Supreme Court of India: ଏଣିକି ମାମଲା ଶୁଣାଣି ସମ୍ପର୍କିତ ଅପଡ଼େଟ ଦେବ ସୁପ୍ରିମକୋର୍ଟ ହ୍ୱାଟସ୍ଆପ୍
Advertisement
Article Detail0/zeeodisha/odisha2221411

Supreme Court of India: ଏଣିକି ମାମଲା ଶୁଣାଣି ସମ୍ପର୍କିତ ଅପଡ଼େଟ ଦେବ ସୁପ୍ରିମକୋର୍ଟ ହ୍ୱାଟସ୍ଆପ୍

Supreme Court WhatsApp Updates: ସୁପ୍ରିମକୋର୍ଟ ଠାରେ ବିଚାର ହେବାକୁ ଯାଉଥିବା ମାମଲା ସମ୍ପର୍କରେ ଅପଡେଟ ଏଣିକି ହ୍ୱାଟସ୍ଆପ୍ ମାଧ୍ୟମରେ ଓକିଲଙ୍କୁ ମିଳିଯିବ।

 

Supreme Court of India: ଏଣିକି ମାମଲା ଶୁଣାଣି ସମ୍ପର୍କିତ ଅପଡ଼େଟ ଦେବ ସୁପ୍ରିମକୋର୍ଟ ହ୍ୱାଟସ୍ଆପ୍

Supreme Court Updates on WhatsApp: ଏଣିକି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ହ୍ୱାଟସ୍ଆପ୍ ମାଧ୍ୟମରେ କୋର୍ଟ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବେ। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ଗୁରୁବାର ଏ ସମ୍ପର୍କରେ ଜମାଇଛନ୍ତି। ସୁପ୍ରିମକୋର୍ଟ କଜ ଲିଷ୍ଟ, କେସ ଫାଇଲିଂ ଏବଂ କେସ  ଲିଷ୍ଟିଂ ସମ୍ବନ୍ଧୀୟ ସୂଚନା ହ୍ୱାଟସ୍ଆପ୍ ମାଧ୍ୟମରେ ଓକିଲ ତଥା ଆବେଦନକାରୀଙ୍କ ନିକଟକୁ ପଠାଯିବ। ମୁଖ୍ୟ ବିଚାରପତିଙ୍କ କହିବା ଅନୁଯାୟୀ, ଦେଶର ସର୍ବୋଚ୍ଚ ନ୍ୟାୟାଳୟର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା (ଆଇସିଟି) ସେବା ହ୍ୱାଟସ୍ଆପ୍ ସହିତ ଏକୀକରଣ ହେଉଛି। ସୁପ୍ରିମକୋର୍ଟ, ହ୍ୱାଟସ୍ଆପ୍ ମେସେଜିଂ ଆଇସିଟି ସେବା ସହିତ ଏକୀକରଣ ହୋଇଥିବାର ଘୋଷଣା କରିଛନ୍ତି। 

ଯାହା ପରେ ଓକିଲଙ୍କୁ କେସ ଫାଇଲିଂ ସହ ଜଡ଼ିତ ଅଟୋମେଟେଡ ମେସେଜ ମିଳିଯିବ। ଏହା ସହିତ ସମସ୍ତ ବାର୍ ସଦସ୍ୟଙ୍କୁ ହ୍ୱାଟସ୍ଆପ୍ ଜରିଆରେ ମେସେଜ ମିଳିବା ଆରମ୍ଭ ହୋଇଯିବ। କଜ୍ ଲିଷ୍ଟ କହିଲେ ସେହି ମାମଲାର ତାଲିକାକୁ ବୁଝାଏ, ଯାହାର ଶୁଣାଣି ସୁପ୍ରିମକୋର୍ଟ କରିବାକୁ ଧାର୍ଯ୍ୟ କରିଥାନ୍ତି। ଯେଉଁଥିରେ କୋର୍ଟ ସେହି ଦିନ ଶୁଣାଣି କରିବେ। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟ ହ୍ୱାଟସ୍ଆପ୍ ନମ୍ବର ଓକିଲଙ୍କ ସହ ବାଣ୍ଟିଛନ୍ତି।

ସୁପ୍ରିମକୋର୍ଟ ହ୍ୱାଟସ୍ଆପ୍ ନମ୍ବର
ସୁପ୍ରିମକୋର୍ଟ ହ୍ୱାଟସ୍ ଆପ୍ ନମ୍ବର ମଧ୍ୟ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଅଫିସିଆଲ୍ ହ୍ୱାଟସ୍ଆପ୍ ନମ୍ବର ହେଉଛି ୮୭୬୭୬୮୭୬୭୬। ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏହି ନମ୍ବର ବ୍ୟବହାର କରି କୌଣସି ମେସେଜ୍ କିମ୍ବା କଲ୍ କରାଯାଇପାରିବ ନାହିଁ। ଏହା କେବଳ ଏକପାଖିଆ ଯୋଗାଯୋଗ ପାଇଁ ବ୍ୟବହୃତ ହେବ। ଅର୍ଥାତ୍ ସୂଚନା କେବଳ କୋର୍ଟ ଦ୍ୱାରା ପଠାଯାଇ ପାରିବ। ହ୍ୱାଟସ୍ ଆପ୍ ମେସେଞ୍ଜର ଆମର ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ହୋଇଗଲାଣି। ଏହା ଆମର କାର୍ଯ୍ୟ ଅଭ୍ୟାସରେ ଏକ ବଡ ପରିବର୍ତ୍ତନ ଆଣିବ ଏବଂ କାଗଜ ସଞ୍ଚୟ କରିବାରେ ବହୁତ ସାହୟକ ହେବ। ଦେଶର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣ ବିଚାରପତିଙ୍କ ସମ୍ବିଧାନିକ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଆରମ୍ଭ କରିବା ପୂର୍ବରୁ ସିଜେଆଇ ଏହି ଘୋଷଣା କରିଛନ୍ତି।

ସଲିସିଟର ଜେନେରାଲ ତୁଷାର ମେହେତା ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏନେଇ ସେ କହିଛନ୍ତି ସମ୍ମାନିତ ବିଚାରପତି ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଜଷ୍ଟିସ୍ ଋଷିକେଶ ରାୟ ମଜାକିଆ ଢଙ୍ଗରେ କହିଛନ୍ତି ଯେ ପ୍ରଧାନ ବିଚାରପତି (ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼) କହିଛନ୍ତି ଯେ ଅଧିକରୁ ଅଧିକ ଡିଜିଟାଲ ଉପକରଣ ବ୍ୟବହାର କରିବା ଦ୍ୱାରା ଆପଣ ଆହୁରି ଯୁବକ ଦେଖାଯିବେ। 

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସର୍ବୋଚ୍ଚ ନ୍ୟାୟଳୟର ସମସ୍ତ ସେବା ମେଘରାଜ କ୍ଲାଉଡ୍ ୨.୦ କୁ ସ୍ଥାନାନ୍ତରିତ ହେଉଛି। ଏହା ଜାତୀୟ ସୂଚନା କେନ୍ଦ୍ର (NIC) ଦ୍ୱାରା ସୃଷ୍ଟି କରାଯାଇଛି। ବର୍ତ୍ତମାନ ସମସ୍ତ କୋର୍ଟ ଅନଲାଇନ୍ ହୋଇପାରିବ। ଯାହାର ସମସ୍ତ ତଥ୍ୟ ଭାରତୀୟ ସର୍ଭର ମଧ୍ୟରେ ରହିବ। ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କୋର୍ଟ ଡିଜିଟାଲାଇଜେସନ୍ ଦିଗରେ ଶୀଘ୍ର ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି ଯେ ଇ-କୋର୍ଟ ପ୍ରକଳ୍ପ ପାଇଁ ସରକାର ୭୦୦୦ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି।