Rajiv Gandhi Assassination Convict: ଜେଲରୁ ମୁକୁଳିବା ପରେ ରଙ୍ଗ ବଦଳାଇଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀ ଓ ରବିଚନ୍ଦ୍ରନ
Advertisement
Article Detail0/zeeodisha/odisha1441756

Rajiv Gandhi Assassination Convict: ଜେଲରୁ ମୁକୁଳିବା ପରେ ରଙ୍ଗ ବଦଳାଇଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀ ଓ ରବିଚନ୍ଦ୍ରନ

Rajiv Gandhi Assassination Convict: ଜେଲରୁ ମୁକୁଳିବା ମାତ୍ରେ ରବିଚନ୍ଦ୍ରନ ଓ ନଳିନୀ 'ଭିକ୍ଟିମ୍ କାର୍ଡ' ଖେଳିବା ଆରମ୍ଭ କରିଛନ୍ତି । ଜେଲରୁ ମୁକୁଳିବା ପରେ ରବିଚନ୍ଦ୍ରନ କହିଛି ଯେ, ଉତ୍ତର ଭାରତର ଲୋକମାନେ ଆମକୁ ଆତଙ୍କବାଦୀ କିମ୍ବା ହତ୍ୟାକାରୀ ଭାବେ ଦେଖିବା ପରିବର୍ତ୍ତେ ଆମକୁ ପୀଡ଼ିତ ଭାବେ ଦେଖିବା ଉଚିତ୍ । 

Rajiv Gandhi Assassination Convict: ଜେଲରୁ ମୁକୁଳିବା ପରେ ରଙ୍ଗ ବଦଳାଇଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀ ଓ ରବିଚନ୍ଦ୍ରନ

Rajiv Gandhi Assassination Convict: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା (Rajiv Gandhi Assassination) ମାମଲା ରେ ନଳିନୀ ଶ୍ରୀହରନ୍ (Nalini Sriharan) ଓ ଆରପି ରବିଚନ୍ଦ୍ରନ (RP Ravichandran) ଙ୍କ ସମେତ ୬ ଜଣ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ (Supreme Court) ଆଦେଶ ଦେଇଛନ୍ତି । ଜେଲରୁ ମୁକୁଳିବା ମାତ୍ରେ ରବିଚନ୍ଦ୍ରନ ଓ ନଳିନୀ 'ଭିକ୍ଟିମ୍ କାର୍ଡ' ଖେଳିବା ଆରମ୍ଭ କରିଛନ୍ତି । ଜେଲରୁ ମୁକୁଳିବା ପରେ ରବିଚନ୍ଦ୍ରନ କହିଛି ଯେ, ଉତ୍ତର ଭାରତର ଲୋକମାନେ ଆମକୁ ଆତଙ୍କବାଦୀ କିମ୍ବା ହତ୍ୟାକାରୀ ଭାବେ ଦେଖିବା ପରିବର୍ତ୍ତେ ଆମକୁ ପୀଡ଼ିତ ଭାବେ ଦେଖିବା ଉଚିତ୍ । 

