Delhi Wrestlers Protest: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା, ସରକାରଙ୍କ ପାଖରେ ରଖିଲେ ୫ ବଡ଼ ଦାବି
Advertisement
Article Detail0/zeeodisha/odisha1728742

Delhi Wrestlers Protest: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା, ସରକାରଙ୍କ ପାଖରେ ରଖିଲେ ୫ ବଡ଼ ଦାବି

Wrestlers Protest Latest News Today:  ବୁଧବାର ଆନ୍ଦୋଳନରତ କୁସ୍ତିଯୋଦ୍ଧା କ୍ରୀଡ଼ା ମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ସମୟରେ ସେମାନେ କେନ୍ଦ୍ର ସରକାରଙ୍କ ପାଖରେ ପାଞ୍ଚଟି ବଡ଼ ଦାବି ଉପସ୍ଥାପନ କରିଛନ୍ତି।

Delhi Wrestlers Protest: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା, ସରକାରଙ୍କ ପାଖରେ ରଖିଲେ ୫ ବଡ଼ ଦାବି

Protesting Wrestlers met Union Sports Minister: ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ନେଇ ଆସିଛି ଏକ ବଡ଼ ଖବର। ଜୁନ ୭ ତାରିଖ ବୁଧବାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ବିନେଶ ଫୋଗଟ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସମୟରେ ଆନ୍ଦୋଳନରତ କୁସ୍ତିଯୋଦ୍ଧା କେନ୍ଦ୍ର ସରକାରଙ୍କ ପାଖରେ ପାଞ୍ଚଟି ବଡ଼ ଦାବି ଉପସ୍ଥାପନ କରିଛନ୍ତି।

ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ୫ ପ୍ରମୁଖ ଦାବି 

  • ଆନ୍ଦୋଳନରତ କୁସ୍ତିଯୋଦ୍ଧା ଦାବି କରିଛନ୍ତି ଯେ ଜଣେ ମହିଳା ଭାରତୀୟ କୁସ୍ତି ମହାସଂଘ ର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରନ୍ତୁ।
  • ବୃଜଭୂଷଣ ଶରଣ ସିଂହ ଏବଂ ତାଙ୍କ ପରିବାରର କୌଣସି ସଦସ୍ୟ ଭାରତୀୟ କୁସ୍ତି ମହାସଂଘର ଅଂଶ ହେବେ ନାହିଁ।
  • ଆନ୍ଦୋଳନରତ କୁସ୍ତିଯୋଦ୍ଧା କୁସ୍ତି ସଂଘରେ ଏକ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରିବାକୁ କରିଛନ୍ତି। 
  • କୁସ୍ତିଯୋଦ୍ଧା ଦାବି କରିଛନ୍ତି ଯେ ଗତ ଅପ୍ରେଲ ୨୮ ତାରିଖରେ ଦିଲ୍ଲୀ ଜନ୍ତର ମନ୍ତର ଠାରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଆଇନ ଶୃଙ୍ଖଳା ଉଲ୍ଲଂଘନ କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ରଦ୍ଦ କରାଯାଉ।
  • ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କୁ ଗିରଫ କରିବାକୁ ପୁନର୍ବାର ଉଠିଛି ଦାବି। ଯାହାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି ଆନ୍ଦୋଳନରତ କୁସ୍ତିଯୋଦ୍ଧା। 

ଆନ୍ଦୋଳନରତ କୁସ୍ତିଯୋଦ୍ଧା ତାଙ୍କ ନିମନ୍ତ୍ରଣକୁ ଗ୍ରହଣ କରିବା ପରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଥିଲେ। ଗତ କାଲି ବିଳମ୍ବିତ ରାତିରେ ଟ୍ୱିଟ୍ କରି କେନ୍ଦ୍ର କ୍ରୀଡ଼ାମନ୍ତ୍ର କହିଛନ୍ତି ଯେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଗତ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା। ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଧାରଣା ଦେଇଛନ୍ତି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ବିନେଶ ଫୋଗଟ। 

ମଙ୍ଗଳବାର ମଧ୍ୟରାତ୍ରୀରେ ଏକ ଟ୍ୱିଟ୍ କରି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ସରକାର ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। କୁସ୍ତିଯୋଦ୍ଧା ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କୁ ବିରୋଧରେ ଆନ୍ଦୋଳନ ଜାରି ରଖିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। କେତେକ ମହିଳା କୁସ୍ତିଯୋଦ୍ଧା ତାଙ୍କ ବିରୋଧରେ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ଆଣିଛନ୍ତି।

Also Read: Wrestler Protest Delhi: କୁସ୍ତିଯୋଦ୍ଧାଙ୍କ ବଡ ଘୋଷଣା, ଗଙ୍ଗାରେ ବିସର୍ଜନ କରିବେ ପଦକ

ବୁଧବାର କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କହିଛନ୍ତି ଯେ ଆନ୍ଦୋଳନରତ କୁସ୍ତିଯୋଦ୍ଧା କେବଳ ଆନ୍ଦୋଳନ ବନ୍ଦ କରିବାକୁ ରାଜି ହେବେ ନାହିଁ। ଅଥବା ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବିତ କୌଣସି ବିଷୟ ଉପରେ ବିରୋଧ ଶେଷ କରିବେ ନାହିଁ। ପ୍ରଥମେ ସେମାନେ ସେମାନଙ୍କ ବୟସ୍କ ତଥା ସମର୍ଥକଙ୍କ ସହମତି ଲୋଡ଼ିବେ। ଆମେ ଆମର ବୟସ୍କ ଏବଂ ସମର୍ଥକଙ୍କ ସହ ସରକାର ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା କରିବୁ। ଯେତେବେଳେ ସମସ୍ତେ ସେମାନଙ୍କର ସମ୍ମତି ଦିଅନ୍ତି ଯେ ପ୍ରସ୍ତାବ ଠିକ ଅଛି, ସେତେବେଳେ ଯାଇ ଆମେ ରାଜି ହେବୁ। ଏହା ଘଟିବ ନାହିଁ ଯେ ସରକାର ଯାହା କହନ୍ତି ଆମେ ସହମତ ହେବୁ ଏବଂ ଆମର ବିରୋଧକୁ ସମାପ୍ତ କରିବୁ।