Jio Cheapest Recharge Plan: ୭୫ ଟଙ୍କାରେ ଅନଲିମିଟେଡ୍ କଲ ସହ ଇଣ୍ଟରନେଟ୍ !
Advertisement
Article Detail0/zeeodisha/odisha1756776

Jio Cheapest Recharge Plan: ୭୫ ଟଙ୍କାରେ ଅନଲିମିଟେଡ୍ କଲ ସହ ଇଣ୍ଟରନେଟ୍ !

ବର୍ତ୍ତମାନ ସବୁଠାରୁ ଚର୍ଚ୍ଚାରେ ଥିବା ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ (Reliance jio) ନିଜର ଶସ୍ତା ତଥା କମ ଦାମର ରିଚାର୍ଜ ପ୍ଲାନ୍ ପ୍ରସ୍ତୁତ କରି ଅନ୍ୟ ଅପରେଟରମାନଙ୍କୁ ଖୁବ୍ ଟକ୍କର ଦେଉଛି । ନିଜ ପ୍ଲାନ୍ ହିସାବରେ ଗ୍ରାହକଙ୍କୁ ସକ୍ଷମ ଅନୁସାରେ ରିଜାର୍ଜ କରିବାର ସୁବିଧା ମିଳୁଛି ।  ଗ୍ରାହକମାନେ ମଧ୍ୟ ରିଲାଏନ୍ସ

Jio Cheapest Recharge Plan: ୭୫ ଟଙ୍କାରେ ଅନଲିମିଟେଡ୍ କଲ ସହ ଇଣ୍ଟରନେଟ୍ !

Jio Cheapest Recharge Plan: ବର୍ତ୍ତମାନ ସବୁଠାରୁ ଚର୍ଚ୍ଚାରେ ଥିବା ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ (Reliance jio) ନିଜର ଶସ୍ତା ତଥା କମ ଦାମର ରିଚାର୍ଜ ପ୍ଲାନ୍ ପ୍ରସ୍ତୁତ କରି ଅନ୍ୟ ଅପରେଟରମାନଙ୍କୁ ଖୁବ୍ ଟକ୍କର ଦେଉଛି । ନିଜ ପ୍ଲାନ୍ ହିସାବରେ ଗ୍ରାହକଙ୍କୁ ସକ୍ଷମ ଅନୁସାରେ ରିଜାର୍ଜ କରିବାର ସୁବିଧା ମିଳୁଛି ।  ଗ୍ରାହକମାନେ ମଧ୍ୟ ରିଲାଏନ୍ସ ଜିଓର ଶସ୍ତା ପ୍ଲାନର ମଜା ନେଉଛନ୍ତି । ଜିଓ କମ୍ପାନୀ (Jio company) ବିଭିନ୍ନ ଅଫର ମାଧ୍ୟମରେ ଗ୍ରାହକଙ୍କ ଅତି ନିକଟତର ହେବାକୁ ସଦା ସର୍ବଦା ଚେଷ୍ଟା ଜାରି ରଖିଛି । ଅନେକ ଓଟିଟି (OTT) ପ୍ଲାଟଫର୍ମ ସହିତ ଅଧିକ ଦିନର ବୈଧତା ଦେବା ପାଇଁ ଜିଓ ସର୍ବଦା ନିଜ ପ୍ଲାନରେ ଅନ୍ତର୍ଭୁକ୍ତ କରୁଛି । ଏଥିସହ ମାଗଣା ସବସ୍କ୍ରିପସନ ସୁବିଧା ସହିତ ଶସ୍ତା ମଧ୍ୟ ଜିଓ ନିଜ ଗ୍ରାହକଙ୍କୁ ପ୍ରଦାନ କରୁଛି । ଆଜି ଆମେ ଆପଣଙ୍କୁ ରିଲାଏନ୍ସ ଜିଓର କିଛି ଶସ୍ତା ରିଚାର୍ଜ ଯୋଜନା ସମ୍ପର୍କରେ ଜଣାଇବାକୁ ଯାଉଛୁ ।

ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କ ମଧ୍ୟରୁ ଶସ୍ତା ପ୍ଲାନ୍ ଖୋଜୁଥିବା ଗ୍ରାହକଙ୍କ ପାଇଁ ବର୍ତ୍ତମାନ ଏକ ବଢିଆ ଯୋଜନା ଆସିଛି । ଏଥିରେ ଜିଓ ଗ୍ରାହକମାନେ କଲିଂ ଏବଂ ମାଗଣା ଏସଏମଏସ (Free SMS) ସହିତ ଅଧିକ ଦିନର ବୈଧତା ଏବଂ ଡାଟା ସୁବିଧା ପାଇବେ । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ତଥା ପ୍ଲାନ୍ ଗୁଡିକ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ । ପ୍ରଥମେ ଆପଣଙ୍କୁ କହିରଖୁଛୁ ଯେ, ଗ୍ରାହକଙ୍କ ପାଇଁ ଉପଲବ୍ଧ ଜିଓର କମ ଦାମ ରିଚାର୍ଜ ପ୍ଲାନ୍ ମଧ୍ୟରେ ରହିଛି ୭୫, ୯୧, ୧୨୫, ୧୫୨ ଏବଂ ୧୮୬ ଟଙ୍କିଆ ସ୍କିମ୍ । ଆପଣ ଏହି ରିଚାର୍ଜ ସ୍କିମ୍ ମାଧ୍ୟମରେ ଫ୍ରି କଲିଂ, ମାଗଣା ମେସେଜର ସୁବିଧା ସମେତ ଇଣ୍ଟରନେଟ୍ ମଧ୍ୟ ପାଇବେ ।

ଜିଓର ୭୫ଟଙ୍କିଆ ରିଚାର୍ଜ ଯୋଜନା : ରିଲାଏନ୍ସ ଜିଓ ଟେଲିକମ୍ କମ୍ପାନୀ ଗ୍ରାହକଙ୍କ ପାଇଁ ୭୫ ଟଙ୍କାର ଶସ୍ତା ସ୍କିମ୍ ପ୍ରଦାନ କରୁଛି । ଏହି ଯୋଜନାର ବୈଧତା ହେଉଛି ୨୩ ଦିନ । ଏହା ମଧ୍ୟ ଦୈନିକ  ୦.୧ ଏମବି ଇଣ୍ଟରନେଟ୍ ଏବଂ ୨ଶହ ଏମବି ଅତିରିକ୍ତ ଡାଟା ସମୁଦାୟ   ୨.୫ ଜିବି ଡାଟା ଉପଲବ୍ଧ ରହିଛି ।  ଏହା ବ୍ୟତୀତ, ଆପଣ ସମସ୍ତ ନେଟୱାର୍କରେ ଅସୀମିତ କଲିଂ କରିବା ସହ ୫୦ଟି ମାଗଣା ଏସଏମଏସ (SMS)ର ଲାଭ ମଧ୍ୟ ପାଇପାରିବେ । ଏହା ବ୍ୟତୀତ, ଜିଓ ଏହାର ଉପଭୋକ୍ତାମାନଙ୍କୁ ଅନ୍ୟାନ୍ୟ ସୁଲଭ ଯୋଜନା ମଧ୍ୟ ପ୍ରଦାନ କରୁଛି । ଜିଓର ଏହି ସ୍କିମ୍ ଗୁଡ଼ିକର ଦର ଏତେ କମ୍ ଯେ, ତାହା ଆପଣ ବିଶ୍ୱାସ କରିବେ ନାହିଁ । ଜିଓ ଫୋନ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଥିବା ସମସ୍ତ ଶସ୍ତା ରିଚାର୍ଜ ଯୋଜନା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ।

୯୧ ଚଙ୍କାର ପ୍ଲାନ୍ 
ଜିଓର ୯୧ ଟଙ୍କିଆ ରିଚାର୍ଜ ଯୋଜନା (Jio Rs 91 Plan) ୨୮ ଦିନର ବୈଧତା ସହିତ ଆସିଥାଏ । ଏଥିରେ, ଆପଣଙ୍କୁ ପ୍ରତିଦିନ ୦.୧ ଏମବି ଡାଟା ମିଳିଥାଏ । ଏହା ବ୍ୟତୀତ, ଆପଣଙ୍କୁ ୨ଶହ ଏମବି ଅତିରିକ୍ତ ଡାଟା ମଧ୍ୟ ଦିଆଯାଇଛି । ଜିଓର ଏହି ଯୋଜନାରେ, ଜିଓ ଗ୍ରାହକମାନେ ସମୁଦାୟ ୩ଜିବି ଡାଟା ପାଇଥାନ୍ତି । ଏହା ବ୍ୟତୀତ, ଆପଣ ସମସ୍ତ ନେଟୱାର୍କରେ ଅସୀମିତ କଲିଂ ସହିତ ୫୦ ମାଗଣା ଏସଏମଏସ SMS ସୁବିଧା ପାଇପାରିବେ ।

ଜିଓର ୧୨୫ ପ୍ଲାନ୍
ଏହି ୧୨୫ ଟଙ୍କାର ଯୋଜନାରେ (Jio Rs 125 Plan), ଆପଣଙ୍କୁ ସମୁଦାୟ ୨୩ ଦିନର ବୈଧତା ମିଳିବ । ଏଥିରେ ସମସ୍ତ ନେଟୱାର୍କକୁ ପ୍ରତିଦିନ ଅସୀମିତ କଲିଂ କରିପାରିବେ । ଏଥିସହ ୦.୫ ଏମବି ଡାଟା ଦିଆଯାଏ । ଏହା ସହିତ ଆପଣ  ସମୁଦାୟ ୩ଶହ ମାଗଣା ଏସଏମଏସ ପାଇପାରିବେ । 

ଜିଓ ୧୫୨ଟଙ୍କା ଯୋଜନା

ଏହି ଯୋଜନାରେ, ଜିଓ ଫୋନ୍ ଗ୍ରାହକମାନେ ସମସ୍ତ ସମାନ ସୁବିଧା ପାଆନ୍ତି, ଯାହା ୧୨୫ ଟଙ୍କା ଯୋଜନାରେ ଦିଆଯାଇଛି । ତେବେ, ଏହି ଦୁଇଟି ଯୋଜନା ମଧ୍ୟରେ ଏକମାତ୍ର ପାର୍ଥକ୍ୟ ରହିଛି। ତାହା ହେଉଛି ଏହା ଯେ, ଜିଓର ୧୫୨ ଟଙ୍କା ରିଚାର୍ଜ ଯୋଜନା ୨୩ ଦିନ ପରିବର୍ତ୍ତେ ୨୮ ଦିନର ବୈଧତା ସହିତ ଆସିଥାଏ ।

ଜିଓର ୧୮୬ ଟଙ୍କା ପ୍ଲାନ୍

ରିଲାଏନ୍ସ ଜିଓର ୧୮୬ ଟଙ୍କା ଯୋଜନା (Jio Rs 186 Plan) ଜିଓ ବ୍ୟବହାରକାରୀଙ୍କ ପାଇଁ ସବୁଠୁ ଭଲ ପ୍ଲାନ ବୋଲି ଗ୍ରାହକ ମତ ଦିଅନ୍ତି । ତେବେ ଏହା ୨୮ ଦିନର ବୈଧତା ସହିତ ଆସିଥାଏ । ଏଥିରେ, ଆପଣଙ୍କୁ ସମସ୍ତ ନେଟୱାର୍କର ନମ୍ୱରକୁ ଫ୍ରି କଲିଂର ସୁବିଧା ଦିଆଯାଇଛି । ଏହା ସହିତ, ପ୍ରତିଦିନ ଶହେ ମାଗଣା ଏସଏମଏସ (SMS) ଏବଂ ଦୈନିକ ଏକ ଜିବି (1GB) ଡାଟାର ଲାଭ ମିଳିବ ।

Also Read- Apple iPhone 14 ହେଲା ଶସ୍ତା: ୩୦ ହଜାରରୁ କମରେ କିଣିବାର ସୁଯୋଗ