Weather Update: ଲଘୁଚାପ ପ୍ରଭାବରେ ରାଜ୍ୟରେ ଏହି ଦିନ ହାଲୁକା ବର୍ଷା ସମ୍ଭାବନା
Advertisement

Weather Update: ଲଘୁଚାପ ପ୍ରଭାବରେ ରାଜ୍ୟରେ ଏହି ଦିନ ହାଲୁକା ବର୍ଷା ସମ୍ଭାବନା

Weather Update: ଦକ୍ଷିଣ ଆଣ୍ତାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ରବିବାର ଦିନ ଏକ ଲଘୁଚାପ (Low pressure) ସୃଷ୍ଟି ହେବ । ଏହାର ପ୍ରଭାବରେ ସୋମବାର ଦିନ ଦକ୍ଷିଣ ଆଣ୍ତାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । 

ସୌ(ସୋସିଆଲ ମିଡିଆ)

Weather Update: ଦକ୍ଷିଣ ଆଣ୍ତାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ରବିବାର ଦିନ ଏକ ଲଘୁଚାପ (Low pressure) ସୃଷ୍ଟି ହେବ । ଏହାର ପ୍ରଭାବରେ ସୋମବାର ଦିନ ଦକ୍ଷିଣ ଆଣ୍ତାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରେ ଏହା ଧୀରେ ଧୀରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଆସନ୍ତା ୨୯ ତାରିଖରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ (Depression) ପରିଣତ ହେବ ।

ସୂଚନାଯୋଗ୍ୟ, ଏହି ଘନୀଭୂତ ଲଘୁଚାପ ଅବପାତର ରୂପ ନେବା ପରେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ହେବା ନେଇ ସମ୍ଭାବନା ରହିଛି । ଖାସ୍ କରି ଗଜପତି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବରଗଡ଼, ରାୟଗଡ଼ା, ମାଲକାନଗିରି, କୋରାପୁଟ, ସୋନପୁର ଓ ବୌଦ୍ଧ ଆଦି ଜିଲ୍ଲାରେ ମଙ୍ଗଳବାର ଦିନ ହାଲୁକା ବର୍ଷା ହୋଇପାରେ। ଏହାପରେ ଦୁଇ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Also Read-Special Trains: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ରହ୍ମପୁର ଓ କଟକ ଠାରୁ ପୁରୀକୁ ଗଡ଼ିବ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