Serial Killer Ted Bundy: ହତ୍ୟା ପରେ ମୃତଦେହ ଖରାପ ନହେବା ପର୍ଯ୍ୟନ୍ତ ରଖୁଥିଲା ଶାରୀରିକ ସମ୍ପର୍କ, କଟା ମୁଣ୍ଡକୁ ଶୋ'କେସରେ ରଖିବାକୁ ପାଉଥିଲା ଭଲ; ଜାଣନ୍ତୁ ଏହି ଖତରନାକ୍ ସିରିଏଲ କିଲରର କାହାଣୀ
Advertisement
Article Detail0/zeeodisha/odisha1544922

Serial Killer Ted Bundy: ହତ୍ୟା ପରେ ମୃତଦେହ ଖରାପ ନହେବା ପର୍ଯ୍ୟନ୍ତ ରଖୁଥିଲା ଶାରୀରିକ ସମ୍ପର୍କ, କଟା ମୁଣ୍ଡକୁ ଶୋ'କେସରେ ରଖିବାକୁ ପାଉଥିଲା ଭଲ; ଜାଣନ୍ତୁ ଏହି ଖତରନାକ୍ ସିରିଏଲ କିଲରର କାହାଣୀ

Serial Killer Ted Bundy:  ସୁନ୍ଦର ମହିଳା ମାନଙ୍କ ସହିତ ଫ୍ଲର୍ଟ କରିବା ଏହି ସାଇକୋ କିଲରର ପେଶା ଥିଲା, ତା’ପରେ ଦୁଷ୍କର୍ମ, ହତ୍ୟା ଏବଂ ତା’ପରେ ଶବ ସହିତ ଶାରୀରିକ ସମ୍ପର୍କ ରଖିବାରେ ସୌଖିନ ରଖୁଥିଲା । ଚିହ୍ନ ଭାବରେ ସେ ଶରୀରରୁ ମୁଣ୍ଡକୁ ଅଲଗା କରି ଏକ ଶୋ'କେସରେ ସଜାଇ ରଖୁଥିଲା । ମୃତ ଶରୀର ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ସେ ଶବ ଉପରେ ମେକ୍  ମଧ୍ୟ କରୁଥିଲା । 

ପ୍ରତୀକାତ୍ମକ ଫଟୋ

Serial Killer Ted Bundy: ନିଠାରୀର ଶଇତାନ ସୁରେନ୍ଦ୍ର କୋଲିଙ୍କ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ଏହା ତା'ଠାରୁ ଆହୁରି ଖରାପ ଓ ଭୟଙ୍କର ଥିଲା । ଏହାର ଚେହେରାକୁ ଦେଖି ଏହାର ବର୍ବରତା ଓ ମନ୍ଦ ଚିନ୍ତାଧାରା ଅନୁମାନ କରିବା କଷ୍ଟକର ହେବ । ମାତ୍ର ୨୩ ବର୍ଷ ବୟସରେ ସେ ପ୍ରଥମ ଘଟଣା ଘଟାଇ ଥିଲା । ଆମେରିକାର ଏହି କୁଖ୍ୟାତ ସିରିଏଲ କିଲର (Serial Killer) ର ନାମ ଥୋଡୋର ରବର୍ଟ ବୁଣ୍ଡି (Theodore Robert Bundy) । ଏହି ସିରିଏଲ କିଲର ୩୦ରୁ ଅଧିକ ମହିଳାଙ୍କୁ ଶିକାର କରିଥିଲା । ଏହି ହତ୍ୟାକାରୀ ଟେଡ୍ ବୁଣ୍ଡି (Ted Bundy) ନାମରେ ମଧ୍ୟ ଜଣାଶୁଣା ।

୮୦ ଦଶକରେ ମହିଳା ମାନଙ୍କ ହୃଦୟରେ ଭୟ ଥିଲା । ସୁନ୍ଦର ମହିଳା ମାନଙ୍କ ସହିତ ଫ୍ଲର୍ଟ କରିବା ଟେଡ୍ ବୁଣ୍ଡି (Ted Bundy) ର ପେଶା ଥିଲା, ତା’ପରେ ଦୁଷ୍କର୍ମ, ହତ୍ୟା ଏବଂ ତା’ପରେ ଶବ ସହିତ ଶାରୀରିକ ସମ୍ପର୍କ ରଖିବାରେ ସୌଖିନ ରଖୁଥିଲା । ଚିହ୍ନ ଭାବରେ ସେ ଶରୀରରୁ ମୁଣ୍ଡକୁ ଅଲଗା କରି ଏକ ଶୋ'କେସରେ ସଜାଇ ରଖୁଥିଲା । ମୃତ ଶରୀର ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ସେ ଶବ ଉପରେ ମେକ୍  ମଧ୍ୟ କରୁଥିଲା । ଦୁଇଥର ଜେଲରୁ ଫେରାର ହୋଇଥିବା ଏହି ସାଇକୋ କିଲରକୁ କୋର୍ଟ ବିଦ୍ୟୁତ୍ ଚେୟାରରେ ବସାଇ ମୃତ୍ୟୁଦଣ୍ଡ ଦେବାକୁ ରାୟ ଦେଇଥିଲେ । ଯେତେବେଳେ ସେ ମରିଗଲା, ଲୋକମାନେ ବାଣ ଫୁଟାଇ ଉତ୍ସବ ପାଳନ କରିଥିଲା । 

ମାନବ ଇତିହାସରେ ଅନେକ ଖତରନାକ୍ ସିରିଏଲ କିଲର ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଟେଡ୍ ବୁଣ୍ଡି ଓଫର ଥିଓଡୋର ରୋବର୍ଟ ବୁଣ୍ଡି । ଆମେରିକାର କୁଖ୍ୟାତ ସିରିଏଲ କିଲର ଥିଓଡୋର ରବର୍ଟ ବୁଣ୍ଡି ୨୪ ନଭେମ୍ବର ୧୯୪୬ରେ ବର୍ଲିଙ୍ଗଟନରେ ଜନ୍ମଗ୍ରହଣ କରିଥିଲା । ପୂର୍ବରୁ ମହିଳା କିମ୍ବା ଝିଅକୁ ଅପହରଣ କରିଆସୁଥିଲା । ତା’ପରେ ସେ ସେମାନଙ୍କୁ ନିଜର କାମନାର ଶିକାର କରି ହତ୍ୟା କରୁଥିଲା । ଏହି ସାଇକୋ କିଲରର କ୍ରୁରତାକୁ ଏଥିରୁ ଜାଣିହେବ ଯେ ସେ ମୃତ ଶରୀର ସହିତ ଶାରୀରିକ ସମ୍ପର୍କ ରଖୁଥିଲା, ଯେପର୍ଯ୍ୟନ୍ତ ମୃତ ଶରୀର ଖରାପ ନହୋଇଯାଉଥିଲା କିମ୍ବା କୌଣସି ଜୀବଜନ୍ତୁ ଏହାର ଶିକାର ନ କରୁଥିଲା ।

୮୦ ଦଶକରେ ଏହି ଖତରନାକ୍ ସାଇକୋ କିଲରର ଆତଙ୍କ ଏତେ ଥିଲା କି ଲୋକମାନେ ତାର ନାମକୁ ଶୁଣି ବି ଭୟ କରୁଥିଲେ । ରିପୋର୍ଟରୁ ଜଣାପଡିଛି ଯେ ଏହି ସାଇକୋ କିଲରର ଲକ୍ଷ୍ୟ ପ୍ରାୟତଃ ମହିଳା ଥିଲା ଓ ସେ ୩୦ରୁ ଅଧିକ ମହିଳାଙ୍କୁ ଶିକାର କରିଥିଲା । ୧୯୭୧ ପୂର୍ବରୁ ଏହାର ଅପରାଧର କୌଣସି ରେକର୍ଡ ନଥିଲା । କିନ୍ତୁ ୧୯୭୪ରୁ ୧୯୭୮ ପର୍ଯ୍ୟନ୍ତ ସେ ଆମେରିକାର ଅନେକ ସହରରେ ଗୁରୁତର ଘଟଣା ଘଟାଇଥିଲା । ସେ ରୂପରେ ବହୁତ ସୁନ୍ଦର ଥିଲା ଓ ତେଣୁ ମହିଳାମାନେ ପ୍ରାୟତଃ ତାର ଫାନ୍ଦରେ ପଡ଼ୁଥିଲେ । ସେ ମହିଳାଙ୍କ ସହ ଫ୍ଲର୍ଟ କରୁଥିଲା ଓ ତା’ପରେ ତାଙ୍କର ପ୍ଲାନ୍ କାର୍ଯ୍ୟକାରୀ କରୁଥିଲା ।

ଟେଡ୍ ବୁଣ୍ଡି ଏପରି ସାଇକୋ ଥିଲା ଯେ ସେ ୧୨ରୁ ଅଧିକ ମହିଳାଙ୍କ କଟା ହୋଇଥିବା ମୁଣ୍ଡକୁ ନିଜ ଘରେ ଏକ ଶୋ’କେସରେ ରଖିଥିଲା ଯେପରି ଏହା ଟ୍ରଫି ପରି । ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ସେ ପ୍ରଥମ ଅପରାଧ ୧୯୬୯ ମସିହାରେ ୨୩ ବର୍ଷ ବୟସରେ କରିଥିଲା । ସେ ମହିଳାଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲା ମଧ୍ୟ ସଫଳ ହୋଇପାରିନଥିଲା । ସେ ତାଙ୍କର ଜଣେ ବନ୍ଧୁ ନିଲସନଙ୍କୁ ଏହା କହିଥିଲା । ଅବଶ୍ୟ, ପୋଲିସର ଅଫ୍ ରେକର୍ଡରେ ଦର୍ଶାଯାଇଛି ଯେ, ସେ ୧୯୬୯ ମସିହାରେ ଆଟଲାଣ୍ଟିକ୍ ସିଟିରେ ଦୁଇଜଣ ମହିଳାଙ୍କୁ ନିର୍ଯାତନା ଦେଇଥିଲା ଓ ପରେ ବର୍ବରତାର ସମସ୍ତ ସୀମା ଅତିକ୍ରମ କରିଥିଲା । ଏହା ତାଙ୍କର ପ୍ରଥମ ଅପରାଧ ଥିଲା । କିନ୍ତୁ, ଏହାର କୌଣସି ଅଫିସିଆଲ୍ ରେକର୍ଡ ନାହିଁ ।

ଅଧିକ ପଢ଼ନ୍ତୁ:-୬ ଜଣ ଯୁବକ ମିଶି ଯୁବତୀଙ୍କ ସହ କଲେ ଗଣଦୁଷ୍କର୍ମ, ଜଙ୍ଗଲରେ ଗଛରେ ବାନ୍ଧି ଘଟାଇଲେ ଏହି ବର୍ବର କାଣ୍ଡ

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ପସନ୍ଦର ଏହି ଖେଳାଳି ପୂରା ସିରିଜରୁ ହେଲେ ବାହାର! BCCI ଅଧିକାରୀ ହଠାତ୍ ଦେଲେ ବଡ଼ ଝଟକା

ଅଧିକ ପଢ଼ନ୍ତୁ:-ଭୀଷଣ ସଡ଼କ ଦୁର୍ଘଟଣା, ୨ ଭାଇଙ୍କ ମୃତ୍ୟୁ

 

ଅଗଷ୍ଟ ୧୬, ୧୯୭୫ରେ ପ୍ରଥମ ଥର ପାଇଁ ଟେଡ ବୁଣ୍ଡିଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ୭ ଜୁନ୍ ୧୯୭୭ରେ ସେ ଜେଲରୁ ଖସି ଯାଇଥିଲା । ୧୩ ଜୁନରେ ପୁନର୍ବାର ଗିରଫ ହୋଇଥିଲା, କିନ୍ତୁ ୩୦ ଡିସେମ୍ବର ୧୯୭୭ରେ ପୁନର୍ବାର ଖସିବାରେ ସଫଳ ହୋଇଥିଲା । ତାକୁ ୧୫ ଫେବୃଆରୀରେ ଧରାଯାଇଥିଲା ଓ ଜାନୁଆରୀ ୧୯୮୯ରେ ତାକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଫ୍ଲୋରିଡା ଜେଲରେ ସକାଳ ୭ଟାରେ ତାକୁ ବିଦ୍ୟୁତ୍ ଝଟକା ଦ୍ୱାରା ମୃତ୍ୟୁ ଦିଆଯାଇଥିଲା । ତାର ମୃତ୍ୟୁରେ ଜେଲ ବାହାରେ ବାଣ ଫୁଟାଇ ଉତ୍ସବ ପାଳନ କରାଯାଇଥିଲା ।