Shocking News: ବିମାନରେ ଗୁଳିକାଣ୍ଡ, ଜୀବନ ବଞ୍ଚାଇବାକୁ ଯାଇ ସିଟ୍ ତଳେ ଲୁଚିଲେ ଯାତ୍ରୀ
Advertisement
Article Detail0/zeeodisha/odisha1517347

Shocking News: ବିମାନରେ ଗୁଳିକାଣ୍ଡ, ଜୀବନ ବଞ୍ଚାଇବାକୁ ଯାଇ ସିଟ୍ ତଳେ ଲୁଚିଲେ ଯାତ୍ରୀ

Mexico Flight Firing:  ଏହି ସମୟରେ ଏକ ବିମାନର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ବିମାନଯାତ୍ରୀ ଭୟଭୀତ ହୋଇପଡିଥିବାର ଦେଖିବାକୁ ମିଳିଛି। ପରିସ୍ଥିତ ଏତେ ଖରାପ ହୋଇପଡ଼ିଛି ଯେ ନିଜର ଜୀବନ ବଞ୍ଚାଇବାକୁ ଯାଇ ବିମାନ ଯାତ୍ରୀ ସିଟ୍ ତଳେ ଲୁଚି ଯାଇଛନ୍ତି।

Shocking News: ବିମାନରେ ଗୁଳିକାଣ୍ଡ, ଜୀବନ ବଞ୍ଚାଇବାକୁ ଯାଇ ସିଟ୍ ତଳେ ଲୁଚିଲେ ଯାତ୍ରୀ

Firing in Flight: ବିମାନରେ ଘଟିଯାଇଛି ଗୁଳିକାଣ୍ଡ। ଆଉ ଜୀବନ ବଞ୍ଚାଇବାକୁ ଯାଇ ନିଜକୁ ଶୌଚାଳୟ ମଧ୍ୟରେ ଲୁଚାଇବାକୁ ପଛଇେ ନାହାଁନ୍ତି ଯାତ୍ରୀ। ଆମେରିକୀୟ ଦେଶ ମେକ୍ସିକୋରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସ୍ଥାନୀୟ  ଡ୍ରଗ୍ ମାଫିଆ ଏଲ୍ ଚାପୋଙ୍କ ପୁଅ ଓଭିଡିଓ ଗୁଜମୈନ ଲୋପେଜ ଗିରଫ ହେବା ପରେ ଅଶାନ୍ତ ହୋଇଉଠିଛି ମେକ୍ସିକୋ। ଓଭିଡିଓ ଗୁଜମୈନ ଲୋପେଜକୁ ଗତ ୫ ତାରିଖରେ ଗିରଫ କରାଯାଇଥିଲା। ଏହି ଘଟଣା ପରେ ଦେଶରେ ଦଙ୍ଗା ଭଳି ପରିସ୍ଥିତି ଉପୁଜିଛି। ଡ୍ରଗ୍ ମାଫିଆ ଏଲ୍ ଚାପୋର ଗ୍ୟାଙ୍ଗ ଜବରଦସ୍ତ ହଙ୍ଗାମା କରିଛି। ସେମାନେ ରାସ୍ତାରେ ରଖାଯାଇଥିବା ଅନେକ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଏପରିକି ଏଲ୍ ଚାପୋ ଗ୍ୟାଙ୍ଗ ଏକ ବିମାନ ବନ୍ଦର ଉପରେ ଆକ୍ରମଣ କରିବାକୁ ପଛେଇ ନାହାଁନ୍ତି। 

ଏହି ସମୟରେ ଏକ ବିମାନର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ବିମାନଯାତ୍ରୀ ଭୟଭୀତ ହୋଇପଡିଥିବାର ଦେଖିବାକୁ ମିଳିଛି। ପରିସ୍ଥିତ ଏତେ ଖରାପ ହୋଇପଡ଼ିଛି ଯେ ନିଜର ଜୀବନ ବଞ୍ଚାଇବାକୁ ଯାଇ ବିମାନ ଯାତ୍ରୀ ସିଟ୍ ତଳେ ଲୁଚି ଯାଇଛନ୍ତି। ଅନ୍ୟପଟେ ଆଉ କିଛି ଯାତ୍ରୀ ବାଥରୁମ ମଧ୍ୟରେ ଲୁଚି ଯାଇଛନ୍ତି। ଏନେଇ କୁହାଯାଉଛି ଯେ ଏହି ବିମାନ ହିଂସାକାଣ୍ଡର ଶିକାର ହୋଇଛି। ଅଚାନକ ଗୁଳି ବିନିମୟ ଦେଖିବା ପରେ ବିମାନ ଯାତ୍ରୀ ଭୟଭୀତ ହୋଇପଡିଥିଲେ।

