Aftab Narco Test: ନାର୍କୋ ଟେଷ୍ଟ କ'ଣ, ଏହା କିପରି କରେ କାମ? ଜାଣନ୍ତୁ ଅପରାଧୀଙ୍କଠୁ ସତ ବାହାର କରିବାରେ କେତେ ସଫଳ
Advertisement
Article Detail0/zeeodisha/odisha1446635

Aftab Narco Test: ନାର୍କୋ ଟେଷ୍ଟ କ'ଣ, ଏହା କିପରି କରେ କାମ? ଜାଣନ୍ତୁ ଅପରାଧୀଙ୍କଠୁ ସତ ବାହାର କରିବାରେ କେତେ ସଫଳ

Aftab Narco Test:  ଶ୍ରଦ୍ଧାଙ୍କ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରିଥିବା ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲାର ନାର୍କୋ ଟେଷ୍ଟ ପୋଲିସକୁ ଠୋସ୍ ତଥ୍ୟ ମିଳିବାର ସାହାଯ୍ୟ କରିପାରେ । କିନ୍ତୁ ଏହିପରି ଅନୁସନ୍ଧାନ ସବୁବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇ ନଥାଏ । ଏପରି ଅନେକ ବଡ଼ ମାମଲା ଅଛି. ଯେଉଁଥିରେ ନାର୍କୋ ଟେଷ୍ଟ କରାଯାଇଥିଲା ।

Aftab Narco Test: ନାର୍କୋ ଟେଷ୍ଟ କ'ଣ, ଏହା କିପରି କରେ କାମ? ଜାଣନ୍ତୁ ଅପରାଧୀଙ୍କଠୁ ସତ ବାହାର କରିବାରେ କେତେ ସଫଳ

Aftab Narco Test: ଶ୍ରଦ୍ଧା ହତ୍ୟା ମାମଲା (Shraddha Murder Case) ରେ ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲା (Aftab Ameen Poonawala) ର ନାର୍କୋ ଟେଷ୍ଟ ହେବ । ନାର୍କୋ ଟେଷ୍ଟ (Narco Test) ପାଇଁ ଦିଲ୍ଲୀ ପୋଲିସ (Delhi Police) କୁ ସାକେଟ କୋର୍ଟରୁ ଅନୁମତି ମିଳିଛି । ଏହି ଟେଷ୍ଟ୍ ମାଧ୍ୟମରେ ସତ୍ୟତା ଜାଣିହେବ ବୋଲି ଦିଲ୍ଲୀ ପୋଲିସ ଆଶା କରିଛି । ଆଫତାବର ସମସ୍ତ ରହସ୍ୟର ଖୁଲାସା ହେବ । ଶ୍ରଦ୍ଧାଙ୍କ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରିଥିବା ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲାର ନାର୍କୋ ଟେଷ୍ଟ (Aftab Narco Test) ପୋଲିସକୁ ଠୋସ୍ ତଥ୍ୟ ମିଳିବାର ସାହାଯ୍ୟ କରିପାରେ । କିନ୍ତୁ ଏହିପରି ଅନୁସନ୍ଧାନ ସବୁବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇ ନଥାଏ । ଏପରି ଅନେକ ବଡ଼ ମାମଲା ଅଛି. ଯେଉଁଥିରେ ନାର୍କୋ ଟେଷ୍ଟ କରାଯାଇଥିଲା । କିନ୍ତୁ ସଫଳତା ସେତେଟା ମିଳି ନଥିଲା । ଆସନ୍ତୁ ଜାଣିବା ନାର୍କୋ ଟେଷ୍ଟ କ’ଣ? ଓ ଏହାର ପ୍ରକ୍ରିୟା କିପରି ହୋଇଥାଏ....

କିପରି ହୁଏ ନାର୍କୋ ଟେଷ୍ଟ

୧. ନାର୍କୋ ଟେଷ୍ଟ କେବଳ କୋର୍ଟଙ୍କ ନିର୍ଦ୍ଦେଶ ପରେ ଓ ଅଭିଯୁକ୍ତର ସହମତି ମିଳିବା ପରେ କରାଯାଇଥାଏ । ପରୀକ୍ଷା ପ୍ରକ୍ରିୟା ଏକ ସରକାରୀ ଡାକ୍ତରଖାନାରେ କରାଯାଏ ଯ

୨. ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ, ନାର୍କୋ ଆନାଲିସିସ୍, ବ୍ରେନ୍ ମ୍ୟାପିଂ ଏବଂ ପଲିଗ୍ରାଫ୍ ଟେଷ୍ଟ୍ କୌଣସି ବ୍ୟକ୍ତିଙ୍କ ବିନା ଅନୁମତିରେ କରାଯାଇପାରିବ ନାହିଁ ।

୩. ଏହି ପରୀକ୍ଷା ସହିତ କିଛି ସର୍ତ୍ତ ମଧ୍ୟ ଯୋଡ଼ିତ ଥାଏ । ନାର୍କୋ ଟେଷ୍ଟ୍ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପରୀକ୍ଷା କରାଯାଏ । ଗୁରୁତର ଅସୁସ୍ଥତା ହେଲେ ନାର୍କୋ ଟେଷ୍ଟ୍ କରାଯାଏ ନାହିଁ । ବୃଦ୍ଧ, ଶିଶୁ ଏବଂ ମାନସିକ ରୋଗୀମାନଙ୍କ ପାଇଁ ଏହି ପରୀକ୍ଷା କରାଯାଏ ନାହିଁ ।

