Viral News: ୧୯ ବର୍ଷର ନାତି ନିଜ ଜେଜେମାଙ୍କୁ କଲେ ଗର୍ଭବତୀ! ସେୟାର କଲେ ରୋମାଣ୍ଟିକ୍ ଫଟୋ
Advertisement
Article Detail0/zeeodisha/odisha1580509

Viral News: ୧୯ ବର୍ଷର ନାତି ନିଜ ଜେଜେମାଙ୍କୁ କଲେ ଗର୍ଭବତୀ! ସେୟାର କଲେ ରୋମାଣ୍ଟିକ୍ ଫଟୋ

Viral News: ଡିଆନା ଇନଷ୍ଟାଗ୍ରାମ ଓ ଟିକଟୋକରେ ମଧ୍ୟ କହିଛନ୍ତି ଯେ ଭର୍ସେସ୍ ଜୋତା ଓ ମହଙ୍ଗା କ୍ରୀଡା କାରଗୁଡିକ ମଧ୍ୟ ମିଲେନାଙ୍କ ଠାରୁ ଉପହାରରେ ମିଳିଛି । ଯେତେବେଳେ ଉଭୟ ଡେଟିଂ କରୁଛନ୍ତି ବୋଲି କହିବାରୁ ଲୋକମାନେ ସେତେବେଳେ ଆହୁରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଆହୁରି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ଯେତେବେଳେ ମିଲେନା ନିଜର ଗର୍ଭବତୀ ହେବାର ଫଟୋ ଓ ଭିଡିଓ ମଧ୍ୟ ସେୟାର କରିଥିଲେ ।

Viral News: ୧୯ ବର୍ଷର ନାତି ନିଜ ଜେଜେମାଙ୍କୁ କଲେ ଗର୍ଭବତୀ! ସେୟାର କଲେ ରୋମାଣ୍ଟିକ୍ ଫଟୋ

Viral News, Grand Mother Pregnant: କେତେବେଳେ ଝିଅ ଟଙ୍କା ଲୋଭରେ ଜଣେ ବୃଦ୍ଧଙ୍କୁ ତା’ର ବଏଫ୍ରେଣ୍ଡ କରିନିଏ ତ କେତେବେଳେ ଜେଜେବାପା ଅଜାଣତରେ ନିଜ ନାତୁଣୀକୁ ବିବାହ କରିବସେ । ଆଜି ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ, ପ୍ରଥମେ ଆପଣଙ୍କୁ ମଧ୍ୟ ଏପରି କିଛି ଲାଗିବ । ପ୍ରକୃତରେ ବିଦେଶୀ ଗଣମାଧ୍ୟମରେ ଖବର ଆସିଛି ଯେ, ଜଣେ ଜେଜେମା ନିଜ ନାତିଙ୍କୁ ଭଲ ପାଉଛନ୍ତି ଓ ବୃଦ୍ଧାବସ୍ଥାରେ ତାଙ୍କ ସନ୍ତାନର ମା' ହେବାକୁ ଯାଉଛନ୍ତି । କିନ୍ତୁ ପରେ ଏହି ଘଟଣାର ଯେଉଁ ସତ ସାମ୍ନାକୁ ଆସିଛି, ତାହାକୁ ଜାଣିବା ପରେ ଯେକୌଣସି ବ୍ୟକ୍ତିର ରକ୍ତ ଗରମ ହୋଇଯିବ । ପ୍ରକୃତରେ ୭୬ ବର୍ଷୀୟ ଜେଜେମା ମିଲେନା ଗାଟା (Milina Gatta) ଓ ତାଙ୍କର ୧୯ ବର୍ଷୀୟ "ପ୍ରେମିକା" ଜିଉସେପ୍ ଡିଆନା (Giuseppe Diana) ଙ୍କ ଡଜନ ଡଜନ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ବର୍ତ୍ତମାନ ଏହି ଫଟୋ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି । ଫଟୋ ଗୁଡ଼ିକରେ ଉଭୟ ଦମ୍ପତିଙ୍କ ପରି ଚୁମ୍ବନ କରୁଥିବାର ଓ ବେଳେବେଳେ ହାତ ଧରି ରୋମାନ୍ସ କରୁଥିବା ଦେଖାଯାଉଛି । ଗୋଟିଏ ଫଟୋରେ ମିଲେନା ଗାଟା ମଧ୍ୟ ଡିଆନାଙ୍କୁ ଉପହାର ଦେଉଥିବାର ନଜର ଆସିଛନ୍ତି । ଡିଆନା ଇନଷ୍ଟାଗ୍ରାମ ଓ ଟିକଟୋକରେ ମଧ୍ୟ କହିଛନ୍ତି ଯେ ଭର୍ସେସ୍ ଜୋତା ଓ ମହଙ୍ଗା କ୍ରୀଡା କାରଗୁଡିକ ମଧ୍ୟ ମିଲେନାଙ୍କ ଠାରୁ ଉପହାରରେ ମିଳିଛି । ଯେତେବେଳେ ଉଭୟ ଡେଟିଂ କରୁଛନ୍ତି ବୋଲି କହିବାରୁ ଲୋକମାନେ ସେତେବେଳେ ଆହୁରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଆହୁରି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ଯେତେବେଳେ ମିଲେନା ନିଜର ଗର୍ଭବତୀ ହେବାର ଫଟୋ ଓ ଭିଡିଓ ମଧ୍ୟ ସେୟାର କରିଥିଲେ ।

ଟିକଟୋକ ଓ ଇନଷ୍ଟାଗ୍ରାମରେ ଅଧିକାଂଶ ଗାଟାର ଫୋଲୋୟର୍ସ ଏହି ସମ୍ପର୍କକୁ ହଜମ କରିପାରୁନାହାଁନ୍ତି । ଉଭୟଙ୍କ ମଧ୍ୟରେ ୫୭ ବର୍ଷର ବୟସ ପାର୍ଥକ୍ୟ ରହିଛି । ଲୋକମାନେ ଓଲଟାସିଧା କମେଣ୍ଟ କରିବା ଆରମ୍ଭ କଲେ । ଜଣେ ୟୁଜର୍ ଲେଖିଛନ୍ତି ଯେ, ଅବଶ୍ୟ ଏହା ଏକ ଆଦର୍ଶ ଯୋଡି ପରି ଦେଖାଯାଉ ନାହିଁ । କେହି କେହି ଲେଖିଛନ୍ତି, ଗାଟା ମହଙ୍ଗା ଉପହାର ଦେଇ ଡିଆନାଙ୍କ ସହ ଏକ ଚୁକ୍ତି କରୁଛନ୍ତି । ଇନଷ୍ଟାଗ୍ରାମରେ ଥିବା ଏକ ଫଟୋ ୟୁଜରମାନଙ୍କୁ ଅଧିକ ବିବ୍ରତ କରିଥିଲା ​​ଯେତେବେଳେ ଉଭୟ ଗୋଟିଏ କୋଠରୀରେ ରୋମାଣ୍ଟିକ୍ ଚୁମ୍ବନ କରୁଥିବାର ଦେଖାଯାଇଥିଲା ।

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ମାଗଣା ରାସନ ନେଉଥିବା ଲୋକଙ୍କ ପାଇଁ ବଡ଼ ଖୁସି ଖବର, ଫେବୃଆରୀରେ ମିଳିବ ଡବଲ ରାସନ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର, ଟେଷ୍ଟ ପରେ ଦିନିକିଆ ସିରିଜରୁ ବାହାର ହେଲେ ଏହି ବଡ଼ ମ୍ୟାଚ୍ ୱିନର୍

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଯୋଜନା ଲାଗୁ କରିଥିବା ରାଜ୍ୟଗୁଡିକୁ ଲାଗିଲା ଜୋରଦାର ଝଟକା! ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନେଲେ ଏହି ବଡ଼ ନିଷ୍ପତ୍ତି

ଜଣେ ୟୁଜର ଲେଖିଛନ୍ତି, ମୁଁ ଭାବିଲି ସେ ତୁମର ଜେଜେମା ହେବ, କିନ୍ତୁ ଯେତେବେଳେ ମୁଁ ଦେଖିଲି ତୁମେ କପଲଙ୍କ ପରି ରୋମାନ୍ସ କରିବାରେ ବ୍ୟସ୍ତ, ସେତେବେଳେ ଆଖି ସାମ୍ନାରେ ଅନ୍ଧକାର ମାଡ଼ି ଆସିଛି । ଏପରିକି କେହି କେହି ପୋଲିସକୁ କଲ କରିବାକୁ ଧମକ ଦେଇଥିଲେ । ଏହି ଫଟେଗୁଡ଼ିକ ଉପରେ ଏକ ସପ୍ତାହ ଧରି ହଇଚଇ ସୃଷ୍ଟି ହେବା ପରେ ମିଲେନା ଗାଟା ଏକ ହୃଦୟ ବିଦାରକ ଖୁଲାସା କରିଥିଲେ । ସେ କହିଛନ୍ତି ଯେ, ପ୍ରକୃତରେ ଉଭୟେ ସମ୍ପର୍କରେ ଜେଜେମା ଓ ନାତି ହେବେ । ସେମାନେ ଏକ ଗେମ୍ ଖେଳୁଥିଲେ । ଭାଲେଣ୍ଟାଇନ୍ସ ଡେ’ର କିଛି ଦିନ ପରେ ଅନେକ ଲୋକ ଗାଟାର ଏହି ଖୁଲାସା ଉପରେ କ୍ରୋଧ ପ୍ରକାଶ କରିଛନ୍ତି ।