Odisha Daily News Live: ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପାଇଁ ସରିଲା ପ୍ରଚାର, ପଢ଼ନ୍ତୁ ଦିନର କିଛି ବଡ଼ ଖବର
Advertisement
Article Detail0/zeeodisha/odisha2243161

Odisha Daily News Live: ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପାଇଁ ସରିଲା ପ୍ରଚାର, ପଢ଼ନ୍ତୁ ଦିନର କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପାଇଁ ସରିଲା ପ୍ରଚାର, ପଢ଼ନ୍ତୁ ଦିନର କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

11 May 2024
22:43 PM

Naveen Patnaik on PM Modi: ପ୍ରଧାନମନ୍ତ୍ରୀଙ୍କ ଚ୍ୟାଲେଞ୍ଜ ପରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଏହାର ଜବାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ମୋର କ'ଣ ମନେ ଅଛି କି ନାହିଁ ଓଡ଼ିଶାବାସୀ  ୨୪ ବର୍ଷ ଧରି ଜାଣିଛନ୍ତି। ପଢ଼ନ୍ତୁ ପୂରା ଖବର...

21:21 PM

PM Modi On Naveen Patnaik: ଲୋକସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ (୧୧ ମେ') ଓଡ଼ିଶାର କନ୍ଦମାଳ ଠାରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡିକୁ ଜୋରଦାର ଟାର୍ଗେଟ କରିଛନ୍ତି। ଏହି ରାଲି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସିଏମ ନବୀନ ପଟ୍ଟନାୟକଙ୍କୁ ଓଡି଼ଶାର ସମସ୍ତ ଜିଲ୍ଲାର ନାମ ନଦେଖି କହିବାକୁ ଚ୍ୟାଲେଞ୍ଜ କରିଥିଲେ। ପଢ଼ନ୍ତୁ ପୂରା ଖବର...

19:42 PM

Floods in Afghanistan: ଆଫଗାନିସ୍ତାନରେ ହଠାତ୍ ବନ୍ୟା ଯୋଗୁଁ ୩୦୦ ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇଥିବା ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସୂଚନା ଦେଇଛି। ଦେଶର ଉତ୍ତର ଅଞ୍ଚଳ ବନ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ପଢ଼ନ୍ତୁ ପୂରା ଖବର...

 

17:02 PM

Lok Sabha Elections 2024: ଶନିବାର ଦିନ (୧୧ ମେ) ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଅମିତ ଶାହା କହିଛନ୍ତି, ମୁଁ ଅରବିନ୍ଦ କେଜ୍ରିୱାଲ ଓ ଇଣ୍ଡିଆ ମେଣ୍ଟକୁ କହୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭୫ ବର୍ଷ ପୂରଣ ଯୋଗୁଁ ଖୁସି ହେବାର କୌଣସି ଆବଶ୍ୟକତା ନାହିଁ। ବିଜେପିର ସମ୍ବିଧାନରେ ଏହା ଲେଖା ନାହିଁ ଯେ ପିଏମ ମୋଦୀ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ସେ ପୁନର୍ବାର ପ୍ରଧାନମନ୍ତ୍ରୀ ହେବେ ଓ କାର୍ଯ୍ୟକାଳ ଶେଷ କରିବେ।

15:47 PM

Rishabh Pant suspended: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବିତ କରାଯାଇଛି। ଏହା ବ୍ୟତୀତ ଋଷଭ ପନ୍ତଙ୍କ ସମେତ ସମଗ୍ର ଦଳ ଉପରେ ମଧ୍ୟ ଜରିମାନା ଲାଗୁ କରାଯାଇଛି। ପଢ଼ନ୍ତୁ ପୂରା ଖବର...

15:28 PM

Arvind Kejriwal on PM Modi and Amit Shah: ତିହାର ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଦିନ (୧୧ ମେ) ଜନସାଧାରଣଙ୍କ ସହ ଯୋଡ଼ିଥିଲେ। ଜେଲରୁ ବାହାରିବା ପରେ ସିଏମ୍ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ସର୍ବପ୍ରଥମେ ସିଏମ୍ କେଜ୍ରିୱାଲ କହିଛନ୍ତି ଯେ ଏହି ଲୋକସଭା ନିର୍ବାଚନରେ ​​ସରକାର ବିଜେପି ଦ୍ୱାରା ନୁହେଁ ବରଂ ଇଣ୍ଡିଆ ଆଲାଇନ୍ସ ଦ୍ୱାରା ଗଠନ ହେବ। ତେବେ ସେ ଏକ ବଡ ଦାବି କରି କହିଛନ୍ତି ଯେ ଯଦି ବିଜେପି ସରକାର ଗଠନ ହୁଏ ତେବେ ମଧ୍ୟ ନରେନ୍ଦ୍ର ମୋଦୀ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ନାହିଁ। ପଢ଼ନ୍ତୁ ପୂରା ଖବର...

15:04 PM

UGC NET ପାଇଁ ଆବେଦନ କରିବାର ଶେଷ ତାରିଖ ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ୧୦ ମଇ ୨୦୨୪ ଥିଲା। ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ପରୀକ୍ଷା ଫି ମେ ୧୬ ପର୍ଯ୍ୟନ୍ତ ଜମା କରାଯାଇହେବ।

13:55 PM

ବଲାଙ୍ଗୀରରେ ମୋଦୀଙ୍କ ଗର୍ଜନ, ବାଜାବାଣ ବଜାଇ ବିଜେଡିକୁ ବିଦାକର...ପଢନ୍ତୁ ପୂରା ଖବର

13:14 PM

ବଲାଙ୍ଗୀର ମାଟିରେ ମୋଦୀ...
ଗର୍ଭବତୀ ମହିଳାଙ୍କୁ ସଠିକ୍ ଭାବେ ପୋଷଣ ମିଳୁ ସେଥିପାଇଁ ଦିଲ୍ଲୀରୁ ୬ ହଜାର ଟଙ୍କା ପଠାନ୍ତି ସରକାର। ହେଲେ ଏଠାକାର ସରକାର ତାହାକୁ କାର୍ଯ୍ୟକାରୀ କରିବାକୁ ଦେଉନାହାଁନ୍ତି ସେଥିପାଇଁ ଲୋକଙ୍କୁ ସେବା ମିଳୁନି । ତେବେ ଏମିତି ସରକାରକୁ ହଟାଇବାକୁ ଆହ୍ୱାନ ଦେଲେ ମୋଦୀ । 

13:11 PM

ବଲାଙ୍ଗୀର ମାଟିରେ ମୋଦୀ...
ବିଜେପି ସରକାର ଆସିଲେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ। ବିଜେପି ସରକାର ହୋମ ଷ୍ଟେ ଉପରେ ମଧ୍ୟ କାମ କରୁଛନ୍ତି। ଭାଜପା ସରକାର ଶୁଭଦ୍ରା ଯୋଜନା ମଧ୍ୟ ଆଣୁଛି ବିଜେପି। 

 

 

13:10 PM

ବଲାଙ୍ଗୀର ମାଟିରେ ମୋଦୀ...
କପାଚାଷୀଙ୍କ ସମସ୍ୟା ବୁଝିବ ବିଜେପି ସରକାର। ସେହିପରି ରୋଜଗାର ଠୁ ଆରମ୍ଭ କରି ସିଞ୍ଚନ ବ୍ୟବସ୍ଥା କରିବ ବିଜେପି ସରକାର ଏହା ହେଉଛି ମୋଦୀ ଗ୍ୟାରେଣ୍ଟି ।  

13:09 PM

ବଲାଙ୍ଗୀର ମାଟିରେ ମୋଦୀ...
ରାଜ୍ୟ ସରକାର ଏଠାରେ ଥିବା ଚାଷୀଙ୍କୁ ବହୁତ ହଇରାଣ କରିଛନ୍ତି । ଧାନର ଏମଏସପି ମୂଲ୍ୟ ସଠିକ୍ ଭାବେ ଚାଷୀ ପାଉନାହାଁନ୍ତି। ହେଲେ ବିଜେପି ସରକାର ଆସିଲେ ଧାନର ଏମଏସପି ମୂଲ୍ୟ ଚାଷୀଙ୍କୁ ୩୧୦୦ ଟଙ୍କା ପ୍ରଦାନ କରାଯିବ। 

 

13:07 PM

ବଲାଙ୍ଗୀର ମାଟିରେ ମୋଦୀ...
୨୫ ବର୍ଷ ହେଲାଣି ଶାସନ କଲାଣି ବିଜେଡି । ହେଲେ ଲୋକଙ୍କ ଦୁଃଖ ବୁଝିଲାନି ସରକାର । ବିଜେଡି ନେତାଙ୍କ ଘରେ କୋଠା, ଗାଡି ସବୁ ହେଲା ହେଲେ ଏଠାରେ ଲୋକମାନେ ଦାଦନ ଖଟିବାକୁ ଯାଉଛନ୍ତି ରାଜ୍ୟ ବାହାରକୁ। 

13:05 PM

ବଲାଙ୍ଗୀର ମାଟିରେ ମୋଦୀ...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ । କଣ୍ଟାବାଞ୍ଜିର ୧୦ ଟି ଗାଁ ର ନାଁ ବି କହିପାରିବେନି ମୁଖ୍ୟମନ୍ତ୍ରୀ ଏମିତି କହି କଟାକ୍ଷ କଲେ ମୋଦୀ।  

13:03 PM

ବଲାଙ୍ଗୀର ମାଟିରେ ମୋଦୀ...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରଚାରରେ ଆସିଲେ ତାଙ୍କୁ ପ୍ରଶ୍ନ କରିବାକୁ ଦେଲେ ଆହ୍ୱାନ। 

13:00 PM

ବଲାଙ୍ଗୀର ମାଟିରେ ମୋଦୀ...
ଓଡ଼ିଶାର ଅସ୍ମିତାକୁ ବଞ୍ଚାଇବାକୁ ଦେଲେ ଆହ୍ୱାନ। ଓଡ଼ିଶା ହିନ୍ଦୁସ୍ତାନର ଗୋଟେ ଧନୀ ରାଜ୍ୟ ହେଲେ ଆଜି ଗରିବୀ ଏଠାରେ ଦେଖିବାକୁ ମିଳୁଛି। 

13:00 PM

ବଲାଙ୍ଗୀର ମାଟିରେ ମୋଦୀ...
ଓଡ଼ିଶାର ଅସ୍ମିତାକୁ ବଞ୍ଚାଇବାକୁ ଦେଲେ ଆହ୍ୱାନ। ଓଡ଼ିଶା ହିନ୍ଦୁସ୍ତାନର ଗୋଟେ ଧନୀ ରାଜ୍ୟ ହେଲେ ଆଜି ଗରିବୀ ଏଠାରେ ଦେଖିବାକୁ ମିଳୁଛି। 

12:56 PM

ବଲାଙ୍ଗୀର ମାଟିରେ ମୋଦୀ...
ପୁଣି ଦୋହରାଇଲେ ମୋଦୀ, ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଜୁନ୍ ୪ । ୧୦ ଜୁନ କୁ ଭୁବନେଶ୍ୱର ଆସିବାକୁ ଆହ୍ୱାନ ଦେଲେ ମୋଦୀ । କହିଲେ ବିଜେପି ଜୁନ୍ ୧୦ ରେ ନିଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବ। ଆଉ ସେହି ଲୋକ ମୁଖ୍ୟମନ୍ତ୍ରୀ ହେବ ଯିଏ ଓଡ଼ିଶାରେ ଜନ୍ମ ହୋଇଥିବ, ଯିଏ ଓଡ଼ିଶାର ସଂସ୍କୃତି ବୁଝିପାରୁଥିବ ଯିଏ ଲୋକଙ୍କ କଷ୍ଟ ବୁଝିପାରୁଥିବ। ଏହାହେଉଛି ମୋଦୀ ଗ୍ୟାରେଣ୍ଟି। 

12:56 PM

ବଲାଙ୍ଗୀର ମାଟିରେ ମୋଦୀ...
ହେଲେ ଏବେ ଓଡ଼ିଶାର ସ୍ଥିତି ଦେଖିଲେ ଭାରି କଷ୍ଟ ଲାଗୁଛି। ଓଡ଼ିଶା ଏବେ ସଙ୍କଟ ଘେରରେ ରହିଛି। 

 

12:53 PM

ବଲାଙ୍ଗୀର ମାଟିରେ ମୋଦୀ...
ଓଡ଼ିଶାର ଲୋକ ବହୁତ ସ୍ବାଭିମାନୀ । ମହାପୁରୁଷ ବକ୍ସି ଜଗବନ୍ଧୁ, ଶହୀଦ ବାଜି ରାଉତ, ବିଜୁ ବାବୁ, ହରେକୃଷ୍ଣ ମହତାବ, ଗୋପବନ୍ଧୁ ଦାସଙ୍କୁ ମନେ ପକାଇଲେ ମୋଦୀ । ଏହି ମହାପୁରୁଷ ମାନେ ଓଡ଼ିଶା ପାଇଁ ଅନେକ କିଛି କାମ କରିଛନ୍ତି। 

12:53 PM

ବଲାଙ୍ଗୀର ମାଟିରେ ମୋଦୀ...
ଜୀ-20 ସମ୍ମିଳନୀରେ କୋଣାର୍କ ଚକ୍ର ସାମ୍ନାରେ ହିଁ ସବୁ ବିଦେଶୀ ଅତିଥିଙ୍କ ସହ ଫଟୋ ଉଠାଯାଇଥିଲା। ଓଡ଼ିଶାର ଭୋଟ କାରଣରୁ ଏସବୁ ଉନ୍ନତି ହୋଇଛି ବୋଲି ମୋଦୀ କହିଛନ୍ତି। ଓଡ଼ିଶାର ଝିଅଙ୍କୁ ନେଇ ପୂରା ଦେଶ ଗୌରବ୍ୱାନିତ । 

12:51 PM

ବଲାଙ୍ଗୀର ମାଟିରେ ମୋଦୀ...
ଓଡ଼ିଶାର ୪ ଜଣଙ୍କୁ ପଦ୍ମ ପୁରସ୍କାର ବିଜେପି ସରକାର ପ୍ରଦାନ କରିଛି । ଏହାସହ ଓଡ଼ିଶା ସଂସ୍କୃତିକୁ ବହୁତ ସମ୍ମାନ କରିଛି ବିଜେପି ସରକାର। ଓଡ଼ିଶାର ଝିଅକୁ ରାଷ୍ଟ୍ରପତି କରିଛି ଆମ ସରକାର। 

12:49 PM

ବଲାଙ୍ଗୀର ମାଟିରେ ମୋଦୀ...
ମା’ ପାଟଣେଶ୍ୱରୀଙ୍କୁ ଜୁହାର ଜଣାଇ  ପ୍ରଧାନମନ୍ତ୍ରୀ ମୋଦୀ ବଲାଙ୍ଗୀରରେ ଉଦବୋଧନ ଆରମ୍ଭ କରିଛନ୍ତି। ପ୍ରଥମ ଧାଡ଼ିରେ ଓଡ଼ିଶାରେ ବିଜେଡି ସରକାରର ବିଦାୟୀ କାଉଣ୍ଟ ଡାଉନ୍‍ ଆରମ୍ଭ ହୋଇଗଲାଣି ବୋଲି କହିଲେ। 

ମୋଦୀ ପ୍ରଧାନମନ୍ତ୍ରୀ ହେଲା ପରେ ଓଡ଼ିଶା ଆସିଲା କି? ହଜାର ବର୍ଷ ପୁରୁଣା ଏହାର ସଂସ୍କୃତି କିନ୍ତୁ କଂଗ୍ରେସ ଖାଲି ଏଠାର ଗରିବୀ ଛବି ଦୁନିଆକୁ ଦେଖାଇଥିଲା। ବିଜେଡି ସରକାର ନା ଗରିବୀ ଦୂର କରିବାକୁ କିଛି କରିଲେ ନା କଂଗ୍ରେସ ପ୍ରୟାସକୁ ରୋକିବାର ସାହସ କରିପାରିଲେ। କିନ୍ତୁ ବନଦ୍ଧୁଗଣ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଏ ପୁଅ ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟକୁ ଭାରତ ମାତାର ସର୍ବଶ୍ରେଷ୍ଠ ଆଭୂଷଣ ଭାବେ ଗ୍ରହଣ କରିଛନ୍ତି।

12:48 PM

ବଲାଙ୍ଗୀର ମାଟିରେ ମୋଦୀ...
ଓଡ଼ିଶାରେ ବିଜେଡି ସରକାରର ପତନ ନେଇ କାଉଣ୍ଟ ଡାଉନ ଆରମ୍ଭ 

12:47 PM

ବଲାଙ୍ଗୀର ମାଟିରେ ମୋଦୀ...
ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମା ପାଟଣେଶ୍ୱରୀଙ୍କୁ ମନେପକାଇ ଆରମ୍ଭ କଲେ ଅଭିଭାଷଣ 

12:46 PM

ବଲାଙ୍ଗୀର ମାଟିରେ ମୋଦୀ...

ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ ନାରାରେ କମ୍ପିଲା ବଲାଙ୍ଗୀର

 

12:46 PM

ବଲାଙ୍ଗୀର ମାଟିରେ ମୋଦୀ...

ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ ନାରାରେ କମ୍ପିଲା ବଲାଙ୍ଗୀର

 

12:44 PM

ବଲାଙ୍ଗୀର ମାଟିରେ ମୋଦୀ...

ମୋଦୀ ମୋଦୀ ନାରାରେ କମ୍ପିଲା ବଲାଙ୍ଗୀର

 

12:37 PM

ବଲାଙ୍ଗୀର ମାଟିରେ ମୋଦୀ....

ମଞ୍ଚରେ ସ୍ୱାଗତ କଲେ ଦଳୀୟ କର୍ମୀ ଓ ନେତା 

12:35 PM

ବଲାଙ୍ଗୀର ମାଟିରେ ମୋଦୀ....

ମଞ୍ଚରେ ମଞ୍ଚାସୀନ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ....

12:24 PM

ବଲାଙ୍ଗୀର ମାଟିରେ ମୋଦୀ....

 

11:34 AM

Odisha News Live Updates: ଫୁଲବାଣୀରେ ମୋଦୀ
ଯିଏ ଓଡ଼ିଶା ଜିଲ୍ଲାର ନାଁ କହି ପାରିବେନି ସିଏ କିଭଳି ଭାବରେ ଆପଣଙ୍କ ଦୁଃଖ ବୁଝିବେ ବୋଲି କହି ନବୀନଙ୍କୁ ସିଧା ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। 

11:33 AM

Odisha News Live Updates: ଫୁଲବାଣୀରେ ମୋଦୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରଧାନମନ୍ତ୍ରୀ। ବିନା ଲେଖାରେ ଜିଲ୍ଲାର ନାଁ ଓ ତାହାର ମୁଖ୍ୟାଳୟର ନାଁ କହିବାକୁ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରଧାନମନ୍ତ୍ରୀ। 

11:31 AM

Odisha News Live Updates: ଫୁଲବାଣୀରେ ମୋଦୀ
କନ୍ଧମାଳରୁ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ମୋଦୀ। କନ୍ଧମାଳରେ ଏକ ଲକ୍ଷ ଆବାସିକ ସ୍କୁଲ କରିବାକୁ ଯୋଜନା ରଖିଛି। କିନ୍ତୁ ରାଜ୍ୟ ସରକାର ଏହା କରାଇ ଦେଉନାହାନ୍ତି। କନ୍ଧମାଳ ଉନ୍ନତି କରିବାକୁ ହେଲେ ବିଜେଡି ସରକାରଙ୍କୁ ହଟାନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

11:28 AM

Odisha News Live Updates: ଫୁଲବାଣୀରେ ମୋଦୀ
କନ୍ଧମାଳ ହଳଦୀକୁ ପ୍ରଶଂସା କଲେ ମୋଦୀ। କନ୍ଧମାଳ ହଳଦୀକୁ କେନ୍ଦ୍ର ସରକାର ଜିଆଇ ଟ୍ୟାଗ ଦେଇଥିବା ନେଇ ସୂଚନା ଦେଇଛନ୍ତି। କନ୍ଧମାଳ ହଳଦୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ ଯୋଜନା କରିଛି ରାଜ୍ୟ ବିଜେପି। ହଳଦୀ ଚାଷୀଙ୍କୁ ରୋଜଗାରକ୍ଷମ କରିବାକୁ ବିଜେପି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରିଛି। 

11:26 AM

Odisha News Live Updates: ଫୁଲବାଣୀରେ ମୋଦୀ
ପର୍ଯ୍ୟଟନ ପ୍ରସଙ୍ଗରେ ମଧ୍ୟ ମୋଦୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଦାରିଙ୍ଗିବାଡ଼ିକୁ ଓଡ଼ିଶାର କାଶ୍ମୀର ବୋଲି କହିଛନ୍ତି ମୋଦୀ। ଯୁବକଙ୍କ ପାଇଁ ମୁଦ୍ରା ଯୋଜନା ସମ୍ପର୍କରେ କହିଲେ ମୋଦୀ। ପର୍ଯ୍ୟଟନ କ୍ଷେତ୍ରରେ ଯୁବବନ୍ଧୁଙ୍କୁ ରୋଜଗାରକ୍ଷମ ହେବପାଇଁ ମୁଦ୍ରା ଯୋଜନା ଅଧିନରେ ଋଣ ଯୋଗାଇ ଦେଉଚନ୍ତି। 

11:24 AM

Odisha News Live Updates: ଫୁଲବାଣୀରେ ମୋଦୀ
ଆୟୁଷ୍ମାନ ଯୋଜନାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ମୋଦୀ। କହିଲେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନାକୁ ଲାଗୁ କରାଇ ଦେଉନାହାନ୍ତି। ଆୟୁଷ୍ମାନ ଯୋଜନାର ଫାଇଦା ଜଣାଇଲେ ମୋଦୀ। 

11:22 AM

Odisha News Live Updates: ଫୁଲବାଣୀରେ ମୋଦୀ
ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବିର କଣ ଆବଶ୍ୟକତା ଥିଲା। କେହି ରାତିରେ ଖୋଲୁଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ମୋଦୀ।

11:20 AM

Odisha News Live Updates: ଫୁଲବାଣୀରେ ମୋଦୀ
ଗରୀବିକୁ ନେଇ ମୋଦି କହିଲେ ରାଜ୍ୟରେ ଜଣେ ବି ଗରିବ ରହିବେ ନାହିଁ। ଗରିବୀ କଣ ମୁଁ ଜାଣିଛି।  ମୋଦୀ ଆପଣଙ୍କୁ ରାସନ ଦେଇଛନ୍ତି। ଖାଇବାକୁ ପିଇବାକୁ ମୋଦୀ ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

11:19 AM

Odisha News Live Updates: ଫୁଲବାଣୀରେ ମୋଦୀ
ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି କୁଆଡ଼େ ଗଲା। କାହା ପାଖକୁ ଗଲା ତାହାର କୌଣସି ସୂଚନା ନାହିଁ ବୋଲି କହିଲେ ମୋଦୀ।

11:18 AM

Odisha News Live Updates: ଫୁଲବାଣୀରେ ମୋଦୀ
ଜଗନ୍ନାଥ ଅଛନ୍ତି ତ ଜୀବନ ଅଛି। ଭଗବାନ ଜଗନ୍ନାଥଙ୍କ ବିନା ଆମର ଗତି ନାହିଁ ବୋଲି କହିଛନ୍ତି ମୋଦୀ। ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମୋଦୀ। 

11:16 AM

Odisha News Live Updates: ଫୁଲବାଣୀରେ ମୋଦୀ
ରତ୍ନ ଭଣ୍ଡାରର ଚାବି ହଜି ଯାଇଥିବା ନେଇ ଶାଣିତ ସ୍ୱରରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଏଭଳି ଦାୟିତ୍ୱହୀନ ପାଇଁ ମୋତେ ବହୁତ କଷ୍ଟ ଦେଇଛି। ଆପଣମାନେ ଜଣେ ଓଡ଼ିଆ ଭାବେ ନିଶ୍ଚିତ ଭାବେ ଆଘାତ ଦେଇଛି। ଚାବି କୁଆଡେ ହଜିଛି କେହି ଜାଣୁ ନାହାନ୍ତି। ଏନେଇ ରାଜ୍ୟ ସରକାର ବିଭିନ୍ନ ବାହାନା କରୁଛି। ନକଲି ଚାବି ମିଳିଥିବା ନେଇ ସରକାର ସଫେଇ ଦେଉଛନ୍ତି ବୋଲି ମୋଦୀ କହିଛନ୍ତି। 

11:13 AM

Odisha News Live Updates: ଫୁଲବାଣୀରେ ମୋଦୀ
୭୦ ବର୍ଷର ପୁରୁଣା ଇତିହାସକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ। ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ। ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ସୂଚୀ ସମ୍ପର୍କରେ ଉଠାଇଲେ ମୋଦୀ। ୪୫ ବର୍ଷ ପୂର୍ବରୁ ଏହାର ଗଣନା କରାଯାଇଥିବା ନେଇ ସେ କହିଛନ୍ତି। ସେହି ସମୟରେ ଏତେ ମାତ୍ରାରେ ଅଳଙ୍କାର ରହିଥିଲା ଯେ ଗଣନାକାରୀମାନେ ଥକି ଯାଇଥିଲେ। ଏତେ ସ୍ୱର୍ଣ୍ଣାଳଙ୍କାର ରହିଥିଲା ଯେ ସେମାନେ ଗଣି ଗଣି ଥକି ଯିବା ସହି ହାତ ଉଠାଇ ଦେଇଥିଲେ। ୪୦ ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇନଥିବା ନେଇ ବିଜେଡ଼ିକୁ ଶାଣିତ ସମାଲୋଚନା କରିଥିଲେ। 

11:11 AM

Odisha News Live Updates: ଫୁଲବାଣୀରେ ମୋଦୀ
ପୁଣିଥରେ ଦୋହରାଇଲେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ। କହିଲେ ଓଡ଼ିଆ ପୁଅ କିମ୍ବା ଓଡ଼ିଆ ଝିଅ ହିଁ ହେବେ ଏଠାରେ ମୁଖ୍ୟମନ୍ତ୍ରୀ। ଯିଏ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବେ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ। ଆଗାମୀ ୧୦ ଜୁନରେ ବିଜେପି ରାଜ୍ୟରେ ସରକାର ଗଠନ କରିବ। ମୁଁ ଏଠାକୁ ଆପଣଙ୍କୁ ନିମନ୍ତ୍ରଣ କରିବାକୁ ଆସିଛି। ୧୦ ଜୁନରେ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

11:10 AM

Odisha News Live Updates: ଫୁଲବାଣୀରେ ମୋଦୀ
ବିଜେପି ପାଇଁ ୫ ଶହ ବର୍ଷର ଅପେକ୍ଷା ପୁରଣ ହୋଇଛି। ଆପଣଙ୍କ ଭୋଟ ଏଠାରେ ବିଜେପି ଡବଲ ଇଞ୍ଜିନ ସରକାର ହେବ। ସେଥିପାଇଁ ଓଡ଼ିଶାର ୨୧ ସାଂସଦଙ୍କୁ ଦିଲ୍ଲୀ ପଠାଇବାକୁ ଅନୁରୋଧ କରିଛନ୍ତି ମୋଦୀ। 

11:07 AM

Odisha News Live Updates: ଫୁଲବାଣୀରେ ମୋଦୀ
୨୦୧୪, ୨୦୧୯ ଏପରିକି ୨୦୨୪ ନିର୍ବାଚନୀ ପ୍ରଚାରରେ ଗୋଟିଏ ସ୍କ୍ରିପ୍ଟ ପଢୁଛି କଂଗ୍ରେସ। ଓଡ଼ିଶାରେ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ ସରକାର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। 

11:06 AM

Odisha News Live Updates: ଫୁଲବାଣୀରେ ମୋଦୀ
ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ଅନ୍ୟ ବିଧାନସଭା ଆଶାୟୀଙ୍କ ପାଇଁ ଭୋଟ ଭିକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ। 

11:04 AM

Odisha News Live Updates: ଫୁଲବାଣୀରେ ମୋଦୀ
ଜଣେ ମା ଆସି ମୋଦେ ସ୍ୱାଗତ କଲେ। ତାଙ୍କ ବିଷୟରେ ଜାଣି ମୁଁ ଭାବ ବିହ୍ୱଳ ହୋଇପଡ଼ିଛି। ସେ ଭିକ୍ଷା ମାଗି ଜୀବନ ବିତାଉଛନ୍ତି। ତାଙ୍କ ନାଁ ତୁଳା ବେହେରା ବୋଲି ଜାଣି ମୁଁ ଭାବବିହ୍ୱଳ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସଂସଦୀୟ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ପାଇଁ ଭୋଟ ଭିକ୍ଷା କଲେ ମୋଦୀ। 

10:06 AM

Odisha News Live Updates: ଫୁଲବାଣୀରେ ମୋଦୀ
ଫୁଲବାଣୀରେ ପହଞ୍ଚିଲେ ମୋଦୀ। ଓଡ଼ିଶାବାସୀଙ୍କ ଆଶିର୍ବାଦ ମୋ ପ୍ରତି ରହିଛି ବୋଲି କହିଲେ ମୋଦୀ। 

09:45 AM

Odisha News Live Updates: ଫୁଲବାଣୀ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ରାଜଭବନରୁ ବାହାରି ଫୁଲବାଣୀ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାୟୁସେନାର ସ୍ୱତନ୍ତ୍ର ହେଲିକପଟର ଯୋଗେ ଫୁଲବାଣୀ ଅଭିମୁଖେ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦୀ।

09:45 AM

Odisha News Live Updates: ରାଉରକେଲାରେ ଭି କେ ପାଣ୍ଡିଆନ୍ 
ରାଉରକେଲାରେ ଭି.କେ ପାଣ୍ଡିଆନ୍ । ଆଜି ସକାଳୁ ରାଉରକେଲା ସେକ୍ଟର ୩ରେ ଥିବା ଜଗନ୍ନାଥଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏହା ସହ ମନ୍ଦିରର ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଗତକାଲିଠାରୁ ରାଉରକେଲା ଗସ୍ତରେ ଅଛନ୍ତି ଭି.କେ ପାଣ୍ଡିଆନ୍ । ଗତକାଲି ସନ୍ଧ୍ୟାରେ ପାଣ୍ଡିଆନ୍ ରୋଡ୍ ସୋ’ କରିଥିଲେ । ପ୍ରଥମେ ତଳସରା ବିଧାନସଭା କ୍ଷେତ୍ର ଓ ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରରେ ଦୀଳୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ଏହା ପରେ ସବଡେଗା ବ୍ଲକ ପଡ଼ିଆରେ ଆୟୋଜିତ ବିଶାଳ ନିର୍ବାଚନୀ ସମାବେଶରେ ଯୋଗଦେଇଥିଲେ ।

09:40 AM

Odisha News Live Updates: ମୋଦୀ ଖାଇଲେ ଓଡ଼ିଆ ଖାଦ୍ୟ 
ରାଜଧାନୀରେ ରୋଡ ସୋ ପରେ ରାଜଭବନରେ ରାତ୍ରୀଯାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ। ସେଠାରେ ପୁରା ଓଡିଆ ଖାଦ୍ୟ ଖାଇଲେ ମୋଦୀ। ଅବଶ୍ୟ ତାଙ୍କ ଖାଦ୍ୟ ମେନୁରେ କିଛିଟା ଗୁଜୁରାଟି ଖାଦ୍ୟ ଥିଲା। କିନ୍ତୁ ଅଧିକାଂଶ ଥିଲା ଓଡିଆ ଖାଦ୍ୟ। ରାତିରେ ମୋଦୀଙ୍କ ମେନୁରେ ରୁଟି , ସନ୍ତୁଳା ସହ ଡଲମା, ଛତୁବରା ଓ କଡି ଥିଲା। ଏହାସହ ଗୁଜୁରାଟି ମେଥି ଥେପଲା ମଧ୍ୟ ସାମିଲ ଥିଲା। ସେହିପରି ସକାଳ ଜଳିଖିଆରେ ମୋଦୀଙ୍କୁ ପରଷା ଯାଇଥିଲା ଦୋସା, ଚକୁଳି ସହ ଘୁଗୁନି ଓ ଚଟଣୀ ଓ ପୋହା। ଏହାପରେ ଜୁସ୍ ପରଷାଯାଇଥଲା। ଏକ ସ୍ୱତନ୍ତ୍ର ସେଫ୍ ଟିମ୍ ଏସବୁ ଖାଦ୍ୟ ପ୍ରସ୍ତୁତ କରିଥିଲେ।

09:23 AM

Odisha News Live Updates: ପୁତୁରାର ତାଳକଟା କାତିରେ ଗଲା ଦାଦାର ଜୀବନ
 ଏମଭି ୭୯ ଥାନା ଅନ୍ତର୍ଗତ ଇପିଗୁଡା ଗ୍ରାମରେ ଆଜି ସକାଳୁ ସକାଳୁ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ପୁତୁରାର ତାଳକଟା କାତିରେ ଚାଲିଯାଇଛି ଦାଦାର ଜୀବନ। ଦାଦା ମୁକା ପଡିଆମୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଛି ପୁତୁରା ରାମା ପଡିଆମୀ। ଆଜି ସକାଳୁ ସକାଳୁ ଘଟିଯାଇଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ। ଶରୀର ଠାରୁ ୧୫ ଫୁଟ ଦୂରରେ ପଡ଼ିଛି କଟା ମୁଣ୍ଡ। ଗାଁ ଦାଣ୍ଡ ରେ ପଡ଼ିରହିଛି ଶବ।

 

