Ram Mandir: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠାକୁ ନେଇ ତେଜ ପ୍ରତାପଙ୍କ ବୟାନ, କହିଲେ- 'ଭଗବାନ ରାମ ମୋ ସ୍ୱପ୍ନରେ ଆସି କହିଲେ...'
Advertisement

Ram Mandir: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠାକୁ ନେଇ ତେଜ ପ୍ରତାପଙ୍କ ବୟାନ, କହିଲେ- 'ଭଗବାନ ରାମ ମୋ ସ୍ୱପ୍ନରେ ଆସି କହିଲେ...'

Ram Mandir: ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ରାମ ମନ୍ଦିରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

 

Tej Pratap Yadav

Ram Mandir Pran Pratishtha: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସାରା ଦେଶରେ ରାମ ନାମର ଧ୍ୱନି ଶୁଣିବାକୁ ମିଳୁଛି। ଏହି ସମୟରେ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ (Tej Pratap Yadav) କହିଛନ୍ତି ଯେ ରାମ ଜୀ ୨୨ ଜାନୁଆରୀରେ ଅଯୋଧ୍ୟାକୁ ଆସିବେ ନାହିଁ। ତେଜ ପ୍ରତାପ ଯାଦବ ଦାବି କରିଛନ୍ତି ଯେ ପ୍ରଭୁ ରାମ ତାଙ୍କୁ ତାଙ୍କ ସ୍ୱପ୍ନରେ କହିଛନ୍ତି ଯେ ସେ ଜାନୁଆରୀ ୨୨ ରେ ଅଯୋଧ୍ୟା ରାମ ମନ୍ଦିରର ବିଶାଳ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ।

ତେଜ ପ୍ରତାପ ଯାଦବ ଏକ କାର୍ଯ୍ୟକ୍ରମରେ କହିଛନ୍ତି, "ନିର୍ବାଚନ ସମାପ୍ତ ହେବା ମାତ୍ରେ ରାମକୁ ଭୁଲିଯାଆନ୍ତି ... ଜାନୁୟାରୀ ୨୨ ରେ ସେ ଆସିବା କ'ଣ ବାଧ୍ୟତାମୂଳକ? ରାମ ଚାରିଟି ଶଙ୍କରାଚାର୍ଯ୍ୟଙ୍କ ସ୍ୱପ୍ନରେ ଆସିଥିଲେ। ରାମ ଜୀ ମଧ୍ୟ ମୋ ସ୍ୱପ୍ନରେ ଆସିଥିଲେ ଓ କହିଥିଲେ ସେ ଆସିବେ ନାହିଁ। କାହିଁକି ନା ଏମାନେ କପଟୀ।" ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ତେଜ ପ୍ରତାପଙ୍କ ଭାଇ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଏଥି ସହିତ ବିରୋଧୀ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ କୌଣସି ବିବୃତ୍ତି ଦେଇନାହିଁ। ତେବେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ସାରା ଦେଶରେ ରାଜନୀତି ଚାଲିଛି। ବିଜେପି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆସୁଛି। ବିଜେପି ଉପରେ ଆକ୍ରମଣ କରି ତେଜ ପ୍ରତାପ କହିଛନ୍ତି ଯେ ଯେତେବେଳେ ନିର୍ବାଚନ ଆସିବ ସେତେବେଳେ ମନ୍ଦିର ପ୍ରସଙ୍ଗ ଉଠିବ। ନିର୍ବାଚନ ସମାପ୍ତ ହେବା ମାତ୍ରେ ମନ୍ଦିର ବିଷୟରେ କଥା ଉଠେନାହିଁ।

ଏହା ପ୍ରଥମ ଘଟଣା ନୁହେଁ ଯେ କେହି କେହି ତେଜ ପ୍ରତାପଙ୍କ ସ୍ୱପ୍ନରେ ଆସିଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ଲୋକ ତେଜ ପ୍ରତାପଙ୍କ ସ୍ୱପ୍ନରେ ଆସିଛନ୍ତି। ନତାଜୀ ମୁଲାୟମ ସିଂ ଯାଦବ ମଧ୍ୟ ତାଙ୍କ ସ୍ୱପ୍ନରେ ଆସିଛନ୍ତି। ଏହା ନିଜେ ତେଜ ପ୍ରତାପ କହିଛନ୍ତି।