Health Checkup: ବର୍ତ୍ତମାନ ସମୟରେ ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟକୁ ମଧ୍ୟ ଅଣଦେଖା କରୁଛନ୍ତି । ବିଶେଷକରି କାର୍ଯ୍ୟରତ ମହିଳାମାନଙ୍କ ଉପରେ କାର୍ଯ୍ୟର ଚାପ ଅଧିକ । ସେମାନଙ୍କୁ ଘରକାମରୁ ଅଫିସ୍ କାମ ସବୁକିଛି କରିବାକୁ ପଡୁଥିବାରୁ ସେମାନଙ୍କ ଉପରେ ଦାୟିତ୍ୱ ଭାର ଟିକିଏ ଅଧିକ ରହିଥାଏ । ଏଭଳି ପରିସ୍ଥିତିରେ ସେମାନେ ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବାକୁ ସକ୍ଷମ ହୋଇନଥାନ୍ତି । କିନ୍ତୁ ଏହି ଅସାବଧାନତା ସେମାନଙ୍କ ପାଇଁ ଭବିଷ୍ୟତରେ କିଛି ବଡ ଅସୁବିଧା ସୃଷ୍ଟି କରିପାରେ ।


COMMERCIAL BREAK
SCROLL TO CONTINUE READING

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମହିଳାମାନେ ୩୦ ବର୍ଷ ବୟସ ଅତିକ୍ରମ କରିବା ପରେ ନିଶ୍ଚିତ ଭାବରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିବା ଉଚିତ ।  ଶରୀର ପରୀକ୍ଷା ଦ୍ୱାରା  ମଧୁମେହ, କର୍କଟ ଏବଂ ହୃଦରୋଗ ସମେତ ଅନେକ ରୋଗର ଆଶଙ୍କା ଅଛି କି ନାହିଁ ତାହା ସେମାନେ  ଜାଣିପାରିବେ ।ପରିକ୍ଷାଦ୍ୱାରା ରୋଗକୁ  ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇ ପାରିବ,ଫଳରେ ସହଜରେ ବିପଜ୍ଜନକ ରୋଗ ଦୂର ହୋଇପାରିବ । ଆସନ୍ତୁ ଜାଣିବା ୩୦ ବର୍ଷ ପରେ  ମହିଳାମାନେ କେଉଁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଜରୁରୀ ।


କର୍କଟ ପରୀକ୍ଷା


୩୫ ବର୍ଷ ବୟସରେ ପହଞ୍ଚିବା ପରେ ମହିଳାମାନେ ଗର୍ଭାଶୟ ଏବଂ ସ୍ତନ କର୍କଟ ପାଇଁ ସ୍କ୍ରିନ ହେବା ଉଚିତ । ଏହା କର୍କଟ ରୋଗର ଏମିତି ଏକ ପ୍ରକାର, ଯାହାକୁ ସହଜରେ ଚିହ୍ନଟ କରିହୁଏ ନାହିଁ । ତେଣୁ ଆଗୁଆ ପ୍ରତିଶେଧକ ଭାବେ ଜଣେ ମହିଳା ୩୫ ବର୍ଷରେ ପହଂଚିବା ପରେ ଏନେଇ ଟେଷ୍ଟ କରିବା ଜରୁରୀ । ମହିଳାମାନେ BRCA ଜିନ୍ ପରୀକ୍ଷା ଏବଂ HPV ପରୀକ୍ଷା କରିବା ଜରୁରୀ । ଏହାଦ୍ୱାରା ସ୍ତନ କର୍କଟ ଚିହ୍ନଟ ହୋଇପାରିବ ।


ସିବିସି ଟେଷ୍ଟ


କମ୍ପ୍ଲିଟ୍ ବ୍ଲଡ୍ କାଉଣ୍ଟିଂ CBC ୩୦ ଟପିଥିବା ମହିଳାଙ୍କ ପାଇଁ ଗୋଟିଏ ଜରୁରୀ ପରୀକ୍ଷା । ଏହି ପରୀକ୍ଷଣ ସାହାଯ୍ୟରେ ଶରୀରରେ ସଂକ୍ରମଣ, ରକ୍ତହୀନତା, ହେମୋଗ୍ଲୋବିନ୍ ଏବଂ ଅନ୍ୟାନ୍ୟ ରୋଗ ଚିହ୍ନଟ ହୋଇପାରେ ।


ଥାଇରଏଡ୍ ପରୀକ୍ଷା


ଭାରତରେ ଥାଇରଏଡ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମହିଳାମାନେ ୩୦ ବର୍ଷ ବୟସରେ ଥାଇରଏଡ୍ ପରୀକ୍ଷା କରିବା ଜରୁରୀ  । ଥାଇରଏଡ୍ର ଲକ୍ଷଣ ମଧ୍ୟରେ ହର୍ମୋନରେ ପରିବର୍ତ୍ତନ, ଓଜନ ବୃଦ୍ଧି ଏବଂ ଅନିୟମିତ ପିରିୟଡ୍ ଅବଧି ଭଳି ସମସ୍ୟା ଅନ୍ତର୍ଭୁକ୍ତ  ।


ଲିପିଡ୍ ପ୍ରୋଫାଇଲ୍ ପରୀକ୍ଷା


ଜଙ୍କ ଫୁଡ୍ ଏବଂ ଖରାପ ଜୀବନଶୈଳୀ ହେତୁ ଲୋକଙ୍କ ମଧ୍ୟରେ ହୃଦରୋଗ ମଧ୍ୟ ବୃଦ୍ଧି ପାଉଛି । ତେଣୁ, ଲିପିଡ ପ୍ରୋଫାଇଲ୍ ପରୀକ୍ଷା କରାଯିବା ଉଚିତ । ଏହି ପରୀକ୍ଷଣର ସାହାଯ୍ୟରେ ହାଇପର କୋଲେଷ୍ଟେରୋଲେମିଆ ଏବଂ ହାଇପର କାର୍ଡିଓମିଓପାଥି ଭଳି ବିପଜ୍ଜନକ ସମସ୍ୟା ଠିକ ସମୟରେ ଚିହ୍ନଟ ହୋଇପାରେ ।


ମଧୁମେହ


ମଧୁମେହ ରୋଗ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ 80 ଲକ୍ଷରୁ ଅଧିକ ମହିଳା  ଡାଇବେଟିସର ଶିକାର ।  ଏପରି ପରିସ୍ଥିତିରେ, HbA1c ଏବଂ ରକ୍ତ ଗ୍ଲୁକୋଜ ପରୀକ୍ଷା ଜରୁରୀ ହୋଇପଡେ଼ ।