Old Pension Scheme: ପୁରୁଣା ପେନସନ ଯୋଜନା ପରିବର୍ତ୍ତେ ଏହି ୩ଟି ବିକଳ୍ପ ପାଇବେ ସରକାରୀ କର୍ମଚାରୀ, ସାରା ଦେଶରେ ହେବ ଲାଗୁ!
Advertisement

Old Pension Scheme: ପୁରୁଣା ପେନସନ ଯୋଜନା ପରିବର୍ତ୍ତେ ଏହି ୩ଟି ବିକଳ୍ପ ପାଇବେ ସରକାରୀ କର୍ମଚାରୀ, ସାରା ଦେଶରେ ହେବ ଲାଗୁ!

Old Pension Scheme: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭା ଅଭିଭାଷଣରେ ପଡୋଶୀ ଦେଶରେ ଆର୍ଥିକ ସଙ୍କଟ ବିଷୟରେ ଚେତାବନୀ ଦେଇ ପୁରୁଣା ପେନସନ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ଯାହାକି ନିକଟ ଅତୀତରେ କିଛି ରାଜ୍ୟ ଦ୍ୱାରା ଗ୍ରହଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ପିଏମ ମୋଦି କହିଛନ୍ତି ଯେ, ରାଜନୈତିକ ଦଳମାନେ ନିଜର ପଦକ୍ଷେପ ବିଷୟରେ ଚିନ୍ତା କରିବା ଆବଶ୍ୟକ ଓ ଦେଶର ପିଲାମାନଙ୍କ ଭବିଷ୍ୟତ ସହିତ ଖେଳିବା ଉଚିତ ନୁହେଁ ।

Old Pension Scheme: ପୁରୁଣା ପେନସନ ଯୋଜନା ପରିବର୍ତ୍ତେ ଏହି ୩ଟି ବିକଳ୍ପ ପାଇବେ ସରକାରୀ କର୍ମଚାରୀ, ସାରା ଦେଶରେ ହେବ ଲାଗୁ!

Old Pension Scheme: ସରକାରୀ କର୍ମଚାରୀଙ୍କ ମଧ୍ୟରେ ପୁରୁଣା ପେନସନ୍ ଯୋଜନା (OPS) ର ଦାବି ବଢ଼ିବାକୁ ଲାଗିଛି । ଯାହାକୁ ନେଇ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ରାଜ୍ୟସଭା ଅଭିଭାଷଣରେ ପଡୋଶୀ ଦେଶରେ ଆର୍ଥିକ ସଙ୍କଟ ବିଷୟରେ ଚେତାବନୀ ଦେଇ ପୁରୁଣା ପେନସନ ଯୋଜନା (Old Pension Scheme) ବିଷୟରେ ଉଲ୍ଲେଖ କରିଥିଲେ । ଯାହାକି ନିକଟ ଅତୀତରେ କିଛି ରାଜ୍ୟ ଦ୍ୱାରା ଗ୍ରହଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ପିଏମ ମୋଦି କହିଛନ୍ତି ଯେ, ରାଜନୈତିକ ଦଳମାନେ ନିଜର ପଦକ୍ଷେପ ବିଷୟରେ ଚିନ୍ତା କରିବା ଆବଶ୍ୟକ ଓ ଦେଶର ପିଲାମାନଙ୍କ ଭବିଷ୍ୟତ ସହିତ ଖେଳିବା ଉଚିତ ନୁହେଁ । ରାଜ୍ୟଗୁଡିକ ଆର୍ଥିକ ରୂପରେ ଅନୁଶାସିତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ପୁରୁଣା ପେନସନ୍ ଯୋଜନା (Old Pension Scheme) ଏକ ନିର୍ବାଚନ ପ୍ରସଙ୍ଗରେ ପରିଣତ ହେଉଛି । ଚଳିତ ବର୍ଷ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତା’ପରେ ୨୦୨୪ରେ ସାଧାରଣ ନିର୍ବାଚନ ହେବାର ଅଛି । ଏହାପୂର୍ବରୁ ସରକାର ଓ ପେନସନ୍ ନିୟାମକ ମଧ୍ୟରେ ତିନୋଟି ଉପାୟ ଉପରେ ମନ୍ଥନ ଚାଲିଛି ।

