Odisha Daily News Live: କଣ୍ଟାବାଞ୍ଜିରୁ ନବୀନଙ୍କ ପ୍ରାର୍ଥୀପତ୍ର ଦାଖଲ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2230855

Odisha Daily News Live: କଣ୍ଟାବାଞ୍ଜିରୁ ନବୀନଙ୍କ ପ୍ରାର୍ଥୀପତ୍ର ଦାଖଲ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: କଣ୍ଟାବାଞ୍ଜିରୁ ନବୀନଙ୍କ ପ୍ରାର୍ଥୀପତ୍ର ଦାଖଲ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog
02 May 2024
22:50 PM

ECI orders transfer Sujata Karthikeyan: ମିଶନଶକ୍ତି ନିର୍ଦ୍ଦେଶିକା ତଥା ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ୍‍ଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍‍ଙ୍କୁ ବଦଳି ଆଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ସେ ମିଶନ ଶକ୍ତି ମା’ ମାନଙ୍କୁ ବିଜେଡି ପକ୍ଷରେ ଭୋଟ୍‍ ଦେବା ପାଇଁ ପ୍ରବର୍ତ୍ତାଉଛନ୍ତି ବୋଲି ରାଜ୍ୟ ବିଜେପି ଉଭୟ ରାଜ୍ୟ ଓ କେନ୍ଦ୍ରରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା। ପଢ଼ନ୍ତୁ ପୂରା ଖବର...

22:19 PM

ଅଲୁଓ୍ୱାଲିଆ ପ୍ଲାଣ୍ଟରେ ବିସ୍ଫୋରଣ ୧୦ ଗୁରୁତର

କେନ୍ଦୁଝର ଜିଲ୍ଲା ବଡ଼ବିଲ୍‍ର ରୁଗୁଡ଼ିସ୍ଥିତ କେଜେଏସ୍‍ ଆଲୁଓ୍ୱାଲିଆ ଷ୍ଟିଲ୍‍ ପ୍ଲାଣ୍ଟରେ ୧୦ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଏକ ଭୟାନକ ବିସ୍ଫୋରଣ ହେତୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ଭିତରୁ ୪ ଜଣ ଅତ୍ୟନ୍ତ ଗୁରୁତ୍ର ହୋଇଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‍ ସ୍ଥାନାନ୍ତର କରାଯାଇଛି। 

21:34 PM

Iran America Britain Israel Tension Latest Update: ଆମେରିକା ଓ ବ୍ରିଟେନ ପାଲେଷ୍ଟାଇନ ବିରୋଧରେ ଇସ୍ରାଏଲର କାର୍ଯ୍ୟକୁ ସମର୍ଥନ କରିବା ପରେ ଇରାନ ଦ୍ୱାରା ଉଭୟଙ୍କ ବିରୋଧରେ ଅନେକ ପ୍ରକାରର କଟକଣା ଲାଗୁ କରାଯାଇଛି। ଇରାନ ଅନେକ ଆମେରିକୀୟ କମ୍ପାନୀକୁ ବ୍ୟାନ କରିଦେଇଛି। ଇରାନର ଏହି ପଦକ୍ଷେପ ଇସ୍ରାଏଲକୁ ସମର୍ଥନ କରିବା ପାଇଁ ଆମେରିକା ବିରୋଧରେ ଏକ ଦୃଢ଼ ଜବାବ ଭାବରେ ବିବେଚନା କରାଯାଉଛି।

21:22 PM

IPL 2024, SRH vs RR Live Score: ରାଜସ୍ଥାନକୁ ୨୦୨ ରନ୍ ଟାର୍ଗେଟ ଦେଲା ହାଇଦ୍ରାବାଦ 
ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ୱିକେଟ୍ ନେଇ ୨୦୧ ରନ୍ ସଂଗ୍ରହ କରିଥିଲା। ହାଇଦ୍ରାବାଦ ନିଜର ଆରମ୍ଭ ବହୁତ ଖରାପ କରିଥିଲା। ପ୍ରଥମ ୬ ଓଭରରେ ଦଳ ୨ ୱିକେଟ୍ ପାଇଁ ୩୭ ରନ୍ ଥିଲା। ଏହା ପରେ ନୀତୀଶ ରେଡ୍ଡୀ ଓ ଟ୍ରାଭିସ୍ ହେଡ୍ ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୯୬ ରନର ଭାଗିଦାରୀ କରିଥିଲେ।

20:40 PM

RJD Candidate Misa Bharti Attack on PM Modi: ପାଟଲିପୁତ୍ର ଲୋକସଭା ଆସନରୁ ଆରଜେଡି ପ୍ରାର୍ଥୀ ମିସା ଭାରତୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୁଢ଼ା କହି କଟାକ୍ଷ କରିଛନ୍ତି। ଆରଜେଡି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିବାକୁ ବିହଟାକୁ ଆସିଥିବା ମିସା କହିଛନ୍ତି ଯେ ଅଗ୍ନିବୀର ଯୋଜନା ଯୋଗୁଁ ଗୋଟିଏ ଦେଶର ସୈନିକ 4 ବର୍ଷରେ ଅବସର ନେବେ, ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୭୫ ବର୍ଷ ବୟସ ହୋଇଛି। ଏହା ସତ୍ତ୍ୱେ ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପାଇଁ ଜନସାଧାରଣଙ୍କଠାରୁ ଏକ ସୁଯୋଗ ମାଗୁଛନ୍ତି।

 

20:18 PM

BAN-W vs IND-W 3rd T20I: ଭାରତୀୟ ମହିଳା କ୍ରିକେଟ୍ ଦଳ ଗୁରୁବାର ତୃତୀୟ ଟି-୨୦ ଇଣ୍ଟରନ୍ୟାସନାଲରେ ବାଂଲାଦେଶକୁ ସାତ ୱିକେଟରେ ପରାସ୍ତ କରିଛି। ବୋଲରମାନେ ଭାରତ ପାଇଁ ଭଲ ପ୍ରଦର୍ଶନ କରିଥିଲେ। ଏହା ପରେ ଓପନର୍ ଶେଫାଲୀ ଭର୍ମା ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୩-୦ରେ ଅଗ୍ରଣୀ ହାସଲ କରିଛି।

 

19:57 PM

Rohit Sharma Agarkar Press Conference: ବିଶ୍ୱକପ୍ ୧୫ ଜଣିଆ ଖେଳାଳିଙ୍କ ଦଳରେ ରିଙ୍କୁ ସିଂ କାହିଁକି ବାଦ ପଡିଛନ୍ତି ତାହାକୁ ନେଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଏକ ବଡ଼ ଖୁଲାସା କରିଛନ୍ତି। କେଏଲ ରାହୁଲ ମଧ୍ୟ କାହିଁକି ଦଳରେ ସ୍ଥାନ ପାଇ ନାହିଁ ସେ ବିଷୟରେ ଜାଣନ୍ତୁ। ପଢ଼ନ୍ତୁ ପୂରା ଖବର...

18:45 PM

Lok Adalat: ଆସନ୍ତା ଅର୍ଥାତ୍ ମଇ ୧୧ ତାରିଖ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍‌ ଶ୍ରୀ ନିଶିଥ୍‌ ନିଶାଙ୍କଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବିଭାଗୀୟ ଅଦାଲତ ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା, ଟାଙ୍ଗୀ ଓ ବେଗୁନିଆ ପରିସରରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। କ୍ଲିକ୍ କରି ପଢ଼ନ୍ତୁ ପୂରା ଖବର...

17:29 PM

BJP Raebareli Lok Sabha Candidate: ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶର ରାଏ ବରେଲି ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ବିଜେପି ଦୀନେଶ ପ୍ରତାପ ସିଂଙ୍କୁ ନିଜର ପ୍ରାର୍ଥୀ କରିଛି। ଦୀନେଶ ପ୍ରତାପ ସିଂ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ରାଏ ବରେଲିର ପୂର୍ବତନ ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରି ସାରିଛନ୍ତି। ଦୀର୍ଘ ସମୟ ଅପେକ୍ଷା ପରେ ବିଜେପି ଏହି ନିଷ୍ପତ୍ତି ନେଇଛି। ତେବେ କଂଗ୍ରେସ ପ୍ରାର୍ଥୀଙ୍କ ନାମକୁ ସନ୍ଦେହ ଘେରରେ ରହିଛି। 

17:08 PM

Election Commission: ଆଜି ଏକ ପ୍ରେସ ବିଜ୍ଞପ୍ତିରେ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜନୀତିକ ଦଳ ଏବଂ ନେତାମାନଙ୍କର ଏପରି କାର୍ଯ୍ୟକ୍ରମ ଲୋକପ୍ରତିନିଧି ଆଇନ ୧୯୫୧ର ଖୋଲା ଉଲ୍ଳଙ୍ଘନ। ଏଣୁ ଖବରକାଗଜ, ପୋଷ୍ଟର ବା କୌଣସି ଲିଫ୍‍ଲେଟ୍‍ରେ ଫର୍ମ, ଫରମ୍ ଲିଙ୍କ ଥାଇ କୌଣସି ସର୍ବେକ୍ଷଣ କରାଯିବା ବା ବଣ୍ଟାଯିବାକୁ ବାରଣ କରାଯାଇଛି। ଯଦି ଏପରି ଉଲ୍ଲଙ୍ଘନ ହୁଏ ତେବେ ନିର୍ବରଚନ କମିଶନ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ପଢ଼ନ୍ତୁ ପୂରା ଖବର...

17:02 PM

Odisha Assembly Election 2024: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ୬ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଘସିପୁରା ଲାଗି ସମ୍ଭୁନାଥ ରାଉତଙ୍କ ନାଁ ପ୍ରାର୍ଥୀ ତାଲିକାରେ ଥିବା ବେଳେ ଲାଗି ଭୋଗରାଇରୁ ଆଶୀଷ ପାତ୍ର, ଭଣ୍ଡାରି ପୋଖରି ଲାଗି ସୁଧାଂଶୁ ନାୟକ, ବରି ଲାଗି ଉମେଶ ଚନ୍ଦ୍ର ଜେନା, କଟକ ବାରବାଟିରୁ ଡା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ବେଗୁନିଆ ଆସନ ଲାଗି ପ୍ରକାଶଚନ୍ଦ୍ର ରଣବିଜୁଳି ପ୍ରାର୍ଥୀ ହେବେ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି।

16:33 PM

Top News Headlines from 02 May 2024: ବିଜେଡି ପକ୍ଷରୁ ଆଜି ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ପ୍ରାର୍ଥୀ ତାଲିକାରେ ଦେବଗଡ଼ ରାଣୀଙ୍କ ଟିକଟ କାଟି ତାଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନଙ୍କୁ ସ୍ଥାନୀତ କରାଯାଇଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।

 

16:12 PM

ICC Champion Trophy 2025: ପ୍ରାୟ ୨୮ ବର୍ଷ ପରେ ପାକିସ୍ତାନରେ ଏକ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ। ଚାମ୍ପିଅନ୍ସ ଟ୍ରଫିରେ ଶ୍ରେଷ୍ଠ ୮ ଦଳ ଅଂଶଗ୍ରହଣ କରିବେ। ପାକିସ୍ତାନ ଏକାକି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଓ ଏଥିପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଯେଉଁଠାରେ ପାକିସ୍ତାନ ଲାହୋର, କରାଚି ଓ ରାୱଲପିଣ୍ଡି ତିନୋଟି ସହର ବାଛିଛି। ଏହି ସମସ୍ତ ସହରରେ ସମସ୍ତ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଅନୁଷ୍ଠିତ ହେବ। ଆଇସିସି ସହିତ ପାକିସ୍ତାନ ଏହି ସୂଚନା ସେୟାର କରିଛି।

15:30 PM

Odisha Election 2024 Live Updates​: ଭୁବନେଶ୍ୱର ଲୋକସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶ୍ରୀ ଲିଙ୍ଗରାଜଙ୍କଠାରେ ପ୍ରାର୍ଥନା କରିବା ପରେ ସେ ଠିକଣା ସମୟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା କହିଛନ୍ତି।

15:28 PM

Odisha Election 2024 Live Updates​: ଅପରାଜିତାଙ୍କ ପ୍ରାର୍ଥୀପତ୍ର ଦାଖଲ: ଭୁବନେଶ୍ୱର ଲୋକସଭା ଆସନ ଲାଗି ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ। ବିଜେପି ଟିକଟରେ ସେ ଲଗାତାର ଦ୍ୱିତୀୟଥର ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏକ ଶୋଭାଯାତ୍ରାରେ ସେ ଏଥିଲାଗି ଆଜି ସକାଳେ ବାହାରିଥିଲେ।

15:26 PM

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରାର୍ଥୀପତ୍ର ଦାଖଲ: ସମ୍ବଲପୁର ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କରି ଏକ ବିଶାଳ ଶୋଭାଯାତ୍ରାରେ ସେ ବାହାରିଥିଲେ। ତାଙ୍କ ସହ ଶତାଧିକ ସମର୍ଥକ ଏବଂ ପରିବାର ସଦସ୍ୟ ବି ଯୋଗ ଦେଇଥିଲେ। ପରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ପ୍ରାର୍ଥୀପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ପ୍ରଦାନ କରିଥିଲେ।

14:15 PM

Odisha News Live Updates: ନବମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି

ନବମ ତଥା ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥି ଘୋଷଣା କରିଛି ବିଜୁ ଜନତା ଦଳ ତଥା ବିଜେଡି। ଅନ୍ତିମ ତିନୋଟି ଆସନରେ ପ୍ରାର୍ଥୀ ଘୋଷଣା କରିବା ସହିତ ଦେଓଗଡ଼ ଆସନରେ ପ୍ରାର୍ଥୀ ବଦଳାଇଛି ଦଳ। ଦେଖନ୍ତୁ ପ୍ରାର୍ଥୀ ତାଲିକା

କୋରେଇ: ଶ୍ରୀମତୀ ସନ୍ଧ୍ୟାରାଣୀ ଦାସ
ଖଣ୍ଡପଡ଼ା - ଶ୍ରୀମତୀ ସାବିତ୍ରୀ ପ୍ରଧାନ
ନୀଳଗିରି - ସୁକାନ୍ତ କୁମାର ନାୟକ

ପରିବର୍ତ୍ତିତ ପ୍ରାର୍ଥୀ
ଦେଓଗଡ଼- ରୋମାଞ୍ଚ ରଞ୍ଜନ ବିଶ୍ୱାଳ

13:56 PM

Odisha News Live Updates: ଖରାରୁ ମୁକ୍ତି ପାଇଁ ଶ୍ରେଣୀଗୃହରେ ସ୍ୱିମିଂ ପୁଲ
ପ୍ରବଳ ଖରାରୁ ମୁକ୍ତି ପାଇଁ ସ୍କୁଲ ପିଲାଙ୍କ ପାଇଁ ନିଆରା ବ୍ୟବସ୍ଥା ଗ୍ରହଣ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ। କନୌଜର ଏକ ସ୍କୁଲରେ ଶ୍ରେଣୀ ଗୃହରେ ସ୍ୱିମିଂ ପୁଲର ବ୍ୟବସ୍ଥା କରିଛନ୍ତି। ଦେଖନ୍ତୁ ଭିଡି଼ଓ...

 

13:45 PM

Odisha News  Live Updates: ଖରାରୁ ମୁକ୍ତି ପାଇଁ ନିଆରା ପଦକ୍ଷେପ
ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ପଥାଚାରୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବା ଲାଗି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ଟ୍ରାଫିକ୍‍ ଛକରେ ଅସ୍ଥାୟୀ ଛାମୁଣ୍ଡିଆ କରାଯାଇଛି। ଛକରେ ଟ୍ରାଫିକ୍‍ ନାଲି ଲାଇଟ୍‍ ଜଳୁଥିବା ବଳେ ଯାତ୍ରୀମାନେ ଅପେକ୍ଷା କରିବା ସମୟରେ ଯେମିତି ସେମାନଙ୍କ କଷ୍ଟ ଲାଘବ ହୋଇପାରିବ ତାହାକୁ ଚିନ୍ତା କରାଯାଇଛି।

fallback

 

12:58 PM

Odisha News Live Updates: ଦିଲ୍ଳୀ ମହିଳା ଆୟୋଗର ୨୨୩ କର୍ମଚାରୀଙ୍କୁ ଚାକିରିରୁ ହଟାଇଲେ ଭି.କେ ସକ୍ସେନା
ଦିଲ୍ଲୀର ଉପ ରାଜ୍ୟପାଳ ଭି.କେ ସକ୍ସେନା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ‌ସେ ରାଜଧାନୀ ମହିଳା ଆୟୋଗର ୨୨୩ କର୍ମଚାରୀଙ୍କୁ ଚାକିରିରୁ ହଟାଇ ଦେଇଛନ୍ତି। ଅଭିଯୋଗ ହୋଇଛି ଯେ ତତ୍‌କାଳୀନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ‌ା ଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସାଂସଦ ସ୍ବାତୀ ମାଲିୱାଲ୍‌ ନିୟମର ଉଲ୍ଲଂଘନ କରି ଏହି ନିଯୁକ୍ତି ଦେଇଥିଲେ। ମହିଳା ଆୟୋଗ‌ରେ ସମୁଦାୟ ୪୦ଟି ପଦ ଖାଲି ଥିବା ବେଳେ ୨୨୩ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା।

12:47 PM

Odisha News Live Updates: ଚାଷୀ ମାରଣ ନୀତି ନେଇ ବର୍ଷିଲେ ମନମୋହନ
ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ନେଇ ବିଜେପି ସଭାପତି ମନମୋହନ ସାମଲ କଡ଼ା ସମାଲୋଚନା କରିଛନ୍ତି। ବିଜେଡ଼ି ସରକାର ସଙ୍କଟ ଦେଇ ଗତି କରୁଛି। ଦଳରେ ନେତୃତ୍ୱ ଅଭାବ ରହିଛି। ରାଜ୍ୟ ସରକାର ସବୁ ଦୃଷ୍ଟିରୁ ବିଫଳ ବୋଲି ମନମୋହନ କହିଛନ୍ତି। ଓଡ଼ିଶାର ଚାଷୀ ୫ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ରାଜ୍ୟର ମାତ୍ର ୧୭ ଭାଗ ଜମିରେ ଜଳସେଚନ ହୋଇଛି। ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଲେ ଧାନ କିଣାରେ ସ୍ୱଚ୍ଛତା ରହିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ହେବ। ଚାଷୀର ରୋଜଗାର ୩ ଗୁଣା ହେବ। ଡିବିଟି ମାଧ୍ୟମରେ ୪୮ ଘଣ୍ଟାରେ ଚାଷୀଙ୍କୁ ପଇସା ଦିଆଯିବ ବୋଲି ମନମୋହନ ସାମଲ କହିଛନ୍ତି।

12:42 PM

Odisha News Live Updates: ବରଗଡ଼ରେ ୪ ଜଣ ଭରିଲେ ନାମାଙ୍କନ
ବରଗଡ ଲୋକସଭା ଆସନ ପାଇଁ ଆଜି ଚାରି ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ତାଙ୍କର ନାମାଙ୍କନ ପତ୍ର ଜିଲ୍ଲାପାଳଙ୍କ ଠାରେ ଦାଖଲ କରିଥିବାବେଳେ, ବିଏସପି ଦଳର ପ୍ରାର୍ଥୀ ଜୟରାମ ବାଘ, ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରଭାତ କୁମାର ଧରୁଆ ଓ ବିଏଚପି ଦଳରୁ କୌଶିକ ସୁନା ବରଗଡ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

12:29 PM

Odisha News Live Updates: ଭୁବନ, ଜୟକ୍ରିଷ୍ଣା
ସେହିପରି, ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ଭୁବନ ଭୋସାଗର ଓ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ ଅତାବିରା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

12:28 PM

Odisha News Live Updates: ନାମାଙ୍କନ ଭରିଲେ ଅଭିଶେଖ ସେଠ। 
ଅତାବିରା ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଅଭିଶେଖ ଶେଠ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

12:27 PM

Odisha News Live Updates: ନାମାଙ୍କନ ଭରିଲେ ଇରାଶିଷ ଆଚାର୍ଯ୍ୟ
ଭଟଲି ବିଧାନସଭା ଆସନ ପାଇଁ ବିଜେପି ଦଳର ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ, ସ୍ୱାଧୀନ ପ୍ରାର୍ଥୀ ଭାବେ ବଲ୍ଲଭ ପାତ୍ର ଓ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ଏମଡି ଶାହାରୁଖ ଲୋଧିଆ ଭଟଲି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

12:00 PM

Odisha News Live Updates: ନାମାଙ୍କନ ଭରିଲେ ରୀତା ସାହୁ
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେପୁର ଆସନରୁ ବିଜେଡି ବିଧାୟିକା ପ୍ରାର୍ଥିନୀ ରିତା ସାହୁ। 

11:53 AM

Odisha News Live Updates: ବିଜେପିରୁ ସିମନ୍ତିନୀ ଜେନାଙ୍କ ଇସ୍ତଫା: ବିଜେପି ମହିଳା ଯୁବମୋର୍ଚ୍ଚାର ପୂରତନ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ବରିଷ୍ଠ ନାରୀ ନେତ୍ରୀ ସିମନ୍ତିନୀ ଜେନା ଦଳରୁ ଇସ୍ତଫା ଦେଇଛନ୍ତି। ୨୭ ବର୍ଷ ପାର୍ଟିରେ ରହିବା ପରେ ଏବେ ଦଳ ଆବଶ୍ୟକତାରେ ସେ ନାହାନ୍ତି ବୋଲି ଅନୁଭବ କରି ଇସ୍ତଫା ଦେଇଥିବା କହିଛନ୍ତି। ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଥିବା

 

11:43 AM

Odisha News Live Updates: କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ

କଣ୍ଟାବାଞ୍ଜିରୁ ପ୍ରାର୍ଥୀପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ସମସ୍ତ ନଥି ପ୍ରଦାନ କରିଛନ୍ତି।  ପୂର୍ବରୁ ସେ ହିଞ୍ଜିଳିରୁ ପ୍ରାର୍ଥୀପତ୍ର  ଦାଖଲ କରିଥିଲେ। ବଲାଙ୍ଗୀର ଲୋକସଭା ମଣ୍ଡଳୀରେ ଆସୁଛି କଣ୍ଟାବାଞ୍ଜି। ଏହା ପଶ୍ଚିମାଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହୋଇଥିବା ସୂଚନା।

11:40 AM

Odisha Daily News Live: କଣ୍ଟାବାଞ୍ଜିରୁ ପ୍ରାର୍ଥୀପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ସମସ୍ତ ନଥି ପ୍ରଦାନ କରିଛନ୍ତି।  ପୂର୍ବରୁ ସେ ହିଞ୍ଜିଳିରୁ ପ୍ରାର୍ଥୀପତ୍ର  ଦାଖଲ କରିଥିଲେ। ବଲାଙ୍ଗୀର ଲୋକସଭା ମଣ୍ଡଳୀରେ ଆସୁଛି କଣ୍ଟାବାଞ୍ଜି। ଏହା ପଶ୍ଚିମାଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହୋଇଥିବା ସୂଚନା।

 

10:43 AM

Odisha News Live Updates: ହିଟ୍ ଆଣ୍ଡ ରନ୍ : ସୁରେଶ ରାଇନାଙ୍କ ୨ ଭାଇଙ୍କ ମୃତ୍ୟୁ

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ମାମୁଁଙ୍କ ଦୁଇ ପୁଅ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଅଭିଯୁକ୍ତ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ତାକୁ ଗିରଫ କରିଛି। ଦୁର୍ଘଟଣାର କାରଣ ତଦନ୍ତ କରୁଛି ପୋଲିସ। ସୂଚନା ଅନୁଯାୟୀ, କାଙ୍ଗଡ଼ାର ଗାଗେ ବିମାନବନ୍ଦର ନିକଟଗାଗଲ ଥାନା ଅଧୀନରେ ଏହି ହିଟ୍ ଆଣ୍ଡ ରନ୍ ମାମଲା ସାମ୍ନାକୁ ଆସିଛି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଫେରାର ଟ୍ୟାକ୍ସି ଡ୍ରାଇଭରଙ୍କୁ ପିଛା କରି ମଣ୍ଡିରୁ ଗିରଫ କରିଛି।

10:37 AM

Odisha News Live Updates: ଦୁଇ ସିଆରପି ନିର୍ବାଚନୀ ସଭାରେ ହୁଳହୁଳି ପକାଇ ନିଲମ୍ବିତ
କେନ୍ଦ୍ରାପଡ଼ାରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଜଣ କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି)ଙ୍କୁ ପଦରୁ ହଟାଇ ଦିଆଯାଇଛି। ତାଳସଙ୍ଗା ଓ ମାର୍ଶାଘାଇ ବ୍ଲକର ସିଆରପି ପୁଷ୍ପାଞ୍ଜଳି ମହାନ୍ତି ଓ ନର୍ମଦା ବାସନ୍ତୀଆଙ୍କୁ ରାଜନୈତିକ ସମାବେଶରେ ଅଂଶଗ୍ରହଣ କରିବା, ଶଙ୍ଖ ଫୁଙ୍କିବା ପାଇଁ ହୁଳ ହୁଳ ପକାଇଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ବିଜେପି ଅଭିଯୋଗ କରିବା ପରେ ଏପ୍ରିଲ ୨୯ ତାରିଖରେ କେନ୍ଦ୍ରାପଡ଼ା ଅତିରିକ୍ତ ଉପଜିଲ୍ଲାପାଳ ତଦନ୍ତ କରି ଏପ୍ରିଲ ୩୦ତାରିଖରେ ରିପୋର୍ଟ ଦାଖଲ କରିଥିଲେ। ଜିଲ୍ଲାପାଳଙ୍କ ଚିଠିରେ କୁହାଯାଇଛି ଯେ, ରିପୋର୍ଟର ସମୀକ୍ଷା କରିବା ପରେ ଉଭୟଙ୍କୁ ଚାକିରିରୁ ନିଲମ୍ବିତ କରାଯିବ।

10:18 AM

Odisha News Live Updates: ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ପଡ଼ିଆରେ ସନ୍ଦିଗ୍ଧ ହେଲିକପ୍ଟରକୁ ନେଇ ଚର୍ଚ୍ଚା 
ଢେଙ୍କାନାଳରେ ସନ୍ଦିଗ୍ଧ ହେଲିକପ୍ଟରକୁ ନେଇ ଚର୍ଚ୍ଚା । ଆଜି ସକାଳୁ ଏକ ଧଳା ରଙ୍ଗର ହେଲିକପ୍ଟର ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ପଡ଼ିଆରେ ଅବତରଣ କରିଛି । ଏହି ଚପରଟି କେଉଁଠୁ ଆସିଛି ଓ କାହିଁକି ଆସିଛି ପ୍ରଶାସନ ପାଖରେ ସୂଚନା ନାହିଁ । ଏ ସଂକ୍ରାନ୍ତରେ ହେଲିକପ୍ଟରରେ ଥିବା ପାଇଲଟଙ୍କୁ ପଚାରିବାରୁ ମୁହଁ ସେ ଖୋଲୁନାହାନ୍ତି । ଆଗକୁ ନିର୍ବାଚନ ଥିବାରୁ ଭିଆଇପି ଷ୍ଟାର ପ୍ରଚାରକ ଆସିବା ପାଇଁ ଏୟାର ଟ୍ରାଫିକ ସୁରକ୍ଷା ସହିତ ରାସ୍ତାଘାଟର ସୁରକ୍ଷା ଯାଞ୍ଚ ପାଇଁ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି ।

 

10:11 AM

Odisha News Live Updates: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ତେବେ ଗତକାଲିର କାଳବୈଶାଖୀ ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଫଳରେ ଯେଉଁ ଜିଲ୍ଲା ଗୁଡ଼ିକରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିଲା ସେଠି ଆଜି ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ହୋଇଛି। ନୟାଗଡ଼, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା ସମେତ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ହୋଇଛି ଜାରି। ତାସହ ପଶ୍ଚିମ ଓ ଉତ୍ତରର ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗତକାଲି ୪୫ ଡିଗ୍ରୀ ସହ ତାଳଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।

09:44 AM

Odisha News Live Updates: ସୋସିଆଲ ମିଡିଆରେ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ କଟାକ୍ଷ

ସୋସିଆଲ ମିଡ଼ିଆରେ ନୟାଗଡ଼ ରାଣୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା । ରାଜେଶ୍ବରୀ ସିଂହଙ୍କୁ ଅଶ୍ଳୀଳ କଟାକ୍ଷ। ଏହା ପ୍ରତିବାଦରେ ନୟାଗଡ଼ରେ ଶତାଧିକ ମହିଳା ଶୋଭାଯାତ୍ରା କରିଛନ୍ତି । ପରେ ଟ୍ରାଫିକ ଛକରେ ନାରାବାଜି ଦେଇ ପ୍ରତିବାଦ ଜଣାଇଛନ୍ତି। ''ଆମ ପାଇଁ ବଡ଼ ଆମ ନୟାଗଡ଼" ଫେସବୁକ ଆଇଡିରୁ ନୟାଗଡ଼ ରାଣୀଙ୍କୁ ଏହି କଟାକ୍ଷ କରାଯାଇଛି। ଯାହାକୁ ସବୁ ମହଲରୁ ଦୃଢ ନିନ୍ଦା କରାଯାଇଛି । ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । 

09:22 AM

Odisha News Live Updates: ନିର୍ବାଚନ ବେଳେ ରାହୁଲଙ୍କୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ପ୍ରଶଂସା
ପାକିସ୍ତାନରେ ଇମ୍ରାନ ଖାନଙ୍କ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସେୟାର କରିବା ସହ କଂଗ୍ରେସ ନେତାଙ୍କୁ ପ୍ରଶଂସା କରିବା ପରେ ବିଜେପି ବୁଧବାର କଂଗ୍ରେସ ଉପରେ ଆକ୍ରମଣ କରିଛି। ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, ଇମ୍ରାନ ଖାନଙ୍କ କ୍ୟାବିନେଟରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ସିଏଚ ଫୱାଦ ହୁସେନ୍ ରାହୁଲ ଗାନ୍ଧୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। କଂଗ୍ରେସ ପାକିସ୍ତାନରେ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛି କି?

09:17 AM

Odisha News Live Updates: ନିର୍ବାଚନ ପ୍ରଚାରରେ ହେଭିୱେଟ
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋରଦାର ପ୍ରଚାର । ଛତିଶଗଡ଼ରେ ବିଶାଳ ଜନସଭାରୁ ଆରକ୍ଷଣ ପ୍ରସଙ୍ଗ ଉଠାଇ କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଆସାମରେ ମାଫିଆ ରାଜ ଚାଲିଥିବା କହି ବିଜେପି ସରକାରକୁ ଘେରିଲେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ତୃତୀୟ ଥର କେନ୍ଦ୍ରରେ ମୋଦି ସରକାର ଆସିଲେ ଆରକ୍ଷଣ ହଟାଇଦେବେ ବୋଲି କଂଗ୍ରେସ ଯେଉଁ ଅଭିଯୋଗ ଆଣୁଛି ତାହା ମିଥ୍ୟା। ଆରକ୍ଷଣ ନାଁ କେବେ ହଟିଛି ନା କେବେ ଆଗକୁ ହଟିବ ବୋଲି ଅମିତ୍ ଶାହା କହିଛନ୍ତି । ସେପଟେ ଆସାମରେ ବିଜେପି ସରକାରଙ୍କ ନେତୃତ୍ୱରେ ମାଫିଆ ରାଜ ଚାଲିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହାର ନେତୃତ୍ୱ ନେଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ।

09:00 AM

Odisha News Live Updates: ଜୟପୁରରେ ପାଣ୍ଡିଆନଙ୍କ ରୋଡ୍ ସୋ’
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାବେଳେ ଦକ୍ଷିଣ ଓଡିଶାରେ ଡେରା ପକାଇଛନ୍ତି, ବିଜେଡିର ପାୱାରଫୁଲ ନେତା ଭି. କେ. ପାଣ୍ଡିଆନ । ଆଉ ପ୍ରତିଦିନ ୪ରୁ ୫ଟି ସ୍ଥାନରେ ଜନସଭା କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ଏଥିସହ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ କରୁଛନ୍ତି । ଆଜି ପାଣ୍ଡିଆନ ଛତ୍ରପୁର, ଦିଗପହଣ୍ଡି ଓ କବିସୂର୍ଯନଗରରେ ପ୍ରଚାର କରିଛନ୍ତି । ସନ୍ଧ୍ୟାରେ ଜୟପୁରରେ ପ୍ରଚାର କରିବା ସହ ରୋଡ ଶୋ ମଧ୍ୟ କରିଛନ୍ତି । ପ୍ରାୟ ୩ କିଲୋମିଟର ବ୍ୟାପୀ ଏହି ରୋଡ ଶୋ ହୋଇଛି । ଜୟପୁରର ଦଶହରା ପଡିଆରେ ଆୟୋଜିତ ସମାବେଶରେ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ଜୟପୁରର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଛନ୍ତି ବୋଲି କହିଛନ୍ତି ଭି.କେ.ପାଣ୍ଡିଆନ ।

08:52 AM

Odisha News Live Updates: ପ୍ରାର୍ଥୀପତ୍ର ଦାଖଲ କଲେ ସୁରମା ପାଢୀ 
ରଣପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୁରମା ପାଢୀ । ନିର୍ବାଚନ ଅଧିକାରୀ ତଥା ନୟାଗଡ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ବଳଙ୍କ ନିକଟରେ ୨ ସେଟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୁରମା । ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ନୟାଗଡ ବିଧାନସଭା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ନୟାଗଡ ଜଗନ୍ନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ନାମାଙ୍କନ ଭରିଛନ୍ତି ସୁରମା । ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ରହିଥିବା ସୁରମା ପରବର୍ତ୍ତୀ ୩ଟି ନିର୍ବାଚନରେ ପରାଜୟ ବରଣ କରିଥିଲେ ମଧ୍ୟ ପୁଣିଥରେ ଦଳ ତାଙ୍କ ଉପରେ ଭରଷା କରିଛି । ଲୋକେ ଏଥର ପରିବର୍ତନ ମାନସିକତାରେ ରହିଥିବା ସୁରମା କହିଛନ୍ତି ।

08:34 AM

Odisha News Live Updates: ଆଜି ଆମେଥି ଓ ରାୟବରେଲି ଆସନରେ ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ
ଆଜି ଘୋଷଣା ହୋଇପାରେ କଂଗ୍ରେସର ଗଡ ଉତ୍ତର ପ୍ରଦେଶର ଆମେଥି ଓ ରାୟବରେଲି ଆସନରେ ପ୍ରାର୍ଥୀଙ୍କ ନାମ। ଏନେଇ ଚାଲିଥିବା ସ୍ସପେନ୍ସ ଉପରୁ ପରଦା ହଟାଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ଆଜି ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି କହିଛନ୍ତି ଜୟରାମ। ଆମେଥି ଓ ରାୟବରେଲି କଂଗ୍ରେସର ଗଡ ରହିଛି। ଏଠାରେ କାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିବାରୁ ଆଜି ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାମ। ଆସନ୍ତା ୨୦ରେ ଆମେଥି ଓ ରାୟବରେଲିରେ ନିର୍ବାଚନ ହେବ। କିନ୍ତୁ ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ, ଯାହାକୁ ନେଇ ସସପେନ୍ସ ବଢିଛି। 

ଜୟରାମ ରମେଶ କହିଛନ୍ତି, କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଦଳର ସଭାପତି ମଲ୍ଲିକାର୍ଜୁନ ଖଗଡେଙ୍କୁ ଆମେଥି ଓ ରାୟବରେଲିର ପ୍ରାର୍ଥୀ ନାଁ ଚୂଡାନ୍ତ କରିବାକୁ ଅଧିକୃତ କରାଯାଇଛି । ଏଠାରେ କଂଗ୍ରେସର ପ୍ରାର୍ଥୀ ବିଳମ୍ବ ହେଉଥିବା ନେଇ ଜୟରାମ ରମେଶ କହିଛନ୍ତି, ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହୋଇନାହିଁ । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେ ସାରା ଦେଶରେ ପ୍ରଚାର କରୁଛନ୍ତି । ଖୁବଶୀଘ୍ର ନାଁ ଘୋଷଣା ହେବ । ଆମେଥିରୁ ରାହୁଲ, ରାଇବରେଲିରୁ ପ୍ରିୟଙ୍କା ପ୍ରାର୍ଥୀ ହେବାର ସମ୍ଭାବନା ରହିଛି ।

08:27 AM

Odisha News Live Updates: ଆଜି ନାମାଙ୍କନ ଦାଖଲ କରିବେ ହେଭିୱେଟ ନେତା 
ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ। ମା ସମଲେଇଙ୍କ ଦର୍ଶନ କରିବା ପରେ ନାମାଙ୍କନ ଭରିବାକୁ ଯିବେ କେନ୍ଦ୍ରମନ୍ତ୍ରୀ। ଏଥିପାଇଁ ବିଜେପି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି। ସେହିପରି ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ନାମାଙ୍କନ ଦାଖଲ କରିବେ। ଏହାସହ ପୁରୀ ଲୋକସଭା ଆସନରୁ ନାମାଙ୍କନ ଭରିବେ ଅରୁପ ପଟ୍ଟନାୟକ। ନାମାଙ୍କନ ବେଳେ ଶକ୍ତି ପଦର୍ଶନ ପାଇଁ ସବୁ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି।

08:25 AM

Odisha News Live Updates: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ବିମାନ ଯାଞ୍ଚ 
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ବିମାନ ଯାଞ୍ଚ । ଗତକାଲି ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ପହଞ୍ଚିବା କ୍ଷଣି ବିମାନକୁ ଯାଞ୍ଚ କରିଛି ଫ୍ଲାଇଙ୍ଗ ସ୍ୱାଡ୍ ଓ ପୋଲିସ । ବିମାନ ଯାଞ୍ଚ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡିଶାରେ ସରକାରଙ୍କ ପୁଲିସ ଭ୍ୟାନ ଓ ଆମ୍ବୁଲାନ୍ସକୁ ମଧ୍ୟ ଯାଞ୍ଚ କରିବା ଦରକାର । ଏଥିସହ ବିଏସକେୱାଇ ଯୋଜନାକୁ ମନ୍ତ୍ରୀ ସମାଲୋଚନା କରିବା ସହ ଆୟୁଷ୍ମାନ ଯୋଜନା ସପକ୍ଷରେ ଯୁକ୍ତି ବାଢିଛନ୍ତି ମନ୍ତ୍ରୀ । ତେବେ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ୍ ସରକାର ଆସିଲେ କେନ୍ଦ୍ରର ସମସ୍ତ ଯୋଜନା ଓଡିଶାରେ ସୁରୁଖୁରରେ କାର୍ଯ୍ୟକାରୀ ହବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଟୁଡୁ ।

08:19 AM

Odisha News Live Updates: ଲୋ ସ୍କୋରିଂ ମ୍ୟାଚରେ ଚେନ୍ନାଇକୁ ୭ ୱିକେଟରେ ହରାଇଲା ପଞ୍ଜାବ
ଲୋ ସ୍କୋରିଂ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୭ ୱିକେଟରେ ହରାଇଲା ପଞ୍ଜାବ କିଙ୍ଗସ୍ । ଦମଦାର ବୋଲିଂ ଯୋଗୁ ପ୍ରଥମେ ବ୍ୟାଟିଂ କରି ୭ ୱିିକେଟରେ ୧୬୨ ରନ କରିଥିଲା ଚେନ୍ନାଇ । ଦଳ ପକ୍ଷରୁ କେବଳ ରୁତୁରାଜ ଗାଇକ୍ୱାଡଙ୍କ ୬୨ ରନର ଇଂନିସ ଯୋଗୁଁ ଦଳ ସମ୍ମାନଜନକ ସ୍କୋର କରିପାରିଥିଲା । ୧୬୩ ରନର ଟାର୍ଗେଟକୁ ଆରାମରେ ହାସଲ କରିନେଇଥିଲା ପଞ୍ଜାବ । ମାତ୍ର ୧୮ ଓଭରରେ ମ୍ୟାଚ ଜିିତିଯାଇଥିଲା ପଞ୍ଜାବ । ତେବେ ଚେନ୍ନାଇ ହାରିବା ପରେ ପ୍ଲେ ଅଫ ରେସରୁ ବାଦ ପଡିବାର ଆଶଙ୍କା ଦେଖାଯାଇଛି । ଏବେ ରାଜସ୍ଥାନ ୯ ମ୍ୟାଚରୁ ୮ ଏବଂ କୋଲକତା ୯ ମ୍ୟାଚରୁ ୬ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛନ୍ତି । ପ୍ଲେ-ଅଫର ବାକି ଦୁଇଟି ଟିମ୍ ପାଇଁ ତିନି ଦଳ ଦାବିଦାର ଅଛନ୍ତି । ଲକ୍ଷ୍ନୌ, ଚେନ୍ନାଇ ସହ ହାଇଦ୍ରାବାଦ ରେସରେ ଅଛି । ଲକ୍ଷ୍ନୌ ୧୦ ମ୍ୟାଚରୁ ୬ ଟି ଜିତିଥିବା ବେଳେ ଚେନ୍ନାଇ ୧୦ ମ୍ୟାଚରୁ ଏବଂ ହାଇଦ୍ରାବାଦ ୯ ମ୍ୟାଚରୁ ୫ଟିରେ ବିଜୟୀ ହୋଇଛି । ତିନି ଟିମର ପଦର୍ଶନ ଭଲ ରହିଥିବାରୁ ପ୍ଲେ-ଅଫକୁ କିଏ ଯିବ ତାକୁ ନେଇ ଆଶଙ୍କା ବଢିବାରେ ଲାଗିଛି ।

