Bharat Ratna 2024: ସେହି ମୁଖ୍ୟମନ୍ତ୍ରୀ ଯିଏ ପଦରେ ରହିଥିବା ବେଳେ ହ୍ରାସ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦରମା
Advertisement
Article Detail0/zeeodisha/odisha2102462

Bharat Ratna 2024: ସେହି ମୁଖ୍ୟମନ୍ତ୍ରୀ ଯିଏ ପଦରେ ରହିଥିବା ବେଳେ ହ୍ରାସ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦରମା

The Champion of Indian Peasant: ଭାରତ ବର୍ଷରେ କୃଷକ ନେତା ଭାବେ ଜଣାଶୁଣା ଚୌଧରୀ ଚରଣ ସିଂହଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି ମୋଦି ସରକାର।

Bharat Ratna 2024: ସେହି ମୁଖ୍ୟମନ୍ତ୍ରୀ ଯିଏ ପଦରେ ରହିଥିବା ବେଳେ ହ୍ରାସ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦରମା

Bharat Ratna Awardee Chaudhary Charan Singh: ୨୦୨୪ ଫେବୃଆରୀ ୯ ତାରିଖ ଶୁକ୍ରବାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂହ। ଯିଏ ସମଗ୍ର ଭାରତ ବର୍ଷରେ କୃଷକ ନେତା ଭାବେ ଜଣାଶୁଣା ରହିଥିଲେ। ତାଙ୍କ ଜନ୍ମଦିନକୁ "କୃଷକ ଦିବସ" ଭାବରେ ପାଳନ କରାଯାଏ। ଚୌଧରୀ ଚରଣ ସିଂହ "The Champion of Indian Peasant" ନାମରେ ଜଣାଶୁଣା ରହିଥିଲେ। ସ୍ୱାଧିନ ଭାରତରେ ଚୌଧରୀ ଚରଣ ସିଂହ ଏପରି ଜଣେ ପ୍ରଧାନମନ୍ତ୍ରୀ ଯିଏ ପଦରେ ରହିଥିବା ବେଳେ ସଂସଦରେ ଗୋଟିଏ ଦିନ ମଧ୍ୟ ଗୃହ କାର୍ଯ୍ୟରେ ସାମିଲ ହୋଇନଥିଲେ। ଭାରତ ରତ୍ନ ସମ୍ମାନିତ ଚୌଧରୀ ଚରଣ ସିଂହ ମଧ୍ୟ ଜଣେ ଲେଖକ ଥିଲେ। ଇଂରାଜୀ ଉପରେ ତାଙ୍କର ଭଲ ଦକ୍ଷତା ରହିଥିଲା। "Abolition of Zamindari", "Legend Proprietorship", "India's Poverty and its Solutions" ନାମରେ ତିନୋଟି ପୁସ୍ତକ ରଚନା କରିଥିଲେ।

ଚୌଧରୀ ଚରଣ ସିଂହଙ୍କ ଜୀବନୀ

  • ୧୯୦୨ ମସିହା ଡିସେମ୍ବର ୨୩ ତାରିଖରେ ଆଜିର ଉତ୍ତର ପ୍ରଦେଶର ହାପୁଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ କୃଷକ ନେତା ଚୌଧରୀ ଚରଣ ସିଂହ।  
  • ୧୯୨୩ ମସିହାରେ ଚୌଧରୀ ଚରଣ ସିଂହ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ। ଏହାର ୨ ବର୍ଷ ପରେ ୧୯୨୫ ମସିହାରେ ସେ କଳାରେ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।
  • ଆଗ୍ରା ବିଶ୍ୱବିଦ୍ୟାଳୟରୁ ଆଇନ ଅଧ୍ୟୟନ କରିଥିଲେ ଏବଂ ପରେ ଆଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୧୯୨୮ ମସିହାରେ ଗାଜିଆବାଦ ଠାରେ ଓକିଲାତି କରୁଥିଲେ ଚୌଧରୀ ଚରଣ ସିଂହ। ପରେ ୧୯୨୯ ମସିହାରେ ମେରଠ ଆସି କଂଗ୍ରେସ ହାତ ଧରିଥିଲେ।
  • ୧୯୪୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପରିଚାଳିତ 'ବ୍ୟକ୍ତିଗତ ସତ୍ୟଗ୍ରହ' ଆନ୍ଦୋଳନରେ ଚୌଧରୀ ଚରଣ ସିଂହଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପରେ ୧୯୪୧ ମସିହା ଅକ୍ଟୋବର ମାସରେ ତାଙ୍କୁ ମୁକ୍ତ କରାଯାଇଥିଲା।
  • କୃଷକ ନେତା ଚୌଧରୀ ଚରଣ ସିଂହ ସ୍ୱାଧିନତ୍ତୋର ଭାରତ ବର୍ଷର ପଞ୍ଚମ ପ୍ରଧାନମନ୍ତ୍ରୀ ରହିଥିଲେ। ସେ ପ୍ରଧାନମନ୍ତ୍ରୀ ପଦରେ ୧୯୭୯ ମସିହା ଜୁଲାଇ ୨୮ ତାରିଖରୁ ୧୯୮୦ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ରହିଥିଲେ।
  • ଚୌଧରୀ ଚରଣ ସିଂହ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ସୋଭିଏତ୍ ସଂଘ ଆଧାରିତ ଅର୍ଥନୈତିକ ସଂସ୍କାରକୁ ବିରୋଧ କରିଥିଲେ। ସେ  କହିଥିଲେ ଯେ ଭାରତ କେବେ ହେଲେ ସହଯୋଗୀ କୃଷିରେ ସଫଳ ହୋଇପାରିବ ନାହିଁ।
  • ଚୌଧରୀ ଚରଣ ସିଂହ ୧୯୩୭ ମସିହାରେ କେବଳ ୩୪ ବର୍ଷ ବୟସରେ ଆଜିର ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ଅବସ୍ଥିତ ଛପରୌଲି ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। କୃଷକଙ୍କ ପାଇଁ ଉତ୍ସର୍ଗୀକୃତ ଚରଣ ସିଂହ ମଧ୍ୟ କୃଷକଙ୍କ ଅଧିକାରର ସୁରକ୍ଷା ପାଇଁ ଏକ ବିଲ୍ ଆଗତ କରିଥିଲେ। ଏହି ବିଲ୍ ଏପରି ରହିଥିଲା ଯେ ପରବର୍ତ୍ତୀ ସମୟରେ ଅନ୍ୟ ରାଜ୍ୟ ଏହାକୁ ଆମଳଚୂଳ ଆପଣଇ ନେଇଥିଲେ।
  • ଚୌଧରୀ ଚରଣ ସିଂହ ୧୯୬୭ ମସିହା ଅପ୍ରେଲ ୩ ତାରିଖରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଥିଲେ। ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ ଭାବରେ ସେ "Land Holding Act 1960" ପ୍ରଣୟନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯେଉଁ ଆଇନ ଜମି ଧାରଣର ପରିମାଣକୁ ହ୍ରାସ କରିବା ଏବଂ ଏହାକୁ ସମଗ୍ର ରାଜ୍ୟରେ ସମାନ କରିବାର ଲକ୍ଷ୍ୟ ରଖିଥିଲା। ତାଙ୍କ ଉଦ୍ୟମରେ ସେତେବେଳର ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀଙ୍କ ଦରମା ଏବଂ ସେମାନଙ୍କୁ ମିଳୁଥିବା ଅନ୍ୟାନ୍ୟ ଆନୁଷଙ୍ଗୀକ ସୁବିଧା ହ୍ରାସ କରାଯାଇଥିଲା।