Old Pension Scheme: ପୁରୁଣା ପେନସନକୁ ନେଇ ଆସିଲା ବଡ଼ ଖୁସି ଖବର, ମୋଦି ସରକାର ଲାଗୁ କଲେ ଏହି ଯୋଜନା! ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିଲା ଗିଫ୍ଟ
Advertisement

Old Pension Scheme: ପୁରୁଣା ପେନସନକୁ ନେଇ ଆସିଲା ବଡ଼ ଖୁସି ଖବର, ମୋଦି ସରକାର ଲାଗୁ କଲେ ଏହି ଯୋଜନା! ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିଲା ଗିଫ୍ଟ

Old Pension Scheme: ଦୀର୍ଘ ସମୟ ଅପେକ୍ଷା ପରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆଜ୍ଞା ହଁ, ବର୍ତ୍ତମାନ ଆପଣ ପୁରୁଣା ପେନସନ ସ୍କିମ୍ (OPS) ବିକଳ୍ପ ଚୟନ କରିପାରିବେ । ଆପଣଙ୍କୁ କହିରଖୁଛୁ ଯେ, ଦୀର୍ଘ ଦିନ ଧରି OPS ଓ NPSକୁ ନେଇ ସାରା ଦେଶରେ ଲଢ଼େଇ ଚାଲିଥିଲା, ଯାହା ପରେ ବର୍ତ୍ତମାନ ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି ।

Old Pension Scheme: ପୁରୁଣା ପେନସନକୁ ନେଇ ଆସିଲା ବଡ଼ ଖୁସି ଖବର, ମୋଦି ସରକାର ଲାଗୁ କଲେ ଏହି ଯୋଜନା! ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିଲା ଗିଫ୍ଟ

Old Pension Scheme: ପୁରୁଣା ପେନସନ ଯୋଜନା (Old Pension Scheme) ଉପରେ କେନ୍ଦ୍ର ସରକାର (Central Government) ଏକ ବଡ଼ ଅପଡେଟ୍ ଜାରି କରିଛନ୍ତି । ଯଦି ଆପଣ ମଧ୍ୟ ପୁରୁଣା ପେନସନ ଯୋଜନା (OPS) ର ଲାଭ ଉଠାଇବାକୁ ଚାହୁଁଛନ୍ତି । ତେବେ ଆପଣଙ୍କ ପାଇଁ ଭଲ ଖବର ଆସିଛି । ଦୀର୍ଘ ସମୟ ଅପେକ୍ଷା ପରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀ (Central Government Eemployees) ଙ୍କୁ ପୁରୁଣା ପେନସନ ଯୋଜନା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆଜ୍ଞା ହଁ, ବର୍ତ୍ତମାନ ଆପଣ ପୁରୁଣା ପେନସନ ସ୍କିମ୍ (OPS) ବିକଳ୍ପ ଚୟନ କରିପାରିବେ । ଆପଣଙ୍କୁ କହିରଖୁଛୁ ଯେ, ଦୀର୍ଘ ଦିନ ଧରି OPS ଓ NPSକୁ ନେଇ ସାରା ଦେଶରେ ଲଢ଼େଇ ଚାଲିଥିଲା, ଯାହା ପରେ ବର୍ତ୍ତମାନ ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି ।

ପୁରୁଣା ପେନସନ ଯୋଜନା (Old Pension Scheme) ରେ ମିଳିଥିବା ଅପଡେଟ୍ ଅନୁଯାୟୀ, ଯଦି କୌଣସି କର୍ମଚାରୀ ଡିସେମ୍ବର ୨୨, ୨୦୦୩ ପୂର୍ବରୁ ଚାକିରିରେ ନିଯୁକ୍ତି ପାଇଛନ୍ତି । ତେବେ ସମସ୍ତେ ପୁରୁଣା ପେନସନ୍ ଯୋଜନା (OPS) ର ଲାଭ ପାଇବେ । ଏଥି ସହିତ ୨୨ ଡିସେମ୍ବର ୨୦୦୩ ପରେ ସରକାରୀ ଚାକିରିରେ ଯୋଗ ଦେଇଥିବା ସେହି ସମସ୍ତ କର୍ମଚାରୀ ପୁରୁଣା ପେନସନ୍ ଯୋଜନାର ଲାଭ ପାଇବେ ନାହିଁ । ସେହି କର୍ମଚାରୀମାନେ ନୂତନ ପେନସନ ଯୋଜନା (National Pension System) ରେ ଅନ୍ତର୍ଭୁକ୍ତ ହେବେ ।

ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କୁ ପୁରୁଣା ପେନସନ ସ୍କିମରେ ସ୍ୱିଚ୍ କରିବାକୁ ସରକାର ୱାନ୍ ଟାଇମ୍ ବିକଳ୍ପ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସରକାରୀ କର୍ମଚାରୀମାନେ ନୂତନ ପେନସନ ବ୍ୟବସ୍ଥାରୁ ପୁରୁଣା ପେନସନ ଯୋଜନାକୁ ଶିଫ୍ଟ କରିବାକୁ ସକ୍ଷମ ହେବେ । DoPPW ଅନୁଯାୟୀ, ଯୋଗ୍ୟ କର୍ମଚାରୀମାନେ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଥରେ ବିକଳ୍ପ ବ୍ୟବହାର କରିପାରିବେ । ଏହା ସହିତ ସରକାର କହିଛନ୍ତି ଯେ, ଅଗଷ୍ଟ ୩୧ ପର୍ଯ୍ୟନ୍ତ ପୁରୁଣା ପେନସନ୍ ସ୍କିମ୍ (OPS) ର ବିକଳ୍ପ ଚୟନ କରିନଥିବା ଯୋଗ୍ୟ କର୍ମଚାରୀଙ୍କୁ ନୂତନ ପେନସନ୍ ଯୋଜନା (NPS) ରେ ରଖାଯିବ ।

ଡିସେମ୍ବର ୨୨, ୨୦୦୩ ଠାରୁ ଜାତୀୟ ପେନସନ୍ ସିଷ୍ଟମ୍ (National Pension System:NPS) କୁ ଲାଗୁ କରାଯାଇଥିଲା । ଏହିପରି ସ୍ଥିତିରେ କର୍ମଚାରୀମାନେ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନସନ୍) ନିୟମ, ୧୯୭୨ (ବର୍ତ୍ତମାନ ୨୦୨୧) ଅନୁଯାୟୀ ପୁରୁଣା ପେନସନ (Old Pension Scheme) ପାଇବାକୁ ଯୋଗ୍ୟ ଅଟନ୍ତି । ଏହି ବିକଳ୍ପ ମାଧ୍ୟମରେ OPS ଚୟନ କରିବାକୁ କର୍ମଚାରୀଙ୍କ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମୟ ଅଛି । ୨୦୦୪ ରେ ସେବାରେ ଯୋଗ ଦେଇଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) କର୍ମଚାରୀ ଓ ଅନ୍ୟାନ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହେବ । ପ୍ରକୃତରେ, ପ୍ରଶାସନିକ କାରଣରୁ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା ।

ଅଧିକ ପଢ଼ନ୍ତୁ-ପୁରୁଷଙ୍କ ଯୌନ ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଅଁଳା; ଏହି ଉପାୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ-ଦିନିକିଆ ସିରିଜରେ ଶ୍ରେୟସ୍ ଆୟରଙ୍କ ସ୍ଥାନରେ ଏହି ଖତରନାକ୍ ଖେଳାଳିଙ୍କ ହେବ ଏଣ୍ଟ୍ରି! ୬୬.୦୦ ରହିଛି ଏଭେରେଜ୍

ଅଧିକ ପଢ଼ନ୍ତୁ-ଶେଷ ବଲରେ ବିଜୟ ଓ ଟାଇ ମଧ୍ୟରେ ଫସିଥିଲା ନ୍ୟୁଜିଲ୍ୟାଣ୍ଡ, ରୋମାଞ୍ଚକର ମ୍ୟାଚରେ ଏମିତି ପଲଟିଲା ବାଜି; ଦେଖନ୍ତୁ ଭିଡିଓ

ସରକାରଙ୍କ ଏହି ପଦକ୍ଷେପ ପରେ କର୍ମଚାରୀଙ୍କ NPS ଅବଦାନ ଜେନେରାଲ ପ୍ରୋଭିଡେଣ୍ଟ ପାଣ୍ଠି (GPF) ରେ ଜମା ହେବ । ମୋଦି ସରକାରଙ୍କ ତରଫରୁ କୁହାଯାଇଥିଲା ଯେ, ପୁରୁଣା ପେନସନ ଯୋଜନା (OPS) ପୁନଃ ଲାଗୁ କରିବା ସରକାରଙ୍କ ଉପରେ ଅନାବଶ୍ୟକ ଆର୍ଥିକ ବୋଝ ପକାଇବ । ପୂର୍ବରୁ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ, ରାଜସ୍ଥାନ, ଝାଡଖଣ୍ଡ ଏବଂ ହିମାଚଳ ପ୍ରଦେଶର ପୁରୁଣା ପେନସନ ପୁନଃ ଲାଗୁ କରାଯାଇଛି । ଏହା ବ୍ୟତୀତ ଆପ୍ ନେତୃତ୍ୱାଧୀନ ପଞ୍ଜାବ ସରକାର ମଧ୍ୟ ପୁରୁଣା ପେନସନ୍ ଲାଗୁ କରିଛି ।