Maharashtra Politic: ପିଏମ ମୋଦି ଓ ଶାହଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ ସଞ୍ଜୟ ରାଉତ, ଫଡନାଭିସଙ୍କ ବି କଲେ ପ୍ରଶଂସା
Advertisement
Article Detail0/zeeodisha/odisha1435573

Maharashtra Politic: ପିଏମ ମୋଦି ଓ ଶାହଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ ସଞ୍ଜୟ ରାଉତ, ଫଡନାଭିସଙ୍କ ବି କଲେ ପ୍ରଶଂସା

Sanjay Raut: ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ନେଇ ସଂକେତ ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିବାକୁ ଦିଲ୍ଲୀ ଯିବି ।  ସଞ୍ଜୟ ରାଉତଙ୍କ ଏହି ବୟାନକୁ ନେଇ ବିଭିନ୍ନ ପ୍ରକାରର ଅର୍ଥ ବାହାର କରାଯାଉଛି । କିଛି ଲୋକ କହୁଛନ୍ତି ଯେ, ଜେଲରୁ ବାହାରିବା ପରେ ସଞ୍ଜୟ ରାଉତଙ୍କ ମନୋଭାବ ବଦଳିଥିବାର ନଜରକୁ ଆସିଛି ।

Maharashtra Politic: ପିଏମ ମୋଦି ଓ ଶାହଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ ସଞ୍ଜୟ ରାଉତ, ଫଡନାଭିସଙ୍କ ବି କଲେ ପ୍ରଶଂସା

Sanjay Raut: ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ନେତା ସଞ୍ଜୟ ରାଉତଙ୍କୁ ପାତ୍ରା ଚୋଲ ଦୁର୍ନୀତି ମାମଲା (Patra Chawl Scam) ରେ ଜାମିନ ମିଳିଛି । ତାଙ୍କୁ ନଭେମ୍ବର ୯ରେ ଆର୍ଥର ରୋଡ ଜେଲରୁ ମୁକ୍ତ କରାଯାଇଥିଲା । ସେପଟେ ଜେଲରୁ ମୁକୁଳିବାର ଗୋଟିଏ ଦିନ ପରେ ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ (Sanjay Raut) ଗୁରୁବାର (ନଭେମ୍ବର ୧୦) ଏନସିପି ମୁଖ୍ୟ (NCP Chief) ଶରଦ ପାୱାର (Sharad Pawar) ଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବୈଠକ ହୋଇଥିଲା । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସଞ୍ଜୟ ରାଉତ କହିଛନ୍ତି ଯେ, ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ୨-୪ ଦିନ ମଧ୍ୟରେ ଭେଟିବେ ଓ ଜନତାଙ୍କ ସହ ଜଡ଼ିତ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଓ ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କୁ ଭେଟିବାକୁ ନେଇ ସଞ୍ଜୟ ରାଉତ ସଂକେତ ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିବାକୁ ଦିଲ୍ଲୀ ଯିବି ।

ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ସଞ୍ଜୟ ରାଉତଙ୍କ ଏହି ବୟାନକୁ ନେଇ ବିଭିନ୍ନ ପ୍ରକାରର ଅର୍ଥ ବାହାର କରାଯାଉଛି । କିଛି ଲୋକ କହୁଛନ୍ତି ଯେ, ଜେଲରୁ ବାହାରିବା ପରେ ସଞ୍ଜୟ ରାଉତଙ୍କ ମନୋଭାବ ବଦଳିଥିବାର ନଜରକୁ ଆସିଛି । ଅନ୍ୟପକ୍ଷରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା (Congress Bharat Jodo Yatra) ଉପରେ ସଞ୍ଜୟ ରାଉତ କହିଛନ୍ତି ଯେ, ଦେଶରେ ତିକ୍ତତାକୁ ଦୂର କରିବା ପାଇଁ ଏହା ଏକ ଆନ୍ଦୋଳନ । ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (BJP) କୁ  ଭାରତ ଯୋଡ଼ୋ ଯାତ୍ରାକୁ ମଧ୍ୟ ସମର୍ଥନ କରିବା ଆବଶ୍ୟକ ।

ସଞ୍ଜୟ ରାଉତ ଆଗକୁ କହିଛନ୍ତି ଯେ, 'ଭାରତ ଯୋଡ଼ୋ ଯାତ୍ରା' ବିଜେପି ବିରୋଧୀ ନୁହେଁ । ବରଂ ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ସାରା ଦେଶର ଲୋକଙ୍କୁ ଏକାଠି କରିବା । ଏହି ଯାତ୍ରାକୁ ବିଜେପି ସ୍ୱାଗତ କରିବା ଉଚିତ୍ । ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ସରକାର ଉପରେ ସଞ୍ଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରରେ ଏକ ନୂତନ ସରକାର ଗଠନ ହୋଇଛି ଓ ମୁଁ ସେମାନଙ୍କର କିଛି ଭଲ ନିଷ୍ପତ୍ତିକୁ ସ୍ୱାଗତ କରୁଛି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (Devendra Fadnavis) କିଛି ଭଲ ନିଷ୍ପତ୍ତି ନେଇଛନ୍ତି । ତେବେ କେତେକ ଲୋକ ଅନୁଭବ କରୁଛନ୍ତି ଯେ ରାଜ୍ୟର ପ୍ରକୃତ ସିଏମ୍ ହେଉଛନ୍ତି ଫଡନାଭିସ୍ ।

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକିରଣ ଶରୀର ପାଇଁ ହୋଇଥାଏ ଅତ୍ୟନ୍ତ ଜରୁରୀ, ଫାଇଦା ଜାଣି ଆପଣ ବି ହୋଇଯିବେ ଚକିତ

ଅଧିକ ପଢ଼ନ୍ତୁ:-ଚନ୍ଦ୍ର ଗ୍ରହଣ ପରେ ଏକ ମାସ ପର୍ଯ୍ୟନ୍ତ ଏସବୁ ରାଶି ରୁହନ୍ତୁ ସାବଧାନ, ନଚେତ୍...

ଅଧିକ ପଢ଼ନ୍ତୁ:-ସେମିଫାଇନାଲ ହାରିବାରୁ ନିରାଶ ୱିଲିୟମସନ; ଦୁଃଖିତ ମନରେ କହିଲେ ଏପରି କିଛି, ତ ବାବର ଆଜମ କହିଲେ...

ସୂଚନାଯୋଗ୍ୟ, ଏହାପୂର୍ବରୁ ଶିବସେନା ସାଂସଦ ସଞ୍ଜୟ ରାଉତ ଜାମିନ ପାଇବା ପରେ ସିଦ୍ଧବିନାୟକ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ଦର୍ଶନ ପରେ ସଞ୍ଜୟ ରାଉତ କହିଥିଲେ ଯେ , ମୁଁ ଜୀବନରେ କେବେ ଭୁଲ କାମ କରିନାହିଁ । ମୁଁ ୧୦୦ ଦିନରୁ ଅଧିକ ଜେଲରେ ବିତାଇଛି, ଯାହା ମୁଁ କେବେବି ଭୁଲି ପାରିବି ନାହିଁ । ମୋର କାହା ଉପରେ କୌଣସି ଘୃଣା ନାହିଁ । ଆମର ନ୍ୟାୟିକ ବ୍ୟବସ୍ଥା ମୋତେ ନ୍ୟାୟ ଦେଇଛି ଓ ମୁଁ ସେମାନଙ୍କ ପ୍ରତି କୃତଜ୍ଞ । ଗଣମାଧ୍ୟମ ଆଗରେ ସଞ୍ଜୟ ରାଉତ ପଚାରିଥିଲେ ମୋର ଅପରାଧ କ’ଣ? ମୋତେ ଜେଲକୁ କାହିଁକି ପଠାଇଗଲା, ତଥାପି ମୁଁ ଜାଣି ନାହିଁ । ମୋର ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ଅଛି ଓ ଆଜି ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।