Train Ticket Refund Rules: ଟ୍ରେନ୍ ମିସ୍ ହେଲେ ବି ନୋ-ଟେନସନ୍, ତଥାପି ଫେରସ୍ତ ପାଇବେ ଟଙ୍କା, ଜାଣନ୍ତୁ କିପରି?
Advertisement
Article Detail0/zeeodisha/odisha1519660

Train Ticket Refund Rules: ଟ୍ରେନ୍ ମିସ୍ ହେଲେ ବି ନୋ-ଟେନସନ୍, ତଥାପି ଫେରସ୍ତ ପାଇବେ ଟଙ୍କା, ଜାଣନ୍ତୁ କିପରି?

Train Ticket Refund Rules: ବର୍ତ୍ତମନ ଇଣ୍ଟରନେଟରେ ଏହି ପ୍ରଶ୍ନର ଉତ୍ତର ବହୁ ମାତ୍ରାରେ ଖୋଜାଯାଉଛି ଯେ ଯଦି ଆମେ ଆମର ଟ୍ରେନ୍ ମିସ୍ କରୁ, ତେବେ ଆମେ ଭାରତୀୟ ରେଳବାଇରୁ ଟଙ୍କା ଫେରସ୍ତ ପାଇପାରିବୁ କି ନାହିଁ? ଏହାର ଉତ୍ତର ହେଉଛି ହଁ! ଆସନ୍ତୁ ଜାଣିବା କିପରି ଟଙ୍କା ଫେରସ୍ତ ପାଇବେ ।

ସୌ: ସୋସିଆଲ ମିଡିଆ

Indian Railway: Train Ticket Refund Rules, ଦେଶରେ ଏହି ସମୟରେ ପ୍ରବଳ ଶୀତ ପଡିଛି । ଲୋକମାନେ ବେଡରୁ ଉଠିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏହି କାରଣ ଯୋଗୁଁ ଅନେକ ଲୋକ ନଜର ପୂର୍ବରୁ ସ୍ଥିର କରିଥିବା ଯାତ୍ରାରେ ବିଳମ୍ବ କରୁଛନ୍ତି । ଟ୍ରେନ ଯାତ୍ରା ବିଷୟରେ କହିଲେ, ଯଦି ଆପଣ ନିର୍ଦ୍ଧାରିତ ସମୟରେ ଷ୍ଟେସନରେ ପହଞ୍ଚି ନ ପାରନ୍ତି କିମ୍ବା ବିଳମ୍ବ କରନ୍ତି ତେବେ ଏହି କାରଣରୁ ଟ୍ରେନ୍ ମିସ୍ ହୋଇଯାଏ । ଟ୍ରେନ୍ ମିସ୍ ହେଲେ ସବୁଠାରୁ ବଡ ଅସୁବିଧା ଏହା ହୋଇଥାଏ ଯେ ଆପଣଙ୍କ ଦ୍ୱାରା ବୁକ୍ ହୋଇଥିବା ଟିକେଟର ସମସ୍ତ ଟଙ୍କା ଚାଲିଯାଏ । ଯଦିଓ, ଏହା ବର୍ତ୍ତମାନ ଆଉ ଘଟିବ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ କେବଳ ଟିକେଟ୍ ବାତିଲ୍ କରିବା କିମ୍ବା ଟ୍ରେନ୍ ବାତିଲ୍ ହେଲେ ନିଜ ଟଙ୍କା ଫେରସ୍ତ ପାଇଥାନ୍ତି, କିନ୍ତୁ ବର୍ତ୍ତମାନ ଟ୍ରେନ୍ ମିସ୍ ହେଲେ ମଧ୍ୟ ଆପଣ ରେଳବାଇ ପାଖରୁ ସମସ୍ତ ଟଙ୍କା ଫେରସ୍ତ ପାଇପାରିବେ । ଆମେ ଆପଣଙ୍କୁ ଆଜି ଏହି ଆର୍ଟିକିଲରେ କହିବୁ କିପରି ନିଜର ଟଙ୍କା ଫେରସ୍ତ ପାଇ ପାରିବେ ।

ଶୀତଦିନେ ଏହି ପ୍ରଶ୍ନ ଇଣ୍ଟରନେଟରେ ବହୁତ ଖୋଜାଯାଉଛି ଯେ ଯଦି ଆମେ ଆମର ଟ୍ରେନ୍ ମିସ୍ କରୁ, ତେବେ ଆମେ ଭାରତୀୟ ରେଳବାଇରୁ ଟଙ୍କା ଫେରସ୍ତ ପାଇପାରିବୁ କି? ଉତ୍ତର ହେଉଛି ହଁ! ଆପଣ ସମ୍ପୂର୍ଣ୍ଣ ରୂପେ ଫେରସ୍ତ ପାଇପାରିବେ, ଏଥିପାଇଁ କେବଳ ଏକ ସରଳ ପଦ୍ଧତି ଅନୁସରଣ କରିବାକୁ ପଡିବ । ବାସ୍ତବରେ, ଯଦି ଏହା ଆପଣଙ୍କ ସହିତ ଘଟେ, ଅର୍ଥାତ୍ ଆପଣ ଆପଣଙ୍କର ଟ୍ରେନ୍ ମିସ୍ କରନ୍ତି, ତେବେ ଆପଣ ଆପଣଙ୍କର TDR ଭରି ଟିକେଟ୍ ଟଙ୍କା ଫେରସ୍ତ ପାଇଁ କ୍ଲେମ୍ କରିପାରିବେ ।

କିପରି ଭରିବେ TDR
TDR ହେଉଛି ଟିକେଟ୍ ଜମା ରସିଦ । ଯଦି ଆପଣ ଆପଣଙ୍କ ଟ୍ରେନକୁ ମିସ୍ କରି ଦେଇଛନ୍ତି, ତେବେ ଆପଣ ଏହାକୁ ଅନଲାଇନ୍ କିମ୍ବା ଅଫଲାଇନ୍ ଫାଇଲ୍ କରନ୍ତୁ । ଆସନ୍ତୁ ଜାଣିବା କିପରି ଭରିବେ TDR ...

  • ପ୍ରଥମେ ଆପଣଙ୍କର IRCTC ଆକାଉଣ୍ଟରେ ଲଗ୍ଇନ୍ କରନ୍ତୁ ।
  • ବର୍ତ୍ତମାନ ବୁକ୍ ହୋଇଥିବା ଟିକେଟ୍ ହିଷ୍ଟ୍ରୀ ଉପରେ କ୍ଲିକ୍ କରନ୍ତୁ ।
  • ଯେଉଁ PNR ଉପରେ TDR ଫାଇଲ କରିବେ, ତାକୁ ଚୟନ କରନ୍ତୁ ଓ ତାପରେ ଫାଇଲ୍ TDR ଉପରେ କ୍ଲିକ୍ କରନ୍ତୁ ।
  • TDR ଫେରସ୍ତ ପାଇଁ ଟିକେଟ୍ ଡିଟେଲରୁ ଯାତ୍ରୀଙ୍କ ନାମ ଚୟନ କରନ୍ତୁ ।
  • TDR ଦାଖଲ କରିବାର କାରଣ ବାଛନ୍ତୁ କିମ୍ବା ଅନ୍ୟ ଏକ କାରଣ ଏଣ୍ଟ୍ରି କରିବାକୁ “Others” ଉପରେ କ୍ଲିକ୍ କରନ୍ତୁ ।
  • ବର୍ତ୍ତମାନ ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
  • ଯଦି ଆପଣ “Other” ଅପ୍ସନ୍ ସିଲେକ୍ଟ କରିଛନ୍ତି ତେବେ ଟେକ୍ସଟ୍ ବକ୍ସ ଖୋଲିବ ।
  • ଫେରସ୍ତର କାରଣ ଲେଖି ଏହାକୁ ସବମିଟ୍ କରନ୍ତୁ ।
  • TDR ଫାଇଲ୍ କରିବା ସମୟରେ କନଫର୍ମମେସନ ଲେଖା ଦେଖାଯିବ ।
  • ସମସ୍ତ ବିବରଣୀ ସଠିକ୍ ଥିଲେ ଓକେ ଉପରେ କ୍ଲିକ୍ କରନ୍ତୁ ।

କେତେ ସମୟ ମଧ୍ୟରେ ଫାଇଲ କରିବେ TDR?
ଟିକେଟ୍ ଜମା ରସିଦ ଅର୍ଥାତ୍ TDR ଦାଖଲ ପାଇଁ ମଧ୍ୟ ଏକ ସମୟ ସୀମା ଅଛି । ଏହା ନୁହେଁ ଯେ ଆପଣ ଟ୍ରେନ୍ ଆଜି ମିସ କଲେ ଓ ଆପଣ ଏହାର ଦୁଇ ଦିନ ପରେ TDR ଦାଖଲ କରିବେ । ବାସ୍ତବରେ, ଭାରତୀୟ ରେଳବାଇର ନିୟମ କହୁଛି ଯେ ଯଦି ଆପଣ ଆପଣଙ୍କ ଟ୍ରେନକୁ ହରାଇଥିଲେ, ଷ୍ଟେସନରୁ ଟ୍ରେନ ଛାଡିବାର ୧ ଘଣ୍ଟା ମଧ୍ୟରେ ଆପଣଙ୍କୁ TDR ଦାଖଲ କରିବାକୁ ପଡିବ । ଏହାପରେ ଆପଣଙ୍କର ଟିକେଟ୍ ଫେରସ୍ତ ଟଙ୍କା ଆସିବାକୁ ପ୍ରାୟ ୬୦ ଦିନ ଲାଗିପାରେ । 

ଏହା ବି ପଢନ୍ତୁ: Gautam Adani: ବଡ଼ ଖୁଲାସା କଲେ ଗୌତମ ଆଦାନୀ, କହିଲେ- କିଏ ଅଟନ୍ତି ତାଙ୍କର ପ୍ରେରଣା ଓ ଆଦର୍ଶ?