିଲେ। ଖାକି ବର୍ଦ୍ଦିରେ ବଡ ବାବୁ ମାନଙ୍କୁ ସାଲୁଟ ମାରୁଥିଲେ। ନିର୍ଦ୍ଦେଶ ପାଇଲା ମାତ୍ରେ ସେ ବଜାର, ଗଳିକନ୍ଦିରେ ବୁଲି ସାଧାରଣ ଜନତାଙ୍କୁ ଆଇନ୍‌ ସହାୟତା ଯୋଗାଇ ଦେଉଥିଲେ। କିନ୍ତୁ ଆଜି ସେ ସେଇ ଥାନା ଆଗରେ ବସି କାନ୍ଦୁଛନ୍ତି।

ଥାନା ବାବୁଙ୍କୁ ନିଜର ଦୁଃଖ ଜଣାଇବାକୁ ସେ ଏଠାକୁ ଧାଇଁ ଆସିଛନ୍ତି। କାରଣ ହୋମଗାର୍ଡ (Ex Home Guard sanju mallick) ଚାକିରୀରୁ ଅବସର ନେବା ପରେ ତାଙ୍କର ଦୁଇ ପୁଅ ଓ ବୋହୁ ତାକୁ ଘରୁ ବାଡେଇ ବିଦା କରିଦେଇଥିବା ଅଭିଯୋଗ କରିଛନ୍ତି । ଦି ଓଳି ଦି ମୁଠା ଖାଇବାକୁ ଦେବା ତ ଦୁରର କଥା, ରୋଗାକ୍ରାନ୍ତ ଅବସ୍ଥାରେ ଘରେ ଟିକେ ରହିବାକୁ ନଦେଇ ବିଦା କରିଦେଇଛନ୍ତି। ଅସହାୟ ଅବସ୍ଥାରେ ସେ ଏବେ ଘର ଘର ବୁଲୁଥିବା ବେଳେ ଖବର ପାଇ ତାଙ୍କୁ ଉଦ୍ଧାର କରିଛି ଏକ ସ୍ୱେଚ୍ଛାସେବୀ ସଂଗଠନ। ସଞ୍ଜୁ ମଲ୍ଲିକ୍ (Ex Home Guard sanju mallick)  ଏବେ ବୟସର ଅହରାହ୍ନରେ ପହଞ୍ଚି ଥିବା ବେଳେ ଏବେ ତାଙ୍କ ଜନ୍ମ କଲା ପୁଅ ତାକୁ ଘରୁ ତଡିଦେଇ ବେସାହାରା କରିଦେଇଛି।

Also Read : Bhubaneswar News: ଗାଡ଼ି ପାର୍କିଂକୁ ନେଇ ରଣକ୍ଷେତ୍ର ପାଲଟିଲା ମହାରାଜା ହଲ୍‌ ପରିସର

Also Read : Cuttack News: ମାଟି ଖୋଳିବା ବେଳ ତଳୁ ବାହାରିଲା ପୁଳା ପୁଳା ପାଞ୍ଚଶହ ଟଙ୍କିଆ ନୋଟ୍, ବିଡ଼ା ବିଡ଼ା ଟଙ୍କା ଦେଖି ବେହୋସ୍ ହେଲା ଶ୍ରମିକ!

Also Read : Odia jawan Debasish Biswal: ଦେବାଶିଷଙ୍କୁ ଝୁରୁଛନ୍ତି ପତ୍ନୀ, ଆଜି ପାଳିଥାନ୍ତେ ବିବାହ ବାର୍ଷିକୀ

Also Read : Akshaya Tritiya 2023: ବିବାହରେ ହେଉଛି କି ବିଳମ୍ବ ? ତେବେ ଅକ୍ଷୟ ତୃତୀୟାରେ କରନ୍ତୁ ଏହି କାମ, ଦୂର ହେବ ସମସ୍ୟା

ଏପଟେ ପକ୍ଷାଘାତ ରୋଗ ଯୋଗୁଁ କଥା ବି ଠିକ ରୂପେ କହିପାରୁନାହାନ୍ତି ସେ । ଖାଇବାକୁ ଦିଓଳି ଦୁଇମୁଠା ପାଇବା ତାଙ୍କ ପାଇଁ କଷ୍ଟ ସାଧ୍ଯ। ପାରାଦୀପର ବିଭିନ୍ନ ଗଳିକନ୍ଦିରେ ବୁଲି ଭିକ ମାଗି ଚାଲୁଥିବାବେଳେ ଜାନକୀ ଚାରିଟେବୁଲ ଟ୍ରଷ୍ଟ ତାକୁ ଉଦ୍ଧାର କରି ଏକ ଜରାଶ୍ରମରେ ଛାଡିଥିବା ବେଳେ ଏବେ ନ୍ଯାୟ ପାଇଁ ପାରାଦୀପ ଆଦର୍ଶ ଥାନାକୁ ସେ ଆସିଛନ୍ତି। ତେବେ ଥାନା ଅଧିକାରୀ ସଞ୍ଜୁ ମଲ୍ଲିକଙ୍କ ପୁଅ କୁ ଖବର ଦେବା ପରେ ପୁଅ ନିଜ ଭୂଲ ବୁଝିପାରି ଘରକୁ ଫେରାଇ ନେଇଥିବା ଜଣାପଡିଛି।

Also Read : Akshaya Tritiya 2023: ଅକ୍ଷୟ ତୃତୀୟାରେ ରାଶି ଅନୁସାରେ କିଣନ୍ତୁ ଏହି ସବୁ ଜିନିଷ, ବର୍ଷିବ ଧନ...

Also Read : Akshaya tritiya 2023: ଅକ୍ଷୟ ତୃତୀୟା ଦିନ କିଣନ୍ତୁ ନାହିଁ ଏହିସବୁ ଜିନିଷ; ମାଡ଼ି ବସିବ ସଙ୍କଟ, ହୋଇଯିବେ କାଙ୍ଗାଳ!

Also Read : Amritpal Singh Arrest: ଗୁରୁଦ୍ବାରକୁ ଯାଇଥିଲା ଶରଣ ପଶିବାକୁ, ହେଲେ ମାଡି ବସିଲା ପୋଲିସ୍