Cyclone Update: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୫ ରାଜ୍ୟରେ ପ୍ରବଳ ବର୍ଷା! ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ
Advertisement

Cyclone Update: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୫ ରାଜ୍ୟରେ ପ୍ରବଳ ବର୍ଷା! ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

Cyclone Update: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ (Depression) ଶନିବାର ଗଭୀର ଅବପାତରେ (Deep Depression) ପରିଣତ ହୋଇଛି । ଏହା ପଶ୍ଚିମ –ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୮ କିମି ବେଗରେ ଗତି କରୁଛି । 

ସୌ(ସୋସିଆଲ ମିଡିଆ)

Cyclone Update: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ (Depression) ଶନିବାର ଗଭୀର ଅବପାତରେ (Deep Depression) ପରିଣତ ହୋଇଛି । ଏହା ପଶ୍ଚିମ –ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୮ କିମି ବେଗରେ ଗତି କରୁଛି । ଏହି ଗଭୀର ଅବପାତ ପୁଡୁଚେରୀର ଦକ୍ଷିଣ-ପୂର୍ବ ଦିଗରେ ୪୦୦ କି.ମି, ନେଲୋରଠାରୁ ୫୦୦ କି.ମି ଓ ମଚ୍ଛଲିପଟମ୍ ଠାରୁ ୬୫୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ଯରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାରେ (Cyclone) ପରିଣତ ହେବ ।

ଏହା ପରେ ବାତ୍ୟା (Cyclone) ୪ ତାରିଖ ଅପରାହ୍ନରେ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ କୂଳରେ ପହଁଞ୍ଚିବ । ସେହିପରି ୫ ତାରିଖ ପୂର୍ବାହ୍ନରେ ବାତ୍ୟା ଉତ୍ତର ଦିଗକୁ ଗତିକରି ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଓ ମଚ୍ଛଲିପଟମ୍ ଦେଇ ସ୍ଥଳଭାଗ ଅତିକ୍ରମ କରିପାରେ । ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କି.ମି ଓ ବେଳେବେଳେ ଏହା ୧୦୦ କି.ମି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (India Meteorological Department) ପକ୍ଷରୁ ଆକଳନ କରାଯାଇଛି । ଏହାର ପ୍ରଭାବ ୧୩ ଜିଲ୍ଲା ଉପରେ ରଖିବ। ୫ ତାରିଖ ବେଳକୁ ରାଜ୍ୟରେ ବର୍ଷାର (Rain) ପରିମାଣ ବୃଦ୍ଧି ପାଇବ ଅର୍ଥାତ୍ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Heavy Rain) ହେବା ନେଇ ସମ୍ଭାବନା ରହିଛି ।

ବର୍ଷା ପରିମାଣ ବଢ଼ି ୨୦ ସେ.ମି ଯାଏ ଛୁଇଁଯାଇପାରେ। ଏନେଇ ଏହି ୫ ଜିଲ୍ଲାକୁ ବିଭାଗ ପକ୍ଷରୁ ଅରେଞ୍ଜ ଆର୍ଲଟ (Orange Alert) ଜାରି କରାଯାଇଛି । ସେହିପରି କନ୍ଧମାଳ, ପୁରୀ, ନବରଙ୍ଗପୁର ଓ କଳାହାଣ୍ଡି, ନୟାଗଡ଼, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ମଧ୍ୟ ବର୍ଷା ହେବା ନେଇ ସମ୍ଭାବନା ରହିଛି । ୬ ତାରିଖରେ ବି ବର୍ଷାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପ୍ରକାଶ ଥାଉ କି, ମତ୍ସ୍ୟଜୀବୀମାନଙ୍କୁ ଡିସେମ୍ବର ଆସନ୍ତା ୬ ତାରିଖ ଯାଏଁ ସମୁଦ୍ର ମଧ୍ଯକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କୃଷି ଅଧିକାରୀମାନଙ୍କ ଛୁଟିକୁ ୨ରୁ ୬ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ।