Success Story: ରାସ୍ତା କଡ଼ ଚୁଡି ବିକାଳିଙ୍କ ପୁଅ ବନିଲେ CRPF ସବ୍-ଇନ୍ସପେକ୍ଟର
Advertisement

Success Story: ରାସ୍ତା କଡ଼ ଚୁଡି ବିକାଳିଙ୍କ ପୁଅ ବନିଲେ CRPF ସବ୍-ଇନ୍ସପେକ୍ଟର

Success Story: ଅନେକ ଗରିବ ଥିଲେ ରାହୁଲଙ୍କ ପରିବାର । ପେଟ ପୋଷିବା ପାଇଁ ସେମାନଙ୍କର ଥିଲା ଚୁଡି ବ୍ୟବସାୟ । ରାହୁଲଙ୍କ ଏହି ସଫଳତା ପାଇଁ ପୁରା ପରିବାର ସମେତ ସମଗ୍ର ଅଞ୍ଚଳ ଗର୍ବ କରୁଛି ।

Success Story: ରାସ୍ତା କଡ଼ ଚୁଡି ବିକାଳିଙ୍କ ପୁଅ ବନିଲେ CRPF ସବ୍-ଇନ୍ସପେକ୍ଟର

Success Story: ଆପଣଙ୍କୁ ଆମେ ଅନେକ ସଫଳତାର କାହାଣୀ ସମ୍ପର୍କରେ ଆଗରୁ ମଧ୍ୟ କହିଛୁ । କିନ୍ତୁ ଆଜି ଯେଉଁ ସଫଳତା କାହାଣୀ ବିଷୟରେ କହିବୁ ତାହା ଶୁଣି ଆପଣ ମଧ୍ୟ ଅନେକ ଖୁସି ହେବେ । କାରଣ ଜଣେ ଅଭାବି ତଥା ଗରିବ ଘରର ପୁଅ କିପରି ସଫଳତା ପାଇଛନ୍ତି ତାହା ଆପଣଙ୍କୁ ଜଣାଇବୁ । ଆମେ କହୁଛୁ ବାଡମେର ଜିଲ୍ଲାର ଆଦର୍ଶଧୁଣ୍ଡା ଗାଁରେ ରହୁଥିବା ରାହୁଲଙ୍କ କଥା । ସେ ନିକଟରେ ସିଆରପିଏଫ (CRPF)ରେ SI ଭାବରେ ମନୋନୀତ ହୋଇଛନ୍ତି । ସବ୍-ଇନ୍ସପେକ୍ଟର (Sub-Inspector) ପଦ ପାଇଁ ମନୋନୀତ ହୋଇଥିବା ରାହୁଲ ଗ୍ୱାରିଆ ସମ୍ପ୍ରଦାୟର ପ୍ରଥମ ଯୁବକ । ରାହୁଲଙ୍କ ପିତାମାତା ଗାଁ ନିକଟରେ ରାସ୍ତା କଡରେ ଗୋଟିଏ ଚୁଡି ଦୋକାନ କରି ବିକ୍ରି (sale) କରିଥାନ୍ତି । ଅନେକ ଦୁଖ କଷ୍ଟ ମଧ୍ୟରେ ସଂଘର୍ଷ କରି ରାହୁଲଙ୍କ ପିତାମାତା ପୁଅ ମଣିଷ କରିବା ପାଇଁ ଚିଷ୍ଟା କରିଥିଲେ । ରାହୁଲ ମଧ୍ୟ ନିଜ କ୍ୟାରିୟରରେ ଆଗକୁ ବଢିବା ପାଇଁ ଅନେକ ପରିଶ୍ରମ କରିଥିଲେ । ଶେଷରେ ନିଜର ଆଉ ପିତାମାତାଙ୍କ ସ୍ୱପ୍ନକୁ ସାକାର କରିବାରେ ସକ୍ଷମ ହେଲେ ।

କଥାରେ ଅଛି ଯଦି ଆପଣଙ୍କର ଇଚ୍ଛା ଅଛି ତାହେଲେ ସଫଳତା ଆପଣଙ୍କ ପାଦତଳେ ରହିବ । ପିତାମାତାଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଆଶୀର୍ବାଦ କାରଣରୁ ପୁଅ ରାହୁଲଙ୍କୁ ଆଜି ସଫଳତା ମିଳିଛି । ରାହୁଲଙ୍କ ପିତା ଜଳାରାମଙ୍କ କହିବା ଅନୁଯାୟୀ ସେ ଖୁବ କଷ୍ଟରେ ତାଙ୍କ ପୁଅକୁ ପାଠ ପଢାଇଥିଲେ । ପୂର୍ବରୁ ରାହୁଲଙ୍କ ବାପା ଏକ ଟ୍ୟାକ୍ସି ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ଭାଗ୍ୟର ବିଡମ୍ୱନା କାରଣରୁ ଏକ ସଡ଼କ ଦୁର୍ଘଟଣାରେ ରାହୁଲଙ୍କ ବାପାଙ୍କର କାନ୍ଧ ଓ ଗୋଡ଼ ଭାଙ୍ଗି ଯାଇଥିଲା । ପିତାଙ୍କୁ ଛାଡିଦେଲେ ରାହୁଲଙ୍କ ଘରେ ରୋଜଗାର କରିବାକୁ ଅନ୍ୟ କେହି ନଥିଲେ । ସେହି ସମୟରେ ରାହୁଲଙ୍କ ମାଆ କଠିନ ପରିଶ୍ରମ କରି ଘର ଚଳାଇବା ସହ ସ୍ୱାମୀଙ୍କର ଯତ୍ନ ନେଉଥିଲେ । କିନ୍ତୁ ତଥାପି ଜୀବନ ଯୁଦ୍ଧରେ ହାରିନଥିଲେ ରାହୁଲଙ୍କ ବାପା ମାଆ । ସେମାନେ ମନସ୍ଥ କରିଥିଲେ ଯେ, ଯେତେ ବାଧା ଆସିଲେ ମଧ୍ୟ ରାହୁଲଙ୍କୁ ପାଠ ପଢାଇ ମଣିଷ କରିବେ । ରାହୁଲଙ୍କୁ ପାଠ ପଢାଇବା ପାଇଁ ତାଙ୍କ ମାଆ ଅନେକ ଦୁଖ କଷ୍ଟ କରିଥିଲେ । ଆଜି ତାଙ୍କ ପୁଅ CRPFରେ SI ଭାବରେ ମନୋନୀତ ହେବା ପରେ ରାହୁଲଙ୍କ ପରିବାରରେ ଖୁସିର ପର୍ବ ଦେଖିବାକୁ ମିଳିଛି । ରାହୁଲଙ୍କ ବାପା ଆଉ ମାଆଙ୍କ ଆଖିରେ ଖୁସିର ଲୁହ ଝରିପଡିଛି ।

ଗ୍ୱାରିଆ ସମ୍ପ୍ରଦାୟରେ ପ୍ରଥମ ସବ୍-ଇନ୍ସପେକ୍ଟର 
ରାହୁଲ ରହୁଥିବା ଛୋଟ ଗାଁ ଆଦର୍ଶ ଧୁନ୍ଧାର ତଥା ଗ୍ୱରିଆ ସମ୍ପ୍ରଦାୟରେ ପ୍ରଥମ ସବ୍-ଇନ୍ସପେକ୍ଟର ହେବାର ଗୌରବ ଅର୍ଜନ କରିଛନ୍ତି । ରାହୁଲଙ୍କ ମାଆ କମଳା କହିଛନ୍ତି ଯେ, ଆଜି ଆମ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ସେ ଏକଥା ମଧ୍ୟ କହିଛନ୍ତି ଯେ, ଆମ ସମାଜ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉନାହିଁ । ତେଣୁ ଏହା ଆମ ପାଇଁ ଏପରି ଏକ ଚାକିରି କରିବା ସ୍ୱପ୍ନ ପରି ମନେ ହୁଏ । ରାହୁଲଙ୍କ ମାଆ ନିଜ ପୁଅର ସଫଳତା ପାଇଁ ସବୁବେଳେ ଗ୍ରାମ ଦେବତୀଙ୍କ ନିକଟରେ ପ୍ରାର୍ଥନା କରୁଥିଲେ । 

ସେନାରେ ଭର୍ତ୍ତି ପାଇଁ ପିଲାଦିନରୁ ଇଚ୍ଛା ଥିଲା 
ସଫଳତା ମିଳିବା ପରେ ରାହୁଲ ଗଣମାଧ୍ୟମକୁ କହିଛନ୍ତି ଯେ, ଯେତେବେଳେ ସେ ସ୍କୁଲରେ ପଢ଼ୁଥିଲେ ସେହି ସମୟରେ ତାଙ୍କ ପିତା ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣା କାରଣରୁ ତାଙ୍କର ଦୁଇ ଗୋଡ ଭାଙ୍ଗି ଯାଇଥିଲା। ପରେ ମା ଅନେକ କଷ୍ଟ କରି ପରିବାର ପ୍ରତିପୋଷଣ କରିଥିଲେ । କେବଳ ରାହୁଲଙ୍କୁ ନୁହେଁ ତାଙ୍କ ଭଉଣୀଙ୍କୁ ମଧ୍ୟ ପାଠ ପଢାଇଥିଲେ କମଳା । ରାହୁଲ କହିଛନ୍ତି ଯେ, ଦ୍ୱାଦଶ ପାସ କରିବା ପରେ ସେ ନିକଟସ୍ଥ ପିଜି କଲେଜରୁ ବିଏସସି ପାସ କରିଥିଲେ । ଏଥି ସହିତ ରାହୁଲ ଏନସିସିରେ ମଧ୍ୟ ଯୋଗ ଦେଇଥିଲେ । ଏନସିସିରେ ଯେଗ ଦେବା କାରଣରୁ ୨୦୧୯ ମସିହାରେ ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ ପରେଡରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ ରାହୁଲ । ଏଥିସହ ତାଙ୍କୁ ଏନସିସିର ଶ୍ରେଷ୍ଠ କ୍ୟାଡେଟ ପୁରସ୍କାର ମଧ୍ୟ ମିଳିଥିଲା । ରାହୁଲ କହିଛନ୍ତି ଯେ, ବିମାନବନ୍ଦର ଏବଂ ଘର ନିକଟରେ ରହିଥିଲେ କିଛି ସେନା କର୍ମଚାରୀ ତେଣୁ ସେମାନଙ୍କୁ ଦେଖି ସେନା ୟୁନିଫର୍ମ ପିନ୍ଧିବାର ଇଚ୍ଛା ମନ ଭିତରେ ଥିଲା ଆଉ ତାହା ଆଜି ପୁରଣ ହେଲା ।

Also Read- ମାତ୍ର ୧୫୦୦ ଟଙ୍କାରେ ଘର ହୋଇଯିବ ଡିସ୍କୋ କ୍ଲବ୍ ! boAt ଲଞ୍ଚ କଲା ସାଉଣ୍ଡବାର୍