Ukraine Chopper Crash: ହେଲିକପ୍ଟର ଦୁର୍ଘଟଣାରେ ଗୃହମନ୍ତ୍ରୀଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ, ୨୯ ଗୁରୁତର
Advertisement
Article Detail0/zeeodisha/odisha1534257

Ukraine Chopper Crash: ହେଲିକପ୍ଟର ଦୁର୍ଘଟଣାରେ ଗୃହମନ୍ତ୍ରୀଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ, ୨୯ ଗୁରୁତର

Ukraine Chopper Crash: ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ସାମିଲ ଅଛନ୍ତି । ଏହି ଦୁର୍ଘଟଣାରେ ଆହତ ୨୯ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ସେଥିମଧ୍ୟରୁ ୧୫ ଜଣ ଶିଶୁ ସାମିଲ ଅଛନ୍ତି । ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ହେଲିକପ୍ଟରଟି ପ୍ରଥମେ କିଣ୍ଡରଗାର୍ଟନ କୋଠାକୁ ଟକ୍କର ମାରିଥିଲା ଓ ପରେ ନିକଟସ୍ଥ ଏକ ଆବାସିକ କୋଠା ନିକଟରେ ଖସିପଡିଥିଲା ।

Ukraine Chopper Crash: ହେଲିକପ୍ଟର ଦୁର୍ଘଟଣାରେ ଗୃହମନ୍ତ୍ରୀଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ, ୨୯ ଗୁରୁତର

Ukrainian Interior Minister Death: ୟୁକ୍ରେନର ରାଜଧାନୀ କୀଭର ବାହାର ଅଞ୍ଚଳରେ ଏକ ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା ଘଟିଛି । ଏହି ଭୀଷଣ ହେଲିକପ୍ଟର ଦୁର୍ଘଟଣାରେ ଦେଶର ଗୃହମନ୍ତ୍ରୀ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ରାଜଧାନୀ କୀଭର ଉପକଣ୍ଠରେ ଥିବା ଏକ କିଣ୍ଡରଗାର୍ଟନ ନିକଟରେ ହେଲିକପ୍ଟର ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ସାମିଲ ଅଛନ୍ତି । ଏହି ଦୁର୍ଘଟଣାରେ ଆହତ ୨୯ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ସେଥିମଧ୍ୟରୁ ୧୫ ଜଣ ଶିଶୁ ସାମିଲ ଅଛନ୍ତି । ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ହେଲିକପ୍ଟରଟି ପ୍ରଥମେ କିଣ୍ଡରଗାର୍ଟନ କୋଠାକୁ ଟକ୍କର ମାରିଥିଲା ଓ ପରେ ନିକଟସ୍ଥ ଏକ ଆବାସିକ କୋଠା ନିକଟରେ ଖସିପଡିଥିଲା ।

ଏହି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରୀ ଡାନିୟସ୍ ମୋନାଷ୍ଟିରସ୍କି (Denys Monastyrskiy) ଙ୍କ ସହ ଅନ୍ୟ ୮ ଜଣ ଥିଲେ । ଯେଉଁ ସମୟରେ ଦୁର୍ଘଟଣା ଘଟିଥିଲା, ସେତେବେଳେ ଅନ୍ଧାର ଓ ଘନ କୁହୁଡି ଥିଲା । ଅଧିକାରୀ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଉପ ଆଭ୍ୟନ୍ତରୀଣ ମନ୍ତ୍ରୀ ଓ ରାଜ୍ୟ ସଚିବଙ୍କ ବି ମୃତ୍ୟୁ ଘଟିଛି । ଦେଶର ପୋଲିସ୍ ମୁଖ୍ୟ ତାଙ୍କ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି ଯେ,  ଏହି ହେଲିକପ୍ଟରଟି ୟୁକ୍ରେନର ରାଜ୍ୟ ଜରୁରୀକାଳୀନ ସେବାର ଥିଲା । ଜଳିଯାଇଥିବା କୋଠା ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଭଗ୍ନାବଶେଷ ଦୃଶ୍ୟମାନ ହୋଇଥିଲା ।

ତେବେ ଏହି ହେଲିକପ୍ଟର ଦୁର୍ଘଟଣା ଋଷର ଆକ୍ରମଣରେ ଘଟିଛି ନା ଏମିତି ଘଟିଛି, ଏହା ଉପରେ କୌଣସି ସୂଚନା ପ୍ରକାଶ ପାଇନାହିଁ । ଏହା ସହିତ ରାଜଧାନୀ କୀଭରେ କୌଣସି ଆକ୍ରମଣ ବିଷୟରେ ସୂଚନା ନାହିଁ । ଏଥି ସହ କୀଭର କ୍ଷେତ୍ରୀୟ ଗଭର୍ଣ୍ଣର କହିଛନ୍ତି ଯେ,  ଏହି ଦୁର୍ଘଟଣାରେ ୧୫ ଜଣ ଶିଶୁଙ୍କ ସମେତ ମୋଟ ୨୯ ଜଣ ଆହତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟା କ'ଣ ପାଇଁ ହୋଇପାରିଲେନି ଟିମ୍ ଇଣ୍ଡିଆର ସ୍ଥାୟୀ ଅଧିନାୟକ, ସାମ୍ନାକୁ ଆସିଲା ଏହି ବଡ଼ କାରଣ

ଅଧିକ ପଢ଼ନ୍ତୁ:-ଭୁବନେଶ୍ୱରରେ ୨ ନାବାଳିକାଙ୍କ ସହ ଗଣଦୁଷ୍କର୍ମ, ରାତିସାରା ଦୌଡ଼ିରେ ବାନ୍ଧି କଲେ ଏହି ଘୃଣ୍ୟ କାମ

ଅଧିକ ପଢ଼ନ୍ତୁ:-ଶ୍ରେୟସ୍ ଆୟରଙ୍କ ପରେ ବର୍ତ୍ତମାନ ଏହି ଖେଳାଳି ମଧ୍ୟ ପ୍ରଥମ ଦିନିକିଆରୁ ହେଲେ ବାହାର

ୟୁକ୍ରେନର ନ୍ୟାସନାଲ୍ ପୋଲିସର ମୁଖ୍ୟ ଇଗୋର କ୍ଲେମେଙ୍କୋ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ୨ ଜଣ ଶିଶୁଙ୍କ ସମେତ ମୋଟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି । ମୃତକଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ମନ୍ତ୍ରୀ ଡେନିସ୍ ମୋନାଷ୍ଟିରସ୍କିଙ୍କ ସମେତ ଅନେକ ବରିଷ୍ଠ ମନ୍ତ୍ରଣାଳୟର ଅଧିକାରୀ ଅଛନ୍ତି ବୋଲି ସେ କହିଛନ୍ତି । ୪୨ ବର୍ଷୀୟ ଡେନିସ୍ ମୋନାଷ୍ଟିରସ୍କି ୨୦୨୧ ମସିହାରେ ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା ।

ମିଡିଆ ରିପୋର୍ଟ ଅନୁଯାୟୀ, ହେଲିକପ୍ଟର ଦୁର୍ଘଟଣା ରାଜଧାନୀ କୀଭ ଠାରୁ ୨୦ କିଲୋମିଟର ଦୂରରେ ଥିବା ବ୍ରୋଭାରୀ ଅଞ୍ଚଳରେ ଘଟିଛି । ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା ।