୪୪ ବର୍ଷ ଧରି ବାବା ବଦ୍ରିନାଥଙ୍କ ପ୍ରଥମ ଦର୍ଶନ କରୁଛନ୍ତି ଏହି ବ୍ୟକ୍ତି
Advertisement
Article Detail0/zeeodisha/odisha2245105

୪୪ ବର୍ଷ ଧରି ବାବା ବଦ୍ରିନାଥଙ୍କ ପ୍ରଥମ ଦର୍ଶନ କରୁଛନ୍ତି ଏହି ବ୍ୟକ୍ତି

Chardham Yatra 2024: କାନପୁର ବାସିନ୍ଦା ରାଜୀବ ଶର୍ମା ଦୀର୍ଘ ୪୪ ବର୍ଷ ଧରି ବାବା ବଦ୍ରିନାଥଙ୍କ ପ୍ରଥମ ଦର୍ଶନ କରିଆସୁଛନ୍ତି । ମନ୍ଦିର କବାଟ ଖୋଲାଯିବା ସମୟରେ ପ୍ରଥମେ ଥାଆନ୍ତି ରାଜୀବ ।

୪୪ ବର୍ଷ ଧରି ବାବା ବଦ୍ରିନାଥଙ୍କ ପ୍ରଥମ ଦର୍ଶନ କରୁଛନ୍ତି ଏହି ବ୍ୟକ୍ତି

Badrinath Dham: ବର୍ଷେ ନୁହେଁ କି ୨ ବର୍ଷ ନୁହେଁ, ଦୀର୍ଘ ୪୪ ବର୍ଷ ଧରି କାନପୁରରୁ ଆସି ବଦ୍ରିନାଥ ଧାମରେ ପହଞ୍ଚି ପ୍ରଥମ ଦର୍ଶନ କରୁଛନ୍ତି କାନପୁରର ରାଜୀବ ଶର୍ମା । ଆଜି ବାବା ବଦ୍ରିନାଥଙ୍କ ଦର୍ଶନ ପାଇଁ ଗତକାଲିଠାରୁ ମନ୍ଦିର ନିକଟରେ ପହଞ୍ଚିଥିଲେ ଶ୍ରଦ୍ଧାଳୁ । ଶନିବାର ରାତି ୩ଟାରୁ ଭକ୍ତମାନେ ଲାଇନ୍ ଲଗାଇ ଛିଡା ହୋଇଥିଲେ । ଥଣ୍ଡା ଅଧିକ ଥିବା ସତ୍ୱେ ଭକ୍ତମାନେ ଭକ୍ତିର ସହ ପ୍ରଭୁଙ୍କ ଆଶିଷ ନେବା ପାଇଁ ଅପେକ୍ଷା କରିଥିଲେ ।

ପ୍ରତିବର୍ଷ ପରି ଏଥର ମଧ୍ୟ ବାବା ବଦ୍ରିନାଥଙ୍କ ପ୍ରଥମ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି ରାଜୀବ ଶର୍ମା । ପ୍ରଥମେ ଦର୍ଶନ କରିବା ପାଇଁ ରାଜୀବ ପ୍ରଥମେ ଲାଇନରେ ବସିଥିଲେ । ରାଜୀବଙ୍କ କହିବାନୁଯାୟୀ ସେ ୧୯୮୦ ମସିହାରୁ ପ୍ରତିବର୍ଷ ବାବାଙ୍କ ଦର୍ଶନ କରିଆସୁଛନ୍ତି । ପ୍ରତିବର୍ଷ ପ୍ରଭୁ ବଦ୍ରିନାଥଙ୍କ ଦର୍ଶନ କେବେ ଆରମ୍ଭ ହେବ ଜାଣିବା ପାଇଁ ରାଜୀବଙ୍କ ମନରେ ଉତ୍କଣ୍ଠା ରହିଥାଏ । ତାରିଖ ଘୋଷଣା ପରେ ସମୟ ପୂର୍ବରୁ ରାଜୀବ ବଦ୍ରିନାଥ ଧାମକୁ ଯାତ୍ରା ଆରମ୍ଭ କରିଥାନ୍ତି । ଚଳିତଥର ରାଜୀବ ଶନିବାର ସକାଳ ସମୟରେ ବଦ୍ରିନାଥ ଧାମରେ ପହଞ୍ଚିଥିଲେ । ମନ୍ଦିର ନିକଟରେ ପ୍ରଭୁଙ୍କ ଭଜନ କିର୍ତ୍ତନ ଜପ କରିଥିଲେ । ଆଜି (ରବିବାର) ଦର୍ଶନ ପରେ ସେ ପୁଣି ନିଜ ଘର କାନପୁରକୁ ଫେରିଯିବେ ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବଦ୍ରିନାଥ ଧାମ ଆଜି ଭକ୍ତଙ୍କ ଦର୍ଶନ ପାଇଁ ଖୋଲା ଯାଇଛି । ପ୍ରାୟ ୬ମାସ ବନ୍ଦ ରହିବା ପରେ ଆଜି ୧୨ ମଇରେ ଭକ୍ତଙ୍କ ପାଇଁ ଖୋଲା ଯାଇଥିଲା ମନ୍ଦିର । ବଦ୍ରିନାଥ ଧାମର ଫାଟକ ଖୋଲିବା ସମୟରେ ସେନା ବ୍ୟାଣ୍ଡର ସ୍ୱର ଶୁଣିବାକୁ ମିଳିଥିଲା । ପୂର୍ଣ୍ଣ ରୀତିନୀତି ଅନୁଯାୟୀ ବୈଦିକ ମନ୍ତ୍ର ଜପରେ ପ୍ରକମ୍ପିତ ହୋଇଥିଲା ଧାମ । ମନ୍ଦିରର କବାଟ ଖୋଲିବା ମାତ୍ରେ ଶ୍ରଦ୍ଧାଳୁମାନେ ଜୟ ବଦ୍ରିନାଥ ଉଚ୍ଚାରଣ କରିଥିଲେ । ଭକ୍ତମାନଙ୍କୁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପ୍ରଥମ ଦିନରେ ବଦ୍ରିନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭିଡ ଲଗାଇଥିଲେ । ସମ୍ପୂର୍ଣ୍ଣ ମନ୍ଦିରକୁ ଫୁଲରେ ସଜା ଯାଇଥିବା ସମୟରେ ଖୁବ ଆକର୍ଷଣୀୟ ଲାଗୁଥିଲା ମନ୍ଦିର ପରିସର ।

୨୦୨୩ ମସିହା ନଭେମ୍ବର ୧୮ ତାରିଖରୁ ଶ୍ରୀ ବଦ୍ରିନାଥ ଧାମ ଦ୍ୱାର ବନ୍ଦ ରହିଥିଲା । ଉତ୍ତରାଖଣ୍ଡରେ ଉପସ୍ଥିତ ଥିବା ଚାରୋଟି ଧାମ ମଧ୍ୟରୁ ଶୁକ୍ରବାର (ମଇ ୧୦) ତଥା ପବିତ୍ର ଅକ୍ଷୟ ତୃତୀୟା ପର୍ବ ଦିନ ତିନୋଟି ଧାମର ଦ୍ୱାର ଖୋଲା ଯାଇଥିଲା । ସେଗୁଡିକ ହେଉଛି କେଦାରନାଥ ଧାମ, ଗଙ୍ଗୋତ୍ରୀ ଧାମ ଏବଂ ଶ୍ରୀ ଯମୁନେତ୍ରୀ ଧାମ ।

ଭକ୍ତଙ୍କ ପାଇଁ ବଦ୍ରିନାଥଙ୍କ ଦ୍ୱାର ଖୋଲାଯିବା ପୂର୍ବରୁ ଋଷିକେଶ ଶ୍ରୀ ବଦ୍ରିନାଥ ପୁଷ୍ପ ସେବା ସମିତିଙ୍କ ସହାୟତାରେ ମନ୍ଦିରଟିକୁ ଖୁବ ସୁନ୍ଦର ଭାବେ ସଜାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିଥର ମନ୍ଦିର ସଜାଇବା କାମରେ ପ୍ରାୟ ୧୫ କ୍ୱିଣ୍ଟାଲ ଫୁଲ ବ୍ୟବହାର କରାଯାଇଛି । ମନ୍ଦିରର କବାଟ ଖୋଲିବା ପୂର୍ବରୁ ପରମ୍ପରା ଅନୁଯାୟୀ ରୀତିନୀତି ଏବଂ ପୂଜା ପାଇଁ କମିଟି ଦ୍ୱାରା ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଥିଲା।

ହିନ୍ଦୁମାନଙ୍କ ପାଇଁ ଶ୍ରୀ ବଦ୍ରିନାଥ ଧାମର ବିଶେଷ ମହତ୍ୱ ରହିଛି । ଜଗତର ରକ୍ଷକ ଭଗବାନ ବିଷ୍ଣୁଙ୍କୁ ତାଙ୍କ ଭକ୍ତମାନେ ଏହି ଧାମରେ ​​ପୂଜା କରିଥାନ୍ତି । ବଦ୍ରିନାଥ ଧାମ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଗରୱାଲ ଅଞ୍ଚଳରେ ଅବସ୍ଥିତ । ଏହି ଧାମ ସମୁଦ୍ର ପତ୍ତନ ଠାରୁ ୩,୧୩୩ ମିଟର ଉଚ୍ଚରେ ଅବସ୍ଥିତ । ଉତ୍ତରାଖଣ୍ଡରେ ଅବସ୍ଥିତ ଚାରି ଧାମକୁ ତୀର୍ଥଯାତ୍ରା ୧୦ ମଇରୁ ଆରମ୍ଭ ହୋଇଛି । ଗତ ଶୁକ୍ରବାର ଠାରୁ ତିନି ଧାମରେ ​​ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ, ପ୍ରଥମ ଦିନରେ ପ୍ରାୟ ୨୯ ହଜାର ଶ୍ରଦ୍ଧାଳୁ କେଦାରନାଥ ଧାମ ପରିଦର୍ଶନ କରିଥିଲେ । କେଦାରନାଥ ଧାମରେ ​​ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପହଞ୍ଚି ଭକ୍ତଙ୍କୁ ସ୍ୱାଗତ କରିବା ସହ ନିରାପଦ ଯାତ୍ରା ପାଇଁ କାମନା କରିଥିଲେ।

Also Read- Surya Nakshatra Parivartan 2024: ୧୧ ମଇରୁ ୩ ରାଶି ପାଇଁ ଆରମ୍ଭ ହୋଇଛି ଶୁଭ ସମୟ, ବର୍ଷିବ ଧନ