୧. ପ୍ରଥମ ସମାଧାନ-ପୁରୁଣା ପେନସନ୍ ପରି ଶେଷ ବେତନର ଅଧା ରାଶି

ପ୍ରଥମ ସମାଧାନ ହେଉଛି ପୁରୁଣା ପେନସନ୍  (Old Pension Scheme) ପରି ଶେଷ ବେତନର ଅଧା ରାଶି ପର୍ଯ୍ୟନ୍ତ ପେନସନ ମିଳୁ, କିନ୍ତୁ ଏଥିପାଇଁ କର୍ମଚାରୀଙ୍କ ଠାରୁ ଯୋଗଦାନ ନିଆଯାଉ । ଆନ୍ଧ୍ରପ୍ରଦେଶରେ ଏଭଳି ଯୋଜନା ଚାଲିଛି । ସରକାର ଓ ପେନସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ମଧ୍ୟରେ ଏହି ପ୍ରସଙ୍ଗ ପୂର୍ବରୁ ଆଲୋଚନା ହୋଇସାରିଛି ।

୨. ଦ୍ୱିତୀୟ ସମାଧାନ- NPSରେ ମଧ୍ୟ ସର୍ବନିମ୍ନ ପେନସନ ଧାର୍ଯ୍ୟ କରାଯାଉ

ଦ୍ୱିତୀୟ ସମାଧାନ ହେଉଛି ବର୍ତ୍ତମାନର NPS ରେ ସର୍ବନିମ୍ନ ପେନସନ ଧାର୍ଯ୍ୟ କରାଯାଉ । NPS ବିଷୟରେ ଅଭିଯୋଗ ହେଉଛି ଏଥିରେ କର୍ମଚାରୀଙ୍କ ଅବଦାନ ସ୍ଥିର ହୋଇଛି । କିନ୍ତୁ ରିଟର୍ଣ୍ଣ ସ୍ଥିର ନାହିଁ । ଏହା ଉପରେ କାର୍ଯ୍ୟ ପ୍ରାୟ ସଂପୂର୍ଣ୍ଣ ହୋଇଛି । କିନ୍ତୁ ବୋର୍ଡ ଅନୁମୋଦନ ବିଚାରାଧୀନ ଅଛି । ତଥାପି, ଏଠାରେ ସର୍ବନିମ୍ନ ରିଟର୍ଣ୍ଣ ୪ରୁ ୫ ପ୍ରତିଶତ ହୋଇପାରେ ବୋଲି ସୂଚନା ରହିଛି । ଯାହା ବହୁତ କମ୍ ବୁଝାପଡୁଛି । ଗ୍ୟାରେଣ୍ଟି ଯୋଗୁଁ ମୂଲ୍ୟ ବୃଦ୍ଧି ପାଇବ । ଉଲ୍ଲେଖଥାଉ କି, ଯଦି ବଜାର ଭଲ ରିଟର୍ଣ୍ଣ ଦିଏ, ତେବେ ପେନସନ୍ ସର୍ବନିମ୍ନ ରିଟର୍ଣ୍ଣ ଠାରୁ ୨-୩ ପ୍ରତିଶତ ଅଧିକ ହୋଇପାରେ । ଏହା ବ୍ୟତୀତ, ବର୍ତ୍ତମାନର NPS ରେ ମେଚ୍ୟୋରିଟି ରାଶିର ୬୦ ପ୍ରତିଶତ କର୍ମଚାରୀଙ୍କ ନିକଟକୁ ଯାଇଥାଏ । ଯଦି ଏହି ଟଙ୍କା ପେନସନ୍ ପାଇଁ ମଧ୍ୟ ବ୍ୟବହୃତ ହୁଏ, ତେବେ ପେନସନ୍ ପରିମାଣ ବୃଦ୍ଧି ପାଇବ ।