09:18 AM

Odisha News Live Updates:ବିଜେଡି ଲୋକଙ୍କ ସମସ୍ୟା ସମାଧାନ କରିବାରେ ସ୍ଥାଣୁ ପାଲଟିଯାଇଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ ସୋ’କୁ ନେଇ ଓଡ଼ିଆ ଭାଷାରେ ନିଜର ମନକଥା କହିଛନ୍ତି। ଓଡ଼ିଶାରେ ରେକର୍ଡ ସଂଖ୍ୟାରେ ବିଜେପିକୁ ସମର୍ଥନ ମିଳିବା ନେଇ ସେ ଆଶାବାଦୀ ଅଛନ୍ତି। ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଓଡ଼ିଆ ଭାଷାରେ ଲେଖିଛନ୍ତି, ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ଚମତ୍କାର ସଡ଼କ ଶୋଭାଯାତ୍ରାରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ମିଳିବା ଅତ୍ୟନ୍ତ ଆନନ୍ଦର ବିଷୟ। ଓଡ଼ିଶାର ଏକ ପ୍ରମୁଖ ପର୍ବ ଅକ୍ଷୟ ତୃତୀୟା ଏହାକୁ ଆହୁରି ସ୍ୱତନ୍ତ୍ର କରିଛି। ଆମ ସରକାର ଓଡ଼ିଶା ଏବଂ ଓଡ଼ିଆ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ ଜାରି ରଖିବ।

08:21 AM

Odisha News Live Updaets: ଜେଲ୍‌ରୁ ବାହାରି ଦିଲ୍ଲୀବାସୀଙ୍କୁ ଏପରି କହିଲେ କେଜ୍ରିୱାଲ୍‌
ଚାଲିଥିବା ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ସୁପ୍ରିମକୋର୍ଟ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପ୍ରଦାନ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲରୁ ମୁକ୍ତ କରାଯାଇଛି। ମଦ ନୀତି ଦୁର୍ନୀତି ସହ ଜଡିତ ଦୁର୍ନୀତି ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଗିରଫ କରାଯାଇଥିଲା।

08:08 AM

Odisha News Live Updates: ଆଜି ପ୍ରଧାନମନ୍ତ୍ରୀଙ୍କ ହାଇଭୋଲଟେଜ ପ୍ରଚାର
ଦୁଇ ଦିନିଆ ଗସ୍ତରେ ଆଜି ଗତକାଲି ଶୁକ୍ରବାର ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତକାଲି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବା ପରେ ହାଇଭୋଲଟେଜ ରୋଡ଼ ଶୋ କରିବା ସହିତ ରାଜଭବନରେ ରାତ୍ରୀ ଯାପନ କରିଥିଲେ। ଆଜି ଶନିବାର ଫୁଲବାଣୀ, ବଲାଙ୍ଗୀର ଓ ବରଗଡ଼ରେ ଜୋରଦାର ହାଇଭୋଲଟେଜରେ ପ୍ରଚାର କରିବେ। ଏହି ତିନି ଜିଲ୍ଲାରେ ଜନ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସକାଳ ସାଢେ ୮ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ରହିଛି। ପଢନ୍ତୁ ପୂରା ରିପୋର୍ଟ...

07:58 AM

Odisha News Live udpates: ଆଜି ହେଉଛି ବିନାୟକ ଚତୁର୍ଥୀ
ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତ୍ୟେକ ମାସର ଶୁକ୍ଲ ପକ୍ଷର ଚତୁର୍ଥୀ ତିଥିରେ ବିନାୟକ ଚତୁର୍ଥୀ ଉପବାସ ପାଳନ କରାଯାଏ। ବର୍ତ୍ତମାନ ବୈଶାଖ ମାସ ଚାଲିଛି ଏବଂ ବୈଶାଖ ମାସର ଚତୁର୍ଥ ୧୧ ମଇ ୨୦୨୪ ଅର୍ଥାତ୍ ଆଜି ପାଳନ କରାଯାଉଛି। ଆଜି ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କୁ ମହାନ ରୀତିନୀତି ଅନୁଯାୟୀ ପୂଜା କରାଯିବ। ପଢନ୍ତୁ ପୂରା ରିପୋର୍ଟ...

07:40 AM

Odisha News Live Updates: ଏହି ୪ ରାଶିଙ୍କ ପାଇଁ ବଢିପାରେ ଅଡୁଆ! ଜାଣନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

07:39 AM

Odisha News Live Updates: ନମସ୍କାର। ଆଜି ରାଜ୍ୟରେ ନିର୍ବାଚନୀ ମାହୋଲ ବେଶ ଉଷ୍ମ ରହିବ। ରାଜ୍ୟର ତିନି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଭୋଲଟେଜ ପ୍ରଚାର କରିବେ। ସେହିପରି ବିଜେଡ଼ି ମଧ୍ୟ ପ୍ରଚାରକୁ ଜୋରଦାର କରିବ। ଗତକାଲି ଜେଲରୁ ମୁକୁଳିଛନ୍ତି କେଜରିୱାଲ। ଆଜି ବିଭିନ୍ନ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଯୋଗଦେବେ। ଏହା ସହିତ ଅନ୍ୟାନ୍ୟ ଗୁରୁତ୍ତ୍ୱ ପୂର୍ଣ୍ଣ ଖବର ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।