Rishi Sunak: ଋଷି ସୁନାକ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ନିଜ ଲୋକଠୁ ମିଳିଲା ଧୋକା, ଭାରତୀୟ ବଂଶୋଦ୍ଭବ ସାଂସଦମାନେ କଲେ 'ଖେଳ'
Advertisement
Article Detail0/zeeodisha/odisha1412233

Rishi Sunak: ଋଷି ସୁନାକ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ନିଜ ଲୋକଠୁ ମିଳିଲା ଧୋକା, ଭାରତୀୟ ବଂଶୋଦ୍ଭବ ସାଂସଦମାନେ କଲେ 'ଖେଳ'

Rishi Sunak: ପ୍ରଧାନମନ୍ତ୍ରୀ ଭାବରେ ଋଷି ସୁନାକଙ୍କ ପ୍ରଥମ କାର୍ଯ୍ୟ ହେଉଛି ଆର୍ଥିକ ସଙ୍କଟକୁ ଦୂର କରିବା । ବର୍ତ୍ତମାନ ବ୍ରିଟେନ ଆର୍ଥିକ ଅବସ୍ଥାକୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଲକ୍ଷ ଲକ୍ଷ ଲୋକ ସେମାନଙ୍କ ଖାଦ୍ୟ ଓ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ସଂଘର୍ଷ କରୁଛନ୍ତି । 

Rishi Sunak: ଋଷି ସୁନାକ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ନିଜ ଲୋକଠୁ ମିଳିଲା ଧୋକା, ଭାରତୀୟ ବଂଶୋଦ୍ଭବ ସାଂସଦମାନେ କଲେ 'ଖେଳ'

Rishi Sunak: ଋଷି ସୁନାକ (Rishi Sunak) ଅକ୍ଟୋବର ୨୮ରେ ୟୁନାଟେଡ୍ କିଙ୍ଗଡମ୍ (UK) ର ପ୍ରଥମ ଅଣ-ଶ୍ୱେତ ତଥା ହିନ୍ଦୁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଏହା ମଧ୍ୟରେ ଭାରତୀୟ ବଂଶୋଦ୍ଭବ ସାଂସଦମାନେ ଋଷି ସୁନାକଙ୍କ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ମଙ୍ଗଳବାର ରାଜା ଚାର୍ଲ୍ସ ତୃତୀୟଙ୍କ ସହ ସାକ୍ଷାତ ପରେ ୪୨ ବର୍ଷୀୟ ଋଷି ସୁନାକ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । 

ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ସାଂସଦ (Indian-origin British MP) ପ୍ରୀତ କୌର ଗିଲ (Preet Kaur Gill) କହିଛନ୍ତି ଯେ, ମୁଁ ଋଷି ସୁନାକଙ୍କ ରାଜନୀତିରେ ସମ୍ପୂର୍ଣ୍ଣ ଭାବେ ସହମତ ନୁହେଁ । ତାଙ୍କ ଆଦେଶ ଉପରେ ଗମ୍ଭୀରତାର ସହ ପ୍ରଶ୍ନ ଉଠାଉଛି । କାରଣ ତାଙ୍କ ପାଖରେ ଏପରି କିଛି ନାହିଁ । ସାଂସଦ ପ୍ରୀତ କୌ ର ଗିଲ କହିଛନ୍ତି ଯେ, ଋଷି ସୁନାକ ପ୍ରଧାନମନ୍ତ୍ରୀ ଭାବରେ କ'ଣ କରିବେ ସେ ବିଷୟରେ ଅଧିକ କିଛି କହି ନାହାଁନ୍ତି । ବ୍ରିଟେନର ଭବିଷ୍ୟତ ବିଷୟରେ ଜନସାଧାରଣ ଚିନ୍ତା କରୁଛନ୍ତି, ତେଣୁ ଆମକୁ ସାଧାରଣ ନିର୍ବାଚନ ଆବଶ୍ୟକ ।

ସେହିପରି ନଟିଂହାମ ଇଷ୍ଟର ଭାରତୀୟ ବଂଶୋଦ୍ଭବ ସାଂସଦ ନାଦିଆ ୱିଟମ (Nadiab Whittome) କହିଛନ୍ତି ଯେ, ଋଷି ସୁନାକ ଓ ତାଙ୍କ ପତ୍ନୀ ୭୩,୦୦୦୦୦୦୦ ପାଉଣ୍ଡ ସମ୍ପତ୍ତି ଉପରେ ବସିଛନ୍ତି । ଏହା ରାଜା ଚାର୍ଲ୍ସ ତୃତୀୟଙ୍କ ଆନୁମାନିକ ସମ୍ପତ୍ତିର ପ୍ରାୟ ଦୁଇଗୁଣ । ଏହାକୁ ମନେ ରଖନ୍ତୁ ଯେ ଯେତେବେଳେ ସେ କଠିନ ନିଷ୍ପତ୍ତି ଗ୍ରହଣ କରିବା ବିଷୟରେ କୁହନ୍ତି, ଯାହାର ପୈଠ ଶ୍ରମିକ ବର୍ଗର ଲୋକମାନେ କରିବେ । ଏଠାରେ କହି ରଖୁଛୁ ଯେ, ପ୍ରଧାନମନ୍ତ୍ରୀ ଭାବରେ ଋଷି ସୁନାକଙ୍କ ପ୍ରଥମ କାର୍ଯ୍ୟ ହେଉଛି ଆର୍ଥିକ ସଙ୍କଟକୁ ଦୂର କରିବା । ବର୍ତ୍ତମାନ ବ୍ରିଟେନ ଆର୍ଥିକ ଅବସ୍ଥାକୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଲକ୍ଷ ଲକ୍ଷ ଲୋକ ସେମାନଙ୍କ ଖାଦ୍ୟ ଓ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ସଂଘର୍ଷ କରୁଛନ୍ତି । ବ୍ରିଟେନର ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ସହ ସୁନାକଙ୍କୁ ମଧ୍ୟ ତାଙ୍କ କଞ୍ଜର୍ଭେଟିଭ୍ ପାର୍ଟିକୁ ଏକଜୁଟ ରଖିବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ:-କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ, ପୂର୍ବତନ ଦିଗଜ ଖେଳାଳି କହିଲେ ନାମ

ନିକଟ ଅତୀତ ଋଷି ସୁନାକ କହିଥିଲେ ଯେ, ମୁଁ ସଂପୂର୍ଣ୍ଣ ଭାବେ ପ୍ରଶଂସା କରୁଛି କି ଜିନିଷଗୁଡିକ କେତେ କଷ୍ଟଦାୟକ ଓ ମୁଁ ମଧ୍ୟ ବୁଝି ପାରୁଛି ଯେ ଯାହା କିଛି ଘଟିଛି ତାହା ପରେ ବିଶ୍ୱାସ ଫେରାଇ ଆଣିବା ପାଇଁ ମୋତେ କାର୍ଯ୍ୟ କରିବାକୁ ପଡ଼ିବ । ସୂଚନାଯୋଗ୍ୟ, ୨୦୦ ବର୍ଷ ମଧ୍ୟରେ ଋଷି ସୁନାକ ହେଉଛନ୍ତି ବ୍ରିଟେନର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ । ରାଜନୀତିରେ ଯୋଗଦେବାର ୭ ବର୍ଷ ପରେ ସେ ଏହି ପଦରେ ପହଞ୍ଚିଛନ୍ତି । ସେ ପୂର୍ବରୁ ଏକ ନିବେଶ ବ୍ୟାଙ୍କର୍ ଓ ହେଜ୍ ଫଣ୍ଡ୍ ମ୍ୟାନେଜର ଥିଲେ । ଋଷି ସୁନାକ ଜେଜେବାପା ଓ ଜେଜେମା ଭାରତ ବିଭାଜନ ପୂର୍ବରୁ କେନିଆ ଆସିଥିଲେ । ସେହି କାରଣରୁ ସେ ଭାରତୀୟ ବଂଶୋଦ୍ଭବ, ଯଦିଓ ତାଙ୍କ ପିତାମାତା ପୂର୍ବ ଆଫ୍ରିକାରେ ବସବାସ କରିଥିଲେ । ଋଷି ସୁନାକ ବ୍ରିଟେନର ସାଉଥମ୍ପଟନରେ ଜନ୍ମଗ୍ରହଣ କରିଛନ୍ତି ।