ନୂଆଦିଲ୍ଲୀରେ ‘ଜଳବାୟୁ ପରିବର୍ତ୍ତନ ପାଇଁ କଳା ପ୍ରଦର୍ଶନୀ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
Advertisement
Article Detail0/zeeodisha/odisha1851195

ନୂଆଦିଲ୍ଲୀରେ ‘ଜଳବାୟୁ ପରିବର୍ତ୍ତନ ପାଇଁ କଳା ପ୍ରଦର୍ଶନୀ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

Climate Change Art Exhibition: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଓଡ଼ିଶା ସମେତ ଦେଶର କଳା, ସଂସ୍କୃତି ଓ ହସ୍ତକଳାର ପ୍ରଚାର ପ୍ରସାର ପାଇଁ ଆୟୋଜକ ‘ଓଡ଼ିଆ’କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜି-୨୦ ସମ୍ମିଳନୀକୁ ଧ୍ୟାନରେ ରଖି ଏକ ଅନ୍ତରାଷ୍ଟ୍ରୀୟ ସ୍ତରର ପ୍ରଦର୍ଶନୀ ଆୟୋଜନ କରାଯିବା ପ୍ରଶଂସନୀୟ

ନୂଆଦିଲ୍ଲୀରେ ‘ଜଳବାୟୁ ପରିବର୍ତ୍ତନ ପାଇଁ କଳା ପ୍ରଦର୍ଶନୀ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

Climate Change Art Exhibitionନୂଆଦିଲ୍ଲୀ: ପ୍ରଗତି ମଇଦାନରେ ଅର୍ଗାନାଇଜେସନ୍ ଫର୍ ଡେଭଲପମେଣ୍ଟ୍ ଆଣ୍ଡ୍ ଇଣ୍ଟିଗ୍ରେସନ୍ ଅଫ୍ ଆର୍ଟ ଓ ଆର୍ଟିଷ୍ଟ (O.D.I.A.A.) ପକ୍ଷରୁ ଆୟୋଜିତ ପଞ୍ଚ ଦିବସୀୟ ଏକ ‘ଜଳବାୟୁ ପରିବର୍ତ୍ତନ (Climate change) ପାଇଁ ଏକ କଳା ପ୍ରଦର୍ଶନୀ’କୁ ଉଦଘାଟନ କରିବା ସହ ବୁଲି ଦେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଓଡ଼ିଶା ଏବଂ ଭାରତବର୍ଷର କଳା, ସଂସ୍କୃତି ଓ ହସ୍ତକଳାର ପ୍ରଚାର ପ୍ରସାର କରିବା ପାଇଁ ଆୟୋଜକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆଦିଲ୍ଲୀରେ ଜି-୨୦ ସମ୍ମିଳନୀକୁ ଧ୍ୟାନରେ ରଖି ଏକ ଅନ୍ତରାଷ୍ଟ୍ରୀୟ ସ୍ତରର ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଓଡ଼ିଶା ସମେତ ସର୍ବଭାରତୀୟ ସ୍ତରର କାରିଗରମାନେ ଏକାଠି ହୋଇ ଜଳବାୟୁ ପରିବର୍ତ୍ତନ ପାଇଁ ନିଜ କଳାକୁ ପ୍ରଦର୍ଶନୀ କରିବା ପ୍ରଶଂସନୀୟ । ଏକ କଳାକୁ ଦେଖିଲେ କେବଳ ଚିତ୍ର ଦେଖାଯାଇନାହିଁ ବରଂ କଳା ଭିତରେ ଥିବା ବିଚାରଧାରାକୁ ବୁଝିବାର ସୁଯୋଗ ମିଳିଥାଏ । ଦେଶର ଯୁବ ତଥା ଖ୍ୟାତନାମା କାରିଗରମାନେ ସର୍ବଭାରତୀୟ ମଞ୍ଚରେ ନିଜ ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିବାର ଏକ ସୁଯୋଗ ସୃଷ୍ଟି ହୋଇପାରିଛି । ଏହି ପ୍ରଦର୍ଶନୀ ପ୍ରେରଣାଦାୟୀ । ଏହି ପ୍ରଦର୍ଶନୀ ଉତ୍ସବରେ ସାମିଲ ଓଡ଼ିଆ ଏବଂ ଭାରତବର୍ଷର କାରିଗରଙ୍କୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । 

ବିଭିନ୍ନ ଆବର୍ଜନାକୁ ରିସାଇକ୍ଲିଂ କରି କିପରି ସେସବୁକୁ କଳାକୃତିରେ ରୂପାନ୍ତରିତ କରାଯାଇପାରିବ, ସେ ସମ୍ପର୍କିତ ସଚେତନତା ସୃଷ୍ଟି ହେଉଛି ଏ ପ୍ରଦର୍ଶନୀର ଅନ୍ୟତମ ମୂଳ ଉଦ୍ଦେଶ୍ୟ । ନିରନ୍ତର ବିକାଶ ଅର୍ଥାତ ସ୍ଥାୟୀ ବିକାଶ ନିମନ୍ତେ ଆବର୍ଜନା ପରିଚାଳନାର ଆବଶ୍ୟକତା ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ଏବଂ ସଚେତନତା ସୃଷ୍ଟି କରିବାର ବାର୍ତ୍ତା ନେଇ ଏ ପ୍ରଦର୍ଶନୀଟି ଆୟୋଜିତ ହେଉଛି ।

Also Read- I Phone 15 Launching News: ସେପ୍ଟେମ୍ବର ୧୨ରେ ଲଞ୍ଚ ହେବ ଆପଲ୍ ଆଇଫୋନ୍ ୧୫ ସିରିଜ୍: ଜାଣନ୍ତୁ ଏହାର ଫିଚର ସହ ଅନ୍ୟାନ୍ୟ ତଥ୍ଯ

Also Read- Success Story: ଛାଡିଲେ କମ୍ପାନୀର ୧୨ହଜାର ଟଙ୍କିଆ ଚାକିରୀ, ଚାଷ କରି ଲାଭ କଲେ କୋଟିଏ