୪. ନାର୍କୋ ଟେଷ୍ଟକୁ ବ୍ରେନ୍ ମ୍ୟାପିଂ ଓ ଲାଇ ଡିଟେକ୍ଟର ଟେକ୍ନିକ ଅପେକ୍ଷା ଭଲ ମନେ କରାଯାଏ । ଏହି ପରୀକ୍ଷଣ ସମୟରେ ବ୍ୟକ୍ତିଙ୍କୁ ଟ୍ରୁଥ୍ ସେରମ୍ (Truth Serum) ଇଞ୍ଜେକ୍ସନ ଦିଆଯାଏ, ଯାହା ଏକ ସାଇକୋଆକ୍ଟିଭ୍ ଔଷଧ ।

୫. ଟ୍ରୁଥ୍ ସେରମ୍ ଇଞ୍ଜେକ୍ସନ୍ ଦେବା ପରେ ବ୍ୟକ୍ତି ଅର୍ଦ୍ଧ-ଅଚେତ୍ ଅବସ୍ଥାରେ ପହଞ୍ଚେ । ତାଙ୍କର ବ୍ରେନ୍ ଶୂନ୍ୟ ହୋଇଯାଇଥାଏ । ଏହା ପରେ ଡାକ୍ତର ତାଙ୍କୁ ପ୍ରଶ୍ନ ପଚାରନ୍ତି ।

୬. ମନେ କରାଯାଏ ଯେ ଜଣେ ବ୍ୟକ୍ତି ଅର୍ଦ୍ଧ-ଅଚେତ ଅବସ୍ଥାରେ ମିଛ କହିପାରିବ ନାହିଁ । ଏପରି ପରିସ୍ଥିତିରେ ସେ ତାଙ୍କୁ ପଚରାଯାଇଥିବା ପ୍ରଶ୍ନର କେବଳ ସଠିକ୍ ଉତ୍ତର ଦିଅନ୍ତି ।

୭. ପରୀକ୍ଷା ସମୟରେ ଡାକ୍ତରଙ୍କ ଏକ ଟିମ୍ ଉପସ୍ଥିତ ଥା'ନ୍ତି । ଏହି ଟିମ୍ ବ୍ୟକ୍ତିର ପଲ୍ସ ରେଟ୍ ଓ ବ୍ଲଡ ପ୍ରେଶର ଉପରେ ନଜର ରଖିଥାଏ ।

୮. ଫରେନସିକ୍ ସାଇନ୍ସ ଲାବୋରେଟୋରୀ ଅଧିକାରୀଙ୍କ ଅନୁଯାୟୀ, ଟେଷ୍ଟ ସମୟରେ ପ୍ରଥମ ତଦନ୍ତକାରୀ ବ୍ୟକ୍ତି ଲାବୋରେଟୋରୀରେ ମାମଲା ଜମା କରନ୍ତି ଓ ସେମାନଙ୍କୁ ବ୍ରିଫ୍ କରନ୍ତି ।

ଏଠାରେ କହି ରଖୁଛୁ ଯେ, ତଦନ୍ତକାରୀ ସଂସ୍ଥା ଯେତେବେଳେ ଏହି ଅଭିଯୁକ୍ତ ଠାରୁ ପ୍ରଶ୍ନର ଉତ୍ତର ନ ପାଏ, ସେତେବେଳେ ଏହି ଟେଷ୍ଟର ସାହାଯ୍ୟ ନିଆଯାଏ । ନାର୍କୋ ଆନାଲିସିସ୍ ପରୀକ୍ଷା ସମୟରେ ଦିଆଯାଇଥିବା ବୟାନ କୋର୍ଟରେ ଗ୍ରହଣୀୟ ନୁହେଁ, ଯଦିଓ କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତି ବ୍ୟତୀତ ଯେତେବେଳେ କୋର୍ଟ ଅନୁଭବ କରନ୍ତି ଯେ ମାମଲାର ତଥ୍ୟ ଓ ପ୍ରକୃତି ଏହାକୁ ଅନୁମତି ଦେଇଥାଏ ।

ଅଧିକ ପଢ଼ନ୍ତୁ:-ବ୍ଲେଡରେ ପତିଙ୍କ ଗୁପ୍ତାଙ୍ଗ କାଟିଲେ ପତ୍ନୀ, କାରଣ ଜାଣିଲେ ଉଡ଼ିଯିବ ହୋସ୍!

ଅଧିକ ପଢ଼ନ୍ତୁ:-ଭାରତୀୟ ଫ୍ୟାନ୍ସଙ୍କ ପାଇଁ ବହୁତ ଖରାପ ଖବର! ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଉପରେ ସଙ୍କଟର କଳା ବାଦଲ

ଅଧିକ ପଢ଼ନ୍ତୁ:-୪୫ ବର୍ଷୀୟ ଆଫ୍ରିଦି ପୁଣି ଥରେ ଫେରାଇ ନେବେ ନିଜ ରିଟାୟରମେଣ୍ଟ! ଏହି ଦଳ ପାଇଁ ମୈଦାନକୁ ଫେରିବେ