SBM Bank: RBI ନେଲା ବଡ଼ ନିଷ୍ପତ୍ତି, ଏହି ବ୍ୟାଙ୍କର ନେଣଦେଣ ଉପରେ ଲଗାଇଲା ପ୍ରତିବନ୍ଧକ; ଜାଣନ୍ତୁ ଏବେ କ'ଣ କରିବେ ଗ୍ରାହକ
Advertisement

SBM Bank: RBI ନେଲା ବଡ଼ ନିଷ୍ପତ୍ତି, ଏହି ବ୍ୟାଙ୍କର ନେଣଦେଣ ଉପରେ ଲଗାଇଲା ପ୍ରତିବନ୍ଧକ; ଜାଣନ୍ତୁ ଏବେ କ'ଣ କରିବେ ଗ୍ରାହକ

SBM Bank: ଯଦି ଆପଣ ଦେଶର କୌଣସି ବ୍ୟାଙ୍କରେ କୌଣସି ଆକାଉଣ୍ଟ ଖୋଲିଛନ୍ତି, ତେବେ ନିଶ୍ଚିତ ଭାବରେ ଆରବିଆଇର ନୂତନ ନିୟମ ଜାଣି ନିଅନ୍ତୁ । ଭାରତୀୟ ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ତୁରନ୍ତ ପ୍ରଭାବ ସହିତ ଏକ ବ୍ୟାଙ୍କର ନେଣଦେଣ ଉପରେ ପ୍ରତିବନ୍ଧକ ଲଗାଇଛି, ଅର୍ଥାତ୍ ଆପଣ କୌଣସି ପ୍ରକାରର କାରବାର କରିପାରିବେ ନାହିଁ ।

SBM Bank: RBI ନେଲା ବଡ଼ ନିଷ୍ପତ୍ତି, ଏହି ବ୍ୟାଙ୍କର ନେଣଦେଣ ଉପରେ ଲଗାଇଲା ପ୍ରତିବନ୍ଧକ; ଜାଣନ୍ତୁ ଏବେ କ'ଣ କରିବେ ଗ୍ରାହକ

Reserve Bank Of India, SBM Bank: ଦେଶର ସରକାରୀ, ବେସରକାରୀ ଏବଂ ସମବାୟ ବ୍ୟାଙ୍କ ସମେତ ସମସ୍ତଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ଗାଇଡଲାଇନ୍ ଜାରି କରାଯାଇଛି । ଯଦି ଆପଣ ଦେଶର କୌଣସି ବ୍ୟାଙ୍କରେ କୌଣସି ଆକାଉଣ୍ଟ (Bank Account) ଖୋଲିଛନ୍ତି, ତେବେ ନିଶ୍ଚିତ ଭାବରେ ଆରବିଆଇର ନୂତନ ନିୟମ (RBI New Rules) ଜାଣି ନିଅନ୍ତୁ । ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank Of India) ବର୍ତ୍ତମାନ ତୁରନ୍ତ ପ୍ରଭାବ ସହିତ ଏକ ବ୍ୟାଙ୍କର ନେଣଦେଣ (Bank Transactions) ଉପରେ ପ୍ରତିବନ୍ଧକ ଲଗାଇଛି, ଅର୍ଥାତ୍ ଆପଣ କୌଣସି ପ୍ରକାରର କାରବାର କରିପାରିବେ ନାହିଁ ।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏସବିଏମ୍ ବ୍ୟାଙ୍କ (ଇଣ୍ଡିଆ) ଲିମିଟେଡ୍ (SBM Bank (India) Limited) ଉପରେ ଲିବରାଲାଇଜଡ୍ ରିମିଟାନ୍ସ ସ୍କିମ୍ (LRS) ଅଧୀନରେ ତତ୍କାଳ ପ୍ରଭାବ ସହ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛି । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ବଳବତ୍ତର ରହିବ ବୋଲି ଆରବିଆଇ କହିଛି । ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ, 1949ର ଧାରା 35A ଓ 36 (1) (କ) ଅନୁଯାୟୀ, ଆରବିଆଇ SBM ବ୍ୟାଙ୍କକୁ LRS କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି, ଯାହାକୁ ବ୍ୟାଙ୍କ (RBI Bank) ପାଳନ କରିବା ଆବଶ୍ୟକ । ଏହା ସହିତ ଆରବିଆଇ (RBI) ଏକ ପ୍ରେସ ବିଜ୍ଞପ୍ତି ମଧ୍ୟ ଜାରି କରିଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ବ୍ୟାଙ୍କିଙ୍ଗ ଆକ୍ଟ ଅନୁଯାୟୀ ଆରବିଆଇ (RBI) ଏହାର କ୍ଷମତା ବ୍ୟବହାର କରି ଏସବିଏମ ବ୍ୟାଙ୍କ  (SBM Bank (India) Limited) ର କାରବାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଅନେକ ଚିନ୍ତା ପରେ ଏହି ପଦକ୍ଷେପ ନିଆଯାଇଛି । ଏଠାରେ କହି ରଖୁଛୁ ଯେ, SBM ବ୍ୟାଙ୍କ ମରିସସ୍ ଭିତ୍ତିକ SBM ହୋଲ୍ଡିଂର ଏକ ସହାୟକ ଅଟେ । SBM ଗ୍ରୁପ୍ ହେଉଛି ଏକ ଆର୍ଥିକ ସେବା ଗୋଷ୍ଠୀ ଯାହାକି ଅନ୍ୟମାନଙ୍କ ମଧ୍ୟରେ ଜମା, ଋଣ, ବ୍ୟବସାୟ ପାଇଁ ଅର୍ଥ ଏବଂ କାର୍ଡ ସହିତ ଅନ୍ୟାନ୍ୟ ସେବା ପ୍ରଦାନ କରିଥାଏ ।

ଅଧିକ ପଢ଼ନ୍ତୁ:-ରବିନ୍ଦ୍ର ଜାଡେଜାଙ୍କୁ ହଠାତ୍ କରାଗଲା ଅଧିନାୟକ, ଭାରତ-ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ସାମ୍ନାକୁ ଆସିଲା ଏହି ବଡ଼ ସୂଚନା

ଅଧିକ ପଢ଼ନ୍ତୁ:-ହନିମୁନ୍‌ରେ କେବେ ଓ କେଉଁଠି ଯିବେ ରାହୁଲ-ଆଥିଆ? ଫ୍ୟାନ୍ସଙ୍କୁ ବାହାଘରର ରିସେପସନର ବି ରହିଛି ଅପେକ୍ଷା

ଅଧିକ ପଢ଼ନ୍ତୁ:-ଭୋଡାଫୋନ୍-ଆଇଡିଆ କମ୍ପାନୀ ହେବାକୁଯାଉଛି ବନ୍ଦ? କମ୍ପାନୀ ରଖିଲା ପ୍ରତିକ୍ରିୟା

 

ଆରବିଆଇ (RBI) ରୁ ଲାଇସେନ୍ସ ନେବା ପରେ SBM ବ୍ୟାଙ୍କ ୧ ଡିସେମ୍ବର ୨୦୧୮ରେ ବ୍ୟାଙ୍କିଙ୍ଗ ସୁବିଧା ଆରମ୍ଭ କରିଥିଲା ।​ ବର୍ତ୍ତମାନ ଦେଶରେ ସମୁଦାୟ ୧୧ଟି ଶାଖା ଅଛି । ୨୦୧୯ ମସିହାରେ ନିୟାମକ ମାନଦଣ୍ଡ ନ ମାନିବା ପାଇଁ ବ୍ୟାଙ୍କ (SBM Bank) ଉପରେ ୩ କୋଟି ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଥିଲା ।