Puri Jagannath Temple History: ଭାରତର ତଥା ବିଶ୍ଵର ଅନ୍ୟତମ ପ୍ରମୁଖ ତୀର୍ଥକ୍ଷେତ୍ର ଓ ସମସ୍ତ ଓଡ଼ିଆଙ୍କ ପରିଚୟ । ଜଗନ୍ନାଥ ମନ୍ଦିର (Jagannath Temple) ଅନେକ ଥର ଆକ୍ରମଣକାରୀଙ୍କ ଆକ୍ରମଣର ଶିକାର ହୋଇଛି । ଆକ୍ରମଣକାରୀମାନେ ଏହାକୁ ଧ୍ୱଂସ କରିବାକୁ ସମସ୍ତ ପ୍ରକାରର ଚେଷ୍ଟା ମଧ୍ୟ କରିଛନ୍ତି । ଏହାସହ ଏହି ମନ୍ଦିରକୁ ବହୁ କ୍ଷତି ଘଟାଇଛନ୍ତି, କିନ୍ତୁ ଏହା ସତ୍ତ୍ୱେ ପୁରୀର ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରକୁ ସନାତନ ସଂସ୍କୃତିକୁ ବିଶ୍ୱାସ କରୁଥିବା ରାଜା ଓ ମହାରାଜାମାନେ ପୁନର୍ବାର ଏକ ସୁନ୍ଦର ସ୍ୱରୂପ ପ୍ରଦାନ କରିଛନ୍ତି ।
Trending Photos
Puri Jagannath Temple History: ଶ୍ରୀଜଗନ୍ନାଥଙ୍କ ନିବାସ ଶ୍ରୀମନ୍ଦିର (Srimandir) ବହୁ ବର୍ଷର କୀର୍ତ୍ତିରାଜି । ଗୁଜୁରାଟର ସୋମନାଥ ମନ୍ଦିର ଭଳି ଶ୍ରୀମନ୍ଦିର ମଧ୍ୟ ଅନେକ ଆକ୍ରମଣ ଶିକାର ହୋଇଛି । ସମୟର ଗତି ସହ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ତିଷ୍ଠି ରହିଛି । ଏହା ପ୍ରତ୍ୟେକ ଓଡ଼ିଆଙ୍କ ଆସ୍ଥା, ଆଧ୍ୟାତ୍ମ, ଧର୍ମ, ସଂସ୍କୃତି, କଳା ଓ ଭାବର କେନ୍ଦ୍ରସ୍ଥଳୀ । ଭାରତର ତଥା ବିଶ୍ଵର ଅନ୍ୟତମ ପ୍ରମୁଖ ତୀର୍ଥକ୍ଷେତ୍ର ଓ ସମସ୍ତ ଓଡ଼ିଆଙ୍କ ପରିଚୟ । ଜଗନ୍ନାଥ ମନ୍ଦିର (Jagannath Temple) ଅନେକ ଥର ଆକ୍ରମଣକାରୀଙ୍କ ଆକ୍ରମଣର ଶିକାର ହୋଇଛି । ଆକ୍ରମଣକାରୀମାନେ ଏହାକୁ ଧ୍ୱଂସ କରିବାକୁ ସମସ୍ତ ପ୍ରକାରର ଚେଷ୍ଟା ମଧ୍ୟ କରିଛନ୍ତି । ଏହାସହ ଏହି ମନ୍ଦିରକୁ ବହୁ କ୍ଷତି ଘଟାଇଛନ୍ତି, କିନ୍ତୁ ଏହା ସତ୍ତ୍ୱେ ପୁରୀର ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରକୁ ସନାତନ ସଂସ୍କୃତିକୁ ବିଶ୍ୱାସ କରୁଥିବା ରାଜା ଓ ମହାରାଜାମାନେ ପୁନର୍ବାର ଏକ ସୁନ୍ଦର ସ୍ୱରୂପ ପ୍ରଦାନ କରିଛନ୍ତି । ମନ୍ଦିର ଅନେକ ଥର ଆକ୍ରମଣକାରୀଙ୍କ ହିଂସାର ଶିକାର ହୋଇଛି, କିନ୍ତୁ ଏହା ସତ୍ତ୍ୱେ ମନ୍ଦିରର ଧାର୍ମିକ ମହତ୍ତ୍ୱ, ଭକ୍ତଙ୍କ ଆସ୍ଥା, ଏଥିରେ ଥିବା ଚମତ୍କାର ଏବଂ ମନ୍ଦିର ସହିତ ଜଡିତ ମାନ୍ୟତାରେ କୌଣସି ପାର୍ଥକ୍ୟ ଦେଖାଯାଇନାହିଁ ।
ଏଠାରେ କହି ରଖୁଛୁ ଯେ, ନିକଟ ଅତୀତରେ ପୁରୀର ଜଗନ୍ନାଥ ମନ୍ଦିରରେ ଜଣେ ମହିଳା ମୁସଲମାନ ଅଧିକାରୀଙ୍କ ପ୍ରବେଶକୁ ନେଇ ବିବାଦ ଦେଖାଦେଇଛି । ଭାରତୀୟ ରାଜସ୍ୱ ସେବାର ଜଣେ ମୁସଲମାନ ବରିଷ୍ଠ ଅଧିକାରୀ ପୁରୀ (Puri) ଶ୍ରୀମନ୍ଦିର (Sri Mandir) କୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି । ଏହି ବରିଷ୍ଠ ମହିଳା ଅଧିକାରୀ ନିଜ କ୍ଷମତାର ଅପବ୍ୟବହାର କରି ଶ୍ରୀ ଜଗନ୍ନାଥ ମନ୍ଦିର ( Sri Jagannath Mandir) ରେ ପ୍ରବେଶ ଉଦ୍ୟମ ଘଟଣାକୁ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ବିଗତ ଅତୀତରେ ଶ୍ରୀମନ୍ଦିର (Srimandir) କୁ ନେଇ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀଙ୍କ ବୟାନକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା । ଯାହା ପରେ ତାଙ୍କ ବିରୋଧରେ ପୁରୀରେ ମାମଲା ରୁଜୁ କରାଯିବା ସହ ତାଙ୍କ ଗିରଫ ଦାବି କରାଯାଇଛି । ୱେବେସୀ କହିଥିଲେ ଯେ, ପୂର୍ବରୁ ଜଗନ୍ନାଥଙ୍କ ମନ୍ଦିର ହୋଇଥିବା ସ୍ଥାନ ବୌଦ୍ଧସ୍ଥଳୀ ଥିଲା । ପରେ ତାକୁ ଭାଙ୍ଗି ସେଠାରେ ମନ୍ଦିର ନିର୍ମାଣ କରାଯାଇଛି ।
ପୁରୀର ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର (Jagannath Mandir) ର ଚମତ୍କାରତା ସହିତ ସମସ୍ତେ ପରିଚିତ । କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଏହି ମନ୍ଦିର ଉପରେ ଅନେକ ବଡ଼ ଆକ୍ରମଣ ହୋଇଛି । ପ୍ରତ୍ୟେକ ଆକ୍ରମଣ ପରେ ମନ୍ଦିର ଓ ମନ୍ଦିରର ଚମତ୍କାର ଉପରେ କୌଣସି ପ୍ରଭାବ ପଡ଼ି ନାହିଁ । ଯେଉଁମାନେ ମନ୍ଦିର ସହ ଜଡ଼ିତ ଇତିହାସ ଅଧ୍ୟୟନ କରୁଛନ୍ତି ସେମାନେ ଦାବି କରିଛନ୍ତି ଯେ ଏହି ଆକ୍ରମଣ ଯୋଗୁଁ ପ୍ରଭୁ ଜଗନ୍ନାଥଙ୍କୁ ୧୪୪ ବର୍ଷ ପର୍ଯ୍ୟନ୍ତ ମନ୍ଦିରଠାରୁ ଦୂରରେ ରହିବାକୁ ପଡିଥିଲା । ବର୍ତ୍ତମାନ ଆସନ୍ତୁ ଜାଣିବା ଶ୍ରୀମନ୍ଦିର ଉପରେ ହୋଇଥିବା ୧୭ଟି ପ୍ରମୁଖ ଆକ୍ରମଣର ଘଟଣା ବିଷୟରେ...
୧. ପ୍ରଥମ ଆକ୍ରମଣ
ଜଗନ୍ନାଥ ମନ୍ଦିରକୁ ପ୍ରଥମ ଆକ୍ରମଣ ୧୩୪୦ ମସିହାରେ ବଙ୍ଗଳାର ସୁଲତାନ ଇଲିୟାସ ଶାହ କରିଥିଲା, ସେତେବେଳେ ଓଡ଼ିଶା ଉତ୍କଳ ପ୍ରଦେଶ ଭାବରେ ଜଣାଶୁଣା ଥିଲା । ଉତ୍କଳ ସାମ୍ରାଜ୍ୟର ରାଜା ତୃତୀୟ ନରସିଂହ ଦେବ ସୁଲତାନ ଇଲିୟାସ ଶାହଙ୍କ ସହ ଯୁଦ୍ଧ ଲଢ଼ିଥିଲେ । ବଙ୍ଗଳାର ସୁଲତାନ ଇଲିୟାସ ଶାହାଙ୍କ ସୈନିକମାନେ ମନ୍ଦିର ପରିସରରେ ବହୁ ରକ୍ତପାତ କରିବା ସହ ନିରୀହ ଲୋକଙ୍କୁ ହତ୍ୟା କରିଥିଲା । କିନ୍ତୁ ରାଜା ନରସିଂହ ଦେବ ଜଗନ୍ନାଥଙ୍କ ମୂର୍ତ୍ତିଗୁଡ଼ିକୁ ରକ୍ଷା କରିବାରେ ସଫଳ ହୋଇଥିଲେ । କାରଣ ତାଙ୍କ ଆଦେଶରେ ମୂର୍ତ୍ତିଗୁଡ଼ିକ ଲୁଚା ଯାଇଥିଲା ।
୨. ଦ୍ୱିତୀୟ ଆକ୍ରମଣ
୧୩୬୦ ମସିହାରେ ଦିଲ୍ଲୀର ସୁଲତାନ ଫିରୋଜ ଶାହା ତୁଗଲକ ଜଗନ୍ନାଥ ମନ୍ଦିର ଉପରେ ଦ୍ୱିତୀୟ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ମନ୍ଦିରର ବହୁ କ୍ଷତି ହୋଇଥିଲା ।
୩. ତୃତୀୟ ଆକ୍ରମଣ
ମନ୍ଦିର ଉପରେ ତୃତୀୟ ଆକ୍ରମଣ ୧୫୦୯ ମସିହାରେ ବଙ୍ଗଳାର ସୁଲତାନର ସେନାପତି ଆଲାଉଦ୍ଦିନ ହୁସେନ୍ ଶାହଙ୍କ ଦ୍ୱାରା କରାଯାଇଥିଲା । ସେହି ସମୟରେ ଓଡ଼ିଶା ସୁର୍ଯ୍ୟବଂଶୀ ରାଜା ପ୍ରତାପ ରୁଦ୍ରଦେବଙ୍କ ଦ୍ୱାରା ଶାସିତ ହେଉଥିଲା । ଆକ୍ରମଣର ଖବର ପାଇବା ମାତ୍ରେ ପୁରୋହିତମାନେ ମନ୍ଦିରଠାରୁ ଦୂରରେ ଚିଲିକା ହ୍ରଦରେ ମୂର୍ତ୍ତିଗୁଡ଼ିକୁ ଲୁଚାଇ ରଖିଥିଲେ । ପ୍ରତାପ ରୁଦ୍ରଦେବ ହୁଗୁଲିରେ ବଙ୍ଗଳା ସୁଲତାନର ସୈନ୍ୟବାହିନୀକୁ ପରାସ୍ତ କରି ସେମାନଙ୍କୁ ବିତାରିତ କରିଥିଲେ ।
୪. ଚତୁର୍ଥ ଆକ୍ରମଣ
୧୫୬୮ ମସିହାରେ ଜଗନ୍ନାଥ ମନ୍ଦିର ଉପରେ ସବୁଠାରୁ ବଡ଼ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣ କଳା ପାହାଡ଼ ନାମକ ଜଣେ ଆଫଗାନିସ୍ତାନ ଆକ୍ରମଣକାରୀ ଦ୍ୱାରା କରାଯାଇଥିଲା । ଆକ୍ରମଣ ପୂର୍ବରୁ ମୂର୍ତ୍ତିଗୁଡ଼ିକ ପୁଣି ଥରେ ଚିଲିକା ହ୍ରଦରେ ଲୁଚାଇ ରଖାଯାଇଥିଲା । କିନ୍ତୁ ତଥାପି ମନ୍ଦିରର କିଛି ପ୍ରତିମା ଆକ୍ରମଣକାରୀଙ୍କ ଦ୍ୱାରା ନଷ୍ଟ ହୋଇଯାଇଥିଲା । ଏହି ଆକ୍ରମଣରେ ଜଗନ୍ନାଥ ମନ୍ଦିରର ସ୍ଥାପତ୍ୟ ନଷ୍ଟ ହୋଇଥିଲା । ଏହି ବର୍ଷ ଓଡ଼ିଶା ଇତିହାସରେ ନିର୍ଣ୍ଣାୟକ ଥିଲା । ଏହି ବର୍ଷର ଯୁଦ୍ଧ ପରେ ଓଡ଼ିଶା ସିଧାସଳଖ ଇସଲାମିକ ଶାସନ ଅଧୀନରେ ଆସିଯାଇଥିଲା ।
୫. ପଞ୍ଚମ ଆକ୍ରମଣ
ଏହା ପରେ ୧୫୯୨ ମସିହାରେ ଜଗନ୍ନାଥ ମନ୍ଦିର ଉପରେ ପଞ୍ଚମ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ଓଡିଶାର ସୁଲତାନ ଇଶାଙ୍କ ପୁଅ ଓସମାନ ଓ କୁଥୁ ଖାନଙ୍କ ପୁଅ ସୁଲେମାନ ଦ୍ୱାରା କରାଯାଇଥିଲା । ଲୋକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା, ମୂର୍ତ୍ତିଗୁଡ଼ିକୁ ଅପବିତ୍ର କରାଯାଇଥିଲା ଏବଂ ମନ୍ଦିରର ସମ୍ପତ୍ତି ଲୁଣ୍ଠନ କରାଯାଇଥିଲା ।
୬. ଷଷ୍ଠ ଆକ୍ରମଣ
୧୬୦୧ ମସିହାରେ ବଙ୍ଗଳାର ନବାବ ଇସଲାମ ଖାନଙ୍କ କମାଣ୍ଡର ମିର୍ଜା ଖୁରାମ ଜଗନ୍ନାଥ ମନ୍ଦିର ଉପରେ ଷଷ୍ଠ ଆକ୍ରମଣ କରିଥିଲା । ମନ୍ଦିରର ପୁରୋହିତମାନେ ମୂର୍ତ୍ତିଗୁଡ଼ିକୁ ଭାର୍ଗବୀ ନଦୀ ମାର୍ଗରେ ଡଙ୍ଗା ସାହାଯ୍ୟରେ ପୁରୀ ନିକଟସ୍ଥ ଗାଁ କପିଲେଶ୍ୱରରେ ଲୁଚାଇ ରଖିଥିଲେ । ପରେ ମୂର୍ତ୍ତିଗୁଡ଼ିକୁ ରକ୍ଷା କରିବା ପାଇଁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ମଧ୍ୟ କରାଯାଇଥିଲା ।
୭. ସପ୍ତମ ଆକ୍ରମଣ
ଜଗନ୍ନାଥ ମନ୍ଦିର ଉପରେ ସପ୍ତମ ଆକ୍ରମଣ ଓଡିଶାର ସୁବେଦାର ହାସିମ ଖାନଙ୍କ ଦ୍ୱାରା କରାଯାଇଥିଲା । କିନ୍ତୁ ଆକ୍ରମଣ ପୂର୍ବରୁ ମୂର୍ତ୍ତିଗୁଡ଼ିକୁ ଖୋର୍ଦ୍ଧାର ଗୋପାଳ ମନ୍ଦିରରେ ଲୁଚାଇ ରଖାଯାଇଥିଲା । ଏହି ସ୍ଥାନ ମନ୍ଦିରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଆକ୍ରମଣରେ ମଧ୍ୟ ମନ୍ଦିରର ବହୁ କ୍ଷତି ହୋଇଥିଲା । ୧୬୦୮ ମସିହାରେ ମୂର୍ତ୍ତିଗୁଡ଼ିକୁ ଜଗନ୍ନାଥ ମନ୍ଦିରକୁ ଅଣାଯାଇଥିଲା ।
୮. ଅଷ୍ଟମ ଆକ୍ରମଣ
ମନ୍ଦିର ଉପରେ ଅଷ୍ଟମ ଆକ୍ରମଣ ହାସିମ ଖାନଙ୍କ ସୈନ୍ୟବାହିନୀରେ ସେବା କରୁଥିବା ଜଣେ ହିନ୍ଦୁ ଜାଗିରଦାର କରିଥିଲା । ସେହି ସମୟରେ ମୂର୍ତ୍ତିଗୁଡ଼ିକ ମନ୍ଦିରରେ ଉପସ୍ଥିତ ନଥିଲେ । ମନ୍ଦିରର ଧନ ସମ୍ପତ୍ତି ଲୁଟ କରାଯାଇଥିଲା ଓ ଏହାକୁ ଏକ ଦୁର୍ଗରେ ପରିଣତ କରାଯାଇଥିଲା ।
୯. ନବମ ଆକ୍ରମଣ
ମନ୍ଦିର ଉପରେ ନବମ ଆକ୍ରମଣ ୧୬୧୧ ମସିହାରେ ମୋଗଲ ସମ୍ରାଟ ଆକବରଙ୍କ ନବରତ୍ନରେ ସାମିଲ ରାଜା ଟୋଡରମଲଙ୍କ ପୁଅ ରାଜା କଲ୍ୟାଣମଲଙ୍କ ଦ୍ୱାରା କରାଯାଇଥିଲା । ଏଥର ପୁରୋହିତମାନେ ମୂର୍ତ୍ତିଗୁଡ଼ିକୁ ଲୁଚାଇ ରଖିଥିଲେ ।
୧୦. ଦଶମ ଆକ୍ରମଣ
ଦଶମ ଆକ୍ରମଣ ମଧ୍ୟ କଲ୍ୟାଣମଲଙ୍କ ଦ୍ୱାରା କରାଯାଇଥିଲା । ଏହି ଆକ୍ରମଣରେ ମନ୍ଦିରରୁ ବହୁତ ଲୁଟପାଟ ହୋଇଥିଲା ।
୧୧. ଏକାଦଶ ଆକ୍ରମଣ
ମନ୍ଦିର ଉପରେ ଏକାଦଶ ଆକ୍ରମଣ ୧୬୧୭ ମସିହାରେ ଦିଲ୍ଲୀର ସମ୍ରାଟ ଜାହାଙ୍ଗୀରଙ୍କ ସେନାପତି ମୁକର୍ରମ ଖାନ କରିଥିଲା । ସେହି ସମୟରେ ମନ୍ଦିରର ମୂର୍ତ୍ତିଗୁଡ଼ିକ ଗୋବିନ୍ଦପୁର ନାମକ ସ୍ଥାନରେ ଲୁଚାଇ ରଖାଯାଇଥିଲା ।
୧୨. ଦ୍ୱାଦଶ ଆକ୍ରମଣ
ମନ୍ଦିର ଉପରେ ଦ୍ୱାଦଶ ଆକ୍ରମଣ ୧୬୨୧ ମସିହାରେ ଓଡିଶାର ମୋଗଲ ଗଭର୍ଣ୍ଣର ମିର୍ଜା ଅହମ୍ମଦ ବାଗଙ୍କ ଦ୍ୱାରା କରାଯାଇଥିଲା । ଏପରିକି ଯେତେବେଳେ ମୋଗଲ ସମ୍ରାଟ ଶାହ ଜାହାନ ଥରେ ଓଡିଶା ଗସ୍ତ କରିଥିଲେ, ସେତେବେଳେ ପୁରୋହିତମାନେ ମୂର୍ତ୍ତିଗୁଡ଼ିକୁ ଲୁଚାଇ ରଖିଥିଲେ ।
୧୩. ତ୍ରୟୋଦଶ ଆକ୍ରମଣ
୧୬୪୧ ମସିହାରେ ମନ୍ଦିର ଉପରେ ତ୍ରୟଦଶ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ଓଡିଶାର ମୋଗଲ ଗଭର୍ଣ୍ଣର ମିର୍ଜା ମକ୍କି କରିଥିଲା ।
୧୪. ଚତୁର୍ଦ୍ଦଶ ଆକ୍ରମଣ
ମନ୍ଦିର ଉପରେ ଚତୁର୍ଦ୍ଦଶ ଆକ୍ରମଣ ମଧ୍ୟ ମିର୍ଜା ମକ୍କି କରିଥିଲା ।
୧୫. ପଞ୍ଚଦଶ ଆକ୍ରମଣ
ମନ୍ଦିର ଉପରେ ପଞ୍ଚ ଦଶ ଆକ୍ରମଣ ଆମୀର ଫତେହ ଖାନଙ୍କ କରିଥିଲା । ସେ ମନ୍ଦିରର ରତ୍ନଭଣ୍ଡାରରେ ଥିବା ହୀରା, ମୋତି ଏବଂ ସୁନାକୁ ଲୁଟି ନେଇଥିଲା ।
୧୬. ଷୋଡ଼ଶ ଆକ୍ରମଣ
୧୬୯୨ ମସିହାରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ ମନ୍ଦିର ଉପରେ ଷୋଡ଼ଶ ଆକ୍ରମଣ ହୋଇଥିଲା । ଔରଙ୍ଗଜେବ ମନ୍ଦିରକୁ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ ଓଡ଼ିଶାର ନବାବ ଇକ୍ରାମ ଖାନ ଥିଲେ, ଯିଏ ମୋଗଲମାନଙ୍କ ଅଧୀନରେ ଥିଲେ । ଇକ୍ରାମ ଖାନ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରି ପ୍ରଭୁଙ୍କ ସୁନା ମୁକୁଟ ଲୁଟି ନେଇଥିଲେ । ସେତେବେଳେ ଜଗନ୍ନାଥ ମନ୍ଦିରର ମୂର୍ତ୍ତିଗୁଡ଼ିକ ଶ୍ରୀମନ୍ଦିର ନାମକ ଏକ ସ୍ଥାନର ବିମାଳା ମନ୍ଦିରରେ ଲୁଚାଇ ରଖାଯାଇଥିଲା ।
ଏହା ବି ପଢ଼ନ୍ତୁ:-ପ୍ରଧାନମନ୍ତ୍ରୀ ଥିବା ସମୟରେ ଇନ୍ଦିରା ଗାନ୍ଧୀଙ୍କୁ ଜଗନ୍ନାଥ ମନ୍ଦିରକୁ ମିଳି ନଥିଲା ଏଣ୍ଟ୍ରି, ଏଥର ମୁସଲମାନ ଅଧିକାରୀଙ୍କ ପ୍ରବେଶକୁ ନେଇ ବିବାଦ
ଏହା ବି ପଢ଼ନ୍ତୁ:-ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ଅଧିକାରୀଙ୍କ ପ୍ରବେଶ ଉଦ୍ୟମ, ସତର୍କ କରାଇଥିବା ପ୍ରଟୋକଲ ଅଫିସରଙ୍କୁ ମିଳିଲା ଦଣ୍ଡ!
୧୭. ସପ୍ତଦଶ ଆକ୍ରମଣ
ମନ୍ଦିର ଉପରେ ୧୭ତମ ତଥା ଶେଷ ଆକ୍ରମଣ ୧୬୯୯ ମସିହାରେ ମହମ୍ମଦ ତାକି ଖାନ କରିଥିଲା । ତାକି ଖାନ ୧୭୨୭ରୁ ୧୭୩୪ ପର୍ଯ୍ୟନ୍ତ ଓଡିଶାର ନାଏବ ସୁବେଦାର ଥିଲେ । ଏଥର ମଧ୍ୟ ମୂର୍ତ୍ତିଗୁଡ଼ିକ ଲୁଚାଇ ରଖାଯାଇଥିଲା ଓ କ୍ରମାଗତ ଭାବରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । କିଛି ସମୟ ପାଇଁ ହାଇଦ୍ରାବାଦରେ ମୂର୍ତ୍ତିଗୁଡ଼ିକୁ ମଧ୍ୟ ରଖାଯାଇଥିଲା ।
(ଏହି ଲେଖାଟି ବିଭିନ୍ନ ଆର୍ଟିକାଲରୁ ମିଳିଥିବା ସୂଚନା ଉପରେ ଆଧାରିତ)