ଚମକିବ ମାଆ ବୁଢୀ ଠାକୁରାଣୀଙ୍କ ମନ୍ଦିର: ୧୮ କୋଟି ହେବ ଖର୍ଚ୍ଚ
Advertisement
Article Detail0/zeeodisha/odisha1769965

ଚମକିବ ମାଆ ବୁଢୀ ଠାକୁରାଣୀଙ୍କ ମନ୍ଦିର: ୧୮ କୋଟି ହେବ ଖର୍ଚ୍ଚ

Maa Budhi Thakurani Temple: ଝଲସିବ ବ୍ରହ୍ମପୁରର ମାଆ ବୁଢୀ ଠାକୁରାଣୀଙ୍କ ମନ୍ଦିର ।

ଚମକିବ ମାଆ ବୁଢୀ ଠାକୁରାଣୀଙ୍କ ମନ୍ଦିର: ୧୮ କୋଟି ହେବ ଖର୍ଚ୍ଚ

Maa Budhi Thakurani Temple: ରାଜ୍ୟର ଏକ ପ୍ରମୁଖ ମନ୍ଦିର ଭାବରେ ବିବେଚନା କରାଯାଉଥିବା ବ୍ରହ୍ମପୁର (berhampur)ର ମାଆ ବୁଢୀ ଠାକୁରାଣୀଙ୍କ ମନ୍ଦିରର ହେବ ଉନ୍ନତୀକରଣ କାର୍ଯ୍ୟ (Improvement work)। ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଅନୁମୋଦନ କରିଛନ୍ତି । ସମୁଦାୟ ୧୮ କୋଟି ୯୧ ଲକ୍ଷ ଟଙ୍କା ଦୁଇଟି ପର୍ଯ୍ୟାୟରେ ଖର୍ଚ୍ଚ କରାଯାଇ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ କରାଯିବ । ଏହି ସ୍ଥାନକୁ ଓଡ଼ିଶା ସମେତ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ (Andhra Pradesh)ରୁ ମଧ୍ୟ ଖୁବ୍ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି ମାଆ ବୁଢୀ ଠାକୁରାଣୀଙ୍କର ଦର୍ଶନ ପାଇଁ । ଏକ ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ମନ୍ଦିରର କାର୍ଯ୍ୟ ଶେଷ କରିବାକୁ ସିଏମ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଉନ୍ନତୀକରଣ କାମ ଗୁଡିକ ମଧ୍ୟରେ ମନ୍ଦିର ସମେତ ଚତୁଃପାର୍ଶ୍ୱକୁ ବିକଶିତ କରାଯିବ । ମନ୍ଦିରର କାନ୍ଥ ଓ ଚଟାଣରେ ମାର୍ବଲ ଓ ପଥରରେ ଛାଉଣି କରାଯିବ । ମନ୍ଦିରର ପାଚେରୀ (Temple wall), ହୋମ କୁଣ୍ଡ, ଉଦ୍ୟାନକୁ ଖୁବ ସୁନ୍ଦର ଭାବରେ ସଜ୍ଜିତ କରାଯିବ (Will be equipped) । କଳିଙ୍ଗ ସ୍ଥାପତ୍ୱର କାରିଗରୀ ମନ୍ଦିରର ଚତୁଃପାର୍ଶ୍ୱରେ ରହିବ ଯାହା ଲୋକଙ୍କୁ କଳିଙ୍ଗ ସ୍ଥାପତ୍ୱ ଉପରେ ଅବଗତ କରାଇବ । ଦୂରରୁ ଆସୁଥିବା ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ (Convenience opportunity) କରାଯିବ । ଭକ୍ତମାନେ ମନ୍ଦିରକୁ ପ୍ରବେଶ କରିବା ସମୟରେ କିପରି ଶୌଚ ହୋଇ ମନ୍ଦିର ଭିତରକୁ ପ୍ରବେଶ କରିବେ ସେଦିଗରେ ମଧ୍ୟ ବିଶେଷ ଭାବରେ ଧ୍ୟାନ ଦିଆଯିବ । ସୁରୁଖୁରରେ ମାଆଙ୍କ ଦର୍ଶନ କରିବା ପାଇଁ ବ୍ୟାରିକେଟ (Barricade)ର ବ୍ୟବସ୍ଥା ମଧ୍ୟ କରାଯିବ । ମନ୍ଦିରରେ ପୂଜା କରୁଥିବା ପୂଜକଙ୍କ ପାଇଁ ଗୃହ ନିର୍ମାଣ କରାଯିବା ସହ ମାଆଙ୍କ ପାଇଁ ଅନ୍ନ ଓ ବ୍ୟଞ୍ଜନ ପ୍ରସ୍ତୁତି ନିମନ୍ତେ ରୋଷଘର (Kitchen House) ତିଆରି କରାଯିବ । କେବଳ ସେତିକି ନୁହେଁ ଭକ୍ତମାନେ ମାଆଙ୍କ ମନ୍ଦିର ପ୍ରାଙ୍ଗଣରୁ ଭୋଗ କିଣି କିପରି ମାଆଙ୍କ ନିକଟରେ ଲଗାଇ ପାରିବେ ସେଥି ପାଇଁ ଭୋଗ ମଣ୍ଡପ ମଧ୍ୟ ତିଆରି କରାଯିବ । ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରଙ୍ଗ ବେରଙ୍ଗ ଆଲୋକ ବ୍ୟବସ୍ଥା (Lighting system) ମଧ୍ୟ କରାହେବ ବୋଲି ସୂଚନା ମିଳିଛି ।

ମାଆ ବୁଢୀ ଠାକୁରାଣୀ ଯାତ୍ରା (Maa Budhi Thakurani Yatra) ବ୍ରହ୍ମପୁରର ଏକ ପ୍ରସିଦ୍ଧ ଯାତ୍ରା । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଏହି ଯାତ୍ରା ସମୟରେ ହୋଇଥାଏ । ଅନେକ ଦୋକାନ ବଜାର ମଧ୍ୟ ଖୋଲିଥାଏ । ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା କିପରି ଆହୁରୀ ଭଲ ଭାବରେ ହୋଇପାରିବ ସେ ନେଇ ମଧ୍ୟ ଦୃଷ୍ଟି ଦିଆଯିବ । ଏଥିସହ ମନ୍ଦିରକୁ ସଂଯୋଗ ହୋଇଥିବା ରାସ୍ତା (Road)ର ଉନ୍ନତୀକରଣ ହେବ । ଭକ୍ତମାନେ ଗାଡି ରଖିବା ପାଇଁ ପାର୍କିଂ ପଏଣ୍ଟ୍ (Parking Point) ତିଆରି କରାଯିବ । ମନ୍ଦିର ନିକଟରେ କିଛି ଗଛ (Tree) ଲଗାଯାଇ ପରିବେଶକୁ ସୁନ୍ଦର କରାଯିବ । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ ଟି ସଚିବ ଭିକେ ପାଣ୍ଡିଆନ୍ (5 T Secretary VK Pandian) କିଛି ଦିନ ତଳେ ମାଆ ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ । ମାଆଙ୍କ ଦର୍ଶନ ଓ ଆଶୀର୍ବାଦ ଭିକ୍ଷା କରିବା ସହ ସ୍ଥାନୀୟ ପ୍ରଶାସନ ସହ ଜନସାଧାରଣ ଓ ପୂଜକଙ୍କୁ ମନ୍ଦିର ସମ୍ପର୍କରେ ଅନେକ କିଛି ପଚାରି ବୁଝିଥିଲେ । ପରେ ଜିଲ୍ଲା ପ୍ରଶାସନକୁ ମନ୍ଦିରର ବିସ୍ତୁତ ତଥ୍ୟ ପ୍ରଦାନ କରିବାକୁ କହିଥିଲେ । ଏଥିସହ ମନ୍ଦିରର ବିକାଶ କରାଇବା ପାଇଁ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । 

Also Read- Dog Going Canada: ଦିଲ୍ଲୀରୁ କାନାଡାକୁ ଉଡ଼ିବେ ଏହି ଦୁଇ କୁକୁର! ବିଜନେସ କ୍ଲାସରେ ଟିକେଟ୍ ବୁକ୍