Today Top 10 News: ଜାଣନ୍ତୁ କ’ଣ ରହିଛି ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..
Advertisement
Article Detail0/zeeodisha/odisha1940495

Today Top 10 News: ଜାଣନ୍ତୁ କ’ଣ ରହିଛି ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

ଜାଣନ୍ତୁ କ’ଣ ରହିଛି ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର: Here are the Top 10 news Headlines in Odia for This Morning. Browse Zeeodisha for more updates.

Today Top 10 News: ଜାଣନ୍ତୁ କ’ଣ ରହିଛି ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

1.ଓ୍ୱାଙ୍ଖଡ଼େରେ ଶ୍ରୀଲଙ୍କା ବନାମ ଭାରତ: ଆଜି ବିଶ୍ୱକପ୍‍ କ୍ରିକେଟ୍‍ ରେ ଭାରତ ଶ୍ରୀଲଙ୍କାକୁ ଭେଟିବ। ଏହା ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟର ୩୩ତମ ମ୍ୟାଚ୍‍। ମୁମ୍ବାଇର ଓ୍ୱାଙ୍ଖଡ଼େ ଷ୍ଟାଡିୟମଠାରେ ଏହି ମ୍ୟାଚ ଖେଳାଯିବ। ଉଭୟ ୬ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି କିନ୍ତୁ ଭାରତଅପରାଜେୟ ଥିବାବଳେ ଶ୍ରୀଲଙ୍କା ୨ଟି ମ୍ୟାଚରେ ବିଜୟୀ ହୋଇଛି।  

2.ହାଜର ହେବେ କେଜ୍ରିଓ୍ୱାଲ୍‍ ଓ ମୈତ୍ର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ୍‍ଙ୍କୁ  ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜେରା କରାଯିବ। ଦିଲ୍ଲୀ ଅବକାରୀ ନୀତି ବାବଦରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବେ କେଜ୍ରିଓ୍ବାଲ। ସେହିପରି ସଂସଦୀୟ କମିଟି ଆଗରେ ଉତ୍ତର ରଖିବେ ସାଂସଦ ମହୁଆ ମୈତ୍ର। ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ତାଙ୍କ ବୟାନ ରେକର୍ଡ କରାଯିବ। କିଛିଦିନ ହେଲା ଏହି ଦୁଇ ନେତାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ସରଗରମ ହୋଇଛି। ଦୁବାଇରୁ ୪୭ଥର ମହୂଆଙ୍କ ସଂସଦୀୟ ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗ ହୋଇଛି।

3.ଅଟା କିଲେ ସାଢ଼େ ୨୭ଟଙ୍କା: ଏଣିକି ୪୦ ଟଙ୍କା ନୁହେଁ ୨୭ଟଙ୍କା ୫୦ ପଇସାରେ ଏକ କିଲୋ ଅଟା ମିଳିବ। ଏଫଥସିଆଇରୁ ଗହମ ନେଉଥିବା ଚକି ଏମିତି ଦରରେ ବିକ୍ରି କରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଟା ଦର ବୃଦ୍ଧିକୁ ଦେଖି ଏହି ପଦକ୍ଷେପ ନିଆଯାଇଛି।

4.ବେଗୁନିଆ ଓ ରଣପୁରରେ ନୂଆ କୋର୍ଟ: ଖୋର୍ଦ୍ଧା ଜିଲ୍‍ଳା ବେଗୁନିଆ ଏବଂ ନୟାଗଡ଼ର ରଣପୁରଠାରେ ଦୁଇ ନୂଆ କୋର୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ୩ ତାରିଖରେ ନୟାଗଡ଼ଠାରେ ବରିଷ୍ଠ ବର୍ଗ ଦେଓ୍ୱାନୀ କୋର୍ଟ ତଥା ସହକାରୀ ସେସନ୍ସ କୋର୍ଟ ଉଦ୍‍ଘାଟନ କରାଯିବ। ସେହିପରି ୪ ତାରିଖ ଶନିବାର ଅପରାହ୍ଣରେ କନିଷ୍ଠ ବର୍ଗ ଦେଓ୍ୱାନୀ କୋର୍ଟ ତଥା ଜେଏମ୍‍ଏଫ୍‍ସି କୋର୍ଟ ଉଦ୍‍ଘାଟନ କରାଯିବ। ଏନେଇ ଆଇନ ବିଭାଗ ପକ୍ଷରୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚିତ କରାଯାଇଛି।

5.କଳାହାଣ୍ଡିରେ ଲକ୍ଷ୍ମୀ ବସ୍‍ ଓ ମେଡିକାଲ୍‍ କଲେଜ: କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଏହି ଜିଲ୍ଲାକୁ ବହୁ ପ୍ରତୀକ୍ଷିତ ସରକାରୀ ମେଡିକାଲ୍‍ କଲେଜ୍‍ ଓ ଗମନା ଗମନ ଲାଗି ଲକ୍‍ମୀ ବସ୍‍ ସେବା ଉପହାର ମିଳିଛି। ସହୀଦ ରେଣ୍ଡୋ ମାଝିଙ୍କ ନାମରେ ଏହି ମେଡିକାଲ୍‍ କଲେଜ ନାମିତ କରାଯାଇଛି। ୪୩.୧୮ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ମେଡିକାଲ୍‍ କଲେଜରେ ୧୦୦ ଜଣ ଛାତ୍ର ଏବର୍ଷଠାରୁ ଆଡ୍‍ମିଶନ ନେଇଛନ୍ତି।

6.ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ: କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଳାର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ନାମରେ ନାମିତ କରିଛନ୍ତି। ଏଣିକି ଏହି ବିଶ୍ୱବିଦ୍ୟାଳୟ  ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ହେବ। କଳାହାଣ୍ଡି ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

7.ଅକ୍ଟୋବରରେ ୯୦ ଲକ୍ଷ: ଭୁବନେଶ୍ୱରରେ ବିଭିନ୍ନ ଟ୍ରାଫିକ୍‍ ନିୟମ ଏବଂ ସହରାଞ୍ଚଳ ପୁଲିସ ଆଇନକୁ ଉଲ୍ଲଂଘନ କରିଥିବା ଅଭିଯେଗରେ ୧୩ ହଜାର ୭୯୧ଜଣଙ୍କଠାରୁ ୯୦ ଲକ୍ଷ ୨୨ ହଜାର ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ପାର୍ବଣ ଋତୁରେ ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ ଯୋଗୁ ଏହି ଜରିମାନା ଆଦାୟ ହୋଇଛି। ସର୍ବସାଧାରଣସ୍ଥାନରେ ପାର୍କିଂ, ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ,  ମଦ୍ୟପାନ, ଧୂମ୍ରପାନ ପ୍ରଭୃତି ଅଭିଯୋଗକୁ ଆଧାର କରାଯାଇ ଏହି ଜରିମାନା ଲଗାଯାଇଥିଲା।

8.ସୁଶାନ୍ତ ନନ୍ଦ ନୂତନ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ: ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦଙ୍କୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ(ପିସିସିଏଫ୍‌-ଓ୍ବାଇଲ୍ଡ ଲାଇଫ୍‌) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।  ସୁଶୀଲ କୁମାର ପୋପଲିଙ୍କ ଅବସର ପରେ ଏହି ପଦ ଖାଲି ପଡ଼ିଥିଲା। ଶ୍ରୀ ନନ୍ଦ ଅତିରିକ୍ତ ଦାୟିତ୍ୱ ଭାବେ ସିଡିଏ ଓ ପିଡି ଆଇସିଜେଏମପି ଦାୟିତ୍ୱରେ ଅଛନ୍ତି।

9.ଜିଏସ୍‍ଟି ଆଦାୟ ୧୧ % ବୃଦ୍ଧି: ରାଜ୍ୟରେ ଜିଏସ୍‍ଟି ଆଦାୟ ଗତମାସ ଅପେକ୍ଷା ଅକ୍ଟୋବରେ ୧୧ ପ୍ରତିଶତ ବୃଦ୍ଧି ଘଟିଛି। ସମୁଦାୟ ୧୮୫୩ କୋଟି ୯୦ ଲକ୍ଷ ଟଙ୍କା ଜିଏସ୍‍ଟି ଆଦାୟ କରାଯାଇଥିବା କୁହାଯାଇଛି। ଏହି ମାସରେ ୨୧.୧୯ ଲକ୍ଷ ଓ୍ୱେ ବିଲ୍‍ ସଂଗ୍ରହ କରାଯାଇଛି, ଯାହାର ପରିମାଣ ପୂର୍ବମାସ ଅପେକ୍ଷା ୨୭ ପ୍ରତିଶତ ଅଧିକ।

10.ଶାହରୁଖଙ୍କ ଜନ୍ମଦିନ: ହିନ୍ଦି ସିନେମା ସୁପରଷ୍ଟାର ସାହରୁଖ ଖାନ୍‍ଙ୍କ ଆଜି ୫୮ତମ ଜନ୍ମଦିନ। ଏହି ଦିନଟିକୁ ଉତ୍ସବର ସହ ପାଳନ କରିବା ଲାଗି ଶାହାରୁଖଙ୍କ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ ହୋଇଥିବା ଜଣାପଡ଼ିଛି। ୨୦୨୩ ବର୍ଷରେ ଶାହରୁଖ ପଠାନ୍‍ ଓ ଜଓ୍ୱନ୍‍ ଭଳି ସୁପରହିଟ୍‍ ଫିଲ୍ମ ଦେଇଥିବାବେଳେ ଆଜି ତାଙ୍କର ତୃତୀୟ ସିନେମା ମୁକ୍ତିଲାଭ କରିବ।