Assembly Winter Session: ଅର୍ଚ୍ଚନା ନାଗ୍ ଙ୍କୁ ନେଇ ଟଣାଓଟରା, ୪ଟା ଯାଏଁ ଗୃହ ମୁଲତବୀ
Advertisement
Article Detail0/zeeodisha/odisha1456998

Assembly Winter Session: ଅର୍ଚ୍ଚନା ନାଗ୍ ଙ୍କୁ ନେଇ ଟଣାଓଟରା, ୪ଟା ଯାଏଁ ଗୃହ ମୁଲତବୀ

Winter Session News: ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନ । ଗୃହକାର୍ଯ୍ୟ ଆରମ୍ଭରୁ ହିଁ ଟଣାଓଟରା ଶାସକ ଓ ବିରୋଧୀ। ଚାଷୀ ପ୍ରସଙ୍ଗରେ ବିଧାନସଭା ପକାଉଠା କରିଥିଲେ ବିରୋଧୀ । ଏମିତିକି ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି କରିଥିଲେ ବିରୋଧୀ । ସେପଟେ ଶାସକ ଦଳ ଉଠାଇଥିଲା ଧାନର ଏମଏସପି ପ୍ରସଙ୍ଗ । ଯାହାକୁ ନେଇ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

Assembly Winter Session: ଅର୍ଚ୍ଚନା ନାଗ୍ ଙ୍କୁ ନେଇ ଟଣାଓଟରା, ୪ଟା ଯାଏଁ ଗୃହ ମୁଲତବୀ

Winter Session: ଆଜି ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ । ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ଚାଲିପାରିଲାନି ଗୃହ । ଫଳରେ ଗୃହକୁ ୪ଟା ଯାଏଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ପ୍ରକାଶ ଥାଉକି, ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହଲ୍ଲା କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ଚାଷୀ ପ୍ରସଙ୍ଗରେ ବିଧାନସଭା ପକାଉଠା କରିଥିଲେ ବିରୋଧୀ । ଏମିତିକି ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି କରିଥିଲେ ବିରୋଧୀ । ସେପଟେ ଶାସକ ଦଳ ଉଠାଇଥିଲା ଧାନର ଏମଏସପି ପ୍ରସଙ୍ଗ । ଫଳରେ ବାଚସ୍ପତି ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ।

ଏପଟେ ଗୃହ ମୁଲତବୀ ପରେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛି ବିଜେଡି । ଅନ୍ୟପଟେ ବିଜେପି ଓ କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିବାକୁ ପୁରା ରଣନୀତି ପ୍ରସ୍ତୁତ କରିଛନ୍ତି। ସେପଟେ ଗତକାଲି ବିଧାନସଭା ଶୀତ ଅଧିବେଶନର (Assembly Winter Season) ପ୍ରଥମ ଦିନ ଥିଲା । ବିଧାନସଭାର ଶୀତ ଅଧିବେଶନରେ ଉପସ୍ଥାପିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍। ଏହି ବଜେଟରେ ମୋଟ୍ ୧୬ ହଜାର ୮ ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଯେଉଁଥିରେ ପ୍ରଶାସନିକ କାର୍ଯ୍ୟ ପାଇଁ ୪୯୩୪ କୋଟି, କ୍ରାର୍ଯ୍ୟକ୍ରମ ପାଇଁ ୯୨୦୦ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୨୬୧୦ କୋଟି ଏବଂ ରାଜ୍ୟ ବଜେଟରୁ ସ୍ଥାନାନ୍ତର ବାବଦକୁ ୫୫.୫୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେହିପରି ଅତିରିକ୍ତ ବଜେଟରେ କ୍ରାର୍ଯ୍ୟକ୍ରମ ବ୍ୟୟ ପାଇଁ  ୯୨୦୦ କୋଟିରୁ ୨୦୬୬ କୋଟି ଟଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ଏହଂ ୭୧୩୪ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ତଥା ଅର୍ଥ ସମର୍ପଣ ଦ୍ୱାରା ଭରଣା କରାଯିବ।

Also Read: Gujarat Election 2022: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଭୁଲ୍, ମୁଣ୍ଡ ଉପରେ ବୁଲୁଥିଲା ସନ୍ଦିଗ୍ଧ ଡ୍ରୋନ

ଅତିରିକ୍ତ ବଜେଟରେ (Budget) କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା, ଜଳସେଚନ ସୁବିଧା ପାଇଁ ମୋଟ ୩୦୬.୬୫ କୋଟି ଏବଂ ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ୧୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜନସ୍ୱାସ୍ଥ୍ୟ ସେବା ପାଇଁ ଅତିରିକ୍ତ ବଜେଟରେ ୮୬୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (Biju Health Kalyan Scheme) ପାଇଁ ୬୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଉଛି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ୍ ପାଇଁ ଅତିରିକ୍ତ ବଜେଟରେ ୫୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। 

Also Read: Air India ବିମାନରେ ଧାର୍ମିକ ପ୍ରତୀକକୁ ନାଁ, ଏହି ସବୁ ଜିନିଷ ପିନ୍ଧିବା ଉପରେ ଲାଗିଲା କଟକଣା

ବଜେଟରେ ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ପାଇଁ ୧୭୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ପାଇଁ ମୋଟ ୪୩୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ଅତିରିକ୍ତ ବଜେଟରେ ୨୦୮୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅତିରିକ୍ତ ବଜେଟରେ (Budget) ମୋଟ ୧୬,୮୦୦ କୋଟି ଟଙ୍କାର ବଜେଟରେ ବ୍ୟୟ ବରାଦ ହୋଇଛି।