Old Pension Scheme: ପୁରୁଣା ପେନସନ ଯୋଜନାକୁ ନେଇ ବଦଳୁଛି ସରକାରଙ୍କ ମୁଡ୍, ବର୍ତ୍ତମାନ ଏହାକୁ ଲାଗୁ କରିବାକୁ କରୁଛନ୍ତି ପ୍ରସ୍ତୁତି!
Advertisement
Article Detail0/zeeodisha/odisha1575238

Old Pension Scheme: ପୁରୁଣା ପେନସନ ଯୋଜନାକୁ ନେଇ ବଦଳୁଛି ସରକାରଙ୍କ ମୁଡ୍, ବର୍ତ୍ତମାନ ଏହାକୁ ଲାଗୁ କରିବାକୁ କରୁଛନ୍ତି ପ୍ରସ୍ତୁତି!

Old Pension Scheme: ଅନେକ ରାଜ୍ୟ ପୁରୁଣା ପେନସନ ଯୋଜନାକୁ ପୁନଃ କାର୍ଯ୍ୟକାରୀ କରିଛନ୍ତି । ଏହି ସମୟରେ କର୍ମଚାରୀମାନେ ଅନ୍ୟ ରାଜ୍ୟରେ ମଧ୍ୟ ପୁରୁଣା ପେନସନ ଯୋଜନାକୁ ପୁନଃ କାର୍ଯ୍ୟକାରୀ କରିବାକୁ ଦାବି କରୁଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ରରେ ମଧ୍ୟ ସମାନ ଦାବି କରାଯାଉଛି ଯେଉଁଠାରେ ସରକାରୀ କର୍ମଚାରୀମାନେ ପୁରୁଣା ପେନସନ ସ୍କିମ୍ କାର୍ଯ୍ୟକାରୀ କରିବାକୁ ଦାବି କରୁଛନ୍ତି । 

Old Pension Scheme: ପୁରୁଣା ପେନସନ ଯୋଜନାକୁ ନେଇ ବଦଳୁଛି ସରକାରଙ୍କ ମୁଡ୍, ବର୍ତ୍ତମାନ ଏହାକୁ ଲାଗୁ କରିବାକୁ କରୁଛନ୍ତି ପ୍ରସ୍ତୁତି!

Old Pension Scheme: ଆଜିକାଲି ପୁରୁଣା ପେନ୍ସନ୍ ଯୋଜନା (Old Pension Scheme) ଓ ନୂତନ ପେନସନ ଯୋଜନା (New Pension Scheme) କୁ ନେଇ ଅନେକ ଆଲୋଚନା ହେଉଛି । ଅନେକ ରାଜ୍ୟ ପୁରୁଣା ପେନସନ ଯୋଜନା (OPS) କୁ ପୁନଃ କାର୍ଯ୍ୟକାରୀ କରିଛନ୍ତି । ଏହି ସମୟରେ କର୍ମଚାରୀମାନେ ଅନ୍ୟ ରାଜ୍ୟରେ ମଧ୍ୟ ପୁରୁଣା ପେନସନ ଯୋଜନାକୁ ପୁନଃ କାର୍ଯ୍ୟକାରୀ କରିବାକୁ ଦାବି କରୁଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ରରେ ମଧ୍ୟ ସମାନ ଦାବି କରାଯାଉଛି ଯେଉଁଠାରେ ସରକାରୀ କର୍ମଚାରୀମାନେ (State Government Employees) ପୁରୁଣା ପେନସନ ସ୍କିମ୍ (OPS) କାର୍ଯ୍ୟକାରୀ କରିବାକୁ ଦାବି କରୁଛନ୍ତି । 

ସରକାରୀ ଓ ଅର୍ଦ୍ଧ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ସ୍କିମକୁ ପୁନଃ ଲାଗୁ କରିବାକୁ ମହାରାଷ୍ଟ୍ରରେ ଦାବି ରହିଛି । ୨୦୦୫ ମସିହାରେ ମହାରାଷ୍ଟ୍ରର ତତ୍କାଳୀନ କଂଗ୍ରେସ-ଏନସିପି ସରକାର OPSକୁ ନୂତନ ପେନସନ ସ୍କିମ୍ (NPS) ରେ ବଦଳାଇଥିଲେ । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଡିସେମ୍ବର ୨୦୨୧ରେ କହିଥିଲେ ଯେ OPSକୁ ଲାଗୁ କରିବା ଦ୍ୱାରା ବିକାଶ ଓ ଭିତ୍ତିଭୂମି କାର୍ଯ୍ୟ ଉପରେ ୧.୧ ଲକ୍ଷ କୋଟି ଟଙ୍କା ଆର୍ଥିକ ବୋଝ ପଡ଼ିବ । ଯଦିଓ ମହାରାଷ୍ଟ୍ର ସରକାର ବର୍ତ୍ତମାନ ଓପିଏସକୁ ଲାଗୁ କରିବାକୁ ମନା କରି ଦେଇଛନ୍ତି । ତେବେ ବର୍ତ୍ତମାନ ସୂତ୍ରରୁ ପ୍ରକାଶ ଯେ ସରକାର ଏହା ଉପରେ ଏକ ମଧ୍ୟମ ରାସ୍ତା ଆପଣେଇ ପାରନ୍ତି । ଫଡନାଭିସ୍ କହିଛନ୍ତି ଯେ, ସେ ଓପିଏସ୍ ବିଷୟରେ ନକାରାତ୍ମକ ନୁହଁନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ OPS ଲାଗୁ କରିବା ସମର୍ଥନ କରିଛନ୍ତି ।

ଏଠାରେ କହି ରଖୁଛୁ ଯେ, OPS ଅଧୀନରେ କର୍ମଚାରୀମାନେ ସେମାନଙ୍କର ଶେଷ ବେତନର ୫୦ ପ୍ରତିଶତ ବେସିକ ଓ ମହଙ୍ଗା ଭତ୍ତା (DA) ପେନସନ ଭାବରେ ପାଇଥା’ନ୍ତି । ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟଙ୍କୁ ଏହାର ୩୦ ପ୍ରତିଶତ ପେନସନ ଭାବରେ ମିଳିଥାଏ । ଅପରପକ୍ଷେ, ନୂତନ ପେନସନ ସ୍କିମ୍ (NPS) ଅଧୀନରେ କର୍ମଚାରୀମାନେ ପ୍ରତିମାସରେ ସେମାନଙ୍କ ବେତନର ୧୦ ପ୍ରତିଶତ ପ୍ରଦାନ କରୁଥିବାବେଳେ ସରକାର ୧୪ ପ୍ରତିଶତ ଯୋଗଦାନ ଦିଅନ୍ତି । ମହାରାଷ୍ଟ୍ର ସରକାର ଅଧୀନରେ ୧.୭ ନିୟୁତ କର୍ମଚାରୀ ଅଛନ୍ତି, ସେମାନଙ୍କ ମଧ୍ୟରେ ସରକାରୀ ତଥା ଅର୍ଦ୍ଧ ସରକାରୀ କର୍ମଚାରୀ ଏବଂ ସରକାରୀ ତଥା ସହାୟକ ବିଦ୍ୟାଳୟରେ ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀ ଅଛନ୍ତି । ଏଥିରେ ୬,୦୦,୦୦୦ ପେନସନଭୋଗୀ ଅଛନ୍ତି । ପ୍ରତି ବର୍ଷ ୩ ପ୍ରତିଶତ କର୍ମଚାରୀ ଅବସର ନେଇଥାନ୍ତି ।

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଟେଷ୍ଟରେ ଏହି ମହାରେକର୍ଡରୁ ଇତିହାସ ରଚିବେ ବିରାଟ କୋହଲି, ଦୁନିଆର କୌଣସି ଆକ୍ଟିଭ୍ ବ୍ୟାଟ୍ସମ୍ୟାନ୍ କରିପାରିନାହାଁନ୍ତି ଏପରି

ଅଧିକ ପଢ଼ନ୍ତୁ:-ନା ଚୟନକର୍ତ୍ତା କଲେ ବାହାର, ନା ନେଲେ ଅବସର; ତଥାପି ସୁପରଷ୍ଟାର ଖେଳିବେନି ଦିଲ୍ଲୀ ଟେଷ୍ଟ, ଫ୍ୟାନ୍ସ ନିରାଶ

ଅଧିକ ପଢ଼ନ୍ତୁ:-ଦିଲ୍ଲୀ ଟେଷ୍ଟ ପୂର୍ବରୁ ଆସିଲା ବଡ଼ ଖବର, ୩୦ ବର୍ଷୀୟ ଏହି ଖେଳାଳି ହଠାତ୍ ଅନ୍ତର୍ଜାତୀୟ କ୍ରିକଟରୁ ନେଲେ ଅବସର

 

OPS ଅଧୀନରେ ଅବସର ପରେ ପ୍ରାପ୍ତ ପେନସନରେ କର୍ମଚାରୀଙ୍କ ବେତନରୁ କୌଣସି ଯୋଗଦାନ ନଥାଏ । କର୍ମଚାରୀ ସଂଘ କହିଛି ଯେ, ଓପିଏସ୍ ବିପରୀତ NPS ଅଧୀନରେ ଆସୁଥିବା କର୍ମଚାରୀଙ୍କ ମାସିକ ପେନସନ ରାଶି ବିଷୟରେ କୌଣସି ସୂଚନା ନାହିଁ । ରାଜ୍ୟ ଅର୍ଥ ବିଭାଗର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏନପିଏସ୍ ଏକ ବଜାର ସହ ଜଡିତ ଯୋଜନା ଓ କର୍ମଚାରୀମାନେ ଅବସର ନେବାବେଳେ ଏହା ଅଧିକ ଲାଭଦାୟକ ହୋଇପାରେ । OPS ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ବୃଦ୍ଧି କରିବ ଓ ବିକାଶମୂଳକ କାର୍ଯ୍ୟ ପାଇଁ ପାଣ୍ଠି ହ୍ରାସ କରିବ । ଦ୍ରବ୍ୟ ଓ ସେବା କର (GST) ଶାସନ ଅଧୀନରେ ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ଓ ସମ୍ବଳ ସଂଗ୍ରହ କ୍ଷମତା ହ୍ରାସ ପାଇଛି ।