Valentine Day 2023: ଭାଲେଣ୍ଟାଇନ୍ସ ଡ଼େରେ ପବ୍ଲିକ୍ ପ୍ଲେସରେ କରନ୍ତୁ ନାହିଁ ଏହିସବୁ କାମ, ନଚେତ ଭୋଗିବେ ଦଣ୍ତ
Advertisement
Article Detail0/zeeodisha/odisha1569607

Valentine Day 2023: ଭାଲେଣ୍ଟାଇନ୍ସ ଡ଼େରେ ପବ୍ଲିକ୍ ପ୍ଲେସରେ କରନ୍ତୁ ନାହିଁ ଏହିସବୁ କାମ, ନଚେତ ଭୋଗିବେ ଦଣ୍ତ

Valentine Day 2023:  ଯଦି ଆପଣ ଏଥର ଭାଲେଣ୍ଟାଇନ୍ସ ଡ଼େରେ ନିଜର ମନର ମଣିଷ ସହ ବୁଲିବାକୁ ପ୍ଲାନ କରୁଛନ୍ତି ତ ଜାଣି ରଖନ୍ତୁ ଯେ, ଏସବୁ କାମ କଲେ ଭୋଗିବାକୁ ପଡ଼ିବ ଏହି ଦଣ୍ତ ।

 Valentine Day 2023: ଭାଲେଣ୍ଟାଇନ୍ସ ଡ଼େରେ ପବ୍ଲିକ୍ ପ୍ଲେସରେ କରନ୍ତୁ ନାହିଁ ଏହିସବୁ କାମ, ନଚେତ ଭୋଗିବେ ଦଣ୍ତ

Valentine Day 2023: ଫେବୃଆରୀ ୭ ତାରିଖରୁ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ ହୋଇଯାଇଛି । ଆଉ ଏହାର ପ୍ରତ୍ୟେକ ଦିନକୁ ବେଶ ଉତ୍ସାହର ସହ ପାଳନ କରୁଛନ୍ତି ପ୍ରେମୀ ଯୁଗଳ। ଆସନ୍ତାକାଲି ହେଉଛି ଭାଲେଣ୍ଟାଇନ୍ସ ଡ଼େ । ପ୍ରେମୀ ଯୁଗଳ ଏହି ଦିନକୁ ଚାତକ ପରି ଚାହିଁ ରହିଛନ୍ତି । ଏହାକୁ ନିଜ ନିଜ ଅନ୍ଦାଜରେ ସେଲିବ୍ରେଟ୍ କରିଥାଆନ୍ତି ପ୍ରେମୀ ଯୁଗଳ । କିଏ ନିଜ ପ୍ରେମୀ ସହ ରୋମାଣ୍ଟିକ ଡ଼େଟରେ ଯାଆନ୍ତି ତ ଆଉ କିଏ ଫିଲ୍ମ ଦେଖିବାକୁ, ସେହିପରି ଆଉ କେତେକ ଲୋକେ ଶାନ୍ତ ସ୍ଥାନକୁ ଯାଇ ପରସ୍ପର ସହ ସମୟ ବିତାଇଥାଆନ୍ତି । କିନ୍ତୁ ବେଳେବେଳେ ସର୍ବସାଧାରଣ ସ୍ଥାନରେ ପ୍ରେମୀ ଯୁଗଳଙ୍କ ଅଶ୍ଲୀଳ କାର୍ଯ୍ୟ ଯୋଗୁଁ ସେମାନେ ଲୋକଙ୍କ ଆକ୍ରୋଶର ମଧ୍ଯ ଶିକାର ହେଇଥାଆନ୍ତି । ଆଇପିସିର ଧାରା ୨୯୪ ଅନୁଯାୟୀ, ଯଦି ଜଣେ ପୁରୁଷ କିମ୍ବା ମହିଳା ସର୍ବସାଧାରଣ ସ୍ଥାନରେ କୌଣସି ପ୍ରକାରର ଅଶ୍ଲୀଳ କାର୍ଯ୍ୟ କରନ୍ତି, ତେବେ ପୋଲିସ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ତେବେ ଯଦି ଆପଣ ଏଥର ଭାଲେଣ୍ଟାଇନ୍ସ ଡ଼େରେ ନିଜର ମନର ମଣିଷ ସହ ବୁଲିବାକୁ ପ୍ଲାନ କରୁଛନ୍ତି ତ ଜାଣି ରଖନ୍ତୁ ଯେ, ଏସବୁ କାମ କଲେ ଭୋଗିବାକୁ ପଡ଼ିବ ଏହି ଦଣ୍ତ ।

କାରରେ ଚୁମ୍ବନ କଲେ ହୋଇପାରେ ଜେଲ!

