Odisha Train Accident: ୧୫ ଦିନ ଧରି ଜୀବନ ସହ ସଂଗ୍ରାମ କରୁଥିଲେ, ହେଲେ ଆଜି SCBରେ ଆଖି ବୁଜିଲେ ଆଉ ଜଣେ ଆହତ
Advertisement
Article Detail0/zeeodisha/odisha1742030

Odisha Train Accident: ୧୫ ଦିନ ଧରି ଜୀବନ ସହ ସଂଗ୍ରାମ କରୁଥିଲେ, ହେଲେ ଆଜି SCBରେ ଆଖି ବୁଜିଲେ ଆଉ ଜଣେ ଆହତ

Odisha Train Accident: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣା(Bahanaga train accident) । ସେହି କଳା ରାତିର କରୁଣ କାହାଣୀ ଏବେବି କାହା ମନରୁ ଯାଇନି। ସେଦିନ ସେହି କଥା ମନେ ପଡିଲେ ଏବେବେ ଲୋମ ଟାଙ୍କୁରୀ ଉଠେ । ଦୁର୍ଘଟଣାକୁ ୧୬ ଦିନ ବିତିଛି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଆଉ ଜଣେ ଆହତଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।  ଟ୍ରେନ୍ ଦୁର୍ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା ୨୯୧ରେ ପହଞ୍ଚିଛି। ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢି ପାରେ ବୋଲି ଆଶଙ୍କା କରାଯାଉଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Train Accident: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣା(Bahanaga train accident) । ସେହି କଳା ରାତିର କରୁଣ କାହାଣୀ ଏବେବି କାହା ମନରୁ ଯାଇନି। ସେଦିନ ସେହି କଥା ମନେ ପଡିଲେ ଏବେବେ ଲୋମ ଟାଙ୍କୁରୀ ଉଠେ । ଦୁର୍ଘଟଣାକୁ ୧୬ ଦିନ ବିତିଛି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଆଉ ଜଣେ ଆହତଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଆହତ ହୋଇ ସେ କଟକ ଏସସିବି(SCB) ମେଡିକାଲରେ ପଶ୍ଚିମବଙ୍ଗର ସାହିଲ ମନସୁର ଚିକିତ୍ସିତ ହେଉଥିଲେ । ଦୁର୍ଘଟଣା ପରେ ତାଙ୍କୁ ସର୍ଜରୀ ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଥିଲା । ହେଲେ ଆଜି ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ କଟକର ଏସସିବି ମେଡିକାଲରେ ସାହିଲ ପ୍ରାଣ ହରାଇଛନ୍ତି । ତେବେ, କରମଣ୍ତଳ ଟ୍ରେନ୍ ଦୁର୍ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା ୨୯୧ରେ ପହଞ୍ଚିଛି। ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢି ପାରେ ବୋଲି ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ, ଜୁନ୍ ୨ ଶୁକ୍ରବାର ସଂନ୍ଧ୍ୟା ୭ଟା ସମୟରେ,ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ବାଲେଶ୍ୱର ବାହାନଗା ନିକଟରେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ। ଏପରିକି ମାଲ୍‌ବାହୀ ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ। ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର-ହାୱଡ଼ା ଟ୍ରେନ୍‌। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍‌ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା। ଫଳରେ ବଡ ଧରଣର ଦୁର୍ଘଟଣା ଘଟିଥିଲା (Coromandel Train Accident)। ତେବେ, ଏହି କରମଣ୍ତଳ ଟ୍ରେନରେ ଥିଲେ ପଶ୍ଚିମବଙ୍ଗର ସାହିଲ ମନସୁର ନାମକ ଜଣେ ଯାତ୍ରୀ । 

Also Read : Road Accident: ଅଧା ରହିଲା ଦିଅଁ ଦର୍ଶନ, ଭ୍ୟାନକୁ ପିଟିଲା କାର୍, ଚାଲିଗଲା ୪ ଜୀବନ

Also Read : Prabhas Net Worth 2023: ଜାଣିଛନ୍ତି କି କେତେ କୋଟି ସମ୍ପତିର ମାଲିକ ପ୍ରଭାସ? 

 

ମନସୁର ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ସତ । ଭିବିଥିଲେ ନୂଆ ନୂଆ ଜୀବନ ପାଇବେ । ହେଲେ ଦଇବର ବରଦା କିଛି ଅଲଗା ଥିଲା। ମୃତ୍ୟୁ ମୁହଁରୁ ରକ୍ଷା ପାଇ ସାମାନ୍ୟ ଆହତ ହୋଇଥିଲେ। ଦୁର୍ଘଟଣା ପରେ ତାଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ଚିକିତ୍ସା ପାଇଁ କଟକ ଏସସିବିର ସର୍ଜରୀ ୱାର୍ଡ ଆଇସିୟୁରେ ରଖା ଯାଇଥିଲା । ତେବେ ଏଠାରେ ସେ ଗତ ୧୫ ଦିନ ଧରି ଜୀବନ ମରଣ ସହ ସଂଗ୍ରାମ କରିଥିଲେ। କିନ୍ତୁ ଆଜି ସେ ଏହି ଯୁଦ୍ଧରେ ହାରି ଯାଇଛନ୍ତି । ସେହିପରି ଶୁକ୍ରବାର (ଗତକାଲି) ମଧ୍ୟ ବିହାରର ଜଣେ ଯାତ୍ରୀ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସେପଟେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ କେନ୍ଦ୍ର ସରକାର ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତେବେ, ଏହି ଦୁର୍ଘଟଣା ପାଇଁ ଦାୟୀ କିଏ କାହାରି ପାଇଁ ଘଟିଗଲା ଏତେ ବଡ ଦୁର୍ଘଟଣା । ସେନେଇ କାରଣ ଖୋଜୁଛି ସିବିଆଇ । 

ସେହିପରି ଆଜି ଓଡ଼ିଶାରେ ପୁଣି ଟ୍ରେନ୍ ଅଘଟଣ ଘଟିଛି । ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ରାୟଗଡ଼ା ଆମ୍ବଦୋଳା ନିକଟରେ ମାଲବାହୀ ଟ୍ରେନର ବଗି ଲାଇନଚ୍ୟୁତ ହୋଇଛି । କ’ଣ କ୍ଷୟକ୍ଷତି ହୋଇଛି ଏନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।