Pension Scheme: ବିବାହିତ ଲୋକଙ୍କୁ ବଡ଼ ଧକ୍କା; ସରକାର ଏପ୍ରିଲ ୧ରୁ ବନ୍ଦ କରିବାକୁ ଯାଉଛନ୍ତି ଏହି ଯୋଜନା, ପ୍ରତିମାସରେ ଆଉ ମିଳିବ ନାହିଁ ଟଙ୍କା!
Advertisement
Article Detail0/zeeodisha/odisha1593837

Pension Scheme: ବିବାହିତ ଲୋକଙ୍କୁ ବଡ଼ ଧକ୍କା; ସରକାର ଏପ୍ରିଲ ୧ରୁ ବନ୍ଦ କରିବାକୁ ଯାଉଛନ୍ତି ଏହି ଯୋଜନା, ପ୍ରତିମାସରେ ଆଉ ମିଳିବ ନାହିଁ ଟଙ୍କା!

Pension Scheme: ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା ଅଛି, ଯେଉଁଥିରେ ଭଲ ସୁଧ ହାର ପ୍ରଦାନ କରାଯାଇଛି । ଯାହାଫଳରେ ସେମାନେ ଅଧିକ ଲାଭ ପାଇପାରିବେ । ବର୍ତ୍ତମାନ ଆପଣ ଗୋଟିଏ ସରକାରୀ ଯୋଜନାରେ ପ୍ରତି ମାସରେ ୧୮,୫୦୦ ଟଙ୍କା ଲାଭ କରୁଛନ୍ତି । କିନ୍ତୁ ଏପ୍ରିଲ୍ ୧ ପରେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଏହି ଯୋଜନାକୁ ମୋଦି ସରକାର ବନ୍ଦ କରିବାକୁ ଯାଉଛନ୍ତି ।

Pension Scheme: ବିବାହିତ ଲୋକଙ୍କୁ ବଡ଼ ଧକ୍କା; ସରକାର ଏପ୍ରିଲ ୧ରୁ ବନ୍ଦ କରିବାକୁ ଯାଉଛନ୍ତି ଏହି ଯୋଜନା, ପ୍ରତିମାସରେ ଆଉ ମିଳିବ ନାହିଁ ଟଙ୍କା!

Pension Scheme: କେନ୍ଦ୍ର ସରକାର ହେଉ ଅବା ରାଜ୍ୟ ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯାହା ଦ୍ୱାରା ନା କେବଳ ଶିଶୁ, ବରଂ ବରିଷ୍ଠ ନାଗରିକମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ । ବରିଷ୍ଠ ନାଗରିକ (Senior Citizens) ଙ୍କ ପାଇଁ ଅନେକ ଯୋଜନା ଅଛି, ଯେଉଁଥିରେ ଭଲ ସୁଧ ହାର ପ୍ରଦାନ କରାଯାଇଛି । ଯାହାଫଳରେ ସେମାନେ ଅଧିକ ଲାଭ ପାଇପାରିବେ । ବର୍ତ୍ତମାନ ଆପଣ ଗୋଟିଏ ସରକାରୀ ଯୋଜନାରେ ପ୍ରତି ମାସରେ ୧୮,୫୦୦ ଟଙ୍କା ଲାଭ କରୁଛନ୍ତି । କିନ୍ତୁ ଏପ୍ରିଲ୍ ୧ ପରେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଏହି ଯୋଜନାକୁ ମୋଦି ସରକାର (Modi Govt) ବନ୍ଦ କରିବାକୁ ଯାଉଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଏହି ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା (PM Vaya Vandana Yojana) । ଆପଣ କେବଳ ଏପ୍ରିଲ୍ ୧ ପର୍ଯ୍ୟନ୍ତ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହି ଯୋଜନାରେ ୭.୪ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ମିଳିଥାଏ । ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନାକୁ ବିଶେଷ ଭାବରେ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । କିନ୍ତୁ ଏହି ଯୋଜନା ୧ ଏପ୍ରିଲ ୨୦୨୩ରୁ ବନ୍ଦ ହୋଇଯିବ । ଏହି ଯୋଜନାରେ ସର୍ବାଧିକ ନିବେଶ ୧୫ ଲକ୍ଷ ଟଙ୍କା ହୋଇପାରେ । ଏଥିରେ ଆପଣ ୧୦ ବର୍ଷ ପାଇଁ ନିବେଶ କରପାରିବେ ଓ ପରିପକ୍ୱତା ସମାପ୍ତ ହେବା ପରେ ଆପଣ ପୂରା ଅର୍ଥ ରାଶି ପାଇବେ । ଏହି ଯୋଜନାରେ ନିବେଶ ହୋଇଥିବା ଅର୍ଥ ସଂପୂର୍ଣ୍ଣ ସୁରକ୍ଷିତ ରହିଥାଏ । ମ୍ୟାଚ୍ୟୋରିଟି ପୂର୍ବରୁ ମଧ୍ୟ ଆପଣ ଏହି ସ୍କିମ୍ ବନ୍ଦ କରିପାରିବେ ।

ଯଦି କୌଣସି ପତି-ପତ୍ନୀ ଏହି ଯୋଜନାରେ ୧୫-୧୫ ଲକ୍ଷ ନିବେଶ କରନ୍ତି ଅର୍ଥାତ ମୋଟ ୩୦ ଲକ୍ଷ ନିବେଶ କରନ୍ତି । ତେବେ ଆପଣ ୭.୪୦ ପ୍ରତିଶତ ହାରରେ ସୁଧର ଲାଭ ପାଇବେ । ଏହି ରାଶି ଉପରେ ଆପଣ ବାର୍ଷିକ ୨,୨୨,୦୦୦ ଟଙ୍କା ସୁଧ ପାଇବେ । ଯଦି ଏହି ସୁଧ ରାଶି ୧୨ ମାସରେ ବିଭକ୍ତ ହୁଏ, ତେବେ ଆପଣ ପ୍ରତି ମାସରେ ୧୮,୫୦୦ ଟଙ୍କା ପାଇବେ । ଏହି ରାଶି ଆପଣଙ୍କ ଆକାଉଣ୍ଟରେ ପେନସନ ଭାବରେ ଆସିବ । 

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ଆଉ ଏକ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ଯୋଜନା!

ଅଧିକ ପଢ଼ନ୍ତୁ:-ଶେଷରେ ଜଣାପଡ଼ିଗଲା କ'ଣ ହୋଇଥାଏ ମୃତ୍ୟୁ ପରେ! ମରିବାର କିଛି ମିନିଟ ପରେ ଜୀବନ୍ତ ହୋଇଥିବା ବ୍ୟକ୍ତି କଲେ ଖୁଲାସା

ସେହିପରି ଯଦି କେବଳ ଜଣେ ବ୍ୟକ୍ତି ଏହି ଯୋଜନାରେ ନିବେଶ କରିବାକୁ ଚାହାଁନ୍ତି, ତେବେ ଆପଣ ସର୍ବାଧିକ ୧୫ ଲକ୍ଷ ନିବେଶ କରିପାରିବେ । ଯାହା ଉପରେ ଆପଣ ବାର୍ଷିକ ୧,୧୧,୦୦୦ ଟଙ୍କା ସୁଧ ଭାବରେ ପାଇବେ । ଅର୍ଥାତ୍ ପ୍ରତି ମାସରେ ୯,୨୫୦ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ । ଏହି ଯୋଜନାର ପରିପକ୍ୱତା ଅବଧି ୧୦ ବର୍ଷ ଅଛି । ଆପଣ ଏହି ଯୋଜନାରେ ୧୦ ବର୍ଷ ପାଇଁ ଟଙ୍କା ନିବେଶ କରିପାରିବେ । ଯଦି ଆପଣ ୧୦ ବର୍ଷ ପାଇଁ ଏଥିରେ ବିନିଯୋଗ କରନ୍ତି, ତେବେ ଆପଣ ୧୦ ବର୍ଷ ପରେ ଆପଣଙ୍କର ନିବେଶ ହୋଇଥିବା ଟଙ୍କା ଫେରସ୍ତ ପାଇବେ ।