୩. ତୃତୀୟ ସମାଧାନ- ସମସ୍ତଙ୍କ ପାଇଁ ସର୍ବନିମ୍ନ ପେନସନ୍ ଗ୍ୟାରେଣ୍ଟି

ତୃତୀୟ ସମାଧାନ ହେଉଛି ସମସ୍ତଙ୍କୁ ଅଟଳ ପେନସନ ଯୋଜନା ପରି ସର୍ବନିମ୍ନ ପେନସନ ଗ୍ୟାରେଣ୍ଟି ଦିଆଯାଉ । PFRDA ସମ୍ପ୍ରତି ଏହି ଯୋଜନା ଚଳାଉଛି, ଯେଉଁଥିରେ ୧୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ଅବଦାନ ଆଧାରରେ ସ୍ଥିର କରାଯାଇଛି । ସମସ୍ତଙ୍କ ପାଇଁ ଅଟଳ ପେନସନ ଯୋଜନାର ପରିସର ବିସ୍ତାର କରିବାକୁ ଓ ୫୦୦୦ ଟଙ୍କା ସୀମା ହଟାଇବାକୁ PFRDA ପ୍ରସ୍ତୁତ ହୋଇପାରେ । ସର୍ତ୍ତ ରହିଛି ଯେ ଗ୍ୟାରେଣ୍ଟିରେ କୌଣସି ଆର୍ଥିକ ଅଭାବ ହେଲେ ସରକାର ସହାୟତା ପ୍ରଦାନ ଦାୟିତ୍ୱ ଗ୍ରହଣ କରିବେ ।

ଅଧିକ ପଢ଼ନ୍ତୁ:-LIC ପଲିସି ଧାରକଙ୍କ ପାଇଁ ଜାରି କଲା ଆଲର୍ଟ; ମାର୍ଚ୍ଚ ୩୧ ପୂର୍ବରୁ ସାରି ନିଅନ୍ତୁ ଏହି କାମ, ନଚେତ୍…

ଅଧିକ ପଢ଼ନ୍ତୁ:-କ୍ରିକେଟ୍ ପାଇଁ କଲେ ନାହିଁ ବିବାହ! ଲଗାତର କରୁଛନ୍ତି ରନ ବର୍ଷା, କିନ୍ତୁ ରୋହିତଙ୍କୁ ନାହିଁ ଭରସା, ବର୍ତ୍ତମାନ...

ଅଧିକ ପଢ଼ନ୍ତୁ:-ସହମତି ପରେ ରଖିଲା ଶାରୀରିକ ସମ୍ପର୍କ! ତଥାପି ମିଳିଲା ଏହି ଭୟଙ୍କର ଦଣ୍ଡ, ଜାଣନ୍ତୁ ପୂରା ମାମଲା

ଏହି ତିନୋଟି ଉପାୟ ଉପରେ ବିଚାର କରିବାର ଦାୟିତ୍ୱ PFRDA ପାଖରେ ଅଛି । କିନ୍ତୁ ଅସୁବିଧା ହେଉଛି ବର୍ତ୍ତମାନ ଏହାର ନୂତନ ଅଧ୍ୟକ୍ଷଙ୍କ ନିଯୁକ୍ତିକୁ ଅପେକ୍ଷା କରାଯାଇଛି । ନିକଟ ଅତୀତରେ ପୂର୍ବତନ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ନୂତନ ଅଧ୍ୟକ୍ଷଙ୍କ ନିଯୁକ୍ତି ପରେ ଏହା ଉପରେ ଶୀଘ୍ର ନିଷ୍ପତ୍ତି ନିଆଯାଇପାରେ । ସୂଚନାଯୋଗ୍ୟ ଯେ ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶର ପାଞ୍ଚଟି ରାଜ୍ୟ ସରକାର ପୁରୁଣା ପେନସନ ଯୋଜନା ଲାଗୁ କରିବାର ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରକୁ ସୂଚନା ଦେଇଛନ୍ତି ।