Weird Marriage Rituals: ଅଜବ ପରମ୍ପରା! ଏଠାରେ ସିଗାରେଟ ଦେଇ ଜ୍ବାଇଁକୁ ସ୍ବାଗତ କରିଥାଆନ୍ତି ଶାଶୁ
Advertisement

Weird Marriage Rituals: ଅଜବ ପରମ୍ପରା! ଏଠାରେ ସିଗାରେଟ ଦେଇ ଜ୍ବାଇଁକୁ ସ୍ବାଗତ କରିଥାଆନ୍ତି ଶାଶୁ

ବିଭିନ୍ନତାର ଦେଶ ହେଉଛି ଭାରତ । ସ୍ଥାନ ପରିବର୍ତ୍ତନ ହେବା ସହ ଏଠାରେ ବେଶଭୁଷା, ପରମ୍ପରା, ଭାଷା ଓ ସଂସ୍କୃତିରେ ମଧ୍ୟ ପରିବର୍ତ୍ତନ ଆସିଥାଏ । କିଛି କିଛି ପରମ୍ପରା ତ ଏଭଳି ଥାଏ ଯାହା ଆପଣ କେବେ ଶୁଣିନଥିବେ ବା ଦେଖିନଥିବେ । ଖାସ କରି ଯଦି ଆମେ ବାହାଘରର ରୀତି ନୀତି ଓ ପରମ୍ପରା କଥା କହିବା ତାହାଲେ ଏଭଳି କିଛି ପରମ୍ପରା ରହିଛି ଯାହା

ସୌ(ସୋସିଆଲ ମିଡିଆ)

Weird Marriage Rituals:ବିଭିନ୍ନତାର ଦେଶ ହେଉଛି ଭାରତ । ସ୍ଥାନ ପରିବର୍ତ୍ତନ ହେବା ସହ ଏଠାରେ ବେଶଭୁଷା, ପରମ୍ପରା, ଭାଷା ଓ ସଂସ୍କୃତିରେ ମଧ୍ୟ ପରିବର୍ତ୍ତନ ଆସିଥାଏ । କିଛି କିଛି ପରମ୍ପରା ତ ଏଭଳି ଥାଏ ଯାହା ଆପଣ କେବେ ଶୁଣିନଥିବେ ବା ଦେଖିନଥିବେ । ଖାସ କରି ଯଦି ଆମେ ବାହାଘରର ରୀତି ନୀତି ଓ ପରମ୍ପରା କଥା କହିବା ତାହାଲେ ଏଭଳି କିଛି ପରମ୍ପରା ରହିଛି ଯାହା ଶୁଣି ଆପଣଙ୍କ ହୋସ ଉଡ଼ିଯିବ । ବାହାଘରରେ ବର ପକ୍ଷକୁ ବେଶ ମାନ ସମ୍ମାନର ସହ ସ୍ବାଗତ କରିଥାଆନ୍ତି କନ୍ୟା ପକ୍ଷ । ଯେ କୌଣସି ସମ୍ପ୍ରଦାୟର ଲୋକେ ହୁଅନ୍ତୁ ନା କାହିଁକି ସେମାନେ ବର ବା ଜ୍ବାଇଁର ଚର୍ଚ୍ଚାରେ ତିଳେ ମାତ୍ର ହେଳା କରନ୍ତି ନାହିଁ । ତେବେ ଆଜି ଆପଣଙ୍କୁ ଏପରି ଏକ ପରମ୍ପରା ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବିହାଘର ସମୟରେ କିଛି ଅଜବ ଧରଣର ପରମ୍ପରାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳୁଛି ଯେ, ଜ୍ବାଇଁକୁ ମିଠା ନୁହେଁ ବରଂ ସିଗାରେଟ ଦେଇ ସ୍ବାଗତ କରୁଛନ୍ତି ଶାଶୁ ।

 

 
 
 
 

 
 
 
 
 
 
 
 
 
 
 

A post shared by Joohi K Patel (@joohiie)

ଆଜ୍ଞା ହଁ, ଶୁଣିକି ଅଜିବ ମନେ ହେଉଥି୍ବା ଏହି ଘଟଣାଟି କୌଣସି ଫିଲ୍ମ କି ସିରିଏଲର କାହାଣୀ ନୁହେଁ । ନିକଟରେ ଇଷ୍ଟାଗ୍ରାମରେ ଏନେଇ ଏକ ଭିଡ଼ିଓ ଭାଇରାଲ ହୋଇଛି । ଏହି ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଶାଶୁ ମିଠା ବଦଳରେ ଜ୍ୱାଇଁଙ୍କ ମୁହଁରେ ସିଗାରେଟ ଦେଇ ତାଙ୍କୁ ସ୍ବାଗତ କରୁଛନ୍ତି । ଖାଲି ଏତିକି ନୁହେଁ ପାଖରେ ଥିବା ଶ୍ବଶୁର ଦିଆସିଲ ସାହାଯ୍ୟରେ ଏହି ସିଗାରେଟକୁ ଜଳାଉଛନ୍ତି । ସିଗାରେଟ ଜଳିବା ପରେ ବର ଜଣଙ୍କ ଥରେ ସିଗାରେଟକୁ ଫୁଙ୍କି ଏହାକୁ ଫେରାଇଦେଉଛନ୍ତି । ଜୁହି ନାମକ ଜଣେ ବ୍ଲଗର ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡ଼ିଓଟିକୁ ସେୟାର କରିଛନ୍ତି, ଭିଡ଼ିଓ ସେୟାର କରି ସେ ଲେଖିଛନ୍ତି ଯେ, ବାହାଘର ଏକ ଅଜବ ପରମ୍ପରା ଦେଖିବାକୁ ମିଳିଲା । ଏଠାରେ ଜ୍ୱାଇଁକୁ ସିଗାରେଟ ଦେଇ ଶାଶୁ ସ୍ବାଗତ କରିଥାଆନ୍ତି । ଏହି ପରମ୍ପରା ବେଶ ପୁରୁଣା ଅଟେ । ପୂର୍ବରୁ ଏଥିରେ ସିଗାରେଟ ବଦଳରେ ବିଡି଼ ବ୍ୟବହାର କରାଯାଉଥିଲା । କିନ୍ତୁ ଏବେ ବିଡ଼ିର ସ୍ଥାନ ନେଇଛି ସିଗାରେଟ । ଦକ୍ଷିଣ ଗୁଜୁରାଟର କିଛି ଗାଁରେ ଏବେ ବି ଏହି ପରମ୍ପରା ଦେଖିବାକୁ ମିଳିଥାଏ । ବିହାର କେତେକ ସ୍ଥାନରେ ମଧ୍ଯ କିଛି ଏପରି ପରମ୍ପରା ଦେଖିବାକୁ ମିଳିଥାଏ । ଏହି ଭିଡ଼ିଓଟି ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ପ୍ରାୟ ୧୩୧,୨୬୪ ଲୋକେ ଲାଇକ କରିଥିବା ଦେଖିବାକୁ ମିଳିଛି ।

Also Read- Death Predict: କେବେ ହେବ ଆପଣଙ୍କ ମୃତ୍ୟୁ? ମରିବାର ସଠିକ୍ ସମୟ ଜାଣିପାରିବେ ସମସ୍ତେ, ଡାକ୍ତର କଲେ ନୂଆ ଆବିଷ୍କାର!