Market Cap: ଟାଟା, ଆଦାନୀ, ଅମ୍ବାନୀର ଚାଲିଛି ଶନି ଦଶା! ୧ ବର୍ଷରେ ଡୁବି ସାରିଲାଣି ୧୪ ଲକ୍ଷ କୋଟି ଟଙ୍କା
Advertisement
Article Detail0/zeeodisha/odisha1662416

Market Cap: ଟାଟା, ଆଦାନୀ, ଅମ୍ବାନୀର ଚାଲିଛି ଶନି ଦଶା! ୧ ବର୍ଷରେ ଡୁବି ସାରିଲାଣି ୧୪ ଲକ୍ଷ କୋଟି ଟଙ୍କା

Market Cap: ବିଶେଷଜ୍ଞମାନେ କହିଛନ୍ତି ଯେ ଅନେକ କମ୍ପାନୀ ସଙ୍କଟ ଦେଇ ଗତି କରୁଛି ଓ କମ୍ପାନୀର ଅଂଶଧନ ହ୍ରାସ ପାଇଛି । ଯଦି ଆସନ୍ତା ୬ ମାସ ମଧ୍ୟରେ ଗ୍ରୁପ୍ ଋଣ ହ୍ରାସ କରିବାରେ ସଫଳ ହୁଏ ନାହିଁ, ତେବେ ସଙ୍କଟ ଆହୁରି ଗଭୀର ହୋଇପାରେ ।

ସାଙ୍କେତିକ ଛବି

Business News In Odia: ଗତ ଏକ ବର୍ଷ ମଧ୍ୟରେ ଷ୍ଟକ୍ ମାର୍କେଟରେ (Stock Market) ବହୁତ ଅସ୍ଥିରତା ଦେଖାଦେଇଛି । ଏକ ରିପୋର୍ଟ ଅନୁଯାୟୀ, ଷ୍ଟକ୍ ମାର୍କେଟରେ ହ୍ରାସ ଯୋଗୁଁ ଗତ ୧୦ ବର୍ଷରେ ୧୦ ଟି କମ୍ପାନୀର ମାର୍କେଟ କ୍ୟାପ୍ (Market Cap) ୫୦ ହଜାର କୋଟିରୁ ଅଧିକ ଟଙ୍କା ହରାଇଛି । ସେଥିମଧ୍ୟରୁ ୫ଟି କମ୍ପାନୀ ଏପରି ଅଛି, ଯାହା ନିଫ୍ଟିର ଏକ ଅଂଶ ଅଟେ । ଏହି ତାଲିକାରେ କେବଳ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ନାମ ନାହିଁ ବରଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (Reliance Industries) ଓ ଟାଟା ଗ୍ରୁପ୍ କମ୍ପାନୀଗୁଡିକର (Tata Group companies) ନାମ ମଧ୍ୟ ଅଛି । ଏଠାରେ ଆପଣଙ୍କୁ ସେହି ୧୦ଟି କମ୍ପାନୀ ବିଷୟରେ କହୁଛୁ, ଯିଏ ମାର୍କେଟ କ୍ୟାପରେ ହ୍ରାସ ଯୋଗୁଁ ୧୪ ଲକ୍ଷ କୋଟିରୁ ଅଧିକ ଟଙ୍କା ହରାଇଛି ।

ଗତ ୧ ବର୍ଷରେ ରିଲାଏନ୍ସର ବଜାର କ୍ୟାପ୍ ୧.୪ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଏହି ସମୟ ମଧ୍ୟରେ ଷ୍ଟକ୍ ପ୍ରାୟ ୧୪ ପ୍ରତିଶତ ହ୍ରାସ ପାଇଛି । ନିଫ୍ଟିର ୫୦ ଟି ଷ୍ଟକ୍ ମଧ୍ୟରୁ ୩ଟି ଟେକ୍ନୋଲୋଜି ସେକ୍ଟର ଅଟେ । ଇନଫୋସିସ୍, ଟାଟା କନ୍ସଲ୍ଟାନ୍ସ ସର୍ଭିସେସ୍ ଏବଂ ୱିପ୍ରୋର ମାର୍କେଟ କ୍ୟାପ୍ ଏଥିପାଇଁ ହ୍ରାସ ପାଇଛି, କାରଣ ଆମେରିକା ଓ ୟୁରୋପରେ ବ୍ୟାଙ୍କିଙ୍ଗ ସେକ୍ଟରରେ ମନ୍ଦି ଦେଖିବାକୁ ମିଳିଛି । ଇନଫୋସିସର ମାର୍କେଟ କ୍ୟାପ୍ ୧.୬ ଲକ୍ଷ କୋଟି ଟଙ୍କା ଓ ଟିସିଏସ୍ ୧.୪ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ୱିପ୍ରୋର ମାର୍କେଟ କ୍ୟାପ୍ ପ୍ରାୟ ୯୪,୦୦୦ କୋଟି ଟଙ୍କା ହ୍ରାସ ପାଇଛି । ଗତ ଏକ ବର୍ଷ ମଧ୍ୟରେ ବଡ଼ ବଡ଼ ଆଇଟି କମ୍ପାନୀର ସେୟାରରେ ୧୨-୩୧ ପ୍ରତିଶତ ହ୍ରାସ ଘଟିଛି ।

ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାରରେ ଭାରି ହ୍ରାସ 
ଚଳିତ ବର୍ଷ ଜାନୁୟାରୀ ଶେଷରେ, ଆଦାନୀ ଗ୍ରୁପ୍ ବିରୋଧରେ ହିନ୍ଦେନବର୍ଗ ରିସର୍ଚ୍ଚର ରିପୋର୍ଟ ବାହାରିଲା, ଯେଉଁଥିପାଇଁ ଆଦାନୀ ଗ୍ରୁପ୍‌ର ସେୟାରରେ ଏକ ବଡ଼ ହ୍ରାସ ଘଟିଥିଲା । ଆଦାନୀ ଗ୍ରୀନ୍ ଏନର୍ଜିର ବଜାର କ୍ୟାପ୍ ୩ ଲକ୍ଷ କୋଟିରୁ ଅଧିକ ହ୍ରାସ ପାଇଛି । ଆଦାନୀ ଟୋଟାଲ ଗ୍ୟାସ ଏବଂ ଆଦାନୀ ଟ୍ରାନ୍ସମିସନର ବଜାର କ୍ୟାପ୍ ଯଥାକ୍ରମେ ୧.୭ ଲକ୍ଷ କୋଟି ଓ ୧.୮ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଗତ ୧ ବର୍ଷରେ ଆଦାନୀ ଗ୍ରୁପ୍‌ର ସେୟାରରେ ୬୨-୬୮ ପ୍ରତିଶତ ହ୍ରାସ ଘଟିଛି ।

ଏହି ତାଲିକାରେ ଅନ୍ତର୍ଭୁକ୍ତ ଅନ୍ୟ ଦୁଇଟି କମ୍ପାନୀର ନାମ ହେଉଛି ବେଦାନ୍ତ ଓ FSN ଇ-କମର୍ସ ଭେଞ୍ଚର୍ସ । ଗତ ଏକ ବର୍ଷ ମଧ୍ୟରେ ନିକା ବ୍ରାଣ୍ଡର ପ୍ୟାରେଣ୍ଟ୍ କମ୍ପାନୀ FSN ର ସେୟାରରେ ୫୯ ପ୍ରତିଶତ ହ୍ରାସ ଘଟିଛି । ଯେଉଁଥିପାଇଁ ଏହାର ମାର୍କେଟ କ୍ୟାପ୍ ୫୧,୦୦୦ କୋଟି ଟଙ୍କା ହ୍ରାସ ପାଇଛି । ସେହିଭଳି ବେଦାନ୍ତର ସେୟାରରେ ୩୪ ପ୍ରତିଶତ ହ୍ରାସ ଘଟିଛି ଓ କମ୍ପାନୀର ମାର୍କେଟ କ୍ୟାପ୍ ୫୩,୭୦୦ କୋଟି ଟଙ୍କା ହ୍ରାସ ପାଇଛି ।

ଇନଫୋସିସ୍ ଓ TCS ର ଦୁର୍ବଳ କ୍ୱାର୍ଟର ଆକଳନ ଓ FY2024 ପାଇଁ କମ୍ ରୋଜଗାରର ପୂର୍ବାନୁମାନ ଆଇଟି ଇଣ୍ଡେକ୍ସକୁ ତଳକୁ ଆଣିଛି । ୨୦୨୩ ମସିହାରେ ଏପର୍ଯ୍ୟନ୍ତ ଆଇଟି ସୂଚକାଙ୍କ ୭ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଆଗାମୀ ଦିନରେ ଏହାର ପ୍ରଭାବ ଉଭୟ ଷ୍ଟକ୍ ଓ କମ୍ପାନୀର ସେୟାର ବଜାରରେ ଦେଖିବାକୁ ମିଳିବ । ଅନ୍ୟପକ୍ଷରେ, ବେଦାନ୍ତର ସେୟାରରେ ଅଧିକ ହ୍ରାସ ଦେଖିବାକୁ ମିଳିବ । ବିଶେଷଜ୍ଞମାନେ କହିଛନ୍ତି ଯେ ଅନେକ କମ୍ପାନୀ ସଙ୍କଟ ଦେଇ ଗତି କରୁଛି ଓ କମ୍ପାନୀର ଅଂଶଧନ ହ୍ରାସ ପାଇଛି । ଯଦି ଆସନ୍ତା ୬ ମାସ ମଧ୍ୟରେ ଗ୍ରୁପ୍ ଋଣ ହ୍ରାସ କରିବାରେ ସଫଳ ହୁଏ ନାହିଁ, ତେବେ ସଙ୍କଟ ଆହୁରି ଗଭୀର ହୋଇପାରେ ।

ଏହା ବି ପଢ଼ନ୍ତୁ: Train Fare Discount List: ଆପଣଙ୍କର ଯଦି ଏହି ୧୦ଟି ରୋଗ ମଧ୍ୟରୁ ଗୋଟିଏ ଅଛି ତେବେ ଟ୍ରେନରେ ଯାତ୍ରାରେ ପାଇବେ ରିହାତି! ୭୫ ପ୍ରତିଶତ ହ୍ରାସ ହେବେ ଭଡା