RBI Guidelines For Bank Account: ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ନିୟମରେ ବଡ଼ ପରିବର୍ତ୍ତନ କଲା RBI, ତୁରନ୍ତ ଚେକ୍ କରନ୍ତୁ ନୂଆ ଗାଇଡଲାଇନ୍
Advertisement
Article Detail0/zeeodisha/odisha1522857

RBI Guidelines For Bank Account: ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ନିୟମରେ ବଡ଼ ପରିବର୍ତ୍ତନ କଲା RBI, ତୁରନ୍ତ ଚେକ୍ କରନ୍ତୁ ନୂଆ ଗାଇଡଲାଇନ୍

RBI Guidelines For Bank Account: କେନ୍ଦ୍ରୀୟ ବ୍ୟାଙ୍କ ସମୟ ସମୟରେ ନାଗରିକମାନଙ୍କର KYC ଅପଡେଟ୍ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ, ଏକ ନୂଆ KYC ପ୍ରକ୍ରିୟାକୁ ବ୍ୟାଙ୍କ ଶାଖାରେ ବ୍ୟକ୍ତିଗତ ରୂପରେ ବା ଭିଡିଓ ଆଧାରିତ ଗ୍ରାହକ ପରିଚୟ ପ୍ରକ୍ରିୟା (V-CIP) ବ୍ୟବହାର କରି ଅନଲାଇନ ସମ୍ପୂର୍ଣ୍ଣ କରାଯାଇହେବ ।

RBI Guidelines For Bank Account: ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ନିୟମରେ ବଡ଼ ପରିବର୍ତ୍ତନ କଲା RBI, ତୁରନ୍ତ ଚେକ୍ କରନ୍ତୁ ନୂଆ ଗାଇଡଲାଇନ୍

RBI Guidelines For Bank Account: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସମୟ ସମୟରେ ବ୍ୟାଙ୍କ ସହ ଜଡିତ ନିୟମ ଓ ଅନ୍ୟାନ୍ୟ ଜିନିଷ ପରିବର୍ତ୍ତନ କରିଥାଏ । ଏହି କ୍ରମରେ ଆରବିଆଇ ବ୍ୟାଙ୍କ ଆକାଉଣ୍ଟ ସହ ଜଡିତ ନିୟମରେ ଅନେକ ପରିବର୍ତ୍ତନ କରିଛି । ଆରବିଆଇ ଗ୍ରାହକଙ୍କ KYC (Know Your Customer) କୁ ନେଇ ସୂଚନା ଅପଡେଟ କରିଛି । କେନ୍ଦ୍ରୀୟ ବ୍ୟାଙ୍କ (RBI) ସମୟ ସମୟରେ ନାଗରିକମାନଙ୍କର KYC ଅପଡେଟ୍ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ, ଏକ ନୂଆ KYC ପ୍ରକ୍ରିୟାକୁ ବ୍ୟାଙ୍କ ଶାଖାରେ ବ୍ୟକ୍ତିଗତ ରୂପରେ ବା ଭିଡିଓ ଆଧାରିତ ଗ୍ରାହକ ପରିଚୟ ପ୍ରକ୍ରିୟା (V-CIP) ବ୍ୟବହାର କରି ଅନଲାଇନ ସମ୍ପୂର୍ଣ୍ଣ କରାଯାଇହେବ ।

ଏଠାରେ କହି ରଖୁଛୁ ଯେ, ଯଦି ବ୍ୟାଙ୍କରେ ଦାଖଲ ହୋଇଥିବା KYC ଦସ୍ତାବିଜଗୁଡ଼ିକ ଆଧିକାରୀକ ଭାବେ ସ୍ୱୀକୃତିପ୍ରାପ୍ତ ଦସ୍ତାବିଜଚଗୁଡିକର ପାଳନ କରେ ନାହିଁ, ତେବେ ଏକ ନୂତନ KYC ପ୍ରକ୍ରିୟା କିମ୍ବା ଦସ୍ତାବିଜକରଣ କରିବା ଆବଶ୍ୟକତା ହୋଇପାରେ । ସେପଟେ ଡିସେମ୍ବର ୨୦୨୨ରେ ଆରବିଆଇ ଗଭର୍ଣ୍ଣର (RBI Governor) ଶକ୍ତିକାନ୍ତ ଦାସ (Shaktikanta Das) ଙ୍କ ଦ୍ୱାରା ଦିଆଯାଇଥିବା ବୟାନ ଅନୁଯାୟୀ ଗ୍ରାହକମାନେ ସେମାନଙ୍କର ସୂଚନା ଅପଡେଟ୍ କରିବା ପାଇଁ ବ୍ୟାଙ୍କ ଭିଜିଟ୍ କରିବା ଆବଶ୍ୟକ କରନ୍ତି ନାହିଁ ।

 ଆରବିଆଇ ଗଭର୍ଣ୍ଣର (RBI Governor) ଶକ୍ତିକାନ୍ତ ଦାସ (Shaktikanta Das) କହିଛନ୍ତି ଯେ, ଗ୍ରାହକମାନେ ସେମାନଙ୍କର ରି-କେୱାଇସି ଅନଲାଇନରେ ସମ୍ପୂର୍ଣ୍ଣ କରିପାରିବେ । ବ୍ୟାଙ୍କଗୁଡିକ ନିୟମିତ ଭାବରେ ଆରବିଆଇ KYC ନିୟମାବଳୀ ଅନୁଯାୟୀ ସେମାନଙ୍କ ଆକାଉଣ୍ଟଧାରୀଙ୍କ ଗ୍ରାହକଙ୍କ ପରିଚୟ ଡକ୍ୟୁମେଣ୍ଟ ଅପଡେଟ୍ କରିବା ଆବଶ୍ୟକ । ଯେହେତୁ ସମୟ ସମୟରେ ସମୀକ୍ଷା ଓ ଅପଡେଟ୍ କରି ବ୍ୟାଙ୍କଗୁଡିକ ସେମାନଙ୍କର ରେକର୍ଡକୁ ଅପଡେଟ୍ ଓ ପ୍ରାସଙ୍ଗିକ ରଖିବା ଆବଶ୍ୟକ କରନ୍ତି । ତେଣୁ କିଛି ପରିସ୍ଥିତିରେ ଏକ ନୂତନ KYC ପ୍ରକ୍ରିୟା କିମ୍ବା ଡକ୍ୟୁମେଣ୍ଟେସନ୍ କରିବା ଆବଶ୍ୟକ ହୋଇପାରେ, ଯେଉଁଥିରେ ବ୍ୟାଙ୍କ ରେକର୍ଡରେ ଉପଲବ୍ଧ KYC ଡକ୍ୟୁମେଣ୍ଟ୍ ମଧ୍ୟ ସାମିଲ ଅଛି ।

ଅଧିକ ପଢ଼ନ୍ତୁ:-କିଏ ସେ ନିମ୍ କରୋଲି ବାବା, ଯାହାଙ୍କ ଭକ୍ତ ପିଏମ ମୋଦିଙ୍କଠୁ ଆରମ୍ଭ କରି ବିରାଟ କୋହଲି-ମାର୍କ ଜୁକରବର୍ଗଙ୍କ ପରି ପ୍ରସିଦ୍ଧ ବ୍ୟକ୍ତି!

ଅଧିକ ପଢ଼ନ୍ତୁ:-ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା, ୮ ମୃତ

ଅଧିକ ପଢ଼ନ୍ତୁ:-ସରକାର ଦେଲେ ବଡ଼ ଖୁସି ଖବର: ଏହି ମାସରେ ଲାଗୁ ହେବ ପୁରୁଣା ପେନସନ୍ ବ୍ୟବସ୍ଥା, ରଦ୍ଦ ହେବ ନୂଆ ପେନସନ୍ ସିଷ୍ଟମ୍!

 

ଏକ ଆଧିକାରୀକ ପ୍ରକାଶନରେ ଆରବିଆଇ କହିଛି ଯେ, କେତେକ ପରିସ୍ଥିତିରେ ବ୍ୟାଙ୍କଗୁଡିକ KYC ଡକ୍ୟୁମେଣ୍ଟ ରସିଦ କିମ୍ବା ଗ୍ରାହକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆତ୍ମ-ଘୋଷଣାର ନିଶ୍ଚିତତା ପ୍ରଦାନ କରିବା ଆବଶ୍ୟକ । ଅତିରିକ୍ତ ଭାବରେ ଗ୍ରାହକ ଏଥିରୁ କୌଣସି ବି ଚ୍ୟାନେଲ ମାଧ୍ୟମରେ ଏକ ସଂଶୋଧିତ ବା ଅପଡେଟ୍ ଠିକଣା ପ୍ରଦାନ କରିପାରିବେ, କେବଳ ଛୋଟ ଧରଣର ଠିକଣା ପରିବର୍ତ୍ତନ ହେବାର ଅଛି । ଏହା ପରେ ବ୍ୟାଙ୍କକୁ ଦୁଇ ମାସ ମଧ୍ୟରେ ସଂଶୋଧିତ ଠିକଣା ଯାଞ୍ଚ କରିବାକୁ ପଡିବ ।