Telangana Election 2023: ନିର୍ବାଚନ ବେଳେ ୫୭୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଜବତ; ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1962612

Telangana Election 2023: ନିର୍ବାଚନ ବେଳେ ୫୭୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଜବତ; ଜାଣନ୍ତୁ ପୁରା ଘଟଣାକ୍ରମ

Telangana Police Action During Election Period 2023:  ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବିପୁଳ ପରିମାଣର ବିଭିନ୍ନ ସାମଗ୍ରୀ ଜବତ କରିଛି।

Telangana Election 2023: ନିର୍ବାଚନ ବେଳେ ୫୭୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଜବତ; ଜାଣନ୍ତୁ ପୁରା ଘଟଣାକ୍ରମ

Telangana Assembly Election 2023: ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ତେଲେଙ୍ଗାନା ରାଜନୀତି। ଗୋଟିଏ ପଟେ ନିର୍ବାଚନ ଲଢୁଥିବା ରାଜନୈତିକ  ଦଳ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଦଳୀୟ ରାଲି, ସାଧାରଣ ସଭା ଏବଂ ରୋଡ୍ ଶୋ ଭଳି କାର୍ଯ୍ୟକ୍ରମ କରୁଛନ୍ତି। ଅନ୍ୟ ପଟେ ମତଦାତାଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳ ଦ୍ୱାରା ଉଭୟ ମଦ ଏବଂ ଟଙ୍କା ବ୍ୟବହାର କରାଯାଉଥିବାର ଘଟଣା ମଧ୍ୟ ସାମ୍ନାକୁ ଆସୁଛି।

ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ (Telangana Assembly Election 2023) ପାଇଁ ଆସନ୍ତା ନଭେମ୍ବର ୩୦ ତାରିଖରେ ହେବାକୁ ଯାଉଛି ମତଦାନ (Telangana Assembly Election 2023 Voting)। ଏହି ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପର ଠାରୁ ତେଲେଙ୍ଗାନା ପୋଲିସ (Telangana Police) ରାଜ୍ୟରେ ପ୍ରାୟ ୫୭୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଛି। ନଭେମ୍ବର ୧୫ ତାରିଖ ବୁଧବାର ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏନେଇ ଅଧିକାରୀ କହିଛନ୍ତି ଯେ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ନଗଦ ଟଙ୍କା, ମଦ, ମୂଲ୍ୟବାନ ଧାତୁ, ଡ୍ରଗ୍ସ ଏବଂ ବିଭିନ୍ନ ସାମଗ୍ରୀ ରହିଛି।

କେଉଁ କେଉଁ ସାମଗ୍ରୀ ଜବତ କରିଛି ପୋଲିସ? 
ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ (Telangana State Election Commission) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ତେଲେଙ୍ଗାନା ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦,୦୦,୩୯,୯୭୯ ନଗଦ ଟଙ୍କା, ୮୮ କୋଟି ୮୧ ଲକ୍ଷ ୮୫ ହଜାର ୪୦୭ ଟଙ୍କା ମୂଲ୍ୟର ମଦ, ୩୨ କୋଟି ୬୪ ଲକ୍ଷ ୩୯ ହଜାର ୮୪ ଟଙ୍କା ମୂଲ୍ୟର ଗଞ୍ଜେଇ, ଅନ୍ୟାନ୍ୟ ଔଷଧ ସମେତ ମୂଲ୍ୟବାନ ସାମଗ୍ରୀ ଜବତ କରିଛି। ସୁନା, ରୂପା, ହୀରା ଭଳି ମୂଲ୍ୟବାନ ଧାତୁ ସହିତ ବିଭିନ୍ନ ମାଗଣା ଜିନିଷ ଯେପରିକି ଲ୍ୟାପଟପ୍, ଗାଡ଼ି, କୁକର, ଶାଢୀ ଜବତ ହୋଇଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫୫ କୋଟି ୮୫ ଲକ୍ଷ ୫୯ ହଜା ୭୭୬ ଟଙ୍କା ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ବିଗତ ୨୪ ଘଣ୍ଟା ମଧ୍ୟରେ ଏପରି ଅନେକ ସାମଗ୍ରୀ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ୫୧ ଲକ୍ଷ ୭୫ ହଜାର ୨୫୫ ଟଙ୍କା ବୋଲି କୁହାଯାଉଛି।

ନିକଟରେ ମାଗଣା ସାମଗ୍ରୀ ବଣ୍ଟନକୁ ନେଇ ହୋଇଥିଲା ସଂଘର୍ଷ 
ଆପଣଙ୍କୁ କହିରଖୁଛୁ ଯେ ନିକଟରେ ମତଦାତାଙ୍କ ମଧ୍ୟରେ ମାଗଣା ସାମଗ୍ରୀ ବଣ୍ଟନକୁ ନେଇ କଂଗ୍ରେସ-ବିଆରଏସ କର୍ମକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ନଭେମ୍ବର ୧୧ ତାରିଖ ଶନିବାର ରାତିରେ ନାଗରକୁର୍ନୁଲ ଜିଲ୍ଲାର ଅଚମପେଟ ନିର୍ବାଚନମଣ୍ଡଳୀରେ ବିଆରଏସ୍-କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ। କଂଗ୍ରେସ କର୍ମକର୍ତ୍ତା ବିଆରଏସ ପ୍ରାର୍ଥୀ ଗୁବ୍ବୁଲା ବଲାରାଜୁଙ୍କ କାର ଅଟକାଇବାକୁ ନେଇ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏନେଇ କଂଗ୍ରେସ କର୍ମୀକର୍ତ୍ତାଙ୍କ କହିବା କଥା ଯେ ବିଆରଏସ ନେତା ଜଣଙ୍କ ତାଙ୍କ ଗାଡ଼ିରେ ନଗଦ ଟଙ୍କା ନେଇ ଯାଉଥିଲେ। ଯେଉଁଥି ପାଇଁ ସେମାନେ ତାଙ୍କ କାର ଯାଞ୍ଚ କରିବାକୁ ଚାହୁଁଥିଲେ।