Pension News: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର: ବଢ଼ିଯାଇଛି ପେନସନ ରାଶି, ପ୍ରତି ମାସରେ ମିଳିବ ଅତିରିକ୍ତ ୨୩,୩୦୦ ଟଙ୍କା!
Advertisement

Pension News: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର: ବଢ଼ିଯାଇଛି ପେନସନ ରାଶି, ପ୍ରତି ମାସରେ ମିଳିବ ଅତିରିକ୍ତ ୨୩,୩୦୦ ଟଙ୍କା!

Pension News: ବର୍ତ୍ତମାନ କର୍ମଚାରୀଙ୍କ ପେନସନ୍‌ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବିଧେୟକ ଜାରି କରି ବର୍ଦ୍ଧିତ ପେନସନକୁ ନେଇ ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟ ସରକାର ମଧ୍ୟ ଟ୍ରାଭେଲ ଅଲାଉନ୍ସ  ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Pension News: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର: ବଢ଼ିଯାଇଛି ପେନସନ ରାଶି, ପ୍ରତି ମାସରେ ମିଳିବ ଅତିରିକ୍ତ ୨୩,୩୦୦ ଟଙ୍କା!

Pension Hike: ପେନସନଭୋଗୀଙ୍କ (Pensioners) ପାଇଁ ଏକ ଖୁସି ଖବର ଅଛି । ଯଦି ଆପଣ ମଧ୍ୟ ପେନସନ (Pension) ବୃଦ୍ଧିକୁ ଅପେକ୍ଷା କରୁଛନ୍ତି, ତେବେ ରାଜ୍ୟ ସରକାର (State Government) ଏକ ବଡ଼ ଉପହାର ଦେଇଛନ୍ତି । କେନ୍ଦ୍ର ସରକାର (Central Government) ଙ୍କ ସହିତ ରାଜ୍ୟ ସରକାର ମଧ୍ୟ ସମୟ ସମୟରେ ପେନସନ୍‌ (Pension) ବୃଦ୍ଧି କରନ୍ତି । ବର୍ତ୍ତମାନ କର୍ମଚାରୀଙ୍କ ପେନସନ୍‌ (Government Employees) ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବିଧେୟକ ଜାରି କରି ବର୍ଦ୍ଧିତ ପେନସନ (Pension Hike) କୁ ନେଇ ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟ ସରକାର (State Government) ମଧ୍ୟ ଟ୍ରାଭେଲ ଅଲାଉନ୍ସ  (Travel Allowance) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଛତିଶଗଡ଼ ସରକାର (Chhattisgarh Government) ବିଧାନସଭାରେ ଏକ ସଂଶୋଧନ ବିଲ୍ ପାରିତ କରିଛନ୍ତି । ଯେଉଁଥିରେ ପେନସନ (Pension Hike) ଓ ଟ୍ରାଭେଲ ଅଲାଉନ୍ସ (Travel Allowance) ବୃଦ୍ଧି କରାଯାଉଛି ବୋଲି କୁହାଯାଇଛି । ଏହି ବିଲ୍ ଅନୁଯାୟୀ ପୂର୍ବତନ ବିଧାୟକଙ୍କ ପେନସନ ୩୫,୦୦୦ରୁ ୫୮,୩୦୦ ଟଙ୍କାକୁ ବୃଦ୍ଧି କରାଯିବ । ଏହି ବିଲ୍ ଅନୁଯାୟୀ, ପୂର୍ବତନ ବିଧାୟକ ମଧ୍ୟ ସଦସ୍ୟତାର ପ୍ରଥମ କାର୍ଯ୍ୟକାଳ (ପାଞ୍ଚ ବର୍ଷରୁ ଅଧିକ କାର୍ଯ୍ୟକାଳ) ପରେ ପ୍ରତି ବର୍ଷ ପାଇଁ ମାସକୁ ଏକ ହଜାର ଟଙ୍କା ଅତିରିକ୍ତ ପେନସନ ପାଇବାକୁ ହକଦାର ହେବେ ।

fallback

ଏହା ସହିତ ବିଲରୁ ସୂଚନା ମିଳିଛି ଯେ ବର୍ତ୍ତମାନ ସମୟରେ ରେଲୱେ ବା ବିମାନ ଯାତ୍ରା ପାଇଁ ଏହି ଭତ୍ତା ବାର୍ଷିକ ୮ ଲକ୍ଷ ଟଙ୍କା ମିଳିଥାଏ । ଏଥି ସହିତ ବର୍ତ୍ତମାନ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ପୂର୍ବତନ ବିଧାୟକଙ୍କ ପାଇଁ ଏହି ଭତ୍ତା ବାର୍ଷିକ ୪ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ପାଇଛି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବତନ ବିଧାୟକମାନେ ୧୦,୦୦୦ ଟଙ୍କା ଟେଲିଫୋନ୍ ଭତ୍ତା ପାଇବେ ଓ Orderly Allowance ମଧ୍ୟ ୧୫,୦୦୦ ଟଙ୍କା ହେବ । ରାଜ୍ୟ ନେଇଥିବା ଏହି ନିଷ୍ପତ୍ତି ପରେ ସରକାରଙ୍କୁ ୧୬.୯୬ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ-୩ଟି ରାଶିର ଲୋକ ହୋଇଯାଆନ୍ତି ସତର୍କ; କିଛି ଦିନ ପରେ ଶନି-ଚନ୍ଦ୍ର ସୃଷ୍ଟି କରିବେ ବିଷ ଯୋଗ, ବର୍ଷିବ କେବଳ ସଂକଟ ହିଁ ସଂକଟ

ଅଧିକ ପଢ଼ନ୍ତୁ-ବୁଦ୍ଧ ପୂର୍ଣ୍ଣିମାରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ; ୩ଟି ରାଶିର ଖୋଲିଯିବ ଭାଗ୍ୟ, ନୂତନ ଚାକିରି-ପଦୋନ୍ନତି ସହ ମିଳିବ ପ୍ରବଳ ଟଙ୍କା

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଏସିଆ କପ୍ ଓ ODI ବିଶ୍ୱକପରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି!

ଗତ ବର୍ଷ ଜୁଲାଇରେ ବିଧାନସଭା ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଏକ ବିଲ୍ ପାରିତ କରି ବାର୍ଷିକ ୬.୮୧ କୋଟି ଟଙ୍କା ଭାର ବହନ କରିଥିଲା । ଛତିଶଗଡ ବିଧାନସଭାରେ ୯୦ ଜଣ ସଦସ୍ୟ ଅଛନ୍ତି ।