Viral Video: ବାପାଙ୍କୁ ୧୦୦ରୁ ଉର୍ଦ୍ଧ୍ୱ ତ ପୁଅକୁ ହେବ ପ୍ରାୟ ୮୦ ବର୍ଷ; ଉଭୟଙ୍କ ମଧ୍ୟରେ ରହିଛି ଜବରଦସ୍ତ ଭଲପାଇବା, ଭିଡିଓ ଦେଖି ଆପଣ ବି ହୋଇଯିବେ ଭାବୁକ
Advertisement
Article Detail0/zeeodisha/odisha1578697

Viral Video: ବାପାଙ୍କୁ ୧୦୦ରୁ ଉର୍ଦ୍ଧ୍ୱ ତ ପୁଅକୁ ହେବ ପ୍ରାୟ ୮୦ ବର୍ଷ; ଉଭୟଙ୍କ ମଧ୍ୟରେ ରହିଛି ଜବରଦସ୍ତ ଭଲପାଇବା, ଭିଡିଓ ଦେଖି ଆପଣ ବି ହୋଇଯିବେ ଭାବୁକ

Father Son Emotional Story: ଅଧ୍ୟୟନ ଓ ଚାକିରି ପାଇଁ ସେମାନେ ଘର ଛାଡ଼ି ଅନ୍ୟ ସହରକୁ ଯିବାକୁ ବାଧ୍ୟ ହେଉଛନ୍ତି, ଏହି ସମ୍ପର୍କରେ ଏକ ଶୂନ୍ୟସ୍ଥାନ ଦେଖାଦେଇଛି । ଅତୀତରେ ବୟସ ଯାହା ବି ହେଉନା କାହିଁକି, ବାପାଙ୍କ ପାଇଁ ତାଙ୍କ ପୁଅ ଏକ ଛୋଟ ଶିଶୁ ହୋଇ ରହୁଥିଲେ । ସେହିଭଳି ଉଭୟଙ୍କ ମଧ୍ୟରେ ଅଲଗା ପ୍ରକାରର ସ୍ନେହ ମମତା ଭଲପାଇବା ଦୃଶ୍ୟମାନ ହେଉଥିଲା । 

Viral Video: ବାପାଙ୍କୁ ୧୦୦ରୁ ଉର୍ଦ୍ଧ୍ୱ ତ ପୁଅକୁ ହେବ ପ୍ରାୟ ୮୦ ବର୍ଷ; ଉଭୟଙ୍କ ମଧ୍ୟରେ ରହିଛି ଜବରଦସ୍ତ ଭଲପାଇବା, ଭିଡିଓ ଦେଖି ଆପଣ ବି ହୋଇଯିବେ ଭାବୁକ

Viral News, Father Son Emotional Story: ବାାପ-ପୁଅର ସମ୍ପର୍କ (Father Son Relationship) ସର୍ବଦା ଅନନ୍ୟ ହୋଇଥାଏ । ଉଭୟଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର ବୋଣ୍ଡିଂ ରହିଥାଏ । କିନ୍ତୁ ଆଜିର ଯୁଗରେ ଯେତେବେଳେ ଲୋକମାନେ ନିଜ ପରିବାର ଠାରୁ ଦୂରକୁ ଯାଉଛନ୍ତି । ଅଧ୍ୟୟନ ଓ ଚାକିରି ପାଇଁ ସେମାନେ ଘର ଛାଡ଼ି ଅନ୍ୟ ସହରକୁ ଯିବାକୁ ବାଧ୍ୟ ହେଉଛନ୍ତି, ଏହି ସମ୍ପର୍କରେ ଏକ ଶୂନ୍ୟସ୍ଥାନ ଦେଖାଦେଇଛି । ଅତୀତରେ ବୟସ ଯାହା ବି ହେଉନା କାହିଁକି, ବାପାଙ୍କ ପାଇଁ ତାଙ୍କ ପୁଅ ଏକ ଛୋଟ ଶିଶୁ ହୋଇ ରହୁଥିଲେ । ସେହିଭଳି ଉଭୟଙ୍କ ମଧ୍ୟରେ ଅଲଗା ପ୍ରକାରର ସ୍ନେହ ମମତା ଭଲପାଇବା ଦୃଶ୍ୟମାନ ହେଉଥିଲା । ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ବହୁତ ପସନ୍ଦ କରାଯାଉଛି ।

ଏହି ଭିଡିଓ ଟ୍ୱିଟରରେ @ @goodpersonSrini ଆକାଉଣ୍ଟରୁ ସେୟାର କରାଯାଇଛି । କ୍ୟାପସନରେ ଲେଖାଯାଇଛି, "ବାପା ୧୦୦+ ଓ ପୁଅ ୭୫, କଣ ଆଗାମୀ ପିଢ଼ି ଏପରି ସମ୍ପର୍କ ବଜାୟ ରଖିବାରେ ସକ୍ଷମ ହେବେ କି?" ପ୍ରକୃତରେ ଭିଡିଓରେ, ଯେଉଁ ବ୍ୟକ୍ତିଙ୍କ ବୟସ ପ୍ରାୟ ୭୫ ହେବ, ସେ ତାଙ୍କ ବାପାଙ୍କ ସହ ଅତି ଘନିଷ୍ଠ ଭାବରେ କଥାବାର୍ତ୍ତା ହେଉଥିବା ଦେଖାଯାଉଛି । ତାଙ୍କ ବାପା ଖଟ ଉପରେ ପଡ଼ିଛନ୍ତି ଓ ସେ ଧୀରେ ଧୀରେ ତାଙ୍କୁ କିଛି ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଯେତେବେଳେ ବାପା କିଛି ବୁଝନ୍ତି ନାହିଁ, ପୁଅ କାନ ପାଖକୁ ଯାଇ ତାଙ୍କ କଥା କହିଥାଏ । ଏହା ପରେ ମୁହଁରୁ ସିଟି ବଜାଇ ତାଙ୍କୁ ଗୀତ ଶୁଣାଇବାକୁ ଚେଷ୍ଟା କରନ୍ତି । ବାପାଙ୍କୁ ଗୀତର ଲିରିକ୍ସ କହିବାକୁ କୁହନ୍ତି । ସେଠାରେ ଏକ ଝିଅ ଓ ଜଣେ ମହିଳା ମଧ୍ୟ ବସିଛନ୍ତି ଯେଉଁମାନେ ବୋଧହୁଏ ପରିବାରର ସଦସ୍ୟ ହେବେ ।

ଭିଡିଓ କେଉଁଠୁ ଆସିଛି ତାହା ଜଣା ପଡିନାହିଁ, କିନ୍ତୁ ସେମାନଙ୍କ ବାର୍ତ୍ତାଳାପରୁ ଜଣାପଡିଛି ଯେ ସେମାନେ ଦକ୍ଷିଣ ଭାରତର ତାମିଲନାଡୁର ବାସିନ୍ଦା । ଜଗନ୍ନାଥନ୍ ନାମକ ଜଣେ ବ୍ୟକ୍ତି ଏହି ପୋଷ୍ଟରେ ଉତ୍ତର ଦେଇଛନ୍ତି ଓ ଏହି ଭିଡିଓକୁ ତାଙ୍କ ପରିବାରର ବୋଲି କହିଛନ୍ତି । @GodpersonSrini କୁ ଧନ୍ୟବାଦ ଦେଇ ସେ ଲେଖିଛନ୍ତି ଯେ, ଧନ୍ୟବାଦ-ସେ ମୋର ବାପା । ତାଙ୍କୁ ୧୦୪ ବର୍ଷ ବୟସ ହେବ । ବର୍ତ୍ତମାନ ଜାନୁଆରୀ ୧୯ରେ ଆମେ ତାଙ୍କର ୧୦୫ ତମ ଜନ୍ମଦିନ ପାଳନ କରିଛୁ । ତାଙ୍କ ସହ ମୋର ଭାଇ ଅଛନ୍ତି । ମୋର ବୟସ ୭୪ ବର୍ଷ ଏହି ବର୍ଷ ଜାନୁଆରୀ ୧୭ରେ, ମୁଁ ମୋର ୭୫ ତମ ଜନ୍ମଦିନ ପାଳନ କରିଛି ।

VIDEO:-https://twitter.com/goodpersonSrini/status/1626044018093330432?ref_src=t...

ଅଧିକ ପଢ଼ନ୍ତୁ:-୧୦ ବର୍ଷ ପରେ ଭାରତର ଦିନିକିଆ ଦଳକୁ ଫେରିଲେ ଏହି ବଡ଼ ମ୍ୟାଚ୍ ୱିନର

ଅଧିକ ପଢ଼ନ୍ତୁ:-ଅସୁସ୍ଥ ପୁଅ ପାଇଁ ଭଗବାନ ପାଲଟିଲେ ବାପା, ଜୀବନ ବଞ୍ଚାଇବାକୁ ନିଜ ମୁହଁରୁ ଅକ୍ସିଜେନ ଦେଲେ ବାପା

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୨ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଘୋଷଣା, ଦଳକୁ ଫେରିଲେ ଏହି ଖତରନାକ୍ ଖେଳାଳି

ଅଧିକ ପଢ଼ନ୍ତୁ:-ଟ୍ରେନରେ କପଲ୍ ପାର କଲା ମର୍ଯ୍ୟାଦାର ସମସ୍ତ ସୀମା! ଯାତ୍ରୀମାନଙ୍କ ଆଗରେ ରଖିଲେ ଶାରୀରିକ ସମ୍ପର୍କ

ଏହି ଭିଡିଓକୁ ୪.୭୬ ଲକ୍ଷ ଥର ଦେଖାଯାଇଛି । ପ୍ରାୟ ୧୬ ହଜାର ଲାଇକ୍ ଓ ଦୁଇ ହଜାରରୁ ଅଧିକ ଲୋକ ରିଟ୍ୱିଟ୍ କରିଛନ୍ତି । ଲୋକମାନେ ଏହି କେମେଷ୍ଟ୍ରୀକୁ ଦେଖି ଭାବପ୍ରବଣ ହେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଆପଣ ବହୁତ ଭାଗ୍ୟବାନ । ସମସ୍ତେ ନିଜ ବାପାମାଙ୍କ ସହିତ ରହିବାକୁ ଚାହାଁନ୍ତି, ସେମାନଙ୍କ ପ୍ରେମକୁ ଅନୁଭବ କରିବାକୁ, ସେମାନଙ୍କର ଯତ୍ନ ନେବାକୁ, ଗୀତ ଗାଇବାକୁ ଏବଂ ସେମାନଙ୍କ ସହିତ ରହିବାକୁ ଏତେ ବଡ଼ ସୁଯୋଗ ପାଆନ୍ତି ନାହିଁ ।