DA Hike: ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ, DA ବୃଦ୍ଧି ନେଇ ଆସିପାରେ ଖୁସି ଖବର..
Advertisement

DA Hike: ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ, DA ବୃଦ୍ଧି ନେଇ ଆସିପାରେ ଖୁସି ଖବର..

DA Hike: ଆଜି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ(Cabinet Meeting)। ଏହି ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi)। ଏହି ବୈଠକରେ ମହଙ୍ଗା ଭତ୍ତା (DA) ବୃଦ୍ଧି ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। 

DA Hike: ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ, DA ବୃଦ୍ଧି ନେଇ ଆସିପାରେ ଖୁସି ଖବର..

DA Hike: ଆଜି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ(Cabinet Meeting)। ଏହି ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi)। ଏହି ବୈଠକରେ ମହଙ୍ଗା ଭତ୍ତା (DA) ବୃଦ୍ଧି ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଦଶହରା ଓ ଦିପାବଳି ପାଇଁ କେନ୍ଦ୍ରିୟ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି ସରକାର। ହେବାକୁ ଥିବା ଏହି ବୈଠକରେ ୪ ପ୍ରତିଶତ ମହଙ୍ଗା ଭତ୍ତା(Dearness Allowance) ବୃଦ୍ଧି ନେଇ ଆକଳନ କରାଯାଉଛି। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଅନେକ କେନ୍ଦ୍ର ସରକାର କର୍ମଚାରୀଙ୍କ(Government Employee) ଭାଗ୍ୟ ବଦଳାଇ ଦେବ। ଏ ନେଇ ସମସ୍ତେ ସରକାରଙ୍କ ନିଷ୍ପତ୍ତିକୁ ଚାତକ ଭଳି ଚାହିଁ ରହିଛନ୍ତି।

ବର୍ତ୍ତମାନ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ୪୨ ପ୍ରତିଶତ ମହଙ୍ଗା ଭତ୍ତା(DA) ମିଳୁଛି। ଜୁଲାଇ ପହିଲାରୁ ନୂଆ ଡିଏ ବୃଦ୍ଧି ପ୍ରଭାବି ହୋଇପାରେ। କର୍ମଚାରୀମାନେ ଆସନ୍ତା ନଭେମ୍ବର ମାସରେ ପାଇବାକୁ ଥିବା ବେତନ ସହିତ ଏହି ମହଙ୍ଗା ଭତ୍ତା ମିଶି କରି ଆକାଉଣ୍ଟକୁ ଆସିବ।କେନ୍ଦ୍ର ସରକାରଙ୍କ ଏହି ମହଙ୍ଗା ଭତ୍ତା ବୃଦ୍ଧି ପରେ ହଜାର ହଜାର କର୍ମଚାରୀଙ୍କର ଡିଏ ବୃଦ୍ଧି ପାଇ ୪୬ ପ୍ରତିଶତରେ ପହଞ୍ଚିବ।କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀ(Pension Holder) ଏହାର ଲାଭ ଉଠାଇପାରିବେ।

ଦେଶରେ ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ଦୃଷ୍ଟିରେ ରଖି ସରକାର କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ବର୍ଷକୁ ଦୁଇଥର ଡିଏ ବୃଦ୍ଧି ଘୋଷଣା କରିଥାନ୍ତି । ବର୍ତ୍ତମାନ ସର୍ବନିମ୍ନ ବେତନ ୧୮ ହଜାର ରହିଥିବା ବେଳେ ୪୨ ପ୍ରତିଶତ ଡିଏ ହିସାବରେ ୭,୫୬୦ ଟଙ୍କା ବୃଦ୍ଧି ହୋଇଛି। ଯଦି ଡିଏ ୪ ପ୍ରତିଶତ ବୃଦ୍ଧି ହୁଏ ତେବେ ୪୬ ପ୍ରତିଶତ ହିସାବରେ ମାସିକ ୮,୨୮୦ ଟଙ୍କା ବୃଦ୍ଧି ହେବ ।

Also Read: ସରକାରଙ୍କ ବଡ଼ ଘୋଷଣା ! ସରକାରୀ କର୍ମଚାରୀଙ୍କୁ ଡବଲ ମିଳିବ ଦୀପାବଳି ବୋନସ୍, ଜାଣନ୍ତୁ କେଉଁମାନେ ଅନ୍ତର୍ଭୁକ୍ତ..