ଅନ୍ୟପକ୍ଷରେ, ନଳିନୀ ଦାବି କରିଛି ଯେ, "ମୋର ଏହି ଦୃଢ଼ ବିଶ୍ୱାସ ମୋତେ ଏତେ ବର୍ଷ ଧରି ବଞ୍ଚାଇ ରଖିଛି କି ମୁଁ ନିର୍ଦ୍ଦୋଷ । ନଚେତ୍ ମୋର ନିଜ ଜୀବନ ଶେଷ କରିଦେଇଥାନ୍ତି । ଆପଣ ଭାବୁଛନ୍ତି କି ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିଛି । ମୋ ବିରୋଧରେ ୧୭ଟି ହତ୍ୟା ମାମଲା ରୁଜୁ କରାଯାଇଛି ।" ଜେଲରୁ ମୁକ୍ତ ହେବା ପରେ ରବିଚନ୍ଦ୍ରନ କହିଛି ଯେ, "କିଏ ଆତଙ୍କବାଦୀ ଓ କିଏ ସ୍ୱାଧୀନତା ସଂଗ୍ରାମୀ, ତାହା ସମୟ ଓ କ୍ଷମତା ସ୍ଥିର କରେ । ଆମେ ନିର୍ଦ୍ଦୋଷ କି ନାହିଁ ତାହା ସମୟ କହିବ, ସେଥିପାଇଁ ଆତଙ୍କବାଦୀ ହେବାର ଅଭିଯୋଗ ଲାଗିଥାଉ ନା କାହିଁକି ।" ତିନି ଦଶନ୍ଧି ପରେ ଜେଲରୁ ବାହାରକୁ ଆସି ରବିଚନ୍ଦ୍ରନ କହିଛି ଯେ, ସମୟ ଆମକୁ ନିର୍ଦ୍ଦୋଷ ବୋଲି ବିଚାର କରିବ । ଉତ୍ତର ଭାରତର ଲୋକମାନେ ଆମକୁ ଆତଙ୍କବାଦୀ କିମ୍ବା ହତ୍ୟାକାରୀ ଭାବରେ ଦେଖିବା ଉଚିତ ନୁହେଁ ବରଂ ଆମକୁ ପୀଡ଼ିତ ଭାବେ ଦେଖିବା ଉଚିତ ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ନଳିନୀ ଓ ଅନ୍ୟ ପାଞ୍ଚଜଣ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି । ମହିଳାଙ୍କ ବିଶେଷ ସେଲରୁ ୫୫ ବର୍ଷିୟ ନଳିନୀ ଶ୍ରୀହରନ ମୁକୁଲିବାର ତୁରନ୍ତ ପରେ ଭେଲ୍ଲୋର ସେଣ୍ଟ୍ରାଲ ଜେଲକୁ ଯାଇଥିଲା, ଯେଉଁଠାରେ ତାଙ୍କ ସ୍ୱାମୀ ଭି ଶ୍ରୀହରନ ଓରଫ୍ ମୁରୁଗାନକୁ ମୁକ୍ତ କରାଯାଇଥିଲା । ନଳିନୀ ଭେଲ୍ଲୋରରେ କହିଛି ଯେ, ୩୨ ବର୍ଷ କାରାଗାରରେ ରହିବା ବର୍ଷଗୁଡ଼ିକ ଏକ ନର୍କର ଅନୁଭୂତି ଥିଲା । ମୋର ବିଶ୍ୱାସ ଯେ ମୁଁ ନିର୍ଦ୍ଦୋଷ, ମୋତେ ଏତେ ବର୍ଷ ଧରି ବଞ୍ଚାଇ ରଖିଛି ।

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଏହି ଖେଳାଳିଙ୍କ ଖୋଲିବ ଭାଗ୍ୟ! ରୋହିତ ଶର୍ମା ଟି-20 ବିଶ୍ୱକପରେ ଦେଇ ନଥିଲେ ସୁଯୋଗ

ଅଧିକ ପଢ଼ନ୍ତୁ:-ଶକ୍ତି ବର୍ଦ୍ଧକ କ୍ୟାପସୁଲ ଖାଇ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଯୁବକ, କିଛି ଘଣ୍ଟା ମଧ୍ୟରେ ପୀଡ଼ିତାଙ୍କର ମୃତ୍ୟୁ

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟା ପାଲଟିଲେ ଏହି ଖେଳାଳିଙ୍କ ବର୍ବାଦ ହେଉଥିବା କ୍ୟାରିୟରର କାରଣ! ବନ୍ଦ ହୋଇଗଲା ଟିମ୍ ଇଣ୍ଡିଆର ରାସ୍ତା

ନଳିନୀ ଲଣ୍ଡନରେ ନିଜ ଝିଅ ପାଖକୁ ଯିବା ଓ ଭବିଷ୍ୟତରେ ନିଜ ସ୍ୱାମୀ ଓ ଝିଅର ଯତ୍ନ ନେବାକୁ ଇଚ୍ଛା ପ୍ରକାଶ କରିଥିଲା । ନଳିନୀ ଶ୍ରୀହରନ୍ କହିଛି ଯେ, ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ୨୦୦୮ରେ ଜେଲରେ ସାକ୍ଷାତ ସମୟରେ ନିଜ ପିତା ରାଜୀବ ଗାନ୍ଧୀଙ୍କ ହତ୍ୟା ବିଷୟରେ ପଚାରିଥିଲେ । ପ୍ରିୟଙ୍କା ଗାନ୍ଧୀ ଭେଲୋର ସେଣ୍ଟ୍ରାଲ ଜେଲରେ ତାଙ୍କୁ ଭେଟିବା ସମୟରେ ସେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ ।