Odisha Weather: ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ପ୍ରବଳ ଜାଡ଼ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି। ତେବେ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଘୁ.ଉଦୟଗିରି ହୋଇଥିବା ବେଳେ ଏଠାରେ କ୍ରମାଗତ ଭାବରେ ପାରଦ ତଳମୁହାଁ ହୋଇଥିବା ଦେଖିବାକୁ ମିଳିଛି। ଗତ ୧୧ ତାରିଖରେ ଅଞ୍ଚଳର ତାପମାତ୍ରା ୯.୪ ରହିଥିଲା ଯାହାକି ରାଜ୍ୟରେ ପ୍ରଥମ ଥଣ୍ଡା ସହର ଭାବରେ ପରିଗଣିତ ହୋଇଥିଲା। ତାପରଠାରୁ ଆଜି ଯାଏଁ ପ୍ରତ୍ୟେକ ଦିନ ପାରଦ ୧୦ ଡିଗ୍ରୀ ତଳେ ରହୁଛି। ଯେଉଁଥି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଉଠିଛି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.