ଓଭିଡିଓ ଗୁଜମୈନ ଲୋପେଜ ଗ୍ୟାଙ୍ଗ (Ovidio Guzman Lopez) ସଦସ୍ୟଙ୍କ ପକ୍ଷରୁ କରାଯାଇଥିବା ହିଂସାକାଣ୍ଡ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ କିମ୍ବା ଏହା ଠାରୁ ଅଧିକ ବିମାନ ବାତିଲ ହୋଇଥିବାର ଖବର ମିଳିଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି। ଲୋକେ ରାସ୍ତାରେ ଯିବା ଆସିବା କରିବା ପରିବର୍ତ୍ତେ ଘରେ ରହିବାକୁ ସୁରକ୍ଷିତ ମଣୁଛନ୍ତି। 

ଏହି ଭାଇରାଲ ଭିଡିଓ ସେୟାର କରିଥିବା ଟେଲେଜ ତାଙ୍କ ପରିବାର ସହିତ ଖ୍ରୀଷ୍ଟମାସ ପାଳନ ପାଇଁ କୌଣସି ଏକ ଦୂର ସ୍ଥାନକୁ ଯାଇଥିଲେ। ରଏଟର୍ସ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ରାତି ସାରା ଗୁଳି ବିନିମୟ ସତ୍ତ୍ୱେ ସେମାନେ ସକାଳ ସମୟରେ ବିମାନ ବନ୍ଦରରେ ପହଞ୍ଚିଥିଲେ। ପରେ ସେମାନେ ଖବର ପାଇଲେ ଯେ ଓଭିଡିଓ ଗ୍ୟାଙ୍ଗ ସଦସ୍ୟ ବିମାନ ବନ୍ଦର ପରିସରରେ ଉପସ୍ଥିତ ଅଛନ୍ତି। ଏକଥା ଶୁଣିବା ପରେ ଟଲେଜ ତାଙ୍କ ପରିବାର ସହିତ ବାଥରୁମ ମଧ୍ୟରେ ଲୁଚି ଯାଇଥିଲେ। ଯଦିଓ ଏହା ଏକ ଗୁଜବ ଥିଲା, ହେଲେ ତାଙ୍କ ପରିାବର ସଦସ୍ୟ ଜୀବନ ବଞ୍ଚାଇବାକୁ ଯାଇ ଲୁଚି ଯାଇଥିଲେ। 

ଓଭିଡିଓ ଗୁଜମୈନ ଲୋପେଜକୁ କୁଲିଆକନ ସହରରୁ (Culiacan City) ଗିରଫ କରାଯାଇଥିଲା। ସ୍ଥାନୀୟ ଡ୍ରଗ୍ ମାଫିଆ ଏଲ୍ ଚାପୋଙ୍କ (Mexico Drug Lord El Chapo) ପୁଅକୁ ଗିରଫ କରିବା ପରେ ତାକୁ ମେକ୍ସିକୋ ସିଟି (Mexico City) ସ୍ଥାନାନ୍ତର କରାଯାଇଥିଲା। ମେକ୍ସିକୋ ପ୍ରତିରକ୍ଷା ମନ୍ତ୍ରୀ କ୍ରେସୋନଶିଓ ସୈଣ୍ଡୋବଲ (Mexican Defense Minister Cresencio Sandoval) କହିଛନ୍ତି ଯେ ଗତ ୬ ମାସ ଧରି ଓଭିଡିଓ ଉପରେ ସତର୍କ ନଜର ରଖାଯାଇଥିଲା। ଆମେରିକୀୟ ଅଧିକାରୀ ମଧ୍ୟ ଏହି କାର୍ଯ୍ୟରେ ସାହାଯ୍ୟ କରିଥିଲେ।