ବ୍ଲୁ ଫିଲ୍ମ ତିଆରି କରୁଥିଲେ ମହିଳା ପୋଲିସ କର୍ମୀ, ଏବେ ଚାକିରିରୁ ହେଲେ ବିଦା
Advertisement

ବ୍ଲୁ ଫିଲ୍ମ ତିଆରି କରୁଥିଲେ ମହିଳା ପୋଲିସ କର୍ମୀ, ଏବେ ଚାକିରିରୁ ହେଲେ ବିଦା

Shocking News: ସମସ୍ତେ ଟଙ୍କା ରୋଜଗାର କରିବା ଇଚ୍ଛାରେ ନିଜର ବ୍ୟକ୍ତିଗତ ଜୀବନକୁ ଦୁନିଆ ଆଗରେ ଖୋଲି ରଖିବାକୁ ଚାହାଁନ୍ତି । ଏପରି କରିବାରେ ସେମାନଙ୍କର କୌଣସି ସଙ୍କୋଚ ନାହିଁ । ଆଜି ଆମେ ଆପଣଙ୍କୁ ଏପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଜଣେ ମହଳା ପୋଲିସ୍ କର୍ମୀ ଏକ ଭଲ ଚାକିରୀକୁ ବିପଦରେ ପକାଇ ଏକ ଅଡଲ୍ଟ ସାଇଟରେ ନିଜର ଫଟୋ ସେୟାର କରିବା ଆରମ୍ଭ କରିଥିଲେ ।

ପ୍ରତୀକାତ୍ମକ ଫଟୋ

Shocking News: ବିଦେଶରେ ଅଡଲ୍ଟ ୱେବସାଇଟରେ ନିଜର ଅନ୍ତରଙ୍ଗ ଫଟୋ ଓ ଭିଡିଓ ତିଆରି କରିବା ଏବଂ ତାହାକୁ ବିକ୍ରୟ କରିବାର କ୍ରେଜ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଥିରେ ୧୮ ବର୍ଷର ଯୁବକ-ଯୁବତୀଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ମହିଳା ପର୍ଯ୍ୟନ୍ତ ସାମିଲ ଅଛନ୍ତି । ସମସ୍ତେ ଟଙ୍କା ରୋଜଗାର କରିବା ଇଚ୍ଛାରେ ନିଜର ବ୍ୟକ୍ତିଗତ ଜୀବନକୁ ଦୁନିଆ ଆଗରେ ଖୋଲି ରଖିବାକୁ ଚାହାଁନ୍ତି । ଏପରି କରିବାରେ ସେମାନଙ୍କର କୌଣସି ସଙ୍କୋଚ ନାହିଁ । ଆଜି ଆମେ ଆପଣଙ୍କୁ ଏପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଜଣେ ମହଳା ପୋଲିସ୍ କର୍ମୀ ଏକ ଭଲ ଚାକିରୀକୁ ବିପଦରେ ପକାଇ ଏକ ଅଡଲ୍ଟ ସାଇଟରେ ନିଜର ଫଟୋ ସେୟାର କରିବା ଆରମ୍ଭ କରିଥିଲେ ।

ଏହି ଘଟଣାଟି ଆମେରିକାର କଲୋରଡୋ (Colorado) ରେ ଘଟିଛି । ଆମେରିକାର ପୋଲିସ (US Police) ରେ କାର୍ଯ୍ୟ କରୁଥିବା ୪୬ ବର୍ଷୀୟ ମେଲିସା ୱିଲିୟମ୍ସ (Melissa Williams) ନିଜ କାର୍ଯ୍ୟ କରିବା ସମୟରେ ଅଡଲ୍ଟ ସାଇଟରେ ନିଜର ଅନ୍ତରଙ୍ଗ ଫଟୋ ଓ ଭିଡିଓ ସେୟାର କରିବା ଆରମ୍ଭ କରିଥିଲେ । ଅନେକ ଥର ତାଙ୍କୁ ପୋଲିସ ୟୁନିଫର୍ମରେ ମଧ୍ୟ ଦେଖିବାକୁ ମିଳିଥିଲା । ମାତ୍ର ବରିଷ୍ଠ ଅଧିକାରୀମାନେ ଏହା ଜାଣିବା ମାତ୍ରେ ତାଙ୍କୁ ତୁରନ୍ତ ଫୋର୍ସରୁ ହଟାଇ ଦେଇଥିଲେ । ପୋଲିସ୍ କାର୍ଯ୍ୟ ପାଇଁ ତାଙ୍କୁ ଅସୁରକ୍ଷିତ ବିବେଚନା କରାଯାଉଥିଲା (NSPW: Not safe-for-police-work) । 

ତେବେ ମେଲିସାଙ୍କୁ ଫୋର୍ସରୁ ବରଖାସ୍ତ କରାଯାଇଥିବାରୁ କୌଣସି ଦୁଃଖ ନାହିଁ । ସେ ହସି ହସି କହିଲେ ଯେ, "ମୁଁ ଯାହା କରୁଛି ତାହା ଭଲ ପାଏ । ମୁଁ ଏଥିରେ ଆଦୌ ଦୁଃଖିତ ନୁହେଁ । ମୁଁ ପୋଲିସ୍ ଚାକିରି ଛାଡିବାର ପ୍ରାୟ ଏକ ବର୍ଷ ବିତିଗଲାଣି, କିନ୍ତୁ ବର୍ତ୍ତମାନ ମୋ ପାଖରେ ନିଜ ଜୀବନ ପାଇଁ ବହୁତ ସମୟ ଅଛି । ବର୍ତ୍ତମାନ ମୁଁ ପ୍ରତି ମାସରେ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛି । ପୋଲିସରେ ଥିବାବେଳେ ଏହି ଦରମା ୩ ଲକ୍ଷ ମାସ ହୋଇଥାନ୍ତା । କେବଳ ଏତିକି ନୁହେଁ ମୋର ଅନେକ ପ୍ରଶଂସକ ମଧ୍ୟ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି ।"

ବିଦେଶୀ ସାଇଟ୍ ଅନୁଯାୟୀ, ମେଲିସା ଅଡଲ୍ଟ ସାଇଟରେ ବୋଲ୍ଡ ଫଟୋ (saucy snaps) ବଦଳରେ ଅଧିକ ରୋଜଗାର କରନ୍ତି । ସେ ସବୁଠାରୁ ଲୋକପ୍ରିୟ କ୍ରିଏଟରଙ୍କ ମଧ୍ୟରୁ ଜଣେ (Most Popular Creator) । ଅଡଲ୍ଟ ସାଇଟ ବ୍ୟତୀତ ସେ ଲେଫ୍ଟନାଣ୍ଟ ବେଲା ଲେକ୍ସି (Lieutenant Bella Lexi) ନାମରେ ସୋସିଆଲ ମିଡିଆରେ ଉପସ୍ଥିତ ଅଛନ୍ତି । ମେଲିସା କହିଛନ୍ତି ଯେ, "ମୁଁ ମୋର ପ୍ରଶଂସକଙ୍କ ସହ ଯୋଗାଯୋଗ କରିବାକୁ ଭଲ ପାଏ ଓ ସେମାନେ ସମସ୍ତେ ମୋତେ ବହୁତ ଭଲ ପାଆନ୍ତି । ପ୍ରତି ସପ୍ତାହରେ ମୋତେ ପ୍ରାୟ ୧୦ ଜଣ ଲୋକ ବିବାହ ପାଇଁ ପ୍ରସ୍ତାବ ଦିଅନ୍ତି ।" 

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ମଙ୍ଗଳ ହେବ ମଙ୍ଗଳବାର!

ଏଠାରେ କହି ରଖୁଛୁ ଯେ, ତାଙ୍କ ପ୍ରଶଂସକମାନେ ବିବାହ ପାଇଁ ଲେଫ୍ଟ ବେଲା ଲେକ୍ସି ଓରଫ ମେଲିସାଙ୍କୁ ପ୍ରସ୍ତାବ ଦେଇପାରନ୍ତି, କିନ୍ତୁ ସେ ପୂର୍ବରୁ ବିବାହିତ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ସେ ନିଜେ କେବଳ ଫଟୋ ଓ ଭିଡିଓ ଅପଲୋଡ୍ କରନ୍ତି ନାହିଁ, ବରଂ ସ୍ୱାମୀଙ୍କ ସହ ରୋମାନ୍ସ ଭିଡିଓ ଏବଂ ଫଟୋ ଅପଲୋଡ୍ ମଧ୍ୟ କରନ୍ତି । ତେବେ ସେ ନିଜ ସ୍ୱାମୀଙ୍କ ଫଟୋକୁ ସର୍ବଜନୀନ କରି ନଥିଲେ । ସେ କହିଛନ୍ତି ଯେ ପୋଲିସ୍ ଚାକିରିରେ ଜଣଙ୍କୁ ପ୍ରତି ସପ୍ତାହରେ ୬୦ ଘଣ୍ଟା ଡ୍ୟୁଟି କରିବାକୁ ପଡୁଥିଲା, କିନ୍ତୁ ଏଠାରେ ମୁଁ ମୋର ନିଜ ଇଚ୍ଛାରେ କାମ କରେ । ମୁଁ ଏହାକୁ ବହୁତ ଉପଭୋଗ କରୁଛି ।