NEET Result 2023: ଗଙ୍ଗା ମାତାଙ୍କ ବରଦାନ, ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଗଙ୍ଗା ଆଳତୀ କରୁଥିବା ଯୁବକ
Advertisement
Article Detail0/zeeodisha/odisha1739902

NEET Result 2023: ଗଙ୍ଗା ମାତାଙ୍କ ବରଦାନ, ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଗଙ୍ଗା ଆଳତୀ କରୁଥିବା ଯୁବକ

NEET 2023: ପ୍ରତିଦିନ ଗଙ୍ଗା ଆଳତୀ କରୁଥିବା ବିଭୁ ନିକଟରେ ପ୍ରକାଶ ପାଇଥିବା ନିଟ୍ ପରୀକ୍ଷାରେ ବଡ଼ ସଫଳତା ହାସଲ କରିଛନ୍ତି। ସେ ପ୍ରଥମ ପ୍ରୟାସରେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ୭୨୦ ମାର୍କରୁ ୬୨୨ ମାର୍କ ରଖିଛନ୍ତି। ସେ ଏହାର ଶ୍ରେୟ ଗଙ୍ଗା ମାତାଙ୍କୁ ଦେଇଛନ୍ତି । 

ସୌ(ସୋସିଆଲ ମିଡିଆ)

NEET Result 2023: ନିଟ୍ ପରୀକ୍ଷାରେ (NEET Result 2023) ଉତ୍ତୀର୍ଣ୍ଣ ହେଲେ ପ୍ରତିଦିନ ଗଙ୍ଗା ଆଳତୀ କରୁଥିବା ଯୁବକ । ଆଜ୍ଞା ହଁ, ଉତ୍ତରପ୍ରଦେଶ (Uttar Pradesh) ବଦାୟୁ ଜିଲ୍ଲାର ବାସିନ୍ଦା ବିଭୁ ଉପାଧ୍ୟାୟ (Vibhu upadhyay) ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ପ୍ରତିଦିନ ଗଙ୍ଗା ଆଳତୀ କରୁଥିବା ବିଭୁ ନିକଟରେ ପ୍ରକାଶ ପାଇଥିବା ନିଟ୍ ପରୀକ୍ଷାରେ ବଡ଼ ସଫଳତା ହାସଲ କରିଛନ୍ତି। ସେ ପ୍ରଥମ ପ୍ରୟାସରେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ୭୨୦ ମାର୍କରୁ ୬୨୨ ମାର୍କ ରଖିଛନ୍ତି। ସେ ଏହାର ଶ୍ରେୟ ଗଙ୍ଗା ମାତାଙ୍କୁ ଦେଇଛନ୍ତି । ପ୍ରକାଶ ଥାଉ, ବିଭୁ ୨୦୧୯ ମସିହାରୁ କଚଲା (kachhla Ganga Ghat) ଗଙ୍ଗା ଘାଟରେ ନିୟମିତ ଭାବେ ଗଙ୍ଗା ଆରତୀ କରିଆସୁଛନ୍ତି ।  