ଯଦି ଆପଣ ସର୍ବସାଧାରଣ ସ୍ଥାନରେ ନିଜ ବୟଫ୍ରେଣ୍ତ ବା ଗର୍ଲଫ୍ରେଣ୍ତକୁ ଚୁମ୍ବନ ଦେଉଛନ୍ତି, ତା’ ହେଲେ ଏହା ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଯଦି ଆପଣ ସର୍ବସାଧାରଣ ସ୍ଥାନରେ କାରରେ ନିଜ ପ୍ରେମିକା କିମ୍ବା ପ୍ରେମିକାଙ୍କୁ ଚୁମ୍ବନ କରୁଛନ୍ତି ତାହାଲେ ମଧ୍ଯ ପୋଲିସ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଆଇପିସିର ଧାରା ୨୯୪ରେ ସର୍ବସାଧାରଣ ସ୍ଥାନରେ କୌଣସି ବି ଅଶ୍ଲୀଳ କାର୍ଯ୍ୟ ଓ ବାର୍ତ୍ତାଳାପ ପାଇଁ ମାମଲା ରୁଜୁ କରାଯାଇ ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଜଣେ ସାଧାରଣ ଲୋକ ମଧ୍ୟ ପୋଲିସ ନିକଟରେ ଏନେଇ ଅଭିଯୋଗ କରିପାରିବ ।  

ସର୍ବସାଧାରଣ ସ୍ଥାନରେ ଚୁମ୍ବନ କଲେ ଭୋଗିବେ ଦଣ୍ତ

ଯଦି ଭାଲେଣ୍ଟାଇନ୍ସ ଡ଼େରେ ଆପଣ ନିଜ ବୟଫ୍ରେଣ୍ତ ବା ଗର୍ଲଫ୍ରେଣ୍ତକୁ ସର୍ବସାଧାରଣ ସ୍ଥାନରେ ଚୁମ୍ବନ ଦେଉଛନ୍ତି ତାହାଲେ ଏଥିପାଇଁ ଆପଣଙ୍କୁ ଜେଲ ଦଣ୍ତ ଭୋଗିବାକୁ ପଡ଼ିପାରେ। ବାସ୍ତବରେ, ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୨୯୪ ଅନୁଯାୟୀ ଯଦି ଜଣେ ପୁରୁଷ କିମ୍ବା ମହିଳା ସର୍ବସାଧାରଣ ସ୍ଥାନରେ କୌଣସି ଅଶ୍ଳୀଳ କାର୍ଯ୍ୟ କରନ୍ତି, ତେବେ ପୋଲିସ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଯଦି ଆପଣ ରେଲ ଷ୍ଟେସନ, ମେଟ୍ରୋ ଷ୍ଟେସନ, ମାର୍କେଟ, ସ୍କୁଲ କିମ୍ବା ଅନ୍ୟ କୌଣସି ସର୍ବସାଧାରଣ ସ୍ଥାନରେ ନିଜ ପ୍ରେମୀ, ସ୍ବାମୀ, ସ୍ତ୍ରୀଙ୍କୁ ଚୁମ୍ବନ ଦେଉଛନ୍ତି ତାହାଲେ ପୋଲିସ ଏହାକୁ ଅଶ୍ଲୀଳତା ଦର୍ଶାଇ ଗିରଫ କରିପାରିବ । ଏହି ପ୍ରସଙ୍ଗରେ ଆଇପିସିର ଧାରା ୨୯୪ ଅନୁଯାୟୀ ପୋଲିସକୁ କ୍ଷମତା ଦିଆଯାଇଛି ।

Also Read-Kiss Day 2023: କାହିଁକି ପାଳନ କରାଯାଏ କିସ୍‌ ଡେ’, ଜାଣନ୍ତୁ କେଉଁ କିସ୍‌ର ଅର୍ଥ କ’ଣ ସୂଚାଏ ?

ମିଳିବ ଏହି ଦଣ୍ଡ

ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ କାର୍ଯ୍ୟ କଲେ ୩ ମାସ ଜେଲଦଣ୍ଡ ଓ ଜରିମାନା ଦେବାକୁ ପଡ଼ିଥାଏ। ଏହା ବ୍ୟତୀତ, ଯଦି କେହି ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ଗୀତ ଗାଉଛନ୍ତି, ଅଶ୍ଳୀଳ ଶବ୍ଦ ବ୍ୟବହାର କରନ୍ତି କିମ୍ବା ଅଶ୍ଳୀଳ କାର୍ଯ୍ୟ କରନ୍ତି, ତେବେ ପୋଲିସ ଆଇପିସିର ଧାରା ୨୯୪ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଯଦିଓ  ଆଇନରେ ଅଶ୍ଳୀଳ ଭାଷାକୁ ନେଇ କୌଣସି ସ୍ପଷ୍ଟ ପରିଭାଷା ନାହିଁ। ଯେଉଁଥିପାଇଁ ପୋଲିସ ବିଭିନ୍ନ ସାୟରେ ଆଇନର ଅପବ୍ୟବହାର କରିଥାଏ । ଯଦି ଆପଣ ନିଜ ମନର ମଣିଷ ସହ କ୍ୱାଲିଟି ଟାଇମ ବିତାଇବାକୁ ଚାହୁଁଛନ୍ତି ତାହାଲେ  ସର୍ବସାଧାରଣ ସ୍ଥାନ ପରିବର୍ତ୍ତେ ହୋଟେଲ ରୁମ କିମ୍ବା ଅନ୍ୟ ପ୍ରାଇଭେଟ ସ୍ଥାନକୁ ଯାଇପାରିବେ ।