Heatwave: ରାଜଧାନୀ ଦିଲ୍ଲୀରେ ପାରା ୪୮ ଡିଗ୍ରୀ, ଏତେ ତାପମାତ୍ରା ବଢିବାର ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha2256224

Heatwave: ରାଜଧାନୀ ଦିଲ୍ଲୀରେ ପାରା ୪୮ ଡିଗ୍ରୀ, ଏତେ ତାପମାତ୍ରା ବଢିବାର ଜାଣନ୍ତୁ କାରଣ

Heatwave: ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଅନୁଯାୟୀ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଉତ୍ତର ଭାରତରେ ହିଟ୍ ଓ୍ବେଭ୍ ଜାରି ରହିବ। ଖରାର ତାଉ ବଢିବ।  ପରିସ୍ଥିତି ଏପରି ଯେ, ରବିବାର ଦିନ ଦିଲ୍ଲୀର ନଜାଫଗଡର ତାପମାତ୍ରା ୪୭.୮ ଡିଗ୍ରୀ ଛୁଇଁଛି।

Heatwave: ରାଜଧାନୀ ଦିଲ୍ଲୀରେ ପାରା ୪୮ ଡିଗ୍ରୀ, ଏତେ ତାପମାତ୍ରା ବଢିବାର ଜାଣନ୍ତୁ କାରଣ

Heatwave: ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଅନୁଯାୟୀ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଉତ୍ତର ଭାରତରେ ହିଟ୍ ଓ୍ବେଭ୍ ଜାରି ରହିବ। ଖରାର ତାଉ ବଢିବ।  ପରିସ୍ଥିତି ଏପରି ଯେ, ରବିବାର ଦିନ ଦିଲ୍ଲୀର ନଜାଫଗଡର ତାପମାତ୍ରା ୪୭.୮ ଡିଗ୍ରୀ ଛୁଇଁଛି। ରବିବାର ଦିନ ନାଜାଫଗଡ ସହ ଦିଲ୍ଲୀ-ଏନସିଆର ଭାରତରେ ସବୁଠାରୁ ଉତ୍ତପ୍ତ ସହର ଥିଲା। ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବିଶେଷଜ୍ଞମାନେ କହିଛନ୍ତି ଯେ, ଦିଲ୍ଲୀ ଆଡକୁ ଆସୁଥିବା ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ପାକିସ୍ଥାନରେ ଶୁଖିଲା ପବନ ପ୍ରବାହିତ ହେଉଛି। ଫଳରେ ଏହି  ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଛି। ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ପାକିସ୍ଥାନରୁ ଶୁଖିଲା ପବନ ହେତୁ ପଶ୍ଚିମ ଦିଲ୍ଲୀର ତାପମାତ୍ରା ପୂର୍ବ ଦିଲ୍ଲୀ ଠାରୁ ଅଧିକ ରହୁଛି। ଆଜି  ଡହଡ଼ହ ଖରା  ଏବଂ ଦିନରେ ପ୍ରବଳ ଗରମ ପବନ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀର ଆପେକ୍ଷିକ ଆର୍ଦ୍ରତା ସ୍ତର ସକାଳ ୮ଟା ୩୦ ରେ ୪୩ ପ୍ରତିଶତ ରେକର୍ଡ କରାଯାଇଛି। ଆସନ୍ତା ଏକ ସପ୍ତାହ ପାଇଁ ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମ  ଲହରୀ ଜାରି ରହିବ ବୋଲି ଆଇଏମଡି କହିଛି। ସାତ ଦିନ ପାଇଁ ପୂର୍ବାନୁମାନ କରି, ଆଇଏମଡି ପ୍ରବଳ ଗରମ ହେତୁ ଆଲର୍ଟ ଜାରି କରିଛି। 

ସେପଟେ , ସୋସିଆଲ ମିଡିଆରେ ଭାରତ ପାଣିପାଗ ବିଭାଗ  ହିଟ୍ ଓ୍ବେଭ୍ ପାଇଁ ସତର୍କ ରହିବାକୁ ଏକ ଗାଇଡ୍ ଲାଇନ୍ ଜାରି କରିଛି। ପାଣିପାଗ ବିଭାଗ କହିଛି ଯେ ଅତ୍ୟଧିକ ଗରମ ଯୋଗୁଁ ସବୁ ବୟସର ବ୍ୟକ୍ତି ବିଶେଷ କରି ଶିଶୁ, ବୃଦ୍ଧ ଏବଂ ରୋଗୀମାନେ ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ। ଡିହାଇଡ୍ରେସନକୁ ଏଡାଇବା ପାଇଁ ପାଣିପାଗ ବିଭାଗ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଏବଂ ଲସି, ତୋରାନି , ଲେମ୍ବୁ ଏବଂ ଓଆରଏସ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛି।

ସେପଟେ, ଗରମ ଦିନେ ରହିଛି ଓଡି଼ଶାକୁ ବାତ୍ୟା ଭୟ । ଏନେଇ  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୨ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ। ଏହି ଲଘୁଚାପ କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରିବ। ୨୪ ତାରିଖ ସୁଦ୍ଧା  ଏହା ଲଘୁଚାପରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପ ( ଓ୍ବେଲ୍ ମାର୍କଡ୍ ଲୋପ୍ରସର) ଓ ପରେ ଅବପାତ  ରୂପ ନେବ। ଲଘୁଚାପ ରୂପ ନେବା ପରେ ହିଁ ଏହା ଗତିପଥ ଓ ତିବ୍ରତା ନେଇ ଆକଳନ ପ୍ରକାଶ ପାଇବ। ମୌସୁମୀ ପ୍ରବାହ ଫଳରେ ପଶ୍ଚିମାବାୟୁ ମଧ୍ୟ ଶକ୍ତିଶାଳୀ ହେବାରେ ଲାଗିଛି। ପୂର୍ବାନୁମାନ ଅନୁଯାୟୀ ଉକ୍ତ “ଘୁର୍ଣ୍ଣିବଳୟ” ଟି ଆଗମୀ ୩-୪ ଦିନରେ ପୂର୍ବ ଦିଗକୁ ମୁହାଁଇବା ସହ ଆହୁରି ବଳ ଗୋଟାଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୨୧ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ।

ସେପଟେ ଏହି ସିଷ୍ଟମ ଉପରେ ଆଇଏମଡି଼ ନଜର ରଖିଛି।  ଏହାର ପରବର୍ତ୍ତୀ ସୂଚନା ଆସିଲେ ତୁରନ୍ତ ଏନେଇ ସୂଚନା  ଦିଆଯିବ ବୋଲି ବିଶେଷଜ୍ଞ ବୋଲି ବିଶେଷଜ୍ଞ କହିଛନ୍ତି। ମେ ୨୩ ବା ୨୪ ତାରିଖ ବେଳକୁ ଏକ “ସାମୁଦ୍ରିକ ଝଡ଼” ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ବର୍ତ୍ତମାନର ଆକଳନ ଅନୁସାରେ ସମ୍ଭାବ୍ୟ “ସାମୁଦ୍ରିକ ଝଡ଼” ଉତ୍ତର ଆନ୍ଧ୍ରପ୍ରଦେଶ(Andhra pradrsh) ତଥା ଓଡିଶା ମୁହାଁ ହୋଇପାରେ, କିନ୍ତୁ କେଉଁଠି ସ୍ଥଳଭାଗ ଛୁଇଁବ ଏବଂ କେତେ ଘନୀଭୂତ ହେବ ଏନେଇ ସବିଶେଷ ଆକଳନ ଘୁର୍ଣ୍ଣିବଳୟ ପରେ ହିଁ ସ୍ପଷ୍ଟ ହୋଇପାରିବ। ପାଣିପାଗ ଭିଭାଗ ଅନୁଯାୟୀ ଯଦି ଏହା “ବାତ୍ୟା”(Cyclone) ରୂପ ନିଏ ଏହାର ନାମ “ରେମଲ” ରହିବ, ଯାହାର ନାମକରଣ ଓମାନ ଦ୍ୱାରା କରାଯାଇଛି।