08:18 AM

Odisha News Live Updates: ହୋମିଓପାଥି ଡାକ୍ତରଖାନା ଜରାଜୀର୍ଣ୍ଣ
ବେଗୁନିଆ ବ୍ଲକ୍ ଅନ୍ତର୍ଗତ ସିମୋର ପଞ୍ଚାୟତରେ ଚାରି ଦଶନ୍ଧି ତଳେ ପ୍ରତିଷ୍ଠା ହୋଇଥିବା ‌ସରକାରୀ ହୋମିଓପାଥି ଡାକ୍ତରଖାନା ଏବେ ଜରାଜୀର୍ଣ୍ଣ। ଏହାର ପୁନରୁଦ୍ଧାର ପାଇଁ ‌କାହାରି ଆନ୍ତରିକତା ନାହିଁ ବୋଲି ସ୍ଥାନୟ ଅଧିବାସୀ ଅଭିଯୋଗ କରିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ବାସଗୃହ ଗମନା ଗମନ ଲୋକଙ୍କ ମୌଳିକ ଆବଶ୍ୟକତା। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏସବୁ ପାଇଁ କୋଟିକୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରୁଛନ୍ତି। ମାତ୍ର କେତେକ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଆନ୍ତରିକତା ଅଭାବ ହେତୁ ଲୋକେ ତାର ସୁଫଳ ପାଉନାହାନ୍ତି। ରାଜଧାନୀ ଠାରୁ ମାତ୍ର ୫୦କିଲୋମିଟର ଦୂରରେ ଅବସ୍ଥିତ ସିମୋର ହୋମିଓପାଥି ଡାକ୍ତରଖାନା। ସିମୋର ଗ୍ରାମ ସହିତ ଆଖପାଖ ଅଞ୍ଚଳ ଗଁପୁର, କଣ୍ଟାମଳିମ, ବଡ଼ବେରଣା, ମାଧପୁର ଆଦି ଗ୍ରାମର ଲୋକଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ଆଖି ଆଗରେ ରଖି ୧୯୮୧ ମସିହାରେ ଏଠାରେ ଏହି ହୋମିଓପ୍ୟାଥିକ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇଥିଲା। ଜଣେ ଡାକ୍ତର, ଜଣେ କଂପାଉଣ୍ଡର, ପିଅନରେ ଚାଲୁଥିଲା ଚିକିତ୍ସାଳୟ। ଲୋକେ ସ୍ୱାସ୍ଥ୍ୟଗତ ସୁବିଧା ସୁଯୋଗ ନେଉଥିଲେ। ରୋଗୀଙ୍କ ସଂଖା ମଧ୍ୟ କମ୍‌ ନଥିଲା। ହେଲେ ଏହି ଚିକିତ୍ସାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଆଜବେଷ୍ଟସ ଛପର ଘର ଭାଙ୍ଗିରୁଜି ଯାଇଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇଁ ନଡ଼ା ପକାଯାଇଛି।

08:10 AM

Odisha News Live Udpates: ଅପ୍‌ଟିକ୍‌ ଫାଇବର୍‌ ବିଛାଇବା ନାଁରେ ଘରୋଇ ସଂସ୍ଥାର ମନମାନି
ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ବିଭିନ୍ନ ସ୍ଥାନରେ ଘରୋଇ ସଂସ୍ଥା ପକ୍ଷରୁ ଅପ୍‌ଟିକ୍‌ ଫାଇବର୍‌ ବିଛା ଚାଲିଥିବା ବେଳେ ରାସ୍ତା ପର୍ଶ୍ବରେ ବିରାଟ ବିରାଟ ଖାଲ ଖୋଳି ଛାଡ଼ିଦିଆଯାଉଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା କଡ଼ରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଏଭଳି କାର୍ଯ୍ୟ ହେଉଥିଲେ ହେଁ ପ୍ରଶାସନର ଏଥିପ୍ରତି ଦୃଷ୍ଟି ପଡ଼ୁନାହିଁ। ସୂଚନା ଅନୁସାରେ, ଏକ ଘରୋଇ ଟେଲିକମ୍‌ ସଂସ୍ଥା ପକ୍ଷରୁ ଇଣ୍ଟର୍‌ନେଟ୍‌ ଯୋଗାଇବା ନିମନ୍ତେ ବ୍ଲକ ଅଧୀନ ଏକାଧିକ ସ୍ଥାନରେ ପୂର୍ତ୍ତ ରାସ୍ତା କଡ଼ରେ ଅପ୍‌ଟିକ୍‌ ଫାଇବର୍‌ ବିଛାଇବା କାର୍ଯ୍ୟ ଜାରି ରଖିଛି। ତେବେ ବ୍ଲକ୍‌ ଅଧୀନ ଖଳିସାହି ବଜାର ମଧ୍ୟରେ ଏଭଳି କାର୍ଯ୍ୟ ଅଞ୍ଚଳବାସୀଙ୍କୁ କ୍ଷୁବ୍ଧ କରିଛି। ପୂର୍ତ୍ତ ରାସ୍ତାକଡ଼ରେ ତଥା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ୫ରୁ ୬ ଫୁଟର ଗାତ କରାଯାଉଛି।

 

07:53 AM

Odisha News Live updates: ବିଏମ୍‌ସିର ଆନ୍ତରିକତାର ଅଭାବ: ନିର୍ମାଣ ହୋଇପାରୁନି ଭିତ୍ତିଭୂମି
ରାଜ୍ୟର ପୁରାତନ ସହର ବ୍ରହ୍ମପୁର ତଥା ୧୫୭ବର୍ଷର ପୌରପାଳିକା( ବର୍ତ୍ତମାନ ମହାନଗର ନିଗମ) ଆଜି ବି ଲୋକଙ୍କୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାରେ ସକ୍ଷମ ହୋଇପାରିନାହିଁ। ସହରର ବିକାଶ କହିଲେ କେବଳ ନାଳନର୍ଦ୍ଦମା, ରାସ୍ତାଘାଟ ଓ ପାନୀୟ ଜଳଯୋଗାଣ ମଧ୍ୟରେ ସୀମିତ ରହିଛି। ମହାନଗର ନିଗମ ସହରର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇ କିଛି ପଦକ୍ଷେପ ଗ୍ରହଣ କରିଛି ସତ, କିନ୍ତୁ ଏହା ପର୍ଯ୍ୟାପ୍ତ ହୋଇପାରିନାହିଁ। ସହର ମଧ୍ୟରେ କିଛି ପାର୍କ ନିର୍ମାଣ କରାଯିବା ସହ ପୋଖରୀ ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ବ୍ରହ୍ମପୁର ପୌରପାଳିକା ମହାନଗର ନିଗମରେ ପରିଣତ ହୋଇ ୧୬ବର୍ଷ ବିତିବାକୁ ଯାଉଥିବା ବେଳେ ଲୋକଙ୍କୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ପାରିନାହିଁ। ମହାନଗର ନିଗମ ହେବା ପରେ ପୌରପାଳିକା ସମୟରେ ରହିଥିବା ପଦପଦବି ଗୁଡ଼ିକ ପରିବର୍ତ୍ତନ ହୋଇ ମେୟର, ଡେପୁଟି ମେୟର ଓ କମିସନର ହୋଇଯାଇଛି।

07:35 AM

Odisha News Live Udpates: ୪ର୍ଥ ଦିନରେ ବିଧାନସଭା ପାଇଁ ୧୦ ଓ ଲୋକସଭା ପାଇଁ ଜଣେ ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀପତ୍ର 
ସାଧାରଣ ନିର୍ବାଚନ ୨୦୨୪  ନିମନ୍ତେ  ସୁନ୍ଦରଗଡ ଜିଲ୍ଲା ରେ ନାମାଙ୍କନ ଦାଖଲର ୪ର୍ଥ ଦିନରେ  ବିଧାନ ସଭା  ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ  କରିଥିବା ବେଳେ ଲୋକସଭା ଆସନ ପାଇଁ  ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ସୁନ୍ଦରଗଡ ଲୋକସଭା ଆସନ ପାଇଁ  ଇଣ୍ଡିୟନ  ନେସନାଲ କଂଗ୍ରେସ ଦଳ ପକ୍ଷରୁ ଜର୍ନାଦ୍ଦନ ଦେହୁରୀ  ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ  ରିଟର୍ଣିଂ ଅଧିକାରୀ ତଥା ଜିଲ୍ଲାପାଳ ସୁନ୍ଦରଗଡ  ପରାଗ ହର୍ଷଦ ଗାଭାଲୀଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

07:35 AM

Odisha News Live Updates: ପଞ୍ଜାବୀ ଗାୟକଙ୍କ ହତ୍ୟାକାରୀ ଗୋଲ୍ଡି ବ୍ରାର ହତ୍ୟାକାଣ୍ଡ ଉପରୁ ପରଦା ଉଠିଲା
ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟାକାଣ୍ଡର ମୁଖ୍ୟ ସନ୍ଦିଗ୍ଧ ଗୋଲ୍ଡି ବ୍ରାରଙ୍କ ହତ୍ୟାକାଣ୍ଡ ଖବରକୁ ଆମେରିକା ପୋଲିସ ଏକ ଗୁଜବ ଓ ମିଥ୍ୟା ବୋଲି କହିଛି। ଏହାପୂର୍ବରୁ ଆମେରିକାର ନ୍ୟୁଜ୍ ଚ୍ୟାନେଲଗୁଡିକର ଏକ ଭାରତୀୟ ନ୍ୟୁଜ୍ ୱେବସାଇଟ୍ ରିପୋର୍ଟରେ ଦର୍ଶାଯାଇଛି ଯେ ଆମେରିକାର କାଲିଫର୍ନିଆର ଫେୟାରମେଣ୍ଟ ଏବଂ ହୋଲ୍ଟ ଆଭେନ୍ୟୁରେ ମଙ୍ଗଳବାର ସନ୍ଧ୍ୟାରେ ବ୍ରାରଙ୍କୁ ଆକ୍ରମଣ କରାଯାଇଥିଲା। ତେବେ କାଲିଫର୍ନିଆର ଫ୍ରେସ୍ନୋ ପୋଲିସ ବିଭାଗ ବୁଧବାର ଏହି ରିପୋର୍ଟକୁ ଅସ୍ୱୀକାର କରିଛି। ଏଠାରେ କହି ରଖୁ କି ଗୋଲଡିଙ୍କୁ ଭାରତୀୟ ଗୃହ ମନ୍ତ୍ରଣାଳୟ ଆତଙ୍କବାଦୀ ଘୋଷଣା କରିଛି।  ସେ ଗତ କିଛି ବର୍ଷ ଧରି ବିଦେଶରେ ଲୁଚି ରହିଥିଲେ।

07:30 AM

Odisha News Live Updates: ଭୀଷଣ ହେଉଛି ଗ୍ରୀଷ୍ଣକୋପ, ଆଜି ଏହି ସବୁ ଜିଲ୍ଲାକୁ ହିଟ୍ ଓ୍ବେଭ୍ ନେଇ ଆଲର୍ଟ ଜାରି !
ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । କିନ୍ତୁ ଏହାରି ଭିତରେ ଗତକାଲି ରାଜ୍ୟର କିଛି ସ୍ଥାନରେ ବିଶେଷ କରି କଟକ , ଭୁବନେଶ୍ବର ସମେତ କେତେକ ସ୍ଥାନରେ କାଳବୈଶାଖି ବର୍ଷା ହୋଇଥିଲା। ଏହି କାଳବୈଶାଖି ବର୍ଷା କିଛି ପରିମାଣରେ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଥିଲା। କିନ୍ତୁ ଗତକାଲି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ତାଳଚେର । ସେଠାରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି । ୨୮ ସହରରେ ତାପମାତ୍ରା ୪୧ ଡିଗ୍ରୀ ରୁ ଅଧିକ ରେକର୍ଡ କରାଯାଇଛି।  ଏହା ସହ  ୧୫ ସହରର ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ଓ ଟିଟିଲାଗଡ଼ ୪୪.୫ ଡିଗ୍ରୀ, ନୂଆପଡ଼ାରେ ୪୪.୪, ଅନୁଗୁଳ ଓ ଝାରସୁଗୁଡ଼ାରେ ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି । ପଢନ୍ତୁ ପୂରା ରିପୋର୍ଟ...

07:28 AM

Odisha Daily Live News Updates: ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୨ ହେଉଛି ଗୁରୁବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

07:27 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।