Shocking News: ୟୁପିର ଗୋଟିଏ ହସ୍ପିଟାଲରେ ୯ ଦିନରେ ଗଲା ୧୩୧ ଜଣଙ୍କର ଜୀବନ, ଜାଣନ୍ତୁ କ'ଣ ରହିଛି କାରଣ
Advertisement
Article Detail0/zeeodisha/odisha1523620

Shocking News: ୟୁପିର ଗୋଟିଏ ହସ୍ପିଟାଲରେ ୯ ଦିନରେ ଗଲା ୧୩୧ ଜଣଙ୍କର ଜୀବନ, ଜାଣନ୍ତୁ କ'ଣ ରହିଛି କାରଣ

Shocking News: ସାରା ଦେଶରୁ ଏଭଳି ଖବର ସାମ୍ନାକୁ ଆସୁଛି । ଏହି ଖବର ଏଥିପାଇଁ ଆଶ୍ଚର୍ଯ୍ୟଜନକ, କାରଣ ଗ୍ରୀଷ୍ମ ଋତୁରେ ହୃଦଘାତ ଯୋଗୁଁ ଏତେ ସଂଖ୍ୟକ ମୃତ୍ୟୁ ହୋଇନାହିଁ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ହୃଦଘାତ ଯୋଗୁଁ ମୃତ୍ୟୁରେ ୨୦ରୁ ୩୫ ବର୍ଷ ବୟସ ମଧ୍ୟରେ ଲୋକଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ଏଭଳି ପରିସ୍ଥିତିରେ ସମସ୍ତେ ଏଭଳି ଖବରକୁ ଡରୁଛନ୍ତି ।

Shocking News: ୟୁପିର ଗୋଟିଏ ହସ୍ପିଟାଲରେ ୯ ଦିନରେ ଗଲା ୧୩୧ ଜଣଙ୍କର ଜୀବନ, ଜାଣନ୍ତୁ କ'ଣ ରହିଛି କାରଣ

Shocking News, Heart Attack: ଶୀତ (Winter Season) ରେ ହୃଦଘାତ (Heart Attack) ଯୋଗୁଁ ମୃତ୍ୟୁ ହେବା ଖବର ବନ୍ଦ ହେବାର ନାମ ନେଉନାହିଁ । ସମଗ୍ର ଭାରତରୁ ଏଭଳି ଖବର ସାମ୍ନାକୁ ଆସୁଛି । ଏହି ଖବର ଏଥିପାଇଁ ଆଶ୍ଚର୍ଯ୍ୟଜନକ, କାରଣ ଗ୍ରୀଷ୍ମ ଋତୁରେ ହୃଦଘାତ ଯୋଗୁଁ ଏତେ ସଂଖ୍ୟକ ମୃତ୍ୟୁ ହୋଇନାହିଁ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ହୃଦଘାତ ଯୋଗୁଁ ମୃତ୍ୟୁରେ ୨୦ରୁ ୩୫ ବର୍ଷ ବୟସ ମଧ୍ୟରେ ଲୋକଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ଏଭଳି ପରିସ୍ଥିତିରେ ସମସ୍ତେ ଏଭଳି ଖବରକୁ ଡରୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉତ୍ତର ପ୍ରଦେଶ (Uttar Pradesh) ର କାନପୁର (Kanpur) ସ୍ଥିତ ଏକ ଡାକ୍ତରଖାନାରେ ଗତ ୯ ଦିନ ମଧ୍ୟରେ ୧୩୧ ଜଣଙ୍କର ହୃଦଘାତ (Heart Attack) ରେ ମୃତ୍ୟୁ ଘଟିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧ରୁ ଜାନୁୟାରୀ ୯ ପର୍ଯ୍ୟନ୍ତ ଏହି ସଂଖ୍ୟା କେବଳ କାନପୁରର ଏଲପିଏସ୍ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଓ କାର୍ଡିଆକ୍ ସର୍ଜରୀ (LPS Institute of Cardiology and Cardiac Surgery) ର ରହିଛି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ କେବଳ ସ୍ଥାନୀୟ ପ୍ରଶାସନ ଚିନ୍ତିତ ନୁହଁନ୍ତି, ସାଧାରଣ ଲୋକ ମଧ୍ୟ ଭୟଭୀତ ହୋଇପଡିଛନ୍ତି ।

କାନପୁରର ଏହି ଇନଷ୍ଟିଚ୍ୟୁଟ (LPS Institute of Cardiology and Cardiac Surgery) ର ନିର୍ଦ୍ଦେଶକ ଡକ୍ଟର ବିନୟ କୃଷ୍ଣ କହିଛନ୍ତି ଯେ, ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଅଟେ । ସେ କହିଛନ୍ତି ଯେ ଏହି ଆକଳନ ପରେ ଡାକ୍ତରଖାନା ସମ୍ପୂର୍ଣ୍ଣ ଆଲର୍ଟ ମୋଡରେ କାମ କରୁଛି । ବର୍ତ୍ତମାନ ଏକ ନିୟନ୍ତ୍ରଣ କକ୍ଷ ଆରମ୍ଭ ହୋଇଛି । ଏହା ସହିତ ଆମେ ବରିଷ୍ଠ ହୃଦରୋଗ ବିଶେଷଜ୍ଞଙ୍କ ସଂଖ୍ୟା ବୃଦ୍ଧି କରିଛୁ । ଅନ୍ୟପକ୍ଷରେ ଡାକ୍ତର ବିନୟ କୃଷ୍ଣ କହିଛନ୍ତି ଯେ, ୧୮ଟି ଜିଲ୍ଲାରୁ  ରୋଗୀ ମାନେ ମଧ୍ୟ ଆସୁଛନ୍ତି । ତେଣୁ, ଯେଉଁମାନେ ମୃତ୍ୟୁ ବରଣ କରିଛନ୍ତି, ଏହା ଆବଶ୍ୟକ ନୁହେଁ, ସେମାନେ କାନପୁରର ବୋଲି । ସେ କହିଛନ୍ତି ଯେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ମଧୁମେହ ଓ ରକ୍ତଚାପ ଥିବା ଅନେକ ରୋଗୀ ଅଛନ୍ତି । ସେମାନଙ୍କର ସଂଖ୍ୟା ଅଧିକ ।

ଅଧିକ ପଢ଼ନ୍ତୁ:-ମ୍ୟାଚ ମଝିରେ ଅଧିନାୟକ ରୋହିତ ଶର୍ମା କଲେ ଏପରି କିଛି, ଯାହାର ହେଉଛି ଚାରିଆଡ଼େ ପ୍ରଶଂସା; ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କାନପୁରର LPS Institute of Cardiology and Cardiac Surgery ର ଡକ୍ଟର ବିନୟ କୃଷ୍ଣଙ୍କ ଅନୁଯାୟୀ ଅତ୍ୟଧିକ ଥଣ୍ଡା ଯୋଗୁଁ ଶିରା ସଙ୍କୁଚିତ ହୋଇଯାଏ । ଅନେକ ଲୋକଙ୍କର ଶିରାରେ କୋଲେଷ୍ଟ୍ରଲ ଅବରୋଧ ପୂର୍ବରୁ ରହିଥାଏ । ଯଦି ଶୀତଦିନେ ଶିରା ସଂକୁଚିତ ହୁଏ, ତେବେ ଏହି ସମସ୍ୟା ଆହୁରି ବଢ଼ିଯାଏ । ଯଦି ଏହି ପ୍ରତିବନ୍ଧକ ମନେ କରାଯାଏ ୪୦ ପ୍ରତିଶତ ଥିଲା, ତେବେ ଶୀତଦିନେ ଏହି ସମସ୍ୟା ୬୦ରୁ ୮୦ ପ୍ରତିଶତ ହୋଇଯାଏ । ରକ୍ତ ସଞ୍ଚାଳନର ଅଭାବ ଯୋଗୁଁ ହୃଦଘାତ (Heart Attack) ହୁଏ । ଡାକ୍ତରମାନେ କହିଛନ୍ତି ଯେ, ଶୀତଦିନେ ଲୋକଙ୍କ ଶାରୀରିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ହୋଇଯାଏ । ଲୋକ ମାନେ ଉଷ୍ମତା ପାଇଁ ଅଧିକ ତେଲିଆ ଜିନିଷ ନେବା ମଧ୍ୟ ଆରମ୍ଭ କରନ୍ତି । ସେଥିପାଇଁ ହୃଦଘାତର ଆଶଙ୍କା ମଧ୍ୟ ବଢ଼ିଯାଏ ।