Jio Welcome Offer: ଆପଣଙ୍କୁ ମିଳିଛି କି ଜିଓ 5G ୱେଲକମ୍ ଅଫର, ଏପରି ସହଜ ଉପାୟରେ କରନ୍ତୁ ରେଜିଷ୍ଟ୍ରେସନ
Advertisement
Article Detail0/zeeodisha/odisha1423261

Jio Welcome Offer: ଆପଣଙ୍କୁ ମିଳିଛି କି ଜିଓ 5G ୱେଲକମ୍ ଅଫର, ଏପରି ସହଜ ଉପାୟରେ କରନ୍ତୁ ରେଜିଷ୍ଟ୍ରେସନ

Jio Welcome Offer:  ୱେଲକମ୍ ଅଫର ଅନୁଯାୟୀ ଗ୍ରାହକମାନଙ୍କୁ କୌଣସି ଅତିରିକ୍ତ ଚାର୍ଜ ବିନା 5G ସେବା ମିଳିବ । ତେବେ, ଏହି ଅଫର ଲଞ୍ଚ କରିବା ସମୟରେ କମ୍ପାନୀ କହିଛି ଯେ, ଏହି ସେବା ନିର୍ଦ୍ଦିଷ୍ଟ ୟୁଜର୍ସଙ୍କୁ ହିଁ ମିଳିବ, ଯାହା ଇନଭାଇଟ୍ ଆଧାରିତ ହେବ । ଅର୍ଥାତ କମ୍ପାନୀ ୟୁଜର୍ସଙ୍କୁ Jio Welcome Offer ର ଇନଭାଇଟ୍ ପଠାଇବ ।

Jio Welcome Offer: ଆପଣଙ୍କୁ ମିଳିଛି କି ଜିଓ 5G ୱେଲକମ୍ ଅଫର, ଏପରି ସହଜ ଉପାୟରେ କରନ୍ତୁ ରେଜିଷ୍ଟ୍ରେସନ

Jio Welcome Offer: ଭାରତରେ 5G ସେବା (5G Service in India) ଆରମ୍ଭ ହୋଇସାରିଛି । ଉଭୟ ଜିଓ (Jio 5G) ଓ ଏୟାରଟେଲ୍ ସେମାନଙ୍କର 5G ସେବାକୁ ଅନେକ ସହରକୁ ବିସ୍ତାର କରୁଛନ୍ତି । ଏୟାରଟେଲ (Airtel 5G) ନିଜର ଉପଭୋକ୍ତାମାନଙ୍କୁ 5G ନେଟୱାର୍କ ଏକ୍ସପିରିୟନ୍ସ କରିବାର ସୁଯୋଗ ଦେଉଛି । ସେପଟେ ଜିଓ ନିଜର ସେବାକୁ କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ଲାଇଭ୍ କରିଛି । ଏହି ସେବା ପାଇଁ କମ୍ପାନୀ ୟୁଜର୍ସଙ୍କୁ ଜିଓ ୱେଲକମ୍ ଅଫର (Jio Welcome Offer) ମଧ୍ୟ ଦେଉଛି । ଏହି ୱେଲକମ୍ ଅଫର ଅନୁଯାୟୀ ଗ୍ରାହକମାନଙ୍କୁ କୌଣସି ଅତିରିକ୍ତ ଚାର୍ଜ ବିନା 5G ସେବା ମିଳିବ । ତେବେ, ଏହି ଅଫର ଲଞ୍ଚ କରିବା ସମୟରେ କମ୍ପାନୀ କହିଛି ଯେ, ଏହି ସେବା ନିର୍ଦ୍ଦିଷ୍ଟ ୟୁଜର୍ସଙ୍କୁ ହିଁ ମିଳିବ, ଯାହା ଇନଭାଇଟ୍ ଆଧାରିତ ହେବ । ଅର୍ଥାତ କମ୍ପାନୀ ୟୁଜର୍ସଙ୍କୁ Jio Welcome Offer ର ଇନଭାଇଟ୍ ପଠାଇବ ।

କିପରି ପାଇବେ  Jio Welcome Offer?

Jio Welcome Offer ପାଇଁ ୟୁଜର୍ସମାନଙ୍କୁ ଇନଭାଇଟ୍ ପଠାଇବାର ଅଛି ।  କିଛି ୟୁଜର୍ସଙ୍କୁ ଏଥିପାଇଁ ରେଜିଷ୍ଟ୍ରେସନର ବିକଳ୍ପ ଦେଖାଯାଉଥିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ My Jio ଆପକୁ ଯିବାକୁ ପଡ଼ିବ । ଏଠାରେ ଆପଣ ନିଜେ ହୋମ ସ୍କ୍ରିନରେ Jio Welcome Offer ର ବିକଳ୍ପ ପାଇବେ । ଯଦି ଆପଣ Jio Welcome Offerର ବ୍ୟାନର ଦେଖୁଛନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଅନ୍ୟ ପଟେ, ଯଦି ବିକଳ୍ପ ଦେଖାଯାଉ ନାହିଁ, ତେବେ ପେଜକୁ ରିଫ୍ରେଶ କରନ୍ତୁ । Jio Welcome Offerର ପେଜରେ କ୍ଲିକ୍ କରିବା ମାତ୍ରେ ଆପଣ ଅନ୍ୟ ଏକ ପେଜରେ ପହଞ୍ଚିବେ, ଯେଉଁଥିରେ Jio True 5G ସମ୍ବନ୍ଧୀୟ ସୂଚନା ରହିବ ।

ଏହି ଉପାୟରେ ଆପଣ ଆପଣଙ୍କର ଆଗ୍ରହକୁ ପଞ୍ଜିକରଣ କରିପାରିବେ । ଏହା ପରେ ୟୁଜର୍ସମାନଙ୍କୁ Jio ରୁ କନ୍ଫର୍ମେଶନ ଆସିବାର ଅପେକ୍ଷା କରିବାକୁ ପଡିବ । ଏହି ଉପାୟରେ ଆପଣ Jio Welcome Offer ପାଇଁ ନିଜ ନମ୍ୱରକୁ ରେଜିଷ୍ଟ୍ରେସନ କରିପାରିବେ । ମନେରଖନ୍ତୁ ଯେ Jio 5G ସେବା ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ସହରରେ ଉପଲବ୍ଧ ରହିଛି । ଏହା ସାରା ଦେଶରେ ଉପଲବ୍ଧ ନୁହେଁ । Jio 5G ସେବା ପାଇଁ ଆପଣଙ୍କୁ ବର୍ତ୍ତମାନ ଏକ ନୂତନ ସିମ୍ କାର୍ଡ ନେବାକୁ ପଡିବ ନାହିଁ । ଉପଭୋକ୍ତାମାନେ କେବଳ ବର୍ତ୍ତମାନର ସିମ୍ କାର୍ଡରେ Jio 5G ସେବା ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଅଫିସିଆଲ୍ ରିଚାର୍ଜ ପ୍ଲାନ୍ ଜାରି କରାଯାଇ ନାହିଁ । ଆଜ୍ଞା ହଁ, କିଛି ରିପୋର୍ଟ ଦାବି କରିଛି ଯେ, ଜିଓର 5G ସେବାକୁ ବ୍ୟବହାର କରିବା ପାଇଁ ଉପଭୋକ୍ତାଙ୍କୁ ଅତି କମରେ ୨୩୯ ଟଙ୍କା କିମ୍ବା ତା’ଠାରୁ ଅଧିକ ରିଚାର୍ଜ କରିବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ:-ଗୌତମ ଗମ୍ଭୀର ପୁଣିଥରେ ବିରାଟ କୋହଲିଙ୍କୁ ନେଇ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ବିରୋଧରେ ପୁଣି ଆସିଲା 'Cheating'ର ଅଭିଯୋଗ, ଭାରତ-ବାଂଲାଦେଶ ମ୍ୟାଚର ଏହି ଘଟଣାକୁ ନେଇ ଦେଖାଦେଲା ବିବାଦ

ଅଧିକ ପଢ଼ନ୍ତୁ:-ବାଂଲାଦେଶର ପରାଜୟ ପରେ ଶାକିବ ଅଲ ହାସନଙ୍କ ଅଜବ ବୟାନ, ଏହି ଖେଳାଳିଙ୍କୁ ପରାଜୟ ପାଇଁ କଲେ ଦାୟୀ!

 

ଏଠାରେ କହି ରଖୁଛୁ ଯେ, ଜିଓ ପ୍ରାରମ୍ଭରେ କେବଳ ୪ଟି ସହରରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରାଣାସୀରେ ନିଜର 5G ସେବା ଆରମ୍ଭ କରିଥିଲା । ଅବଶ୍ୟ ପରେ କମ୍ପାନୀ 5G ସେବାକୁ ଅନ୍ୟ ଦୁଇଟି ସହରକୁ ବିସ୍ତାର କରିଛି । ବର୍ତ୍ତମାନ ଚେନ୍ନାଇରେ ଜିଓର ସେବା ମଧ୍ୟ ଉପଲବ୍ଧ ଅଛି । ଏଥି ସହିତ ରାଜସ୍ଥାନର ନାଥଦ୍ୱାରରେ Jio True 5G ଆଧାରିତ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି ।