Pension Scheme: ସରକାର ଆରମ୍ଭ କଲେ ଆଉ ଏକ ପେନସନ ଯୋଜନା, କର୍ମଚାରୀଙ୍କୁ ମିଳିବ OPS ଅପେକ୍ଷା ଅଧିକ ଲାଭ!
Advertisement

Pension Scheme: ସରକାର ଆରମ୍ଭ କଲେ ଆଉ ଏକ ପେନସନ ଯୋଜନା, କର୍ମଚାରୀଙ୍କୁ ମିଳିବ OPS ଅପେକ୍ଷା ଅଧିକ ଲାଭ!

Guaranteed Pension Scheme​: ଏହାକୁ ସରକାର ଗ୍ୟାରେଣ୍ଟିଡ୍ ପେନସନ୍ ସ୍କିମ୍ ନାମରେ ନାମିତ କରିଛନ୍ତି । ତେବେ ଏହା ସହ ଜଡିତ କୌଣସି ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇ ନାହିଁ । କିନ୍ତୁ ସୂତ୍ରରୁ ପ୍ରକାଶ ଯେ ଜଗନ ମୋହନ ରେଡ୍ଡୀ ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି । ଏହି ପେନସନ ସ୍କିମ୍ ବିଷୟରେ ବିଶେଷ କଥା ହେଉଛି ଉଭୟ ନୂତନ ପେନସନ୍ ଓ ପୁରୁଣା ପେନସନ୍ ଯୋଜନାର ବ୍ୟବସ୍ଥା ଏଥିରେ ଅନ୍ତର୍ଭୂକ୍ତ କରାଯାଇଛି ।

Pension Scheme: ସରକାର ଆରମ୍ଭ କଲେ ଆଉ ଏକ ପେନସନ ଯୋଜନା, କର୍ମଚାରୀଙ୍କୁ ମିଳିବ OPS ଅପେକ୍ଷା ଅଧିକ ଲାଭ!

Old Pension Scheme: ପୁରୁଣା ପେନସନ ଯୋଜନା (OPS) ଲାଗୁ କରିବାକୁ ସାରା ଦେଶରେ ସରକାରୀ କର୍ମଚାରୀମାନେ ଦାବି କରୁଛନ୍ତି । କର୍ମଚାରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ସରକାର ମଧ୍ୟ ପୁରୁଣା ପେନସନ ସ୍କିମ୍ କାର୍ଯ୍ୟକାରୀ କରିଛନ୍ତି । ବର୍ତ୍ତମାନ ସମୟରେ ପୁରୁଣା ପେନସନ ଯୋଜନା ସାରା ଦେଶରେ ଏକ ରାଜନୈତିକ ପ୍ରସଙ୍ଗ ପାଲଟିଛି । ଯେଉଁ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି, ରାଜନୈତିକ ଦଳମାନେ ପୁରୁଣା ପେନସନ୍ (Old Pension Scheme) ଲାଗୁ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ତେବେ ଏହା ଉପରେ ସମସ୍ତ ବିଶେଷଜ୍ଞଙ୍କ ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ କହିଛି ଯେ, ଭବିଷ୍ୟତରେ ଏହା ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ବିଗିଡ଼ିପାରେ । 

ଏସବୁ ମଧ୍ୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ (Andhra Pradesh CM) ଜଗନ୍ ମୋହନ ରେଡ୍ଡୀ (Jagan Mohan Reddy) ଙ୍କ ନୂତନ ପେନସନ ଯୋଜନା (Andhra Pradesh Pension Scheme) ଉପରେ ଚର୍ଚ୍ଚା ହେଉଛି । ଏହାକୁ ସରକାର ଗ୍ୟାରେଣ୍ଟିଡ୍ ପେନସନ୍ ସ୍କିମ୍ (Guaranteed Pension Scheme-GPS) ନାମରେ ନାମିତ କରିଛନ୍ତି । ତେବେ ଏହା ସହ ଜଡିତ କୌଣସି ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇ ନାହିଁ । କିନ୍ତୁ ସୂତ୍ରରୁ ପ୍ରକାଶ ଯେ ଜଗନ ମୋହନ ରେଡ୍ଡୀ ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି । ଏହି ପେନସନ ସ୍କିମ୍ (Pension Scheme) ବିଷୟରେ ବିଶେଷ କଥା ହେଉଛି ଉଭୟ ନୂତନ ପେନସନ୍ ଓ ପୁରୁଣା ପେନସନ୍ ଯୋଜନାର ବ୍ୟବସ୍ଥା ଏଥିରେ ଅନ୍ତର୍ଭୂକ୍ତ କରାଯାଇଛି ।

ଗ୍ୟାରେଣ୍ଟିଡ୍ ପେନସନ୍ ସ୍କିମ୍ (GPS) ଅଧୀନରେ ଯଦି ଜଣେ କର୍ମଚାରୀ ପ୍ରତି ମାସରେ ତାଙ୍କର ବେସିକ ବେତନର ୧୦ ପ୍ରତିଶତ ଜମା କରନ୍ତି, ତେବେ ସେ ତାଙ୍କ ବେତନର ୩୩ ପ୍ରତିଶତ ଅବସର ସମୟରେ ପେନସନ୍ ଭାବରେ ପାଇବେ । ୧୦ ପ୍ରତିଶତ ରାଜ୍ୟ ସରକାର ମଧ୍ୟ ଜିପିଏସରେ ଜମା କରିବେ । ଏଥିରେ ଦ୍ୱିତୀୟ ବ୍ୟବସ୍ଥା ହେଉଛି ଯଦି କର୍ମଚାରୀ ତାଙ୍କ ବେତନର ୧୪ ପ୍ରତିଶତ ଜମା କରନ୍ତି, ତେବେ ଅବସର ପରେ ତାଙ୍କୁ ୪୦ ପ୍ରତିଶତ ପେନସନ ମିଳିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର (Central Government) ଅନୁମତି ଦେଇନାହାଁନ୍ତି । ଏହା ଏକ ମଜାଦାର ମଡେଲ ବୋଲି କେନ୍ଦ୍ର ସରକାରୀ କର୍ମଚାରୀ କହିଛନ୍ତି । କିନ୍ତୁ ଏଥିରେ ଅଧିକ ସୂଚନା ଆବଶ୍ୟକ । ଆପଣଙ୍କୁ କହି ରଖୁଛୁ ଯେ, ପୁରୁଣା ପେନସନ୍ ସ୍କିମ୍ (Old Pension Scheme) ଅନୁଯାୟୀ କର୍ମଚାରୀଙ୍କୁ ଶେଷ ବେତନର ୫୦ ପ୍ରତିଶତ ପେନସନ୍ ମିଳିଥାଏ । ପେନସନ୍‌ ଭାବରେ ପୈଠ କରାଯାଇଥିବା ଏହି ସମ୍ପୂର୍ଣ୍ଣ ରାଶି ସରକାର ପ୍ରଦାନ କରନ୍ତି ।

ଅଧିକ ପଢ଼ନ୍ତୁ:-BCCI ଏହି ଖେଳାଳିଙ୍କୁ ସୁଯୋଗ ଦେଇ ନିଜ ଗୋଡ଼ରେ ମାରିଲା କୁରାଢ଼ୀ! ହାତରୁ ଯାଇପାରେ ବର୍ଡର-ଗାଭାସ୍କର ସିରିଜ୍

ଅଧିକ ପଢ଼ନ୍ତୁ:-RBI ନୂଆ ବର୍ଷରେ ଦେଲା ଜୋରଦାର ଝଟକା, ଦେଶର କୋଟି କୋଟି ଜନତାଙ୍କ ବଢ଼ିବ ସମସ୍ୟା!

ଅଧିକ ପଢ଼ନ୍ତୁ:-ଖୁସି ଖବର! ବରିଷ୍ଠ ନାଗରିକମାନେ ବର୍ତ୍ତମାନ ମାଗଣାରେ କରିପାରିବେ ବିମାନ ଯାତ୍ରା, ସରକାର କଲେ ଘୋଷଣା

 

ସେପେଟ ଜାତୀୟ ପେନସନ୍ ସ୍କିମ୍ ଅର୍ଥାତ ନୂତନ ପେନସନ୍ ସିଷ୍ଟମ ହେଉଛି ଏକ ଦୀର୍ଘକାଳୀନ ନିବେଶ ଯୋଜନା । ଏହା ଅଧୀନରେ ଅବସର ପରେ କର୍ମଚାରୀ ଗୋଟିଏ ଥରରେ ଏକ ବଡ଼ ପାଣ୍ଠି ପାଆନ୍ତି । ଏଥିରେ ନିବେଶ କରୁଥିବା ବ୍ୟକ୍ତି 80-ସିସିଡି (1 ବି) ଅଧୀନରେ ୫୦,୦୦୦ ଟଙ୍କା ରିହାତି ପାଇବେ । ଏହା ବ୍ୟତୀତ ଆୟକର ଅଧିନିୟମର ଧାରା 80-C ଅନୁଯାୟୀ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିଯାଇଥାଏ ।