Old Pension Scheme: ସରକାରୀ କର୍ମଚାରୀଙ୍କୁ ମିଳିଲା ହୋଲିର ସବୁଠାରୁ ବଡ଼ ଉପହାର; ଲାଗୁ ହେଲା ପୁରୁଣା ପେନସନ ଯୋଜନା, ଅର୍ଥମନ୍ତ୍ରୀ କଲେ ଘୋଷଣା
Advertisement
Article Detail0/zeeodisha/odisha1595174

Old Pension Scheme: ସରକାରୀ କର୍ମଚାରୀଙ୍କୁ ମିଳିଲା ହୋଲିର ସବୁଠାରୁ ବଡ଼ ଉପହାର; ଲାଗୁ ହେଲା ପୁରୁଣା ପେନସନ ଯୋଜନା, ଅର୍ଥମନ୍ତ୍ରୀ କଲେ ଘୋଷଣା

Old Pension Scheme:  ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

Old Pension Scheme: ସରକାରୀ କର୍ମଚାରୀଙ୍କୁ ମିଳିଲା ହୋଲିର ସବୁଠାରୁ ବଡ଼ ଉପହାର; ଲାଗୁ ହେଲା ପୁରୁଣା ପେନସନ ଯୋଜନା, ଅର୍ଥମନ୍ତ୍ରୀ କଲେ ଘୋଷଣା

Old Pension Scheme: ହୋଲି (Holi) ପୂର୍ବରୁ ସରକାରୀ କର୍ମଚାରୀ (State Government Employees) ଙ୍କୁ ବହୁତ ଭଲ ଖବର ମିଳିଛି । ପୁରୁଣା ପେନସନ ଯୋଜନା (Old Pension Scheme) ଆଉ ଏକ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ (Jharkhand Finance Minister) ଶୁକ୍ରବାର ଏହି ବିଷୟରେ ଘୋଷଣା କରିଛନ୍ତି । ଏହି ଘୋଷଣାକୁ ନେଇ କର୍ମଚାରୀମାନେ ଖୁସି ବ୍ୟକ୍ତ କରିଛନ୍ତି । ସେମାନଙ୍କର ବିଚାରାଧୀନ ଦାବି ପୂରଣ ହୋଇଛି । ପ୍ରକୃତରେ ଶୁକ୍ରବାର (ମାର୍ଚ୍ଚ ୩) ଝାଡ଼ଖଣ୍ଡ ସରକାର (Jharkhand Budget 2023) ଙ୍କ ତରଫରୁ ବଜେଟ୍ ଉପସ୍ଥାପନ କରାଯାଇଥିଲା । ଏହି ସମୟରେ ହେମନ୍ତ ସୋରେନ ସରକାର (Hemant Soren Government) ଙ୍କ ଅର୍ଥମନ୍ତ୍ରୀ ରମେଶ୍ୱର ଓରୋନ (Rameshwar Oraon) କହିଛନ୍ତି ଯେ, ଝାଡ଼ଖଣ୍ଡରେ ପୁରୁଣା ପେନସନ ଯୋଜନା (OPS) କାର୍ଯ୍ୟକାରୀ କରାଯାଇଛି । ପେନସନ ପାଣ୍ଠି ପାଇଁ ୭୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ଶୁକ୍ରବାର ଦିନ ବିଧାନସଭାରେ ଝାଡ଼ଖଣ୍ଡ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧.୧୬ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆକଳନ ପୂର୍ବ ବାର୍ଷିକ ଆର୍ଥିକ ବିବରଣୀ (ବଜେଟ୍) ତୁଳନାରେ ୧୫ ପ୍ରତିଶତ ଅଧିକ । ହେମନ୍ତ ସୋରେନ୍ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ପୁରୁଣା ପେନସନ୍ (Old Pension Scheme) ବ୍ୟବସ୍ଥାର ଲାଭ ବିଷୟରେ କହିବାକୁ ଗଲେ ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଏହା ଶେଷ ଡ୍ରନ୍ ସ୍ୟାଲେରୀର ଆଧାରରେ ପ୍ରସ୍ତୁତ ହୋଇଥାଏ । ପୁରୁଣା ପେନସନ୍ ସ୍କିମ୍ ଅନୁଯାୟୀ କର୍ମଚାରୀମାନେ ସ୍ଥିର ପେନସନ ପାଆନ୍ତି । ଏହା ଅଧୀନରେ କର୍ମଚାରୀ ପେନସନ୍‌ ଭାବରେ ପ୍ରାପ୍ତ ଶେଷ ବେତନର ୫୦ ପ୍ରତିଶତ ରାଶିର ପାଇବାକୁ ହକଦାର ହୋଇଥାଏ । ତେବେ ପେନସନ ରାଶି ଜାତୀୟ ପେନସନ ସିଷ୍ଟମ୍ ଅଧୀନରେ ଅଂଶଦାୟୀ ରହିଛି, ଯାହା ୨୦୦୪ ପରଠାରୁ କାର୍ଯ୍ୟକାରୀ ହୋଇଆସୁଛି ।

ଅଧିକ ପଢ଼ନ୍ତୁ:-କେବଳ ଜୀବିତ ମହିଳାଙ୍କ ସହ ନୁହେଁ ବରଂ ମୃତ ଶରୀର ସହ ବି ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି ଏହି ବାବା! ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ଅଘୋରୀଙ୍କ ଏପରି ସାଧନା ଯେ ଜଣେ ମୃତ ବ୍ୟକ୍ତି ବି ଜୀବିତ ହୋଇ କୁହନ୍ତି କଥା! ଜାଣନ୍ତୁ ପୂରା ରହସ୍ୟ