ସୂଚନା ଅନୁଯାୟୀ, ୨୦୧୯ ମସିହାରେ ଜିଲ୍ଲାର ତତ୍କାଳୀନ ଡିଏମ୍ ଦୀନେଶ କୁମାର ସିଂ ବଦାୟୁ କଚଲା ଗଙ୍ଗା ଘାଟରେ ନିୟମିତ ଗଙ୍ଗା ଆଳତୀ କରିବା ନେଇ ଶପଥ ନେଇଥିଲେ। ଏହା ପରେ ବନାରସ ଗଙ୍ଗା ଘାଟରେ ନିୟମିତ ଆଳତୀ ଆରମ୍ଭ ହୋଇଥିଲା । ଗଙ୍ଗା ଆଳତୀ ପାଇଁ ବ୍ରାହ୍ମଣ ଆବଶ୍ୟକ ପଡ଼ିଥିଲେ, ସେହି ସମୟରେ ଏହି ପବିତ୍ର କାର୍ଯ୍ୟ ଲାଗି ବିଭୂ ଆଗେଇ ଆସିଥିଲେ । ପିତାମାତାଙ୍କଠାରୁ ଅନୁମତି ଆଣି ପ୍ରତିଦିନ ଅଧ୍ୟୟନ ସହ ସନ୍ଧ୍ୟା ସମୟରେ ସେ ଆଳତୀ କରିବା ଆରମ୍ଭ କରିଥିଲେ । ଏହାପରେ ସେ ୧ ବର୍ଷ ଲାଗି ବଦାୟୁ ଛାଡି଼ କୋଟା ଚାଲିଯାଇ ସେଠାରେ ନିଟ୍ (NEET) ପରୀକ୍ଷା ଲାଗି କୋଚିଂ ନେଇଥିଲେ । କଠିନ ପରିଶ୍ରମ ଓ ମାତା ଗଙ୍ଗାଙ୍କ ଆଶୀର୍ବାଦ ଫଳରେ ସେ ବର୍ତ୍ତମାନ ନିଟ୍ (NEET) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଏଥିଲାଗି ପୂର୍ବତନ ଡ଼ିଏମ୍ ଦୀନେଶ କୁମାର ସିଂ, ପିତା ମାତା ଓ ଗଙ୍ଗା ମାତାଙ୍କୁ ଶ୍ରେୟ ଦେଇଛନ୍ତି। ସେ ଗତ ୩-୪ ବର୍ଷରୁ ନିଟ୍ ଲାଗି ପ୍ରସ୍ତୁତ ହେଉଥିଲେ, ଅଧ୍ଯନରୁ ସମୟ ପାଇଲେ ଗଙ୍ଗା ଆଳତୀ କରୁଥିବା କହିଛନ୍ତି । ପୁଅର ଏହି ସଫଳତା ପରେ, ସମଗ୍ର ପରିବାରରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ସମସ୍ତେ ଏହାକୁ ଗଙ୍ଗା ମାତାଙ୍କ ଆଶୀର୍ବାଦ ବୋଲି କହୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ପ୍ରକାଶ ଥାଉ କି, ମଙ୍ଗଳବାର ଦିନ ପ୍ରକାଶ ପାଇଛି ନିଟ୍ (NEET -2023) ପରୀକ୍ଷା ଫଳ। ତାମିଲନାଡୁର ପ୍ରଭଞ୍ଜନ ଜେ (Prabanjan J) ଓ ଆନ୍ଧ୍ରପ୍ରଦେଶର ବୋରାବରୁଣ ଚକ୍ରବର୍ତ୍ତୀ (Bora Varun Chakravarthi) ୯୯.୯୯ ପ୍ରତିଶତ ନମ୍ବର ରଖି ଯୁଗ୍ମ ଟପ୍ପର ହୋଇଛନ୍ତି। ଏହି ପରୀକ୍ଷା ପାଇଁ ମୋଟ ୧୮ ଲକ୍ଷ ୭୨ ହଜାର ୩୪୧ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିବା ବେଳେ ୧୧.୪୫ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେବା ଲାଗି ଯୋଗ୍ୟତା ହାସଲ କରିଥିଲେ। ଏଥିରେ ରାଜ୍ୟର ୨୮,୩୩୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଟପ୍ ୫୦ ତାଲିକାରେ ରହିଛନ୍ତି ଦୁଇ ଓଡ଼ିଆ । ଓଡ଼ିଶାର ସ୍ବୟଂ ଶକ୍ତି ତ୍ରିପାଠୀ (Swayam Shakti Tripathy) ୯୯.୯ ପ୍ରତିଶତ ମାର୍କ ରଖି ୮ ସ୍ଥାନ ହାସଲ କରିଥିବା ବେଳେ ସୂର୍ଯ୍ୟ ପ୍ରତାପ ମିଶ୍ର ୩୫ତମ ରାଙ୍କରେ ରହିଛନ୍ତି । ସେହିପରି ଟପ୍ ୨୦ ମହିଳା ତାଲିକାରେ ଓଡି଼ଶାର ଅଭିପସା ଚୌଧୁରୀ ରହିଛନ୍ତି । ଅଭିପସା ସର୍ବଭାରତୀୟ ସ୍ତରରେ ୬୩ ରାଙ୍କରେ ରହିଛନ୍ତି । ଚଳିତ ବର୍ଷ ପ୍ରାୟ ୧୮ ଲକ୍ଷ ୭୨ ହଜାର ୩୪୧ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିଲେ । ରାଜ୍ୟର ପ୍ରାୟ ୨୭ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଥିଲା ।  ଓଡ଼ିଶାର ପ୍ରାୟ ୩୮,୪୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିପରି ଦେଶର ୪୯୯ଟି ସହର ଓ ବିଦେଶରେ ୧୪ ସହରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ୧୩ଟି ଭାଷା ତଥା ଆସାମ, ବଙ୍ଗାଳୀ, ଇଂରାଜୀ, ଗୁଜୁରାଟୀ, ହିନ୍ଦୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭା।ଷରେ ନିଟ୍ ପରୀକ୍ଷା କରାଯାଇଥିଲା ।